ବୈଜ୍ଞାନିକଙ୍କୁ ଅଧୁରା ନ୍ୟାୟ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

 

ଯେଉଁମାନଙ୍କ ନିଃସ୍ବାର୍ଥପର ସାଧନାର ଭିତ୍ତିଭୂମି ଉପରେ ବିକଶିତ ହୋଇ ମାନବ ସଭ୍ୟତା ବର୍ତ୍ତମାନର ଉତ୍କର୍ଷ ସ୍ତରରେ ଉପନୀତ ହୋଇପାରିଛି ସେମାନେ ହେଲେ ବୈଜ୍ଞାନିକ। ତାଙ୍କ ନୂତନ ନୂତନ ଚିନ୍ତାଧାରା ଏବଂ ତାହାକୁ ବାସ୍ତବ ରୂପ ଦେଇ ମଣିଷର ଦୈନନ୍ଦିନ ଜୀବନ ସହିତ ସାମିଲ କରିବାର ଦକ୍ଷତା ଯୁଗଯୁଗ ଧରି ଏହାକୁ ରୁଦ୍ଧିମନ୍ତ କରି ଆସିଛି। ତେବେ, ସମାଜ ତାହାର ଏହି ବିଶ୍ୱକର୍ମାମାନଙ୍କୁ ଅନେକ ସମୟରେ ଲାଞ୍ଛିତ ଏବଂ ଅପମାନିତ କରିବାର ଦୃଷ୍ଟାନ୍ତ ଇତିହାସରେ ବିରଳ ନୁହେଁ। ଗାଲିଲିଓ ଏବଂ ଡାରଉଇନ୍‌ଙ୍କ ଯୁଗଠାରୁ ଆରମ୍ଭ କରି ତଥାକଥିତ ଆଧୁନିକ ‘ବିଜ୍ଞାନଯୁଗ’ ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ। ବର୍ତ୍ତମାନ ସମଗ୍ର ବିଶ୍ୱକୁ ମହାମାରୀ ରୂପେ ଗ୍ରାସ କରିଥିବା କୋଭିଡ୍‌-୧୯ ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିବା ଚାଇନାର ଜୀବବିଜ୍ଞାନୀଙ୍କୁ ସେଠାର ସରକାର କାରାରୁଦ୍ଧ କରିବା ଏବଂ ତାହାରି କାଳକୋଠରି ମଧ୍ୟରେ ତାଙ୍କର ମୃତ୍ୟୁ ଘଟିବା ଏହାର ଏକ ସଦ୍ୟତମ ଉଦାହରଣ। ଅବଶ୍ୟ କ୍ଷମତା ଅନ୍ଧ ଅବିବେକି ପ୍ରଶାସନର ଏଭଳି ଅମାନୁଷିକତା ସେହି ସତ୍ୟ ସନ୍ଧାନୀ କର୍ମଯୋଗୀମାନଙ୍କୁ ସେମାନଙ୍କ ସାଧନା ପଥରୁ ବିଚ୍ୟୁତ କରିପାରେ ନାହିଁ। ହେଲେ ତହିଁରେ କିପରି ବାଧା ସୃଷ୍ଟି କରେ ଏବଂ ପରିଣାମରେ ସମାଜର ବିପୁଳ କ୍ଷତି ସାଧନ ହୁଏ, ତାହାର ଏକ ସ୍ପଷ୍ଟ ଚିତ୍ର ମିଳିଥାଏ ଆଉ ଜଣେ ନିର୍ଯାତିତ ବୈଜ୍ଞାନିକ ନାମ୍ବି ନାରାୟଣନ୍‌ଙ୍କ ସହିତ ସମ୍ପୃକ୍ତ ଘଟଣାବଳୀରୁ ।
ସେ ଥିଲେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ‘ଇସ୍ରୋ’ର ଅନ୍ୟତମ ପ୍ରମୁଖ ବୈଜ୍ଞାନିକ। ଭାରତ ପରମାଣୁ ବୋମା ପରୀକ୍ଷା କଲାପରେ ରୁଷିଆ ମହାକାଶ ଗବେଷଣା ପାଇଁ ଅତ୍ୟାବଶ୍ୟକୀୟ ‘କ୍ରାଇଓଜେନିକ୍‌’ ଇଞ୍ଜିନ୍‌ ଯୋଗାଇଥିବା ଚୁକ୍ତିରୁ ଓହିରି ଗଲା। ଏଣୁ ତାହା ନିଜସ୍ବ ଜ୍ଞାନ କୌଶଳରେ ନିର୍ମାଣ ପାଇଁ ଆମ ବୈଜ୍ଞାନିକମାନଙ୍କୁ ନେଇ ଆରମ୍ଭ ହୋଇଥିବା ପ୍ରକଳ୍ପର ମୁଖ୍ୟ ଥିଲେ ନାମ୍ବି। ତେବେ ହଠାତ୍‌ ୧୯୯୪ ମସିହା ନଭେମ୍ବର ୪ ତାରିଖ ଦିନ ତାଙ୍କୁ ବିଦେଶୀ ଶତ୍ରୁରାଷ୍ଟ୍ରଙ୍କୁ ଆମ ଦେଶର ମହାକାଶ ଗବେଷଣା ସମ୍ପର୍କିତ ଗୋପନ ତଥ୍ୟ ଯୋଗାଇ ଦେଉଥିବା ଅଭିଯୋଗରେ ଗିରଫ କଲା ସୂତନ୍ତ୍ର ଅନୁସନ୍ଧାନକାରୀ ଦଳ ବା ଏସ୍‌ଆଇଟି।
ତା’ପରେ ତାଙ୍କୁ ଜେଲ୍‌ରେ ରଖି ଦିଆଗଲା। ନାନାଦି ଶାରୀରିକ ଓ ମାନସିକ ଯନ୍ତ୍ରଣା। ପୋଲିସର କହିବା ମୁତାବକ ‘ଦୋଷ ସ୍ବୀକାର’ ନ କଲେ ତାଙ୍କ ପରିବାରବର୍ଗ ଏବଂ ସହକର୍ମୀମାନଙ୍କୁ ମଧ୍ୟ ଏଥିରେ ସମ୍ପୃକ୍ତ କରିବାର ଧମକ ଦିଆଗଲା। ବିଜ୍ଞାନାଗାରରେ ଜୀବନ କଟାଇ ଆସିଥିବା ସମର୍ପିତ ବୈଜ୍ଞାନିକ ଏହିଭଳି ଯନ୍ତ୍ରଣା ମଧ୍ୟରେ ଜଣେ ବିଚାରାଧୀନ ବନ୍ଦୀ ରୂପେ ଜେଲରେ ବିତାଇଥିଲେ ୫୦ ଦିନ। ତା’ପରେ ତାଙ୍କ ବିରୋଧରେ କୌଣସି ଠୋସ୍‌ ପ୍ରମାଣ ଯୋଗାଇବାକୁ ଅଭିଯୋଗକାରୀ ସଂସ୍ଥା ବିଫଳ ହେବାରୁ ତାଙ୍କୁ ଜାମିନ୍‌ ମିଳିଲା।
ଜେଲ୍‌ରୁ ମୁକୁଳିଲା ପରେ ନାମ୍ବି ଏକ ସାମ୍ବାଦିକ ସମ୍ମିଳନୀ ଡାକି ଅଶ୍ରୁଳ ନୟନରେ ବର୍ଣ୍ଣନା କରିଥିଲେ ସେ ଦିନର ଅନୁଭୂତି- ତାଙ୍କୁ କିପରି ଟାଣିଟାଣି ପୋଲିସ୍‌ ଗାଡିରେ ନିଆଗଲା ମାଜିଷ୍ଟ୍ରେଟ୍‌ଙ୍କ ବିଚାରାଳୟକୁ ଏବଂ ସେଠାରେ ଉପସ୍ଥିତ ଥିବା ଲୋକେ କିପରି ତାଙ୍କୁ ଅକଥ୍ୟ ଭାଷାରେ ଗାଳିଦେବା ସହିତ ଟେକାପଥର ମାଡ କରିଥିଲେ । ତାଙ୍କ ମତରେ ଏହା ଥିଲା ତାଙ୍କ ଜୀବନର ସବୁଠାରୁ ଦୁଃଖଦ ଏବଂ ଲଜ୍ଜାଜନକ ଘଟଣା। ପୁନଶ୍ଚ ଏଥିରେ ସେ ପୋଲିସ ପ୍ରଶାସନ ଏବଂ ଦେଶର ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରିଥିଲେ କିଛି ପ୍ରଶ୍ନ (୧) ମୋତେ ଗିରଫ କଲା ସମୟରେ (୧୯୯୪ ମସିହା) ଭାରତରେ କ୍ରାଇଓଜେନିକ୍‌ ଟେକ୍ନୋଲୋଜିର ସ୍ଥିତି ପ୍ରାୟ କିଛି ନ ଥିଲା। ଅତଏବ ମୁଁ ତାହା ବିକ୍ରୟ କଲି କିପରି ? (୨) ଅନ୍ୟ କେତେକ ଦେଶରେ (ରୁଷିଆ ସମେତ) ଏହା ମୁକ୍ତଭାବେ ମିଳିପାରୁଥିଲାବେଳେ କୌଣସି ସଂସ୍ଥା ତାହା ଲାଭ କରିବା ପାଇଁ ମୋତେ ଗୁପ୍ତଚର ଭାବରେ ନିଯୁକ୍ତି ଦେବ କାହିଁକି?
ଏ ପ୍ରଶ୍ନର ଜବାବ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା କିମ୍ବା ତଦନ୍ତ କରୁଥିବା ସଂସ୍ଥା କାହାରି ପାଖରେ ନ ଥିଲା। ତଥାପି, ପ୍ରଶାସନର ନିର୍ଦ୍ଦେଶରେ ଏ ମାମଲାକୁ ପୁନର୍ବାର ତଦନ୍ତ କରିବାର ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇକୁ ଦିଆଗଲା। କିନ୍ତୁ ପ୍ରମାଣ ଅଭାବରୁ ଏହା ୧୯୯୬ ମସିହାରେ ମାମଲାକୁ ବନ୍ଦ କରିଦେଲ। ପୁନଶ୍ଚ ଏଥିସହିତ ଦେଇଥିବା ରିପୋର୍ଟରେ ପୋଲିସର ନିନ୍ଦନୀୟ କାର୍ଯ୍ୟ ଏବଂ ଏସ୍‌ଆଇଟି ମନଗଢ଼ା ଅଭିଯୋଗକୁ ସତ୍ୟ ବୋଲି ପ୍ରମାଣ କରିବାର ଅପଚେଷ୍ଟା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଥିଲା। ଏଣୁ ନାମ୍ବି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେରଳ ସରକାରଙ୍କୁ ଅନୁରୋଧ କଲେ। କିନ୍ତୁ କେହି ତାଙ୍କ ପ୍ରତି କର୍ଣ୍ଣପାତ କଲେ ନାହିଁ। ବରଂ ମାମଲାଟିକୁ ପୁନର୍ବାର ଉନ୍ମୁକ୍ତ କରି ନୂତନ ଅନୁସନ୍ଧାନ ପାଇଁ ଉଦ୍ୟମ ଚାଲିଲା। ଅତଏବ ନାମ୍ବି ବାଧ୍ୟ ହୋଇ ଦେଶର ଉଚ୍ଚତମ ନ୍ୟାୟାଳୟର ଆଶ୍ରୟ ନେଲେ ଏବଂ ଏହା ସରକାରଙ୍କୁ ଏଥିରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଲେ।
ଏହା ପରେ ମାମଲାଟି ଚାଲିଲା ୨୪ବର୍ଷ ଧରି। ତା’ପରେ ସେ ଦୋଷମୁକ୍ତ ହେଲେ। ଉଚ୍ଚତମ ନ୍ୟାୟାଳୟ କେରଳ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ତାଙ୍କୁ କ୍ଷତିପୂରଣ ଦେବା ପାଇଁ। ତେଣୁ ତାଙ୍କୁ ସଙ୍ଗେ ସଙ୍ଗେ ଏ ବାବଦକୁ ୫୦ ଲକ୍ଷ ଟଙ୍କା ଦିଆଗଲା ମଧ୍ୟବର୍ତ୍ତିକାଳୀନ କିସ୍ତିରୂପେ ଏବଂ ଏବେ (୧୨ା୮ା୨୦୨୦) ଅବଶିଷ୍ଟ ୧.୩ କୋଟି ଟଙ୍କା ମିଳିଛି।
ମାମଲାଟି ଆରମ୍ଭ ହେଲାବେଳେ ନାମ୍ବିଙ୍କର ବସୟ ଥିଲା ମାତ୍ର ୫୦ ବର୍ଷ ଏବଂ ସେ ପାରଦର୍ଶିତା ଲାଭ କରିଥିବା କ୍ରାଇଓଜେନିକ୍‌ ପ୍ରଯୁକ୍ତି ବିଦ୍ୟା ଥିଲା ବିକାଶୋନ୍ମୁଖୀ। ଏଣୁ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାଟି ଘଟି ନ ଥିଲେ ସେ ହୁଏତ ବିଶ୍ୱସ୍ତରରେ ଜଣ ପ୍ରମୁଖ ବୈଜ୍ଞାନିକ ରୂପେ ଖ୍ୟାତି ଅର୍ଜନ କରିପାରିଥାନ୍ତେ। ଅନ୍ୟପକ୍ଷରେ ଆମ ମହାକାଶ ବିଜ୍ଞାନ ଖୁବ୍‌ଶୀଘ୍ର ଏକ ନୂତନ ଉଚ୍ଚତାରେ ପହଞ୍ଚି ପାରିଥାନ୍ତା। ଏବେ କୁହାଯାଉଛି ଯେ ନାମ୍ବିଙ୍କ ଅନୁପସ୍ଥିତି ‘ଇସ୍ରୋ’କୁ ଏ କ୍ଷେତ୍ରରେ ୧୫ ବର୍ଷ ପଛକୁ ଟାଣି ନେଲା। ଅତଏବ ଏହାଦ୍ୱାରା ତାଙ୍କର ବ୍ୟକ୍ତିଗତ ସଙ୍ଗେ ସଙ୍ଗେ ଦେଶର ମଧ୍ୟ ବିପୁଳ କ୍ଷତି ଘଟିଲା। ପୁନଶ୍ଚ ତାଙ୍କୁ କ୍ଷତିପୂରଣ ରୂପେ ପ୍ରଦାନ କରାଯାଇଥିବା ୨ କୋଟିରୁ ଅଧିକ ଟଙ୍କା ପ୍ରକୃତରେ ଜନସାଧାରଣଙ୍କର। ଏହାକୁ ଏକ ଅପବ୍ୟୟ ରୂପେ ବିଚାର ମଧ୍ୟ କରାଯାଇପାରେ। ଏପରିସ୍ଥଳେ, ଉଦ୍ଦେଶ୍ୟମୂଳକ ଭାବେ ଏହା ଘଟାଇଥିବା କର୍ମକର୍ତ୍ତା ଓ ବ୍ୟକ୍ତିବିଶେଷଙ୍କୁ ଏଥିପାଇଁ ଦାୟୀ ଏବଂ ଦଣ୍ଡିତ କରାଯିବା ଉଚିତ। ନଚେତ୍‌ ଏ ମହାନ୍‌ ବୈଜ୍ଞାନିକଙ୍କୁ ତଥା ଦେଶକୁ ମିଳିଥିବା ନ୍ୟାୟ ଅଧୁରା ରହିଯିବ।
ଉଷାନିବାସ, ୧୨୪/୨୪୪୫ ଖଣ୍ଡଗିରି ବିହାର
ଭୁବନେଶ୍ୱର, ମୋ- ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?