ଦଲକ ସନ୍ଧାନରେ କୀଟପତଙ୍ଗଙ୍କ ମୃତ୍ୟୁ

ଯାଜପୁର,୨୨ା୬(ହର୍ଷବର୍ଦ୍ଧନ ବେହେରା) :ଜୈବବିବିଧତା, ପରିବେଶ, କୃଷି, ମାନବ ସ୍ବାସ୍ଥ୍ୟ ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷାରେ କୀଟପତଙ୍ଗମାନଙ୍କ ଭୂମିକା ଅପରିହାର୍ଯ୍ୟ। ବିଜ୍ଞାନର ଅନେକ ଅଗ୍ରଗତି ପାଇଁ ମଧ୍ୟ କୀଟପତଙ୍ଗ ବ୍ୟବହାର ହୋଇଆସୁଛନ୍ତି। ସେମାନେ ପୋଷକ ତତ୍ତ୍ବକୁ ରିସାଇକ୍ଲିଂ କରୁଛନ୍ତି। ମଞ୍ଜି ବିସ୍ତାର, ମୃତ୍ତିକାର ଗଠନ ଏବଂ ଉର୍ବରତା ବଜାୟ ରଖିବାରେ କୀଟପତଙ୍ଗ ସହାୟକ ହୋଇଥାନ୍ତି। ଦଲକ ବା ଆଦର୍‌ରଭୂମିରେ ଏମାନେ ବସବାସ କରି ଅନ୍ୟ ଜୀବମାନଙ୍କ ପ୍ରମୁଖ ଖାଦ୍ୟ ଭାବେ ନିଜକୁ ସମର୍ପିତ କରିଥାନ୍ତି। କିନ୍ତୁ ଜମି କିସମ ପରିବର୍ତ୍ତନ ଏବଂ ବିଭିନ୍ନ ନିର୍ମାଣ ଜନିତ ଜବରଦଖଲ ଦ୍ୱାରା ରାଜ୍ୟର ବହୁ ଦଲକ ପୋତିହେବାକୁ ବସିଛି। ଏହି କ୍ରମରେ ଶତାଧିକ କୀଟପତଙ୍ଗ ସେମାନଙ୍କ ବାସସ୍ଥଳୀ ଦଲକ ଅଞ୍ଚଳର ସନ୍ଧାନରେ ରାସ୍ତାକୁ ଆସି ବିଭିନ୍ନ ଗାଡି ଚକାତଳେ ଚାପିହୋଇ ଜୀବନ ଯାଉଛି। ଯାଜପୁର ଜିଲା ବ୍ୟାସ ସରୋବରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଏକାଧିକ ଦଲକ ପୋତିହୋଇ ପଡିଥିବାରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହା ସାଧାରଣ କଥା ହୋଇଥିଲେ ହେଁ ଜୈବବିବିଧତା ପାଇଁ ଏକ ମସ୍ତବଡ଼ ବିପଦ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ସରକାରୀ ରେକର୍ଡ ଅନୁସାରେ, ଯାଜପୁର ଜିଲାର ସୁକିନ୍ଦା ପଟା ଦଲକ୍‌ ପ୍ରାୟ ୬୦୦୦ ଏକର ଜମିରେ ରହିଛି। ଏହା ସୋଲଗଡିଆ, ଲବଙ୍ଗ, ସୋରିଷା, ମାର୍ଥାପୁର, ଗଡମଧୁପୁର ପଟା, ଛତିଶାପଟା, ବାଲିପୋଷି, ଗୋଟୁଆ, କିମ୍ଭିରାଗାଡିଆ, ମାରୁତିକର, ଜଗଡିହ, ଚାକୁଆ ରାଜସ୍ବ ମୌଜାରେ ରହିଛି। ବ୍ରାହ୍ମଣୀ ନଦୀର ପଶ୍ଚିମ ଦିଗରୁ ପୂର୍ବ ଦିଗ ଯୋକଡିଆ-ମୁଣ୍ଡୋମାଳ ପର୍ଯ୍ୟନ୍ତ ଲମ୍ବିଛି। ଏଥିରେ ବ୍ୟାସସରୋବରର କେତେକ ଅଞ୍ଚଳ ମଧ୍ୟ ଦଲକ ଭାବେ ରହିଥିଲା ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କଠାରୁ ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ଦଲକ ଦୀର୍ଘବର୍ଷ ଧରି ବ୍ୟାସ ସରୋବର ରାଘୁଜୀ ଗୋସାଇଁଙ୍କ ମନ୍ଦିର ନିକଟରେ ରହିଥିଲା। ଏଠାକୁ ବିଭିନ୍ନ ପଶୁପକ୍ଷୀ ତାଙ୍କ ଖାଦ୍ୟ ଅନ୍ବେଷଣରେ ଆସୁଥିଲେ। ଏପରି କି ଏଠାରେ ବହୁ ବିଦେଶୀ ଅତିଥି ପକ୍ଷୀଙ୍କ ମଧ୍ୟ ଆଗମନ ରହିଥିଲା। ମଧ୍ୟ-ପ୍ରାଚ୍ୟ ତଥା ୟୁରୋପୀୟ ଦେଶଗୁଡିକରେ ଅତ୍ୟଧିକ ଥଣ୍ଡା ପଡୁଥିବାରୁ ଏହି ସମୟରେ ଅତିଥି ପକ୍ଷୀଙ୍କ ଏଠାରେ ଭିଡ଼ ରହିଥାଏ ା ସେମାନଙ୍କ କିଚିରି ମିଚିରି ଶବ୍ଦ କର୍ମମୟ ଜୀବନର ଦୁଃଖକୁ ହାଲୁକା କରୁଥିଲା ା କିନ୍ତୁ ଶିଳ୍ପ ପ୍ରତିଷ୍ଠା, ରାସ୍ତାଘାଟ, ବନ୍ଧବାଡ ନିର୍ମାଣ ଓ ଜନବସତି ଆଦିର ଦ୍ରୁତ ବୃଦ୍ଧି ଯୋଗୁ ଦଲକ ସମେତ ବଣଜଙ୍ଗଲ, ପାହାଡ, ଘଞ୍ଚ ଜୈବମଣ୍ଡଳ, ନଦୀ, ଝରଣା ଆଦି ନଷ୍ଟ ହେବା ଏହାର ମୁଖ୍ୟ କାରଣ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରୁଛନ୍ତି ା ଏହାସହ ଏଥିରେ ପେଷି ହେଉଛନ୍ତି ହଜାର ହଜାର ପ୍ରଜାତିର କୀଟପତଙ୍ଗ। ସେମାନଙ୍କ ବାସସ୍ଥଳୀ ଉଜୁଡି ଯାଉଛି। ନିଜର ସୁରକ୍ଷା ପାଇଁ କୀଟପତଙ୍ଗମାନେ ଏଣେତେଣେ ଘୁରି ବୁଲୁଛନ୍ତି, ଯାହାଦ୍ୱାରା ରାସ୍ତା ମଝିରେ ଗାଡିମୋଟରରେ ସେମାନଙ୍କ ଜୀବନ ଯାଉଛି। ତେଣୁ ଦଲକଗୁଡିକୁ ପୋତା ନ ଯାଇ ପୁଣି ପୁନରୁଦ୍ଧାର କରି ସେଠାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଗଲେ କୀଟପତଙ୍ଗମାନଙ୍କ ଜୀବନ ସୁରକ୍ଷିତ ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ସଂରକ୍ଷଣ ଏବଂ ପରିଚାଳନା ଆଇନ-୨୦୧୭ ଅନୁସାରେ ଦଲକଗୁଡିକର ଚିହ୍ନଟ ଏବଂ ସୀମାଙ୍କନ କରିବାକୁ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ନିର୍ଦ୍ଦେଶକୁ ଠିକ ଭାବେ କାର୍ଯ୍ୟକାରୀ କରାଯିବାର ବହୁ ଆବଶ୍ୟକତା ରହିଛି ବୋଲି ଦାବି ଉଠିଛି। ନଚେତ ଜୈବବିବିଧତାର ସୁରକ୍ଷାରେ ଗୁଣ୍ଡୁଚିମୂଷା ଭଳି କାମ କରୁଥିବା କୀଟପତଙ୍ଗ କେବଳ କାହାଣୀ ହୋଇ ରହିବେ ବୋଲି ମତପ୍ରକାଶ ପାଇଛି।
ଆଇନଜୀବୀ ଶଙ୍କର ପ୍ରସାଦ ପାଣି କହିଛନ୍ତି,ଦଲକଗୁଡିକର ଆବଶ୍ୟକତା ଜୈବବିବିଧତା ଦୃଷ୍ଟିରୁ ବହୁ ଗୁରୁତ୍ୱପୂର୍ଣ୍ଣ। ଜଳଜୀବ ଓ ଉଦ୍ଭିଦ ବଞ୍ଚିବା ସହ ସେମାନଙ୍କ ବଂଶ ବିସ୍ତାର ପାଇଁ ଦଲକ୍‌ଗୁଡିକର ସୁରକ୍ଷା ନିହାତି ଅପରିହାର୍ଯ୍ୟ। ଏହାବାଦ୍‌ ଭୂତଳ ଜଳର ପୁନଃଭରଣ କରିବା ଏବଂ ପରିବେଶର ସନ୍ତୁଳନ ରକ୍ଷା କରିବା ଦିଗରେ ଦଲକଗୁଡିକର ଭୂମିକା ଅନନ୍ୟ। ଏଭଳି ପରିସ୍ଥିତିରେ ରାଜ୍ୟରେ ଥିବା ଦଲକଗୁଡିକର ଚିହ୍ନଟ ଏବଂ ସୀମାଙ୍କନ, ସେଗୁଡିକର ସୁରକ୍ଷା ପାଇଁ ଆଗାମୀ ଦିନରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହେବୁ ବୋଲି ଶଙ୍କର ପ୍ରସାଦ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭାୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

ବିଜେଡି ମହିଳା ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ: ଜାଣନ୍ତୁ କାହାକୁ କେଉଁଠି ମିଳିଲା…

ଭୁବନେଶ୍ୱର,୧୫ା୨: ବିଜୁ ମହିଳା ଜନତା ଦଳ (BMJD) ସାଂଗଠନିକ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି। ଜିଲା ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରିଛନ୍ତି…

ଈଶାନ କିଶନଙ୍କ ବିବାହ ପକ୍କା, ବିଶ୍ୱକପ୍‌ ପରେ ଏହି ସୁନ୍ଦରୀଙ୍କ ଧରିବେ ହାତ; ବୋହୂ ଭାବେ…

ନୂଆଦିଲ୍ଲୀ,୧୫।୨: ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷ ହାଇଭୋଲଟେଜ୍‌ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ, କ୍ରିକେଟର ଈଶାନ କିଶନଙ୍କ ବିବାହକୁ ନେଇ ଆସିଛି ଏକ ବଡ଼ ଅପଡେଟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri