ଆତ୍ମନିର୍ଭର ପଥରେ ଅନ୍ତେବାସୀ

ଢେଙ୍କାନାଳ ଅଫିସ, ୫।୨

କଠୋର ଅନୁଶାସନର ଅନ୍ୟତମ ସ୍ଥାନ ହେଉଛି କାରାଗାର। ଜାଣତ ବା ଅଜାଣତରେ ଅପରାଧର ଟ୍ୟାଗ୍‌ ଲାଗି ଏଠାକୁ ଆସିବା ପରେ ବଦଳିଯାଏ ଜୀବନ ଏବଂ ଜୀବନ ଶୈଳୀ। ସାଧାରଣ ମଣିଷରୁ ଜଣେ ପାଲଟିଯାଏ କଏଦୀ। ଜେଲ ରହଣି ଭିତରେ ମାନସିକତା ବଦଳାଇବା, ଦଣ୍ଡ ଭୋଗି ସାରିବାପରେ ସମ୍ମାନର ସହ ବଞ୍ଚତ୍ବା ଏବଂ ରୋଜଗାରକ୍ଷମ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର କାରାଗାରରେ ଆରମ୍ଭ କରିଛନ୍ତି ବହୁବିଧ ସଂସ୍କାର କାର୍ଯ୍ୟକ୍ରମ, ଯାହା କଏଦୀଙ୍କୁ ନେଉଛି ଆତ୍ମନିର୍ଭରଶୀଳ ପଥରେ। ଏଭଳି ସଂସ୍କାରମୂଳକ କାର୍ଯ୍ୟକ୍ରମରେ ୧୦୦ବର୍ଷର ଢେଙ୍କାନାଳ ଜିଲା କାରାଗାର ଆଗୁଆ ରହିଛି।
ସ୍ବାଧୀନତା ଆନ୍ଦୋଳନର ଦୀର୍ଘବର୍ଷ ପୂର୍ବରୁ ୧୯୧୬ରେ ପ୍ରତିଷ୍ଠା ହୋଇଥିଲା ଢେଙ୍କାନାଳ ଜିଲା କାରାଗାର। ଏହା ଏବେ ୧୦୪ ବର୍ଷରେ ପଦାର୍ପଣ କରିଛି। ବର୍ତ୍ତମାନ ଏଠାରେ ମୋଟ ୩୧୬ ମହିଳା ଓ ପୁରୁଷ ଅନ୍ତେବାସୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୨୫୬ ବିଚାରାଧୀନ କଏଦୀ ଥିବାବେଳେ ବିଭିନ୍ନ ମାମଲାରେ ୬୦ଜଣ ସଜା କାଟୁଛନ୍ତି। ଇତିମଧ୍ୟରେ ସେମାନଙ୍କ ଲାଗି ଆରମ୍ଭ ହୋଇଛି ସଂସ୍କାରମୂଳକ କାର୍ଯ୍ୟକ୍ରମ। ଆତ୍ମନିର୍ଭରଶୀଳ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। କାରାଗାରରେ ଅନ୍ତେବାସୀମାନେ ତନ୍ତବୁଣା ଗାମୁଛା, ରୁମାଲ, ବେଡଶିଟ୍‌, ଦରି, ଆସନ ପ୍ରସ୍ତୁତ କରୁଛନ୍ତି। ଏହାକୁ ସର୍ବସାଧାରଣରେ ବିକ୍ରି କରାଯାଉଛି। ରାଜ୍ୟର ବିଭିନ୍ନ ଜେଲକୁ ମଧ୍ୟ ପଠାଯାଉଛି। ଦିନକୁ ଦିନ ଅନ୍ତେବାସୀଙ୍କ ହାତ ତିଆରି ସାମଗ୍ରୀ ଆଦୃତ ହେବାରେ ଲାଗିଛି। ସେହିପରି ବ୍ୟବସାୟିକ ଭିତ୍ତିରେ ଗୋପାଳନ ମଧ୍ୟ ହେଉଛି। ୯ଟି ଗାଈ ରଖାଯାଇଥିବା ବେଳେ ଦୈନିକ ୫୦ ଲିଟର କ୍ଷୀର ବିକ୍ରି ହେଉଛି। ଜେଲରୁ ଉତ୍ପାଦିତ ପରିବା ସ୍ଥାନୀୟ ବଜାରକୁ ଯାଉଛି।
ଏବେ ଅନ୍ତେବାସୀଙ୍କୁ ଆହୁରି କୁଶଳୀ କରିବା ଏବଂ ବୈଷୟିକ ଜ୍ଞାନ ବୃଦ୍ଧି ଲାଗି ଉଦ୍ୟମ ଆରମ୍ଭ ହୋଇଛି। ରାଜ୍ୟ ସରକାର ଏବଂ ଜେଲ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁଯାୟୀ କମ୍ପ୍ୟୁଟର ତାଲିମ ଆରମ୍ଭ ହେବ। ଏଥିଲାଗି ପ୍ରଶିକ୍ଷକ ରହିବେ। ଏଥିସହ ଅଟା, ବେସନ, ମସଲା ଆଦି ପ୍ରସ୍ତୁତ କରିବା ପାଇଁ ଖୁବ୍‌ଶୀଘ୍ର ମେଶିନ ବସାଯିବାକୁ ଯୋଜନା କରାଯାଉଛି। କାରାଗାରରେ ପାଠପଢ଼ି କେତେଜଣ ଅନ୍ତେବାସୀ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଧନ୍ଦାମୂଳକ ଶିକ୍ଷା ପାଇଁ ଜିଲା ଜେଲରେ ଭିତ୍ତିଭୂମି ରହିଛି। ଏହାର ଭରପୂର ଉପଯୋଗ କରିବାକୁ ଜେଲ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉଛନ୍ତି।
ଏ ସଂକ୍ରାନ୍ତରେ ଜେଲ ଅଧୀକ୍ଷକ ଅନିଲ କୁମାର ସାହୁ କୁହନ୍ତି, ଦୀର୍ଘ ବର୍ଷ ହେଲା ଢେଙ୍କାନାଳ ଜିଲା କାରାଗାରର ଅନ୍ତେବାସୀମାନେ ହସ୍ତତନ୍ତ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଗୋପାଳନ, ପରିବା ଚାଷ କରାଯାଉଛି। କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରିବା ଲାଗି ପତ୍ର ଆସିଛି। ଖୁବ୍‌ଶୀଘ୍ର ଅଟା, ବେସନ, ମସଲା ପ୍ରସ୍ତୁତ କରିବା ପାଇଁ ମେଶିନ ବସାଯିବ।

ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରାଯାଉ
ଜେଲ ଅନ୍ତେବାସୀଙ୍କୁ ଧନ୍ଦାମୂଳକ କାର୍ଯ୍ୟକ୍ରମରେ ସାମିଲ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ। ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରାଗଲେ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଆସିବ। ଧନ୍ଦାମୂଳକ ଶିକ୍ଷା ସେମାନଙ୍କୁ ସ୍ବାବଲମ୍ବୀ କରିପାରିବ।
-ମନୋରଞ୍ଜନ ପଟ୍ଟନାୟକ, ଆଇନଜୀବୀ
କୌଶଳ ବିକାଶ ମାନସିକତା ବଦଳାଇବ
କୁସଙ୍ଗରେ ପଡ଼ି ଯୁବଗୋଷ୍ଠୀ ଆପରାଧିକ କାର୍ଯ୍ୟରେ ଜଡ଼ିତ ହୋଇଯାଉଛନ୍ତି। ସେମାନଙ୍କ ମାନସିକତା ବଦଳାଇବା ଲାଗି ଯଥେଷ୍ଟ ଉଦ୍ୟମ ଜରୁରୀ। କଏଦୀଙ୍କୁ କୌଶଳ ବିକାଶ ଶିକ୍ଷା ଦେବା ଫଳରେ ସେମାନଙ୍କ ମାନସିକତା ବଦଳିବ
-ଶାନ୍ତି ମିଶ୍ର, ସାମାଜିକ କର୍ମୀ
ନୂତନ ଜୀବନ ଆରମ୍ଭ କରିପାରିବେ
ଜେଲ ଅନ୍ତେବାସୀଙ୍କୁ ଧନ୍ଦାମୂଳକ ଓ ବୈଷୟିକ ଶିକ୍ଷା ଦିଆଯିବା ନିହାତି ଜରୁରୀ। ଏହାଦ୍ୱାରା ସେମାନଙ୍କ ମାନସିକତାରେ ପରବର୍ତ୍ତନ ଆସିବ। ସମାନ୍ତରାଳ ଭାବେ ଜେଲର ବିକାଶ ମଧ୍ୟ ହେବ। ସେମାନେ ନୂତନ ଜୀବନ ଆରମ୍ଭ କରିପାରିବେ ା

-ବିରଞ୍ଚତ୍ ନାରାୟଣ ପାଣି, ସାମାଜିକ କର୍ମୀ


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri