ଦଲକ ସନ୍ଧାନରେ କୀଟପତଙ୍ଗଙ୍କ ମୃତ୍ୟୁ

ଯାଜପୁର,୨୨ା୬(ହର୍ଷବର୍ଦ୍ଧନ ବେହେରା) :ଜୈବବିବିଧତା, ପରିବେଶ, କୃଷି, ମାନବ ସ୍ବାସ୍ଥ୍ୟ ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷାରେ କୀଟପତଙ୍ଗମାନଙ୍କ ଭୂମିକା ଅପରିହାର୍ଯ୍ୟ। ବିଜ୍ଞାନର ଅନେକ ଅଗ୍ରଗତି ପାଇଁ ମଧ୍ୟ କୀଟପତଙ୍ଗ ବ୍ୟବହାର ହୋଇଆସୁଛନ୍ତି। ସେମାନେ ପୋଷକ ତତ୍ତ୍ବକୁ ରିସାଇକ୍ଲିଂ କରୁଛନ୍ତି। ମଞ୍ଜି ବିସ୍ତାର, ମୃତ୍ତିକାର ଗଠନ ଏବଂ ଉର୍ବରତା ବଜାୟ ରଖିବାରେ କୀଟପତଙ୍ଗ ସହାୟକ ହୋଇଥାନ୍ତି। ଦଲକ ବା ଆଦର୍‌ରଭୂମିରେ ଏମାନେ ବସବାସ କରି ଅନ୍ୟ ଜୀବମାନଙ୍କ ପ୍ରମୁଖ ଖାଦ୍ୟ ଭାବେ ନିଜକୁ ସମର୍ପିତ କରିଥାନ୍ତି। କିନ୍ତୁ ଜମି କିସମ ପରିବର୍ତ୍ତନ ଏବଂ ବିଭିନ୍ନ ନିର୍ମାଣ ଜନିତ ଜବରଦଖଲ ଦ୍ୱାରା ରାଜ୍ୟର ବହୁ ଦଲକ ପୋତିହେବାକୁ ବସିଛି। ଏହି କ୍ରମରେ ଶତାଧିକ କୀଟପତଙ୍ଗ ସେମାନଙ୍କ ବାସସ୍ଥଳୀ ଦଲକ ଅଞ୍ଚଳର ସନ୍ଧାନରେ ରାସ୍ତାକୁ ଆସି ବିଭିନ୍ନ ଗାଡି ଚକାତଳେ ଚାପିହୋଇ ଜୀବନ ଯାଉଛି। ଯାଜପୁର ଜିଲା ବ୍ୟାସ ସରୋବରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଏକାଧିକ ଦଲକ ପୋତିହୋଇ ପଡିଥିବାରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହା ସାଧାରଣ କଥା ହୋଇଥିଲେ ହେଁ ଜୈବବିବିଧତା ପାଇଁ ଏକ ମସ୍ତବଡ଼ ବିପଦ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ସରକାରୀ ରେକର୍ଡ ଅନୁସାରେ, ଯାଜପୁର ଜିଲାର ସୁକିନ୍ଦା ପଟା ଦଲକ୍‌ ପ୍ରାୟ ୬୦୦୦ ଏକର ଜମିରେ ରହିଛି। ଏହା ସୋଲଗଡିଆ, ଲବଙ୍ଗ, ସୋରିଷା, ମାର୍ଥାପୁର, ଗଡମଧୁପୁର ପଟା, ଛତିଶାପଟା, ବାଲିପୋଷି, ଗୋଟୁଆ, କିମ୍ଭିରାଗାଡିଆ, ମାରୁତିକର, ଜଗଡିହ, ଚାକୁଆ ରାଜସ୍ବ ମୌଜାରେ ରହିଛି। ବ୍ରାହ୍ମଣୀ ନଦୀର ପଶ୍ଚିମ ଦିଗରୁ ପୂର୍ବ ଦିଗ ଯୋକଡିଆ-ମୁଣ୍ଡୋମାଳ ପର୍ଯ୍ୟନ୍ତ ଲମ୍ବିଛି। ଏଥିରେ ବ୍ୟାସସରୋବରର କେତେକ ଅଞ୍ଚଳ ମଧ୍ୟ ଦଲକ ଭାବେ ରହିଥିଲା ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କଠାରୁ ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏହି ଦଲକ ଦୀର୍ଘବର୍ଷ ଧରି ବ୍ୟାସ ସରୋବର ରାଘୁଜୀ ଗୋସାଇଁଙ୍କ ମନ୍ଦିର ନିକଟରେ ରହିଥିଲା। ଏଠାକୁ ବିଭିନ୍ନ ପଶୁପକ୍ଷୀ ତାଙ୍କ ଖାଦ୍ୟ ଅନ୍ବେଷଣରେ ଆସୁଥିଲେ। ଏପରି କି ଏଠାରେ ବହୁ ବିଦେଶୀ ଅତିଥି ପକ୍ଷୀଙ୍କ ମଧ୍ୟ ଆଗମନ ରହିଥିଲା। ମଧ୍ୟ-ପ୍ରାଚ୍ୟ ତଥା ୟୁରୋପୀୟ ଦେଶଗୁଡିକରେ ଅତ୍ୟଧିକ ଥଣ୍ଡା ପଡୁଥିବାରୁ ଏହି ସମୟରେ ଅତିଥି ପକ୍ଷୀଙ୍କ ଏଠାରେ ଭିଡ଼ ରହିଥାଏ ା ସେମାନଙ୍କ କିଚିରି ମିଚିରି ଶବ୍ଦ କର୍ମମୟ ଜୀବନର ଦୁଃଖକୁ ହାଲୁକା କରୁଥିଲା ା କିନ୍ତୁ ଶିଳ୍ପ ପ୍ରତିଷ୍ଠା, ରାସ୍ତାଘାଟ, ବନ୍ଧବାଡ ନିର୍ମାଣ ଓ ଜନବସତି ଆଦିର ଦ୍ରୁତ ବୃଦ୍ଧି ଯୋଗୁ ଦଲକ ସମେତ ବଣଜଙ୍ଗଲ, ପାହାଡ, ଘଞ୍ଚ ଜୈବମଣ୍ଡଳ, ନଦୀ, ଝରଣା ଆଦି ନଷ୍ଟ ହେବା ଏହାର ମୁଖ୍ୟ କାରଣ ବୋଲି ପରିବେଶବିତ୍‌ମାନେ ମତପ୍ରକାଶ କରୁଛନ୍ତି ା ଏହାସହ ଏଥିରେ ପେଷି ହେଉଛନ୍ତି ହଜାର ହଜାର ପ୍ରଜାତିର କୀଟପତଙ୍ଗ। ସେମାନଙ୍କ ବାସସ୍ଥଳୀ ଉଜୁଡି ଯାଉଛି। ନିଜର ସୁରକ୍ଷା ପାଇଁ କୀଟପତଙ୍ଗମାନେ ଏଣେତେଣେ ଘୁରି ବୁଲୁଛନ୍ତି, ଯାହାଦ୍ୱାରା ରାସ୍ତା ମଝିରେ ଗାଡିମୋଟରରେ ସେମାନଙ୍କ ଜୀବନ ଯାଉଛି। ତେଣୁ ଦଲକଗୁଡିକୁ ପୋତା ନ ଯାଇ ପୁଣି ପୁନରୁଦ୍ଧାର କରି ସେଠାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଗଲେ କୀଟପତଙ୍ଗମାନଙ୍କ ଜୀବନ ସୁରକ୍ଷିତ ହୋଇପାରନ୍ତା ବୋଲି ମତପ୍ରକାଶ ପାଇଛି। ଅନ୍ୟପକ୍ଷେ ସଂରକ୍ଷଣ ଏବଂ ପରିଚାଳନା ଆଇନ-୨୦୧୭ ଅନୁସାରେ ଦଲକଗୁଡିକର ଚିହ୍ନଟ ଏବଂ ସୀମାଙ୍କନ କରିବାକୁ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ନିର୍ଦ୍ଦେଶକୁ ଠିକ ଭାବେ କାର୍ଯ୍ୟକାରୀ କରାଯିବାର ବହୁ ଆବଶ୍ୟକତା ରହିଛି ବୋଲି ଦାବି ଉଠିଛି। ନଚେତ ଜୈବବିବିଧତାର ସୁରକ୍ଷାରେ ଗୁଣ୍ଡୁଚିମୂଷା ଭଳି କାମ କରୁଥିବା କୀଟପତଙ୍ଗ କେବଳ କାହାଣୀ ହୋଇ ରହିବେ ବୋଲି ମତପ୍ରକାଶ ପାଇଛି।
ଆଇନଜୀବୀ ଶଙ୍କର ପ୍ରସାଦ ପାଣି କହିଛନ୍ତି,ଦଲକଗୁଡିକର ଆବଶ୍ୟକତା ଜୈବବିବିଧତା ଦୃଷ୍ଟିରୁ ବହୁ ଗୁରୁତ୍ୱପୂର୍ଣ୍ଣ। ଜଳଜୀବ ଓ ଉଦ୍ଭିଦ ବଞ୍ଚିବା ସହ ସେମାନଙ୍କ ବଂଶ ବିସ୍ତାର ପାଇଁ ଦଲକ୍‌ଗୁଡିକର ସୁରକ୍ଷା ନିହାତି ଅପରିହାର୍ଯ୍ୟ। ଏହାବାଦ୍‌ ଭୂତଳ ଜଳର ପୁନଃଭରଣ କରିବା ଏବଂ ପରିବେଶର ସନ୍ତୁଳନ ରକ୍ଷା କରିବା ଦିଗରେ ଦଲକଗୁଡିକର ଭୂମିକା ଅନନ୍ୟ। ଏଭଳି ପରିସ୍ଥିତିରେ ରାଜ୍ୟରେ ଥିବା ଦଲକଗୁଡିକର ଚିହ୍ନଟ ଏବଂ ସୀମାଙ୍କନ, ସେଗୁଡିକର ସୁରକ୍ଷା ପାଇଁ ଆଗାମୀ ଦିନରେ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହେବୁ ବୋଲି ଶଙ୍କର ପ୍ରସାଦ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri