ଅନ୍ତେବାସୀ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ

ବାଲେଶ୍ୱର ଅଫିସ/ସୋର, ୨୧।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ପୌରାଞ୍ଚଳ ଅଧୀନ ଗାନ୍ଧୀ ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ଅଜଣା ରୋଗ ବ୍ୟାପିବାର କାରଣ ସ୍ପଷ୍ଟ ହୋଇଛି। କନ୍ୟାଶ୍ରମର ୫ ଅନ୍ତେବାସୀ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌(ମସ୍ତିଷ୍କ ସଂକ୍ରାମକ ରୋଗ)ରେ ଆକ୍ରାନ୍ତ ଥିବା ରକ୍ତ ନମୁନା ପରୀକ୍ଷା ରିପୋର୍ଟରୁ ଜଣାପଡିଛି। ସ୍ଥିତି ଅନୁଧ୍ୟାନ ପାଇଁ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। ଗୁରୁତର ଥିବା ୫ ଅନ୍ତେବାସୀଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ପୂର୍ବରୁ ୨ଜଣ ଆଇସିୟୁରେ ଥିବା ବେଳେ ଅନ୍ୟ ୧୯ଜଣ ସୋର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ଅନ୍ତେବାସୀ ଜାପାନିଜ୍‌ ଏନ୍‌ସେଫାଲାଇଟିସରେ ଆକ୍ରାନ୍ତ ହେବା ଜଣାପଡିବା ପରେ ଜିଲା ସ୍ବାସ୍ଥ୍ୟ ବିଭାଗ, ଜିଲା ପ୍ରଶାସନ, ସୋର ପୌର ପରିଷଦ ତପତ୍ରତା ପ୍ରକାଶ କରିଛି। ସୋର ପୌରାଞ୍ଚଳ ପକ୍ଷରୁ କନ୍ୟାଶ୍ରମ ପରିସରରେ ମଶାଧୂଆଁ ପ୍ରୟୋଗ କରାଯିବା ସହ ପରିମଳ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦିଆଯାଇଛି। ସେହିପରି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ପକ୍ଷରୁ କନ୍ୟାଶ୍ରମ ଆଖପାଖରେ ଘୁଷୁରି ପାଳନ କିମ୍ବା ଅନ୍ୟାନ୍ୟ ଦିଗ ଉପରେ ନିରୀକ୍ଷଣ କରାଯାଉଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲ ସେନ ଜଗଦ୍ଦେବ ପ୍ରକାଶ କରିଛନ୍ତି।
ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ରାଜ୍ୟ ଶିଶୁ ସୁରକ୍ଷା ସମିତି ଆନୁକୂଲ୍ୟରେ ପରିଚାଳିତ ଗାନ୍ଧୀ ସେବା ସଂଘ ପୁରୁବାଈ ଘରୋଇ କନ୍ୟାଶ୍ରମରେ ୧ମରୁ ୧୦ମ ଶ୍ରେଣୀ ଯାଏ ମୋଟ୍‌ ୧୫୫ ଅନ୍ତେବାସୀ ରହି ଆସୁଛନ୍ତି। ଗତ ୧୭ ତାରିଖରେ ମଧ୍ୟାହ୍ନଭୋଜନ ଖାଇବା ପରେ ୨୭ଜଣ ଜ୍ୱର, ପେଟବ୍ୟଥା ଓ ମୁଣ୍ଡବିନ୍ଧାରେ ଆକ୍ରାନ୍ତ ହୋଇଥିଲେ। ସେଥିମଧ୍ୟରୁ ୩ଜଣ ଗୁରୁତର ହୋଇପଡ଼ିବାରୁ ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଆଇସିୟୁରେ ରଖାଯାଇଥିଲା। ସେଠାରେ ୧୦ମ ଶ୍ରେଣୀ ଛାତ୍ରୀ ନୀଳଗିରି ଅଞ୍ଚଳର ରୁବିନା ସିଂଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ରାଜ୍ୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡ. ନିରଞ୍ଜନ ମିଶ୍ର, ଜିଲା ସ୍ବାସ୍ଥ୍ୟ ବିଭାଗ, ଜିଲା ଖାଦ୍ୟ ସୁରକ୍ଷା ବିଭାଗ ଓ ଶିଶୁ ମଙ୍ଗଳ କମିଟିର ଅଧିକାରୀମାନେ ଆଶ୍ରମରେ ପହଞ୍ଚତ୍ ଘଟଣାର ତଦନ୍ତ କରିବା ସହ ଏକ ଡାକ୍ତରୀ ଦଳ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ୨୯ଜଣ ଅନ୍ତେବାସୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିମଧ୍ୟରୁ ୫ଜଣ ଅନ୍ତେବାସୀଙ୍କ ରିପୋର୍ଟ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ପଜିଟିଭ୍‌ ଆସିଛି।
ତଦନ୍ତରେ ଆସିଥିବା ଏସ୍‌ଡିଏମ୍‌ଓ ଡା. ଶଶାଙ୍କ ଶେଖର ଚୌଧୁରୀ କହିଛନ୍ତି, ସମସ୍ତ ଅନ୍ତେବାସୀ ଓ ଅସୁସ୍ଥ ଥିବା ଅନ୍ତେବାସୀଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଅସୁସ୍ଥ ଥିବା ଅନ୍ତେବାସୀଙ୍କ ମଧ୍ୟରୁ ୫ଜଣ ଜାପାନିଜ୍‌ ଏନ୍‌ସେଫାଲାଇଟିସରେ ଆକ୍ରାନ୍ତ ହୋଇଛଛି। ୫ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇ ଚିକିତ୍ସା କରାଯାଉଛି। ଏହି ରୋଗ ଘୁଷୁରି ଓ ମଶାଙ୍କ ପାଇଁ ହୋଇଥାଏ। ବିଶେଷ କରି ଡ୍ରେନ୍‌ରେ ଜମି ରହୁଥିବା ଅପରିଷ୍କାର ପାଣି ପାଇଁ ସୃଷ୍ଟି ହେଉଥିବା ମଶାଙ୍କ ଦ୍ୱାରା ମସ୍ତିଷ୍କ ସଂକ୍ରାମକ ରୋଗ ବ୍ୟାପିଥାଏ। ଏଥିପାଇଁ କନ୍ୟାଶ୍ରମ ପରିସରରେ ଥିବା ଡ୍ରେନ୍‌କୁ ପରିଷ୍କାର କରାଯାଇ ପୌରାଞ୍ଚଳ ପକ୍ଷରୁ ମଶାଧୂଆଁ ପ୍ରୟୋଗ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri