ଶିକ୍ଷା, ସମବାୟ, ବନ ବିଭାଗକୁ ଯାଞ୍ଚ ନିର୍ଦ୍ଦେଶ

ବଲାଙ୍ଗୀର ଅଫିସ, ୫୪: କଠିନ ପରିଶ୍ରମ କରି ବହୁ ମେଧାବୀ ଛାତ୍ରୀଛାତ୍ର, ତାଲିମପ୍ରାପ୍ତ ଯୁବତୀ, ଯୁବକ ଯୋଗ୍ୟତା ପ୍ରମାଣପତ୍ର ଧରି ବାରଦୁଆର ହେଉଛନ୍ତି। ହେଲେ ସହସ୍ରାଧିକ ଅଯୋଗ୍ୟ ଏବଂ ଅଣଛାତ୍ର ଜାଲ୍‌ ସାର୍ଟିଫିକେଟ କିଣି ସରକାରୀ ଚାକିରି ହାତେଇଛନ୍ତି। ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ଅନେକ ବିଭାଗରେ ଉପରିସ୍ଥ ଅଧିକାରୀ ଓ କର୍ମଚାରୀଙ୍କୁ ହାତ କରି ଚାକିରି ଜାରି ରଖିଛନ୍ତି। ଏନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଓ ଦଣ୍ଡାଦେଶର ଅଭାବ ଜାଲ୍‌ ସାର୍ଟିଫିକେଟ୍‌ କାରବାରକୁ ପ୍ରୋତ୍ସାହିତ କରିଆସିଛି। ବଲାଙ୍ଗୀର ଡାକବିଭାଗର ୬୦ଟି ଗ୍ରାମୀଣ ଡାକ ସେବକ ପଦବୀରେ ୩୮ଟି ଜାଲ ସାର୍ଟିଫିକେଟଧାରୀ ଧରାପଡିବା ଏବଂ ଏହାପରେ ଏହିି ରାକେଟର ପର୍ଦ୍ଦାଫାଶ ହେବା ପରେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ଏହି ଜାଲ୍‌ ସାର୍ଟିଫିକେଟ ମାମଲାରେ ଦୁଇ ମୁଖ୍ୟ ଅଭିଯୁକ୍ତ ବଲାଙ୍ଗୀର ରିଲାଏନ୍ସ କୋଚିଂ ସେଣ୍ଟର ମାଲିକ ମନୋଜ ମିଶ୍ର ଏବଂ ସହଯୋଗୀ ଆଲୋକ ରଞ୍ଜନ ଉଦ୍‌ଗାତାଙ୍କ ସମେତ ୧୯ ଜଣଙ୍କୁ ଗିରଫ କରିବା ପରେ ଜିଲା ପ୍ରଶାସନ ମାମଲାକୁ ଗମ୍ଭୀରତାର ସହ ନେଇଛି। ଜିଲାପାଳ ଚଞ୍ଚଳ ରାଣା ଶିକ୍ଷା, ସମବାୟ, ସ୍ବାସ୍ଥ୍ୟ ଏବଂ ବନବିଭାଗ ସମେତ ଅନ୍ୟ ବିଭାଗରେ ସାର୍ଟିଫିକେଟ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷକରି ଯେଉଁ ଯୁବତୀ, ଯୁବକମାନେ ରାଜ୍ୟ ବାହାରର ମାଟ୍ରିକ୍‌, ଯୁକ୍ତ ୨, ଡିଗ୍ରୀ, ବି.ଇଡି ସାର୍ଟିଫିକେଟ ଦେଇଛନ୍ତି ତା ଉପରେ ଅଧିକ ତଦନ୍ତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲାପାଳଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ଜିଲା ଶିକ୍ଷା ବିଭାଗ, ସମବାୟ ବିଭାଗ କିଛିବର୍ଷର ନିଯୁକ୍ତି ପ୍ରକ୍ରିୟା ଏବଂ ନିଯୁକ୍ତି ପାଇଥିବା ଯୁବତୀ, ଯୁବକଙ୍କ ପ୍ରମାଣପତ୍ର, ଡକ୍ୟୁମେଣ୍ଟ ଯାଞ୍ଚ ଆରମ୍ଭ କରିଛି।
ମିଳିଥିବା ତଥ୍ୟ ଅନୁସାରେ, ୨୦୨୧ ଏବଂ ୨୦୨୨ ମସିହାରେ ଶିକ୍ଷା ବିଭାଗରେ ବଡଧରଣର ନିଯୁକ୍ତି ଦିଆଯାଇଥିଲା। ଏହି ନିଯୁକ୍ତିରେ ରାଜ୍ୟର ସହସ୍ରାଧିକ ଯୁବତୀ ଯୁବକ ନିଯୁକ୍ତି ପାଇଥିଲେ। ସେମାନେ ଦେଇଥିବା ସାର୍ଟିଫିକେଟ, ଅନ୍ୟାନ୍ୟ ଡକ୍ୟୁମେଣ୍ଟଗୁଡିକର କ’ଣ ଯଥାର୍ଥତା ରହିଛି ତାକୁ ଯାଞ୍ଚ କରିବା ପାଇଁ ଶିକ୍ଷା ବିଭାଗରେ ତନାଘନା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୦୦ରୁ ଉର୍ଦ୍ଧ୍ୱ ଶିକ୍ଷୟିତ୍ରୀ ଏବଂ ଶିକ୍ଷକ ରାଜ୍ୟ ବାହାରର ସାର୍ଟିଫିକେଟ ଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବା ପରେ ଅନେକ ଶିକ୍ଷୟିତ୍ରୀ ଏବଂ ଶିକ୍ଷକଙ୍କ ରକ୍ତଚାପ ବୃଦ୍ଧି ପାଇଥିବା ଜଣାପଡିଛି। ଏହାସହିତ ଶିକ୍ଷା ବିଭାଗରେ ଅଣଶିକ୍ଷକ ପଦବୀରେ ମଧ୍ୟ ଜାଲ ସାର୍ଟିଫିକେଟର ବ୍ୟବହାର ହୋଇଥିତ୍ବା ଚର୍ଚ୍ଚାର ବିଷୟ ହୋଇଛି। ଶିକ୍ଷା ବିଭାଗ ଛଡା ସମବାୟ ବିଭାଗରେ ମଧ୍ୟ ଜାଲ ସାର୍ଟିଫିକେଟ ବ୍ୟବହାର କରାଯାଇ ଚାକିରି ପାଇଥିବା ଆଲୋଚନା ହେଉଛି। ବିଶେଷକରି ପାକ୍ସ ସମ୍ପାଦକ, ଯୋଗାଣ ନିରୀକ୍ଷକ, ଯୋଗାଣ ସହାୟକ, ଡାଟା ଏଣ୍ଟ୍ରି ଅପରେଟର୍ସରେ ମଧ୍ୟ ଜାଲ ସାର୍ଟିପିକେଟ ବ୍ୟବହାର ହୋଇଛି। ଅନେକ ସ୍ଥାନରେ ପୂର୍ବରୁ ମାମଲା ମଧ୍ୟ ଦାଏର ହୋଇଛି। ବନ ବିଭାଗରେ ଫରେଷ୍ଟର, ଫରେଷ୍ଟ ଗାର୍ଡ, କିରାଣି ଚାକିରିରେ ମଧ୍ୟ ଜାଲ୍‌ ସାର୍ଟିଫିକେଟ ବ୍ୟବହାର କରାଯାଇଥିତ୍ବା ଅଭିଯୋଗ ହୋଇଆସୁଛି। ମାତ୍ର ଏ ଦିଗରେ ପୂର୍ବରୁ ଯାଞ୍ଚ ହୋଇନାହିଁ। ଏବେ ଜିଲାପାଳଙ୍କ ନିର୍ଦ୍ଦେଶ ପରେ କୁନ୍ଥୁକୁନ୍ଥୁ ହୋଇ ଅଧିକାରୀମାନେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗରେ ସବୁଠୁ ବେଶୀ ଜାଲ୍‌ ସାର୍ଟିଫିକେଟ୍‌ ବ୍ୟବହାର ହୋଇଥିତ୍ବା ଆଲୋଚନାର ବିଷୟ ହୋଇଛି। ବୈଷୟିକ ତାଲିମଠାରୁ ଆରମ୍ଭ କରି ଆଇଟିଆଇ, ଡିପ୍ଳୋମା ଇଞ୍ଜିନିୟରିଂରେ ମଧ୍ୟ ଜାଲ୍‌ ସାର୍ଟିଫିକେଟ ବ୍ୟବହାର ହୋଇଥିବା ଅଭିଯୋଗ ହେଉଛି। ଜାଲ ଡିପ୍ଳୋମା ସାର୍ଟିଫିକେଟ ଦେଇ କେତେଜଣ ଯୁବକ ଠିକା ହାତଉଥିବା ମଧ୍ୟ ଅଭିଯୋଗ ହେଲାଣି। ପୂର୍ତ୍ତ ବିଭାଗରେ କେବେ ଯାଞ୍ଚ ହେବ ବୋଲି ପ୍ରଶ୍ନ ଉଠିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri