ଅଭିନବ ଉପାୟରେ ନିଶା କାରବାର: କୋଲ୍ଡ ଡ୍ରିଙ୍କ୍‌ସରେ ମିଶାଉଥିଲେ ନିଶା

ବଲାଙ୍ଗୀର ଅଫିସ, ୨୦ା୧୦: ଅଭିନବ ଉପାୟରେ ନିଶା କାରବାର ଚଳାଇଥିବା ଜଣେ ବ୍ୟକ୍ତି ଓ ତାଙ୍କ ନାବାଳକ ପୁଅକୁ ବଲାଙ୍ଗୀର ଟାଉନ୍‌ ଥାନା ପୋଲିସ ମଙ୍ଗଳବାର ରାତିରେ ଧରିଛି। କୋଲ୍ଡ ଡ୍ରିଙ୍କ୍‌ସରେ ନିଶା ମିଶାଇ ଏହାକୁ ସେମାନେ ସହରରେ ବିକ୍ରି କରୁଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଥଣ୍ଡା ପାନୀୟ ପିଉଥିବା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଟାଉନ୍‌ ଥାନା ପୋଲିସ ଅଭିଯୁକ୍ତଙ୍କଠାରୁ ୪୦୦ ବୋତଲ ଏସ୍‌କାଫ୍‌ କଫ୍‌ ସିରପ, ଗୋଟିଏ ଷ୍ଟ୍ରଫ୍‌ ଏନ୍‌ଟି-୧୦ ଟାବଲେଟ୍‌, ଗୋଟିଏ ବୋତଲ ନାରଙ୍ଗି ରଙ୍ଗ ପାଣି, ୨୯ଟି ଷ୍ଟିଂ ଏନର୍ଜୀ ବୋତଲ, ନଗଦ ୯୨ହଜାର ଟଙ୍କା ଜବତ କରିଛି। ଗିରଫ ପ୍ରଶାନ୍ତ ଜେନା (୪୫)ଙ୍କୁ କୋର୍ଟ ଚାଲାଣ କରାଯାଇଛି। ୧୭ ବର୍ଷର ନାବାଳକ ପୁଅକୁ ଜୁଭେନାଇଲ କୋର୍ଟରେ ହାଜର ପରେ ରାଉରକେଲାସ୍ଥିତ ବାଳସୁଧାର ଗୃହକୁ ପଠାଯାଇଛି।

ମଙ୍ଗଳବାର ରାତିରେ ପୋଲିସ ପାଟ୍ରୋଲିଂ କରୁଥିବାବେଳେ ବରପାଲିପଡା ରାଜା ସମାଧି ନିକଟରେ ଜଣେ ପିଲା ଏସ୍‌କଫ୍‌ ସିରପ ବିକ୍ରି କରୁଥିବା ଦେଖିବାକୁ ପାଇଥିଲେ। ସମ୍ପୃକ୍ତ ପିଲାକୁ ଧରି ପଚରାଉଚରା କରିବା ପରେ ପୋଲିସ ତାଙ୍କ ଘରେ ଚଢ଼ାଉ କରିଥିଲା। ସେଠାରୁ ଉପରୋକ୍ତ ଜବତ ସାମଗ୍ରୀ ଓ ଟଙ୍କା ବାହାରିଥିଲା। ଘରେ ଷ୍ଟିଂ ଥଣ୍ଡା ପାନୀୟ ବୋତଲରେ ସେମାନେ କଫ୍‌ ସିରପ୍‌ ଓ ନିଶା ବଟିକା ଭର୍ତ୍ତି କରି ଏହାକୁ ବିକ୍ରି କରୁଥିଲେ। ଅନେକ ନିଶା ସେବନକାରୀ ସେମାନଙ୍କଠାରୁ ଏହା କିଣି ବ୍ୟବହାର କରୁଥିଲେ। ଏ ନେଇ ଟାଉନ୍‌ ଥାନାରେ ଏକ ମାମଲା(୫୪୯/୨୨) ରୁଜୁ ହୋଇଥିବା ସଦର ଏସ୍‌ଡିପିଓ ତୋଫାନ ବାଗ ଓ ଟାଉନ ଥାନା ଆଇଆଇସି ପ୍ରିୟଙ୍କା ରାଉତରାୟ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରେ ଆଖିବୁଜା ଗୁଳି ଚାଳନା, ୧୧ ମୃତ

କେପଟାଉନ,୭।୧୨: ଦକ୍ଷିଣ ଆଫ୍ରିକାରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟିଛି। ଏଥିରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଦକ୍ଷିଣ ଆଫ୍ରିକା ପୋଲିସ ସେବା (SAPS) ଶନିବାର...

Justin Trudeau-Katy Perry Relationship: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ-କେଟି ପେରିଙ୍କ ସମ୍ପର୍କର ଖୁଲାସା, ନିଜେ ଶେୟାର କଲେ ଅପଡେଟ ପୋଷ୍ଟ

ଓଟାଓ୍ବା,୭।୧୨: ଆମେରିକୀୟ ପପ ଷ୍ଟାର କେଟି ପେରି ଶେଷରେ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଫଟୋ ଏବଂ...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

ରେକର୍ଡ ଭାଙ୍ଗୁଛି ଶୀତ, ରାଜ୍ୟର ସବୁଠୁ ଥଣ୍ଡା ସହର ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତର ଲହରି ରେକର୍ଡ ଭାଙ୍ଗିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇ ରବିବାର ସକାଳ ସୁଦ୍ଧା ୭.୫...

ବିଦ୍ୟାଳୟରେ ପାଇଖାନା ନ ଥିବା ଘଟଣାକୁ ସହୃଦୟର ସହ ନେଲେ ବିଡିଓ, କହିଲେ ୩ ମାସରେ…

ଦାରିଙ୍ଗବାଡି,୭।୧୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ ୬...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ଗୁଡ ନ୍ୟୁଜ ଦେଲା ଏୟାର ଇଣ୍ଡିଆ, ଖୁସି ହେବେ ଯାତ୍ରୀ

ନୂଆଦିଲ୍ଲୀ,୭।୧୨: ଦେଶବ୍ୟାପୀ ଅନେକ ଇଣ୍ଡିଗୋ ବିମାନ ବାତିଲ ହେବା ଫଳରେ ଯାତ୍ରା ଗୁରୁତର ଭାବରେ ବାଧାପ୍ରାପ୍ତ ହୋଇଛି। ଏହାର ଜବାବରେ, ଏୟାର ଇଣ୍ଡିଆ ଏବଂ ଏୟାର...

SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…

ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...

ମୋଦିଙ୍କୁ ପାକିସ୍ତାନୀ ମହିଳାଙ୍କ ଚିଠି, କହିଲେ ମୋ ସ୍ୱାମୀ ଧୋକା ଦେଇଛି…

ନୂଆଦିଲ୍ଲୀ,୭।୧୨: ପାକିସ୍ତାନୀ ମହିଳା ନିକିତା ନାଗଦେବଙ୍କ ଏକ ଭିଡିଓ ସମ୍ପ୍ରତି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ, ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ନ୍ୟାୟ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri