ପୋକା ପନିପରିବା ଓ କୀଟନାଶକ

ପାଠକ ବନ୍ଧୁ ! ବର୍ତ୍ତମାନ ପନିପରିବାରେ ମାତ୍ରାଧିକ କୀଟନାଶକ ପ୍ରୟୋଗ ଆମ ସମସ୍ତଙ୍କ ସାସ୍ଥ୍ୟକୁ ନଷ୍ଟ କରିବାରେ ଲାଗିଛି। କୀଟନାଶକ ପ୍ରୟୋଗ ହୋଇ ନ ଥିବା ଅବା କୀଟନାଶକଶୂନ୍ୟ ପନିପରିବା ବଜାରରୁ ଚିହ୍ନି କିଣିବା ଖାଉଟିଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ପନିପରିବା ଭିତରେ ବାଇଗଣରେ ସର୍ବାଧିକ କୀଟନାଶକ ପ୍ରୟୋଗ ହେଉଥିବାରୁ, ଏହି ସମସ୍ୟାକୁ ବାଇଗଣ ମାଧ୍ୟମରେ ବୁଝିବାକୁ ଚେଷ୍ଟା କରିବା ଆସନ୍ତୁ। ଓଡ଼ିଶାର ପ୍ରାୟ ସବୁ ଜିଲାରେ ବାଇଗଣ ଚାଷ ହୁଏ। ମାତ୍ର ଏହି ଫସଲରେ ଏକ ମୁଖ୍ୟ ସମସ୍ୟା ହେଲା ବାଇଗଣ ଫଳ ଓ କାଣ୍ଡବିନ୍ଧା ପୋକ। ଗଛରେ ଏହି ପୋକ ଲାଗିଲେ ବାଇଗଣକୁ ପୋକା କରିଦିଅନ୍ତି। ଏହାର ବଜାର ଦର କମିଯାଏ ଏବଂ ଚାଷୀଙ୍କର ବିପୁଳ କ୍ଷତି ହୁଏ। ସେହିପରି କାଣ୍ଡବିନ୍ଧା ପୋକ ଗଛର ଅଗ୍ରଭାଗକୁ ଭିତରୁ ଖାଇଦେବା ଦ୍ୱାରା ଡାଳଟି ସମ୍ପୂର୍ଣ୍ଣ ଶୁଖି ଯାଏ। ଫଳରେ ଗଛରେ ନୂଆ ଫୁଲ ଧରେନି। ସେଥିପାଇଁ ଚାଷୀଭାଇମାନେ କୀଟନାଶକ ପ୍ରୟୋଗ କରନ୍ତି। ଏହି କୀଟନାଶକ ମୁଖ୍ୟତଃ ଦୁଇ ପ୍ରକାର। ପ୍ରଥମଟି ସର୍ବାଙ୍ଗଭେଦୀ କୀଟନାଶକ ଓ ଦ୍ୱିତୀୟଟି ସ୍ପର୍ଶଭେଦୀ କୀଟନାଶକ। ସର୍ବାଙ୍ଗଭେଦୀ କୀଟନାଶକ ଗଛରେ କେଉଁ ଏକ ଅଙ୍ଗରେ (ପତ୍ର, ଡାଳ, ଫୁଲ ଓ ଫଳ ଇତ୍ୟାଦି) ପଡିଲେ ବି ସମଗ୍ର ଗଛକୁ ପ୍ରବେଶ କରେ ଓ ଫଳ ମଧ୍ୟରେ ଘୂରିବୁଲେ। ପୋକ ଗଛର ଯେଉଁ ଅଂଶ ଖାଇଲେ ବି ମରିଯାଏ। ଏହା ସବୁଠୁ ମାରାତ୍ମକ। ଅନ୍ୟ ପକ୍ଷରେ ସ୍ପର୍ଶଭେଦୀ କୀଟନାଶକ ଗଛର ଯେଉଁ ଅଂଶରେ ପଡେ ସେଠି ରହେ ଓ ତାକୁ ବିଷାକ୍ତ କରାଏ। ଗଛର ଅନ୍ୟ ଅଂଶ ବିଷମୁକ୍ତ ଥାଏ। ଏହା ପ୍ରଥମ ତୁଳନାରେ ଅନେକ ଭଲ। ପ୍ରଥମଟିରେ ପୋକ ସମ୍ପୂର୍ଣ୍ଣ ମରିଯାଏ କିନ୍ତୁ ସେଥୁରୁ ମିଳୁଥିବା ପନିପରିବାରେ କୀଟନାଶକର ମାତ୍ରା ରହୁ ଥିବାରୁ ସେସବୁ ଖାଇବା ଦ୍ୱାରା ଶରୀରରେ ନାନାବିଧ ରୋଗ ଯଥା କ୍ୟାନ୍‌ସର ପ୍ରଭୃତି ହେବା ସମ୍ଭାବନା ଅଧିକ ଥାଏ।
ପରିସଂଖ୍ୟାନରୁ ଜଣାଯାଏ ଓଡ଼ିଶାରେ ବର୍ଷକୁ ପ୍ରାୟ ୧୨୪୦୦ କୁଇଣ୍ଟାଲ ଆକ୍ଟିଭ ଇନଗ୍ରେଡିଏଣ୍ଟ କୀଟନାଶକ ବ୍ୟବହାର ହୁଏ। ବଜାରରେ ଉପଲବ୍ଧ ବ୍ୟବସାୟିକ ଉତ୍ପାଦ ହିସାବକୁ ନେଲେ ଏହି ପରିମାଣ ୨/୩ ଗୁଣରୁ ଅଧିକ ହେବ। ଆମ ଦେଶରେ ବାଇଗଣ ଫସଲରେ ଉତ୍ପାଦନ ଋତୁରେ ହେକ୍ଟର ପିଛା ୪.୬ କିଲୋ କୀଟନାଶକ ଦ୍ରବ୍ୟଗୁଣ (ଆକ୍ଟିଭ ଇନଗ୍ରେଡିଏଣ୍ଟ ଅର୍ଥାତ ୯.୨ରୁ ୧୩.୮ କିଲୋ ବଜାର ଉପଲବ୍ଧ କୀଟନାଶକ ବ୍ୟବହାର କରାଯାଉଛି। ଏହା ସ୍ବାସ୍ଥ୍ୟ ଓ ପରିବେଶ ପ୍ରତି ହାନିକାରକ। ଏହି ରାସାୟନିକ କୀଟନାଶକ ପରିବେଶରେ ଥିବା ଲାଭଦାୟକ କୀଟ ଯଥା ମହୁମାଛି, ଭଅଁର, ପ୍ରଜାପତି ଆଦିକୁ ମାରିଦିଅନ୍ତି। ସେମାନଙ୍କ ସଂଖ୍ୟା କମିଗଲେ ଯେଉଁ ଫସଲ ବା ଫଳ ଗଛରେ ପୃଥକ ପୃଥକ ମାଈ ଓ ଅଣ୍ଡିରା ଫୁଲ ଫୁଟେ (ଯଥା ବୋଇତାଳୁ, ଜହ୍ନି, କାକୁଡି, କଲରା ପ୍ରଭୃତି) ସେଠାରେ ପରାଗ ସଂଗମ ଠିକ୍‌ ଭାବେ ହୋଇ ନ ପାରିବାରୁ ଅମଳ କମିଯାଏ। କାରଣ ଏହି ଉପକାରୀ କୀଟ ମୁଖ୍ୟତଃ ପରାଗ ସଙ୍ଗମ କରିଥାନ୍ତି।
ପୋକା ବାଇଗଣର ଅର୍ଥ ହେଉଛି ସେଥିରେ ରାସାୟନିକ କୀଟନାଶକ ପ୍ରୟୋଗ ହୋଇ ନାହିଁ। ବାଇଗଣ ପୋକ ହୋଇଛି ଅର୍ଥ ସେଥିରେ କୀଟନାଶକ ସିଞ୍ଚନ କରାଯାଇନାହିଁ। ପୋକା ବାଇଗଣରେ ପୋକ କୌଣସି ପ୍ରକାର କ୍ଷତିକାରକ ରାସାୟନିକ ପଦାର୍ଥ ଛାଡ଼ି ନଥାଏ। ପୋକା ବାଇଗଣ କିଣି ଘରେ କାଟି ପୋକା ଅଂଶ ଓ ପୋକ ବାହାର କରି ଫିଙ୍ଗିଦିଅନ୍ତୁ। ଭଲ ଅଂଶକୁ ତରକାରି କରି ଖାଆନ୍ତୁ। ଏହା ଜୈବିକ ଉତ୍ପାଦ ଭଳି ସ୍ବାସ୍ଥ୍ୟପ୍ରଦ। ଅଜାଣତରେ ଯଦି ପୋକର ଅଂଶ କିମ୍ବା ପୋକ ତରକାରିରେ ରହିଯାଏ, ତା ହେଲେି ଏହା ଶରୀର ପାଇଁ କ୍ଷତିକାରକ ନୁହେଁ। ଆମେ ସାଧାରଣତଃ ପୋକା ବାଇଗଣ କିଣନ୍ତିନି। ମାତ୍ର ଥରେ ଭାବିକି ଦେଖନ୍ତୁ ତ ଦେଶୀ କୁକୁଡ଼ା ପୋକ, ଯୋକ, ଖରାପ ଜିନିଷ କେତେ କ’ଣ ନ ଖାଉଛି ? ମାତ୍ର ତା’ ମାଂସକୁ ତ ଆମେ ଆଗ୍ରହରେ ଖାଉଛନ୍ତି। ସେହିପରି ଘୁଷୁରି କେତେ ପଚା, ଶଢ଼ା ଖରାପ ଖାଦ୍ୟ ସବୁ ଖାଉଛି। ମାତ୍ର ଆମେ ତା’ର ମାଂସକୁ ତ ଆରାମରେ ଖାଉଛନ୍ତି, କିନ୍ତୁ ଯେଉଁ ପୋକ ଫୁଲ, ଫଳ, ପନିପରିବା, ମକରନ୍ଦ ଇତ୍ୟାଦି ଖାଉଛି, ତାକୁ ବହୁତ ଘୃଣା କରୁଛନ୍ତି। ଏହା ଆମ ମାନସିକତାର ସମସ୍ୟା। ପୋକା ବାଇଗଣ କିଣି ଖାଇବାରେ ଅସୁବିଧା ନାହିଁ। ଆପଣମାନେ ରୋଗରେ ପଡ଼ିବେ ନାହିଁ। ପୋକା ବାଇଗଣକୁ ବଜାରରୁ ଉଚିତ ମୂଲ୍ୟ ଦେଇ କିଣନ୍ତୁ। ବଜାରରେ ପୋକା ବାଇଗଣ ଅଧିକ ଦରରେ ବିକ୍ରି ହେଲେ ଚାଷୀ ଭାଇ ଆଉ ବାଇଗଣ କିଆରିରେ ଅଧିକ କୀଟନାଶକ ପ୍ରୟୋଗ କରିବେ ନାହିଁ। ଜମିରେ କୀଟନାଶକ ପ୍ରୟୋଗ ନ ହେଲେ ଉପକାରୀ ଜୀବଙ୍କ ସଂଖ୍ୟା ବଢିବ ଓ ଭଲ ପରାଗ ସଂଗମ ହେବା ଦ୍ୱାରା ଫସଲ ଉତ୍ପାଦନ ଅଧିକ ହେବ। ଆମ ପରିବେଶ ସୁସ୍ଥ ରହିବ। ଆମ ମାଟି ପାଣି ପବନ ଇତ୍ୟାଦି ପ୍ରଦୂଷଣ ମୁକ୍ତ ରହିବ। ମାଟିରେ କୀଟନାଶକ ମାତ୍ରା କମିଲେ ଜିଆ ଓ ଜୈବ ପଦାର୍ଥ ବିବନ୍ଧକ କୀଟଙ୍କ ସଂଖ୍ୟା ବୃଦ୍ଧି ହେବ, ଯାହାକି ପରିବେଶ ସୁରକ୍ଷାରେ ବିଶେଷ ଭାବେ ସହାୟକ ହେବ। ଆମକୁ ଏ ବିଷୟରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି।
କିଛି ଦିନ ପୂର୍ବେ ଓଡ଼ିଶାର ଏକ ପ୍ରମୁଖ ବାଇଗଣ ଚାଷ ହେଉଥିବା ଅଞ୍ଚଳରେ ମୁଁ ଚାଷୀଙ୍କ ସହିତ ଭାବ ବିନିମୟ ସମୟରେ ଜାଣିବାକୁ ପାଇଲି ଯେ ଏବେକାର ଚାଷୀମାନେ ବାଇଗଣରେ ପୋକ ଲାଗିବା ଆଗରୁ ସତର୍କତାମୂଳକ କୀଟନାଶକ ସିଞ୍ଚନ କରୁଛନ୍ତି। ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ମନୁଷ୍ୟ କ୍ଷେତ୍ରରେ ମଧ୍ୟ ସତର୍କତାମୂଳକ ଔଷଧ ଖାଇବାର ବ୍ୟବସ୍ଥା ନାହିଁ କେବଳ ଟିକା ନେବାର ବ୍ୟବସ୍ଥା ଅଛି। ବାଇଗଣ କ୍ଷେତ୍ରରେ ଏହା ସମ୍ପୂର୍ଣ୍ଣ ଭୁଲ୍‌। ଦ୍ୱିତୀୟରେ ବାଇଗଣ କିଆରିରେ ବାଇଗଣରେ ପୋକ ଲାଗିଲେ କୀଟନାଶକ ସିଞ୍ଚନ କରିବା କଥା ନୁହେଁ। ଯେତେବେଳେ ଏହା ଅର୍ଥନୈତିକ କ୍ଷତି ସୀମା ଟପିବ ତା’ ପରେ ଯାଇ କୀଟନାଶକ ସିଞ୍ଚନ କରିବା ଦରକାର। ବାଇଗଣ ପାଇଁ ଅର୍ଥନୈତିକ କ୍ଷତି ସୀମା ହେଉଛି ସମଗ୍ର କିଆରିରେ ଶତକତା ୫ ଭାଗ ପୋକା ବାଇଗଣ ଦୃଶ୍ୟମାନ ହେବା କିମ୍ବା ଶତକଡା ୦.୫ରୁ ୧ ଭାଗ ଗଛ ଅଗ ନଷ୍ଟ ହେବା। ତେଣୁ ଚାଷୀଭାଇ ସେହି ଅନୁସାରେ କୀଟନାଶକ ପ୍ରୟୋଗ କରିବା ଦରକାର। ଏ ତ ଗଲା ବାଇଗଣ କଥା। ଭେଣ୍ଡି, ଫୁଲକୋବି, ବନ୍ଧାକୋବି ଭଳି ସବୁ ପନିପରିବାର କାହାଣୀ ବାଇଗଣ ପରି। ଆମେ ଅଣରାସାୟନିକ ପଦ୍ଧତିରେ କୀଟ ଦମନ କରିପାରିଲେ ସର୍ବୋତ୍ତମ। ମାତ୍ର ପୋକା ଫଳ ଓ ପନିପରିବାକୁ ନିକୃଷ୍ଟ ଭାବିବା ଠିକ୍‌ ନୁହେଁ। ପୋକା ଫଳ ଓ ପନିପରିବାକୁ ଘୃଣା କରିବା ମାନବ ସମାଜର ଏକ ବଡ଼ ଅଜ୍ଞତା। ତାକୁ ଆମର ମିଳିତ ପ୍ରୟାସରେ ଦୂର କରିବାକୁ ହେବ। ଗଣମାଧ୍ୟମ, ପ୍ରଶାସକ ଏବଂ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏ ଦିଗରେ ସଚେତନତା ସୃଷ୍ଟି କରିପାରିଲେ ଟନ୍‌ ଟନ୍‌ ରାସାୟନିକ ବିଷ ଖାଦ୍ୟରେ ପ୍ରୟୋଗ କରିବାକୁ ପଡିବନି ଏବଂ ଚାଷୀର ଚାଷ ଖର୍ଚ୍ଚ ମଧ୍ୟ ବଢ଼ିବ ନାହିଁ।

ଡ. ପ୍ରମୋଦ କୁମାର ପଣ୍ଡା

ପ୍ରଧାନ ବୈଜ୍ଞାନିକ, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ , ଭୁବନେଶ୍ୱର
ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri