ନୂଆଦିଲ୍ଲୀ,୧୮।୧: ଅଟଳ ଇନ୍କୁବେସନ ସେଣ୍ଟର ତଥା ନାଳନ୍ଦା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ (ଏଆଇସି-ନାଳନ୍ଦା) ପକ୍ଷରୁ ଜାତୀୟ ଷ୍ଟାର୍ଟଅପ୍ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଆଇସି-ନାଳନ୍ଦା ପକ୍ଷରୁ ଭୁବନେଶ୍ୱର ଠାରେ ଏକ ଷ୍ଟାର୍ଟଅପ୍ ଫେଷ୍ଟ ୨୦୨୩ ଆୟୋଜନ କରାଯାଇଥିଲା। ଯେଉଁଥିରେ ୧୫୦୦ ରୁ ଅଧିକ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଛନ୍ତି। ଏପରିକି ଟିଙ୍କରର୍ସ ପ୍ରଦର୍ଶନୀରେ ଭୁବନେଶ୍ୱରର ୫ଟି ଅଟଳ ଟିଙ୍କରର୍ସ ଲାବ୍ ଯଥା ୟୁନିଟ୍-୮ ଡିଏଭି ପବ୍ଲିକ୍ ସ୍କୁଲ, କଳିଙ୍ଗନଗର ଡିଏଭି ପବ୍ଲିକ୍ ସ୍କୁଲ, ବିଜେଇଏମ୍ ସ୍କୁଲ, ସରକାରୀ ହାଇସ୍କୁଲ, ଆଇଆର୍ସି ଭିଲେଜ୍ ଏବଂ ସୟଦ ମମତାଜ୍ ଅଲ୍ଲୀ ସରକାରୀ ହାଇସ୍କୁଲର ୩୦ରୁ ଅଧିକ ଛାତ୍ରୀଛାତ୍ର ସେମାନଙ୍କ ଅଭିବନ ଚିନ୍ତାଧାରାର ନମୁନା ପ୍ରଦର୍ଶନ କରିଥିଲେ। ବିଶେଷ କରି ଦେଶର ଉଦ୍ୟମିତା ଭାବକୁ ପାଳନକରିବା ସହ ଉକ୍ତ କାର୍ଯ୍ୟକ୍ରମ ଅଧୀନରେ ୫ ପ୍ରମୁଖ କାର୍ଯ୍ୟକ୍ରମ ସାମିଲ ଥିଲା। ସେଗୁଡ଼ିକ ହେଲା ନବସୃଜନ ଓ ଉଦ୍ୟମିତା ଉପରେ କର୍ମଶାଳା, ବିଜ୍ନେସ୍ କୁଇଜ୍, ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଟିଙ୍କରର୍ସ ପ୍ରଦର୍ଶନୀ, ଆର୍ଟ ଅଫ୍ ଷ୍ଟାର୍ଟିଂ ଅପ୍ ଉପରେ ସେମିନାର ଏବଂ ଆଇଡିଆଥନ୍ ଚ୍ୟାଲେଞ୍ଜ ଇତ୍ୟାଦି। ସେହିଭଳି ହେଡ୍ଷ୍ଟାର୍ଟ ସଂସ୍ଥାର ନିବେଶକ ଓ ବିଶେଷଜ୍ଞମାନେ ଷ୍ଟାର୍ଟଅପ୍ ଓ ନବସୃଜନକାରୀମାନଙ୍କ ସହ ଭାବ ବିନିମୟ କରିଥିଲେ। ଅପରପକ୍ଷରେ ଏଆଇସି-ନାଳନ୍ଦାର କଫି ଟେବୁଲ୍ ବୁକ୍ ‘ଉଦ୍ଘୋଷ’କୁ ଉନ୍ମୋଚନ କରାଯାଇଥିଲା। ଏଥିସହ ବଡିଂ ଇନୋଭେଟର ଅଫ୍ ଦି ଇୟର, ବେଷ୍ଟ ଆଇଡିଆ ଅନଲକରର୍ସ, ଟିଙ୍ଗର ଚାମ୍ପ୍ ପୁରସ୍କାର ଆଦି ପ୍ରଦାନ କରାଯାଇଥିଲା।
ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ
ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…
ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…
ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…
ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…
ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…
ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର
ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…
ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…
ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…
ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର
ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…
ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…
ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…
ସୁପର-୮ରେ ୩ ମ୍ୟାଚ୍ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍
ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…
Archives

