ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ ପୋକ ତ ପୁଣି କେତେବେଳେ ତରକାରି ଓ ଉପମାରୁ ପୋକ, ମାଛି, ତେଲଗୁଣି ବାହାରୁଛି। ଏଭଳି ନିମ୍ନମାନର ଓ ଅସ୍ବାସ୍ଥ୍ୟକର ଖାଦ୍ୟକୁ ନେଇ ହଷ୍ଟେଲ ଅନ୍ତେବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ସେମାନେ ବାରମ୍ବାର କଲେଜ କର୍ତ୍ତୃପକ୍ଷ ଓ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ସେମାନଙ୍କ ସହ କେତେଜଣ ଅଭିଭାବକ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି। କାଳେ ସେମାନେ କଲେଜ କର୍ତ୍ତୃପକ୍ଷଙ୍କ ଆକ୍ରୋଶର ଶିକାର ହେବେ, ସେହି ଭୟରେ ସେମାନେ ଅଭିଯୋଗ ସମୟରେ ନାମ ଗୋପନ ରଖିଛନ୍ତି।
ଅଭିଯୋଗ ଅନୁସାରେ, କଲେଜ ପରିସରରେ ଥିବା ଅଶୋକା ଛାତ୍ର ନିବାସରେ ଗତ ୩ ମାସ ହେବ ଏଭଳି ନିମ୍ନମାନର ଖାଦ୍ୟ ଦିଆଯାଇ ଛାତ୍ରଙ୍କ ସ୍ବାସ୍ଥ୍ୟ ସହ ଖେଳ ଖେଳାଯାଉଛି। ଏହି ହଷ୍ଟେଲରେ ପାଖାପାଖି ୩ଶହରୁ ଅଧିକ ଛାତ୍ର ରହୁଛନ୍ତି। ଅଧିକାଂଶ ପିଲାଙ୍କ କହିବା କଥା, ଏଠାରେ ଭଲ ଖାଦ୍ୟ ଦିଆଯାଉ ନାହିଁ। ଖାଇବା ବାବାଦକୁ ମାସିକ ୩ହଜାର ଟଙ୍କା ଲେଖାଏ ଦେଉଛୁ। ହେଲେ ସେହି ପରିମାଣର ଖାଇବା ମିଳୁନାହିଁ। ଭାତରେ ଉଙ୍କୁଣିଆ ଓ ଧଳା ପୋକ ବାହାରୁଛି। ଗତ କିଛିଦିନ ତଳେ ଜଣେ ପିଲାଙ୍କ ଚିକେନ ତରକାରିରୁ ତେଲଗୁଣି ବାହାରିଥିଲା। ସେହିପରି ବିଭିନ୍ନ ସମୟରେ ବାଇଗଣ ସିଝାରେ ପୋକ, ତରକାରିରେ ମାଛି, ଉପମାରେ କଳା କଳା ପୋକ ବାହାରୁଛି। ମାଛ ପିସ୍‌ କାଗଜଭଳି ପତଳା କରିଦିଆଯାଉଥିବାବେଳେ ସେହିଦିନ ଆସୁଥିବା ମାଛର ମୁଣ୍ଡଙ୍କୁ ରଖି ଦୁଇଦିନ ପରେ ଘାଣ୍ଟ ତରକାରି କରି ଦିଆଯାଉଛି। ଆମ୍ବେଦକର ହଷ୍ଟେଲରେ ପିଲାଙ୍କୁ କମ୍‌ ଟଙ୍କାରେ ୩ ବେଳାର ଖାଦ୍ୟ ଦିଆଯାଉଥିବା ବେଳେ ଆମେ କିନ୍ତୁ ଅଧିକ ଟଙ୍କା ଦେଉଛୁ। ହେଲେ ଆମକୁ ଦିଆଯାଉଥିବା ନିମ୍ନମାନର ଖାଦ୍ୟକୁ ନେଇ ଅଭିଯୋଗ କଲେ କିଛିଦିନ ଠିକ୍‌ଠାକ ଚାଲୁଛି। ଟେଣ୍ଡର ନେଇଥିବା କ୍ୟାଟରିଂ ବାଲା ଭଲ ଖାଇବା ଦେଉଛି। ତା’ପରେ ଯାହାକୁ ସେୟା।
ଏ ସମ୍ପର୍କରେ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ସୁଜିତ ମିଶ୍ରଙ୍କୁ ପରାରିବାରୁ ସେ କହିଲେ, ଗତ କିଛିଦିନ ତଳେ ଏଭଳି ଅଭିଯୋଗ ଆସିଥିଲା। ଏନେଇ ଖାଦ୍ୟ ଦେଉଥିବା ସଂସ୍ଥାକୁ ତାଗିଦ କରାଯାଇଛି। ପିଲାଙ୍କୁ ଯେପରି ଭଲ ଖାଇବା ଦିଆଯିବ ସେନେଇ ମଧ୍ୟ ଆଲୋଚନା ହୋଇଛି। ତୁରନ୍ତ ଏହି ସମସ୍ୟାର ସମାଧାନ କରାଯାଇଛି।
ବିଜେବି କଲେଜ ପ୍ରିନ୍ସିପାଲ ଝୁମକି ରଥ କହିଛନ୍ତି, ଏବେ ମୋ ପାଖକୁ ଏଭଳି ଅଭିଯୋଗ ଆସିନାହିଁ। ମଝିରେ ପିଲାମାନେ ଖାଦ୍ୟରେ ପୋକ ବାହାରୁଛି ବୋଲି ଜଣାଇଥିଲେ। ଆମେ ଟେଣ୍ଡର ନେଇଥିବା ସଂସ୍ଥା ସହିତ ଆଲୋଚନା କରି ତା’ର ସମାଧାନ କରିଛୁ। ଏହି ହଷ୍ଟେଲର ସମସ୍ତ ସିଟ୍‌ ପୂରଣ ହୋଇନାହିଁ। ସବୁ ସିଟ୍‌ ପୂରଣ ପରେ ପିଲାଙ୍କୁ ଆହୁରି ସୁବିଧା ମିଳିଯିବ। ଯଦି ଏଭଳି ପୋକ ବାହାରୁଥିବା ଘଟଣା ସମ୍ପର୍କରେ କିଛି ଅଭିଯୋଗ ଆସେ ତେବେ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri