ନୂଆଦିଲ୍ଲୀ,୧୮।୧: ଅଟଳ ଇନ୍କୁବେସନ ସେଣ୍ଟର ତଥା ନାଳନ୍ଦା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ (ଏଆଇସି-ନାଳନ୍ଦା) ପକ୍ଷରୁ ଜାତୀୟ ଷ୍ଟାର୍ଟଅପ୍ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଆଇସି-ନାଳନ୍ଦା ପକ୍ଷରୁ ଭୁବନେଶ୍ୱର ଠାରେ ଏକ ଷ୍ଟାର୍ଟଅପ୍ ଫେଷ୍ଟ ୨୦୨୩ ଆୟୋଜନ କରାଯାଇଥିଲା। ଯେଉଁଥିରେ ୧୫୦୦ ରୁ ଅଧିକ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଛନ୍ତି। ଏପରିକି ଟିଙ୍କରର୍ସ ପ୍ରଦର୍ଶନୀରେ ଭୁବନେଶ୍ୱରର ୫ଟି ଅଟଳ ଟିଙ୍କରର୍ସ ଲାବ୍ ଯଥା ୟୁନିଟ୍-୮ ଡିଏଭି ପବ୍ଲିକ୍ ସ୍କୁଲ, କଳିଙ୍ଗନଗର ଡିଏଭି ପବ୍ଲିକ୍ ସ୍କୁଲ, ବିଜେଇଏମ୍ ସ୍କୁଲ, ସରକାରୀ ହାଇସ୍କୁଲ, ଆଇଆର୍ସି ଭିଲେଜ୍ ଏବଂ ସୟଦ ମମତାଜ୍ ଅଲ୍ଲୀ ସରକାରୀ ହାଇସ୍କୁଲର ୩୦ରୁ ଅଧିକ ଛାତ୍ରୀଛାତ୍ର ସେମାନଙ୍କ ଅଭିବନ ଚିନ୍ତାଧାରାର ନମୁନା ପ୍ରଦର୍ଶନ କରିଥିଲେ। ବିଶେଷ କରି ଦେଶର ଉଦ୍ୟମିତା ଭାବକୁ ପାଳନକରିବା ସହ ଉକ୍ତ କାର୍ଯ୍ୟକ୍ରମ ଅଧୀନରେ ୫ ପ୍ରମୁଖ କାର୍ଯ୍ୟକ୍ରମ ସାମିଲ ଥିଲା। ସେଗୁଡ଼ିକ ହେଲା ନବସୃଜନ ଓ ଉଦ୍ୟମିତା ଉପରେ କର୍ମଶାଳା, ବିଜ୍ନେସ୍ କୁଇଜ୍, ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଟିଙ୍କରର୍ସ ପ୍ରଦର୍ଶନୀ, ଆର୍ଟ ଅଫ୍ ଷ୍ଟାର୍ଟିଂ ଅପ୍ ଉପରେ ସେମିନାର ଏବଂ ଆଇଡିଆଥନ୍ ଚ୍ୟାଲେଞ୍ଜ ଇତ୍ୟାଦି। ସେହିଭଳି ହେଡ୍ଷ୍ଟାର୍ଟ ସଂସ୍ଥାର ନିବେଶକ ଓ ବିଶେଷଜ୍ଞମାନେ ଷ୍ଟାର୍ଟଅପ୍ ଓ ନବସୃଜନକାରୀମାନଙ୍କ ସହ ଭାବ ବିନିମୟ କରିଥିଲେ। ଅପରପକ୍ଷରେ ଏଆଇସି-ନାଳନ୍ଦାର କଫି ଟେବୁଲ୍ ବୁକ୍ ‘ଉଦ୍ଘୋଷ’କୁ ଉନ୍ମୋଚନ କରାଯାଇଥିଲା। ଏଥିସହ ବଡିଂ ଇନୋଭେଟର ଅଫ୍ ଦି ଇୟର, ବେଷ୍ଟ ଆଇଡିଆ ଅନଲକରର୍ସ, ଟିଙ୍ଗର ଚାମ୍ପ୍ ପୁରସ୍କାର ଆଦି ପ୍ରଦାନ କରାଯାଇଥିଲା।
ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି
ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...
ଅଚାନକ ଦିଲ୍ଲୀ ଟିମ୍ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…
ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...
୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର
ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...
ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ
କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...
ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...
ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video
ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...
ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର
ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...
କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…
ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...
Archives


