Posted inଫୁରସତ

ସଚେତନତାର ନିଆରା ଷ୍ଟାଇଲ୍‌

ନୂଆଦିଲ୍ଲୀ: କଥାରେ ଅଛି କଠିନ ପରିଶ୍ରମ ବଳରେ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ। ଏମିତିକି ଛୋଟ ଏବଂ ଦୁର୍ବଳ ବି ଅନେକ ସମୟରେ ସବଳ ଉପରେ ବିଜୟପ୍ରାପ୍ତ କରିଥାଏ। ଠିକ୍‌ ଏହି କଥାକୁ ବୁଝାଇବା ପାଇଁ ଠେକୁଆ ଓ କଇଁଛ ଗପ ବି ପ୍ରାୟ ସମସ୍ତେ ଶୁଣିଥିବେ। ଏବେ ଏହି ଉଦାହରଣକୁ ନେଇ ଲୋକଙ୍କୁ ସଚେତନ କରିବା ଆରମ୍ଭ କରିଛି ପୁଣେ ପୋଲିସ। କଇଁଛର ଏକ ଫଟୋ ସୋସିଆଲ୍‌ ମିଡିଆରେ ଶେୟାର କରି ପୋଲିସ କ୍ୟାପସନ୍‌ରେ କହିଛି ଯେ, ଧୀରେ ଏବଂ ନିରାପଦ ଯାତ୍ରା ହିଁ ଦୀର୍ଘପଥ ଅତିକ୍ରମ କରିବାରେ ସଫଳତା ପ୍ରଦାନ କରିଥାଏ। ତେଣୁ ସମସ୍ତେ ସଡ଼କ ସୁରକ୍ଷା ଏବଂ ନିଜର ନିରାପଦ ଯାତ୍ରା ନିମନ୍ତେ କଇଁଛ ଭଳି ହେବା ଉଚିତ।
ନିରାପଦ ଯାତ୍ରା କରିବା ପାଇଁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏଭଳି ଏକ ମାଧ୍ୟମକୁ ଆପଣାଇ ଏବେ ଚର୍ଚ୍ଚାକୁ ଆସିଛି ପୁଣେ ପୋଲିସ। ପୁଣେ ପୋଲିସର କହିବା ଅନୁସାରେ କଇଁଛ ଯେଉଁଭଳି ଧୀରେ ଧୀରେ ଚାଲି ବି ଲକ୍ଷ୍ୟପଥରେ ପହଞ୍ଚିପାରେ ସେହିଭଳି ସମସ୍ତେ ରାସ୍ତାରେ ନିରାପଦ ଯାତ୍ରା କରିବା ଉଚିତ। ଏହା ସହିତ ପୋଲିସ ମଧ୍ୟ କଇଁଛର ଏକ ଫଟୋ ଶେୟାର କରି ସେଥିରେ ସଡ଼କ ସୁରକ୍ଷାର ହାସ୍‌ ଟ୍ୟାଗ ଦେଇ କହିଛି କି,ଏକ ଛୋଟ ଜୀବ ବି ନିଜ ସୁରକ୍ଷା ନିମନ୍ତେ ହେଲ୍‌ମେଟ୍‌ ପିନ୍ଧିବାର ଗୁରୁତ୍ୱକୁ ବୁଝିପାରିଛି। ତେଣୁ କଇଁଛଠାରୁ ହିଁ ସମସ୍ତେ ଏହି ଶିକ୍ଷା ଗ୍ରହଣ କରିବା ଉଚିତ। ଲୋକଙ୍କୁ ଧୀରେ ଗାଡ଼ି ଚଳାଇବା, ହେଲ୍‌ମେଟ୍‌ ପିନ୍ଧିବା ଆଦି ନେଇ ସଚେତନ କରାଇବା ଉଦ୍ଦେଶ୍ୟରେ ପୋଲିସର ଏଭଳି ନିଆରା ଷ୍ଟାଇଲ୍‌ ସମସ୍ତଙ୍କୁ ବେଶ୍‌ ଆକୃଷ୍ଟ କରିପାରିଛି। ସେଥିପାଇଁ ଏବେ ପୋଲିସର ଏହି ମେସେଜ୍‌୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଲୋକେ ଏହି ମେସେଜ୍‌କୁ ଲାଇକ୍‌ କରିବା ସହିତ ସୁନ୍ଦର କମେଣ୍ଟ ବି ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri