ଆଇନରୁ ଆଭାସ

ସଂସଦର ପ୍ରାଥମିକ କାର୍ଯ୍ୟ ହେଉଛି ଆଇନ ଗଢ଼ିବା। କିଏ ଆଇନ ଗଢ଼ିବେ ଏବଂ ପାସ୍‌ କରିବେ ତାହା ବିଚାରକରି ଆମେ ଲୋକ ସଭାକୁ ପ୍ରାର୍ଥୀଙ୍କୁ ଚୟନକରୁ। କିନ୍ତୁ ଏବେ ଭାରତରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସ୍ତରରେ ବିନା ବିତର୍କରେ ଆଇନ ପାସ୍‌ କରାଯାଉଛି। ଅର୍ଥାତ୍‌ ବିଚାରଧାରା ସମ୍ପନ୍ନ ଦଳଗୁଡ଼ିକ ବିନା ବାଧାରେ ନିଜ ଇଚ୍ଛାରେ ଆଇନ କରିପାରୁଛନ୍ତି। ଯେହେତୁ ଆମେ ଆଗାମୀ ୫ ବର୍ଷ ପାଇଁ ଲୋକପ୍ରତିନିଧି ବାଛିବାକୁ ଯାଉଛୁ ସେଥିପାଇଁ ପୂର୍ବ ଦଶନ୍ଧିରେ ଅଣାଯାଇଥିବା ଅନେକ ଆଇନ ଏବଂ ସଂଶୋଧନ ବିଷୟରେ ବିଚାରକରିବା ଦରକାର। ୧. ସୂଚନା ଅଧିକାର (ସଂଶୋଧନ) ଆଇନ, ୨୦୧୯: ଏହି ସଂଶୋଧିତ ଆଇନ କେନ୍ଦ୍ର ଏବଂ ରାଜ୍ୟରେ ସୂଚନା କମିଶନରଙ୍କ ଦରମା ଏବଂ ସେବା ସର୍ତ୍ତ ସ୍ଥିର କରିବାର କ୍ଷମତା ପ୍ରଦାନ କରେ। ସ୍ଥିରୀକୃତ ସର୍ତ୍ତାବଳୀ ବଦଳରେ ବର୍ତ୍ତମାନ କମିଶନରଙ୍କୁ ମନମୁଖି ସର୍ତ୍ତ ଏବଂ ବେତନରେ ନିଯୁକ୍ତ କରାଯାଇପାରୁଛି। ୨୦୧୪ରେ ବିଶ୍ୱ ଆର୍‌ଟିଆଇ ମୂଲ୍ୟାୟନରେ ଭାରତ ଦ୍ୱିତୀୟ ସ୍ଥାନରେ ଥିଲା ଓ ଏବେ ୯ମ ସ୍ଥାନକୁ ଖସିଛି। ୨. ବେଆଇନ କାର୍ଯ୍ୟକଳାପ (ନିରୋଧୀ) ସଂଶୋଧନ ଅଧିନିୟମ(ୟୁଏପିଏ), ୨୦୧୯: ସଂଶୋଧନ ପୂର୍ବରୁ ୟୁଏପିଏ କେବଳ ସଙ୍ଗଠନଗୁଡ଼ିକୁ ‘ଆତଙ୍କବାଦୀ’ ଶ୍ରେଣୀଭୁକ୍ତ କରିବାକୁ ଅନୁମତି ଦେଇଥିଲା। କିନ୍ତୁ ଏବେ ରାଜ୍ୟ ଯେକୌଣସି ବ୍ୟକ୍ତିବିଶେଷଙ୍କୁ ‘ଆତଙ୍କବାଦୀ’ ଭାବେ ଶ୍ରେଣୀଭୁକ୍ତ କରିପାରିବ। ଏହି ବ୍ୟକ୍ତିବିଶେଷଙ୍କୁ ଆଇନରେ ଉଲ୍ଲେଖ କରାଯାଇଥିବା ୩୬ଟି ଆତଙ୍କବାଦୀ ସଙ୍ଗଠନ ସହ କୌଣସି ସମ୍ପର୍କ ନ ଥିଲେ ମଧ୍ୟ ଆତଙ୍କବାଦୀ ଭାବରେ ବର୍ଗୀକୃତକରି ଜେଲରେ ରଖାଯାଉଛି। ୩. କର୍ନାଟକ ଶିକ୍ଷା ଆଇନ (୧୯୮୩) ୨୦୨୨: କର୍ନାଟକ ୨୦୨୨ରେ ମୁସଲମାନ ମହିଳା ଓ ବାଳିକାଙ୍କୁ ୟୁନିଫର୍ମ ଥିବା ସ୍କୁଲ ଏବଂ କଲେଜଗୁଡ଼ିକରେ ହିଜାବ ନିଷେଧ କରିଥିଲା। ଏପରିକି କଲେଜଗୁଡ଼ିକରେ ନିର୍ଦ୍ଦିଷ୍ଟ ୟୁନିଫର୍ମ ନ ଥିଲେ ବି ସେଠାରେ ମୁସଲମାନ ଛାତ୍ରୀଙ୍କୁ ହିଜାବ ବାରଣ କରାଯାଇଥିଲା। ଅପରପକ୍ଷରେ ଶିଖମାନଙ୍କୁ ଏହି ଆଦେଶରୁ ବାଦ୍‌ ଦିଆଯାଇଥିଲା।
୪. ମହାରାଷ୍ଟ୍ର ପ୍ରାଣୀ ସୁରକ୍ଷା (ସଂଶୋଧନ) ଆଇନ, ୨୦୧୫: ପ୍ରଧାନମନ୍ତ୍ରୀଙ୍କ ‘ଗୋଲାପୀ ବିପ୍ଳବ’ ଭାଷଣ ପରେ ଗୋମାଂସ ଅଧିକାରକୁ ଅପରାଧୀକରଣ କରାଗଲା। ଏହି ଆଇନରେ ଯେ କେହି ଗୋମାଂସ ସାଣ୍ଡୱିଚ୍‌ ରଖିଥିବା ଅଭିଯୋଗ ହେଲେ ସେହି ବ୍ୟକ୍ତିଙ୍କୁ ୫ ବର୍ଷ ଜେଲଦଣ୍ଡ ଦିଆଯାଇପାରେ। ୫. ହରିୟାଣା ଗୋବଂଶ ସୁରକ୍ଷା ଏବଂ ଗୌସମ୍ବର୍ଦ୍ଧନ ଆଇନ, ୨୦୧୫: ଗୋମାଂସ ରଖିଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯିବାର ଏହି ଆଇନରେ ପ୍ରାବଧାନ ରହିଛି। ଏପରିକି ଅଭିଯୁକ୍ତ କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାକୁ ହେବ। ୬. ଗୁଜରାଟ ପ୍ରାଣୀ ସୁରକ୍ଷା (ସଂଶୋଧନ) ଆଇନ, ୨୦୧୭: ଏହି ଆଇନରେ ଗୋହତ୍ୟାକାରୀକୁ ଆଜୀବନ କାରାଦଣ୍ଡର ପ୍ରାବଧାନ ଅଛି। ଅନ୍ୟ କୌଣସି ଆର୍ଥିକ ଅପରାଧରେ ଏଭଳି ଆଜୀବନ କାରାଦଣ୍ଡ ନାହିଁ। ୭. ଉତ୍ତରପ୍ରଦେଶ ସାର୍ବଜନୀନ ତଥା ବେସରକାରୀ ସମ୍ପତ୍ତି କ୍ଷୟକ୍ଷତିର ପୁନରୁଦ୍ଧାର ନିୟମ ୨୦୨୦: ଏହି ଆଇନ ସରକାରଙ୍କୁ ଦଙ୍ଗା, ପ୍ରତିବାଦ, ବନ୍ଦ, ବିରୋଧ କିମ୍ବା ଜନସମାବେଶ ଯୋଗୁ ହେଉଥିବା ସରକାରୀ କିମ୍ବା ବେସରକାରୀ ସମ୍ପତ୍ତିର କ୍ଷତି ଆକଳନ କରିବାକୁ ଟ୍ରିବ୍ୟୁନାଲ ଗଠନ ପାଇଁ କ୍ଷମତା ପ୍ରଦାନ କରେ। ଟ୍ରିବ୍ୟୁନାଲର ସମସ୍ତ ନିର୍ଦ୍ଦେଶ ଚୂଡ଼ାନ୍ତ ହେବ ଏବଂ ଆଇନର ଧାରା ୨୨ ଅନୁଯାୟୀ କୌଣସି କୋର୍ଟରେ ଏହା ବିରୋଧରେ ଆବେଦନ କରାଯାଇପାରିବ ନାହିଁ। ୮. ଉତ୍ତରାଖଣ୍ଡ ଧର୍ମ ସ୍ବାଧୀନତା ଆଇନ, ୨୦୧୮: ଭାଜପା ଶାସିତ ୭ଟି ରାଜ୍ୟ ମଧ୍ୟରେ ଉତ୍ତରାଖଣ୍ଡ ‘ପ୍ରେମ ଜିହାଦ’କୁ ନେଇ ପ୍ରଥମେ ଏହି ଆଇନ ପ୍ରଣୟନ କରିଥିଲା। ଧର୍ମାନ୍ତରୀକରଣ ହୋଇଥିଲେ ଏହା ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ବିବାହକୁ ଅପରାଧୀକରଣ କରିଥାଏ। ଯେଉଁମାନେ ନିର୍ଦ୍ଦିଷ୍ଟ ଧାରାରେ ସରକାରଙ୍କ ନିକଟରେ ଆବେଦନ ନ କରି ଏବଂ ପୋଲିସର ତଦନ୍ତ ପରେ ସରକାରଙ୍କ ସହମତି ବିନା ସେମାନଙ୍କର ଧର୍ମ ପରିବର୍ତ୍ତନ କରୁଛନ୍ତି ସେମାନେ ଏହି ଆଇନ ଅନୁଯାୟୀ ଜେଲଦଣ୍ଡ ଭୋଗୁଛନ୍ତି। ୯. ହିମାଚଳ ପ୍ରଦେଶ ଧର୍ମ ସ୍ବାଧୀନତା ଆଇନ, ୨୦୧୯: ଏହି ଆଇନରେ ଧର୍ମ ପ୍ରଚାର (ଧାରା ୨୫ ଅନୁଯାୟୀ ଏକ ମୌଳିକ ଅଧିକାର) ପାଇଁ ୭ ବର୍ଷ ଜେଲଦଣ୍ଡ ରଖାଯାଇଛି। ୧୦. ଉତ୍ତରପ୍ରଦେଶ ବିଧି ବିରୁଦ୍ଧ ଧର୍ମ ପରିବର୍ତ୍ତନ ପ୍ରତିଷେଧ ଅଧ୍ୟାଦେଶ, ୨୦୨୦: ଏହା ସରକାରୀ ଅନୁମତି ଏବଂ ୬୦ ଦିନର ନୋଟିସ ବିନା ଧର୍ମ ପରିବର୍ତ୍ତନକୁ ନିଷେଧ କରେ। ଏହି ପ୍ରକାର ଆଇନ ମଧ୍ୟପ୍ରଦେଶ (ମଧ୍ୟପ୍ରଦେଶ ଫ୍ରିଡମ ଅଫ୍‌ ରିଲିଜିଅନ ଆକ୍ଟ, ୨୦୨୧), ଗୁଜରାଟ (ଗୁଜରାଟ ଫ୍ରିଡମ୍‌ ଅଫ୍‌ ରିଲିଜିଅନ (ସଂଶୋଧନ) ଆକ୍ଟ, ୨୦୨୧), କର୍ନାଟକ (କର୍ନାଟକ ପ୍ରୋଟେକ୍‌ସନ ଅଫ୍‌ ରାଇଟ୍‌ ଟୁ ଫ୍ରିଡମ୍‌ ଅଫ୍‌ ରିଲିଜିଅନ ଆକ୍ଟ, ୨୦୨୨) ଏବଂ ହରିୟାଣା (ହରିୟାଣା ପ୍ରିଭେନ୍‌ସନ ଅଫ୍‌ ଅନ୍‌ଲଫୁଲ କନ୍‌ଭର୍ସନ ଅଫ୍‌ ରିଲିଜିଅନ ଆକ୍ଟ, ୨୦୨୨)ରେ ପାସ୍‌ କରାଯାଇଥିଲା। ୧୧. ଟେମ୍ପୋରାରି ସସ୍‌ପେନ୍‌ସନ ଅଫ୍‌ ଟେଲିକମ୍‌ ସର୍ଭିସ୍‌(ପବ୍ଲିକ ଏମର୍ଜେନ୍ସି /ପବ୍ଲିକ ସେଫ୍ଟି ରୁଲ୍ସ, ୨୦୧୭: ଏହି ଆଇନ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ମୋବାଇଲ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ କରିବାକୁ କ୍ଷମତା ଦେଇଛି। ଇଣ୍ଟରନେଟ୍‌ ବନ୍ଦରେ ଭାରତ ହେଉଛି ବିଶ୍ୱର ଅଗ୍ରଣୀ ଦେଶ। ୧୨. ୨୦୧୯ରେ ଗୁଜରାଟରେ ଅସ୍ଥାବର ସମ୍ପତ୍ତି ହସ୍ତାନ୍ତର ଉପରେ ନିଷେଧାଦେଶ ପାଇଁ ଏକ ସଂଶୋଧିତ ଆଇନ ଅଣାଯାଇଥିଲା। ଏହି ନିୟମ ହିନ୍ଦୁ ଏବଂ ମୁସଲମାନଙ୍କୁ ସରକାରଙ୍କ ଅନୁମତି ବିନା ପରସ୍ପରଠାରୁ ସମ୍ପତ୍ତି କ୍ରୟ କିମ୍ବା ଭଡ଼ାରେ ଦେବାକୁ ବାରଣ କରିଛି।
ଉଲ୍ଲେଖନୀୟ, ଗୋଟିଏ ରାଜ୍ୟରେ ଆଇନ ପ୍ରଣୟନ କରିଥିବା ଦଳ କ୍ଷମତାଚ୍ୟୁତ ହେଲା ପରେ ମଧ୍ୟ ସେହି ଆଇନଗୁଡ଼ିକ ମଧ୍ୟରୁ କେତେକ ଏବେ ବି ରହିିଛି। ଏହି ଆଇନଗୁଡ଼ିକର ଦୀର୍ଘମିଆଦୀ ପ୍ରଭାବ ରହିଛି ଏବଂ ଆମ ସମାଜ ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ଢଙ୍ଗରେ ଚିନ୍ତା କରିବା ଲାଗି ପୋଲିସ, ଅମଲାତନ୍ତ୍ର ଏବଂ ନ୍ୟାୟପାଳିକାକୁ ପ୍ରଭାବିତ କରିଛି। ଭାରତ କେଉଁ ପ୍ରକାର ଦେଶ ତାହା ଏହିସବୁ ଆଇନ ପ୍ରତିଫଳିତ କରିଛି ଏବଂ ଚଳିତ ନିର୍ବାଚନ ପରେ ଆଗକୁ ଆମେ କ’ଣ ଆଶା କରିପାରିବା, ସେ ବିଷୟରେ ଏକ ଆଭାସ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri