ନବୀକରଣ ହେଉନି ଓଜନ ମାପ ବଟକରା

ବାଲିମେଳା,୨୩ା୭(ଶିବଦତ୍ତ ସାହୁ)ଦୀର୍ଘ ବର୍ଷ ଧରି ନବୀକରଣ ହେଉନାହିଁ ଓଜନ ମାପ ବଟକରା। ଗୋଟିଏ ପଟେ ଓଜନରେ ଠକେଇ ସହ ଅନ୍ୟପଟେ ଚଢ଼ା ଦରରେ ପନିପରିବା, ମାଛ, ମାଂସ ଓ ଅନ୍ୟାନ୍ୟ ଜରୁରିକାଳୀନ ସାମଗ୍ରୀ କିଣିବାରେ ବହୁ କଷ୍ଟ ସହିବାକୁ ପଡୁଛି ଗ୍ରାହକଙ୍କୁ । ଏଭଳି ଦେଖିବାକୁ ମିଳିଛି ମାଲକାନଗିରି ଜିଲା ବାଲିମେଳା ସହର ସମେତ କୋରୁକୋଣ୍ଡା ବ୍ଲକ ତାର୍ଲ୍ଲାକୋଟା, ସଦର କୋରୁକୋଣ୍ଡା, କାମ୍ବେଡା ସମେତ ବିଭିନ୍ନ ଅଞ୍ଚଳରେ ଥିବା ବଜାର ଓ ସାପ୍ତାହିକ ହାଟରେ ।
ସୂଚନାଯୋଗ୍ୟ, ଉପରୋକ୍ତ ଅଞ୍ଚଳରେ ପନିପରିବା, ମାଛ ମାଂସ ସହ ଆବଶ୍ୟକ ସାମଗ୍ରୀର ଓଜନରେ ବ୍ୟାପକ ଠକେଇ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବର୍ଷ ବର୍ଷ ଧରି ଅନେକ ଦୋକାନୀ ବଟକରା ନବୀକରଣ ନ କରି ପୁରୁଣାରେ ଓଜନ କରି ବ୍ୟବସାୟ କରୁଛନ୍ତି । ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ବର୍ତ୍ତମାନ ବଜାରରେ ପରିବା ଦର ପ୍ରାୟତଃ ୮୦ ରୁ ୧୨୦ ଟଙ୍କା ରହିଛି। ମାଛ ୨୦୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିପରି ଦେଶୀ ଗୋଟା କୁକୁଡ଼ା କିଲୋ ପିଛା ୪୦୦-୫୦୦ଟଙ୍କା ଦର ରହିଥିବା ବେଳେ ଛେଳି ମାଂସ ୬୫୦ରୁ ୭୦୦ ଟଙ୍କା, ବ୍ରଏଲର କୁକୁଡ଼ା ୨୪୦ ଟଙ୍କାରେ ବିକ୍ରି ହେଉଛି। ଖାଲି ଏତିକି ନୁହେଁ, କେତେଜଣ ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀକୁ ଚଢ଼ା ଦରରେ ବିକ୍ରି କରୁଛିନ୍ତି । ପୁରୁଣା ବଟକରାରେ ପ୍ରତିଦିନ ଜିନିଷ କିଣାବିକା କରାଯାଉଛି। ଫଳର ଗ୍ରାହକମାନେ ସବୁବେଳେ ଓଜନରେ ଠକାମିର ଶିକାର ହେଉଥିବା ଅଭିଯୋଗ କରୁଛନ୍ତି। ଏ ଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଓଜନ ଓ ମାପ ବିଭାଗ ପକ୍ଷରୁ ବଟକରା ନବୀକରଣ କରାଯିବା କଥା, କିନ୍ତୁ ପ୍ରାୟ ୨/୩ବର୍ଷ ହେବ ଏହି ସମସ୍ତ ଅଞ୍ଚଳରେ ଆଦୌ ବଟକରା ନବୀକରଣ କରାଯାଇ ନାହିଁ ବୋଲି ଅଭିଯୋଗ ହେଉଛି। ଓଜନ ଓ ମାପ ବିଭାଗର ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri