ଅନୁଗୋଳ ଅଫିସ, ୨୮ା୨: ଅନୁଗୋଳ ସହର ପ୍ଲାନିଂରେ ଯୋଡିହେବ ଇନର ରିଙ୍ଗ ରୋଡ୍। ଜିଲାପାଳଙ୍କ ଏହି ପରିକଳ୍ପନା ପରେ ଏ ନେଇ ପ୍ରଶାସନ ପକ୍ଷରୁ ମଙ୍ଗଳବାର ସର୍ଭେ ଆରମ୍ଭ ହୋଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ଯୋଜନାକୁ ରୂପାୟନ କରାଯିବ। ଫଳରେ ସହର ମଧ୍ୟରେ ଦେଖାଯାଉଥିବା ଟ୍ରାଫିକ୍ ସମସ୍ୟା ଦୂର ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଅନୁଗୋଳ ସହରର ୧୬ଟି ଛକରେ ମଙ୍ଗଳବାର ଅନୁଗୋଳ ପ୍ରଶାସନର ଅଧିକାରୀମାନେ ସର୍ଭେ କରିଛନ୍ତି। ଥାନା ଛକ ଠାରୁ ଆରମ୍ଭ ହୋଇ ରାଜା ଛକ, ମେଡିକାଲ ଛକ, ସେଣ୍ଟ୍ରାଲ ଲଜ ଛକ, ବଜାର ଛକ, ହରିମହୁରୀ ଛକ, ଗାନ୍ଧୀମାର୍ଗ ଛକ, ହୁଲୁରିସିଂହା, ହେମସୁରପଡ଼ା, କଲେଜ ଛକ, ପିଟିସି ଛକ, ଡିଆସି ଛକ, ଶିଶୁ ଉଦ୍ୟାନ ଛକ ଆଦି ଜାଗାରେ ସର୍ଭେ କରାଯାଇଛି। ଅନୁଗୋଳ ଉପଜିଲାପାଳ ବୈତୁରା ଦୀପଙ୍କ ନେତୃତ୍ୱରେ ଏକ ଟିମ୍ ଏହି ସର୍ଭେ କରିଥିଲା। ୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପରେ ଭାରିଯାନଗୁଡ଼ିକ ବାଇପାସ୍ରେ ଯାତାୟାତ କରିବ। ତେଣୁ ରିଙ୍ଗ ରୋଡ୍ ପିଟିସି ଛକରୁ ଆରମ୍ଭ ହୋଇ ଶିମିଳିପଡ଼ା ଛକ, ଡିଆସି ଛକ, ଗାନ୍ଧୀମାର୍ଗ ଛକ, ହୁଲୁରିସିଂହା ଛକ ଓ ହୁଲୁରିସିଂହା ଗ୍ରାମ ଭିତରେ ପଶି ଲିଙ୍ଗରାଯୋଡ଼ି ଛକ, ମାଟିଆସାହି ଛକ, ହାଟଛକ, କଲେଜ ଛକ, ଇଣ୍ଡଷ୍ଟ୍ରିଆଲ ଛକ, ତାମ୍ରିତ୍ କଲୋନୀ ଭିତରେ ପଶି ପୁଣି ପିଟିସିରେ ମିଶିବ। ଏହାଦ୍ୱାର ସହର ମଧ୍ୟରେ ଟ୍ରାଫିକ୍ ବ୍ୟବସ୍ଥାକୁ ଦୂର ହୋଇପାରିବ। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଅଧିକାରୀମାନଙ୍କ ସହ ବୈଠକ ପରେ ଏହି ସର୍ଭେ କରାଯାଉଛି। ଏ ନେଇ ପ୍ରଶାସନ ପକ୍ଷରୁ ଖୁବ୍ଶୀଘ୍ର ଜବର ଦଖଲ ଉଚ୍ଛେଦ କରାଯିବ। ଏହି ରିଙ୍ଗରୋଡ୍ ଦେଇ ଲୋକେ ସହର ପରିକ୍ରମା କରିବା ସହ ଶାନ୍ତ ପରିବେଶ ମଧ୍ୟରେ ମନଫୂର୍ତ୍ତି କରିବାର ଅନେକ ସୁଯୋଗ ପାଇପାରିବେ। ସେହିଭଳି ବିଭିନ୍ନ ମାର୍କେଟ କମ୍ପ୍ଲେକ୍ସକୁ ମଧ୍ୟ ଏହି ରିଙ୍ଗ ରୋଡରୁ ସଂଯୋଗୀକରଣ ରାସ୍ତା କରାଯିବ। ଫଳରେ ସହରରେ ଗହଳି ହେବ ନାହିଁ। କି ଟ୍ରାଫିକ୍ ସମସ୍ୟା ଉପୁଜିବ ନାହିଁ। ଏହି ସର୍ଭେ ସମୟରେ ଉପଜିଲାପାଳ ଦୀପଙ୍କ ସହ ଅନୁଗୋଳ ତହସିଲଦାର ବବିତା ମିଶ୍ର, ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଡେପୁଟି କଲେକ୍ଟର ଇସାନୀ ପଣ୍ଡା, ଆସିଷ୍ଟାଣ୍ଟ କଲେକ୍ଟର ସୁକାନ୍ତ ସାହୁ, ତାମଡା ସଚିବ ରାଜୀବ ଲୋଚନ ବେହେରା, ଅନୁଗୋଳ ଥାନା ଏସ୍ଆଇ ଅମିତ୍ ମିଶ୍ର, ଆରଡି, ଏନ୍ଏଚଏଆଇ, ପିଡବ୍ଲ୍ୟୁଡି, ବିଦ୍ୟୁତ୍ ବିଭାଗ ଅଧିକାରୀ ପ୍ରମୁଖ ଏହି ସର୍ଭେରେ ସାମିଲ ହୋଇଥିଲେ। ଏହି ସର୍ଭେ ଶେଷ ହେବା ପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ଜିଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି। ସେଠାରୁ ଅନୁମୋଦନ ଆସିବା ପରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ଉପଜିଲାପାଳ ବଇତୁରା ଦୀପ କହିଛନ୍ତି, ଏହି ରିଙ୍ଗ ରୋଡ୍ କାର୍ଯ୍ୟ ଡିସେମ୍ବର ସୁଦ୍ଧା ଶେଷ ହେବ। ବିଭିନ୍ନ କଳାକୃତି ସହ ସୌନ୍ଦର୍ଯ୍ୟକରଣ କରାଯିବାକୁ ଥିବାରୁ ଲୋକମାନେ ଏଥିରୁ ମନୋରଞ୍ଜନର ସୁଯୋଗ ନେଇପାରିବେ।
Posted inଅନୁଗୋଳ, ଆମ ଜିଲା ଖବର View All
ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ
ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…
ସୁନା ଭର୍ତ୍ତି ବ୍ୟାଗ୍ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..
ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…
କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି
ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…
ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍: ଉଜୁଡିଲା ଚାଷୀଙ୍କ ଅମଳ ଆଶା
ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…
ପୂର୍ବତନ ବିଧାୟକ, ପୂର୍ବତନ ଏମ୍ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ
ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…
ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ
ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…
ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ
ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…
ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ
ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…
Archives

