Posted inଫୁରସତ

ସଚେତନତାର ନିଆରା ଷ୍ଟାଇଲ୍‌

ନୂଆଦିଲ୍ଲୀ: କଥାରେ ଅଛି କଠିନ ପରିଶ୍ରମ ବଳରେ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ। ଏମିତିକି ଛୋଟ ଏବଂ ଦୁର୍ବଳ ବି ଅନେକ ସମୟରେ ସବଳ ଉପରେ ବିଜୟପ୍ରାପ୍ତ କରିଥାଏ। ଠିକ୍‌ ଏହି କଥାକୁ ବୁଝାଇବା ପାଇଁ ଠେକୁଆ ଓ କଇଁଛ ଗପ ବି ପ୍ରାୟ ସମସ୍ତେ ଶୁଣିଥିବେ। ଏବେ ଏହି ଉଦାହରଣକୁ ନେଇ ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଛି ପୁଣେ ପୋଲିସ। କଇଁଛର ଏକ ଫଟୋ ସୋସିଆଲ୍‌ ମିଡିଆରେ ଶେୟାର କରି ପୋଲିସ କ୍ୟାପସନ୍‌ରେ କହିଛି ଯେ, ଧୀରେ ଏବଂ ନିରାପଦ ଯାତ୍ରା ହିଁ ଦୀର୍ଘପଥ ଅତିକ୍ରମ କରିବାରେ ସଫଳତା ପ୍ରଦାନ କରିଥାଏ। ତେଣୁ ସମସ୍ତେ ସଡ଼କ ସୁରକ୍ଷା ଏବଂ ନିଜର ନିରାପଦ ଯାତ୍ରା ନିମନ୍ତେ କଇଁଛ ଭଳି ହେବା ଉଚିତ।
ନିରାପଦ ଯାତ୍ରା କରିବା ପାଇଁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏଭଳି ଏକ ମାଧ୍ୟମକୁ ଆପଣାଇ ଏବେ ଚର୍ଚ୍ଚାକୁ ଆସିଛି ପୁଣେ ପୋଲିସ। ପୁଣେ ପୋଲିସର କହିବା ଅନୁସାରେ କଇଁଛ ଯେଉଁଭଳି ଧୀରେ ଧୀରେ ଚାଲି ବି ଲକ୍ଷ୍ୟପଥରେ ପହଞ୍ଚିପାରେ ସେହିଭଳି ସମସ୍ତେ ରାସ୍ତାରେ ନିରାପଦ ଯାତ୍ରା କରିବା ଉଚିତ। ଏହା ସହିତ ପୋଲିସ ମଧ୍ୟ କଇଁଛର ଏକ ଫଟୋ ଶେୟାର କରି ସେଥିରେ ସଡ଼କ ସୁରକ୍ଷାର ହାସ୍‌ ଟ୍ୟାଗ ଦେଇ କହିଛି କି,ଏକ ଛୋଟ ଜୀବ ବି ନିଜ ସୁରକ୍ଷା ନିମନ୍ତେ ହେଲ୍‌ମେଟ୍‌ ପିନ୍ଧିବାର ଗୁରୁତ୍ୱକୁ ବୁଝିପାରିଛି। ତେଣୁ କଇଁଛଠାରୁ ହିଁ ସମସ୍ତେ ଏହି ଶିକ୍ଷା ଗ୍ରହଣ କରିବା ଉଚିତ। ଲୋକଙ୍କୁ ଧୀରେ ଗାଡ଼ି ଚଳାଇବା, ହେଲ୍‌ମେଟ୍‌ ପିନ୍ଧିବା ଆଦି ନେଇ ସଚେତନ କରାଇବା ଉଦ୍ଦେଶ୍ୟରେ ପୋଲିସର ଏଭଳି ନିଆରା ଷ୍ଟାଇଲ୍‌ ସମସ୍ତଙ୍କୁ ବେଶ୍‌ ଆକୃଷ୍ଟ କରିପାରିଛି। ସେଥିପାଇଁ ଏବେ ପୋଲିସର ଏହି ମେସେଜ୍‌୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଲୋକେ ଏହି ମେସେଜ୍‌କୁ ଲାଇକ୍‌ କରିବା ସହିତ ସୁନ୍ଦର କମେଣ୍ଟ ବି ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମର ୧୦୦୦ ଦିନ ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ଶିଶୁ

ଶିକାଗୋ,୧୬।୧୦: ଆମେରିକାର ଶିକାଗୋରେ ଜଣେ ଶିଶୁକୁ ୩ ବର୍ଷ ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଜନ୍ମରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଫ୍ରେଞ୍ଚସ୍କୋ ବ୍ରୁନୋ ନାମକ...

କୁଣ୍ଡେ ପାଣି ଦେଖି ଏମିତି କଲା ହାତୀ ଛୁଆ

ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ମଜାଳିଆ ଭିଡିଓ ଭାଇରାଲ ହେବାର ଦେଖାଯାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ମନ ନିଶ୍ଚିନ୍ତ...

ଗୁଗଲ-ଫେସ୍‌ବୁକ-ମାଇକ୍ରୋସଫ୍ଟର ତ୍ରୁଟି ବାହାର କରି ଆୟ କଲେ ୪୪ଲକ୍ଷ

ନୂଆଦିଲ୍ଲୀ,୩୦।୬: ପୁଣିଥରେ ଜଣେ ଭାରତୀୟ ନିଜ ଦକ୍ଷତା ଯୋଗୁ ଦେଶର ନାଁ କରିପାରିଛନ୍ତି। ମାଇକ୍ରୋସଫ୍ଟରୁ ୨୨ଲକ୍ଷ ଟଙ୍କା ଆୟ କରି ଚର୍ଚ୍ଚାରେ ରହିଥିବା ୨୦ବର୍ଷୀୟ ଅଦିତି...

ବାଣଫୁଟାରେ ରେକର୍ଡ: ୧.୩ ଟନ୍‌ ବାରୁଦ ଦେଢ଼ କିମି ଉପର ଫୁଟିଲା

ଓ୍ବାଶିଂଟନ,୧୦।୨: ଆମେରିକାରେ ବାଣଫୁଟାରେ ଏକ ରେକର୍ଡ ହୋଇଛି। ଏହି ବାଣ ଭୂପୃଷ୍ଠଠାରୁ ଦେଢ଼ କିମି ଉପରେ ଫୁଟିଛି। କୋଲୋରାଡାରେ ହୋଇଥିବା ଓ୍ବିଣ୍ଟର ଫେଷ୍ଟିଭାଲରେ ଏଭଳି କରାଯାଇଛି।...

କାର୍ଯ୍ୟବ୍ୟସ୍ତତା ଯୋଗୁଁ କାର୍ଯ୍ୟାଳୟରେ ଆଇଏଏସ୍‌ ଅଫିସର ବିବାହ କଲେ ଆଇପିଏସ୍‌ଙ୍କୁ

କୋଲକାତା,୧୭।୨: ବିବାହକୁ ସ୍ମୃତି କରିବା ପାଇଁ ଯୁବକ ଯୁବତୀ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଏହାକୁ ଗ୍ରାଣ୍ଡଓ୍ବେରେ ସେଲିବ୍ରେଟ କରିବା ପାଇଁ ବହୁ ଦିନରୁ ଆୟୋଜନ...

ରୋବୋଡଗ୍‌ ଆଷ୍ଟ୍ରୋ

ଫ୍ଲେ।ରିଡା ଆଟ୍‌ଲାଣ୍ଟିକ ୟୁନିଭର୍ସିଟିର ଗବେଷକମାନେ ଏକ ରୋବୋଡଗ୍‌ ବିକାଶ କରିଛନ୍ତି। ଏହାର ନାମ ରଖାଯାଇଛି ଆଷ୍ଟ୍ରୋ। ଡୋବରମ୍ୟାନ୍‌ ମୁଣ୍ଡ ଆକାରର ୩ଡି ପ୍ରିଣ୍ଟେଡ ମୁଣ୍ଡ ଥିବା...

ସୁନାର ବର୍ଗର

ବର୍ଗର ଆଜିକାଲି ପିଲାଙ୍କର ଖୁବ୍ ପସନ୍ଦ । ବିଶ୍ୱରେ ଏମିତିବି କେତେ ଲୋକ ଅଛନ୍ତି ଯେଉଁମାନଙ୍କର ବର୍ଗର ସବୁଠାରୁ ଅଧିକ ପସନ୍ଦ । ତେବେ ଭାରତରେ...

ପ୍ରାକୃତିକ ପରିବେଶ ମୋତେ ବିଭୋର କରେ

ବରଗଡ଼ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ। ୨୦୧୪ରୁ ସେ ଏହି ପଦବୀରେ ଅବସ୍ଥାପିତ। ୨୦୧୫ରୁ ତତ୍କାଳୀନ ଜିଲାପାଳ ଅଞ୍ଜନ କୁମାର...

Advertisement
Archives

Model This Week