ବୈଜ୍ଞାନିକଙ୍କୁ ଅଧୁରା ନ୍ୟାୟ

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା

 

ଯେଉଁମାନଙ୍କ ନିଃସ୍ବାର୍ଥପର ସାଧନାର ଭିତ୍ତିଭୂମି ଉପରେ ବିକଶିତ ହୋଇ ମାନବ ସଭ୍ୟତା ବର୍ତ୍ତମାନର ଉତ୍କର୍ଷ ସ୍ତରରେ ଉପନୀତ ହୋଇପାରିଛି ସେମାନେ ହେଲେ ବୈଜ୍ଞାନିକ। ତାଙ୍କ ନୂତନ ନୂତନ ଚିନ୍ତାଧାରା ଏବଂ ତାହାକୁ ବାସ୍ତବ ରୂପ ଦେଇ ମଣିଷର ଦୈନନ୍ଦିନ ଜୀବନ ସହିତ ସାମିଲ କରିବାର ଦକ୍ଷତା ଯୁଗଯୁଗ ଧରି ଏହାକୁ ରୁଦ୍ଧିମନ୍ତ କରି ଆସିଛି। ତେବେ, ସମାଜ ତାହାର ଏହି ବିଶ୍ୱକର୍ମାମାନଙ୍କୁ ଅନେକ ସମୟରେ ଲାଞ୍ଛିତ ଏବଂ ଅପମାନିତ କରିବାର ଦୃଷ୍ଟାନ୍ତ ଇତିହାସରେ ବିରଳ ନୁହେଁ। ଗାଲିଲିଓ ଏବଂ ଡାରଉଇନ୍‌ଙ୍କ ଯୁଗଠାରୁ ଆରମ୍ଭ କରି ତଥାକଥିତ ଆଧୁନିକ ‘ବିଜ୍ଞାନଯୁଗ’ ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ। ବର୍ତ୍ତମାନ ସମଗ୍ର ବିଶ୍ୱକୁ ମହାମାରୀ ରୂପେ ଗ୍ରାସ କରିଥିବା କୋଭିଡ୍‌-୧୯ ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିବା ଚାଇନାର ଜୀବବିଜ୍ଞାନୀଙ୍କୁ ସେଠାର ସରକାର କାରାରୁଦ୍ଧ କରିବା ଏବଂ ତାହାରି କାଳକୋଠରି ମଧ୍ୟରେ ତାଙ୍କର ମୃତ୍ୟୁ ଘଟିବା ଏହାର ଏକ ସଦ୍ୟତମ ଉଦାହରଣ। ଅବଶ୍ୟ କ୍ଷମତା ଅନ୍ଧ ଅବିବେକି ପ୍ରଶାସନର ଏଭଳି ଅମାନୁଷିକତା ସେହି ସତ୍ୟ ସନ୍ଧାନୀ କର୍ମଯୋଗୀମାନଙ୍କୁ ସେମାନଙ୍କ ସାଧନା ପଥରୁ ବିଚ୍ୟୁତ କରିପାରେ ନାହିଁ। ହେଲେ ତହିଁରେ କିପରି ବାଧା ସୃଷ୍ଟି କରେ ଏବଂ ପରିଣାମରେ ସମାଜର ବିପୁଳ କ୍ଷତି ସାଧନ ହୁଏ, ତାହାର ଏକ ସ୍ପଷ୍ଟ ଚିତ୍ର ମିଳିଥାଏ ଆଉ ଜଣେ ନିର୍ଯାତିତ ବୈଜ୍ଞାନିକ ନାମ୍ବି ନାରାୟଣନ୍‌ଙ୍କ ସହିତ ସମ୍ପୃକ୍ତ ଘଟଣାବଳୀରୁ ।
ସେ ଥିଲେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ‘ଇସ୍ରୋ’ର ଅନ୍ୟତମ ପ୍ରମୁଖ ବୈଜ୍ଞାନିକ। ଭାରତ ପରମାଣୁ ବୋମା ପରୀକ୍ଷା କଲାପରେ ରୁଷିଆ ମହାକାଶ ଗବେଷଣା ପାଇଁ ଅତ୍ୟାବଶ୍ୟକୀୟ ‘କ୍ରାଇଓଜେନିକ୍‌’ ଇଞ୍ଜିନ୍‌ ଯୋଗାଇଥିବା ଚୁକ୍ତିରୁ ଓହିରି ଗଲା। ଏଣୁ ତାହା ନିଜସ୍ବ ଜ୍ଞାନ କୌଶଳରେ ନିର୍ମାଣ ପାଇଁ ଆମ ବୈଜ୍ଞାନିକମାନଙ୍କୁ ନେଇ ଆରମ୍ଭ ହୋଇଥିବା ପ୍ରକଳ୍ପର ମୁଖ୍ୟ ଥିଲେ ନାମ୍ବି। ତେବେ ହଠାତ୍‌ ୧୯୯୪ ମସିହା ନଭେମ୍ବର ୪ ତାରିଖ ଦିନ ତାଙ୍କୁ ବିଦେଶୀ ଶତ୍ରୁରାଷ୍ଟ୍ରଙ୍କୁ ଆମ ଦେଶର ମହାକାଶ ଗବେଷଣା ସମ୍ପର୍କିତ ଗୋପନ ତଥ୍ୟ ଯୋଗାଇ ଦେଉଥିବା ଅଭିଯୋଗରେ ଗିରଫ କଲା ସୂତନ୍ତ୍ର ଅନୁସନ୍ଧାନକାରୀ ଦଳ ବା ଏସ୍‌ଆଇଟି।
ତା’ପରେ ତାଙ୍କୁ ଜେଲ୍‌ରେ ରଖି ଦିଆଗଲା। ନାନାଦି ଶାରୀରିକ ଓ ମାନସିକ ଯନ୍ତ୍ରଣା। ପୋଲିସର କହିବା ମୁତାବକ ‘ଦୋଷ ସ୍ବୀକାର’ ନ କଲେ ତାଙ୍କ ପରିବାରବର୍ଗ ଏବଂ ସହକର୍ମୀମାନଙ୍କୁ ମଧ୍ୟ ଏଥିରେ ସମ୍ପୃକ୍ତ କରିବାର ଧମକ ଦିଆଗଲା। ବିଜ୍ଞାନାଗାରରେ ଜୀବନ କଟାଇ ଆସିଥିବା ସମର୍ପିତ ବୈଜ୍ଞାନିକ ଏହିଭଳି ଯନ୍ତ୍ରଣା ମଧ୍ୟରେ ଜଣେ ବିଚାରାଧୀନ ବନ୍ଦୀ ରୂପେ ଜେଲରେ ବିତାଇଥିଲେ ୫୦ ଦିନ। ତା’ପରେ ତାଙ୍କ ବିରୋଧରେ କୌଣସି ଠୋସ୍‌ ପ୍ରମାଣ ଯୋଗାଇବାକୁ ଅଭିଯୋଗକାରୀ ସଂସ୍ଥା ବିଫଳ ହେବାରୁ ତାଙ୍କୁ ଜାମିନ୍‌ ମିଳିଲା।
ଜେଲ୍‌ରୁ ମୁକୁଳିଲା ପରେ ନାମ୍ବି ଏକ ସାମ୍ବାଦିକ ସମ୍ମିଳନୀ ଡାକି ଅଶ୍ରୁଳ ନୟନରେ ବର୍ଣ୍ଣନା କରିଥିଲେ ସେ ଦିନର ଅନୁଭୂତି- ତାଙ୍କୁ କିପରି ଟାଣିଟାଣି ପୋଲିସ୍‌ ଗାଡିରେ ନିଆଗଲା ମାଜିଷ୍ଟ୍ରେଟ୍‌ଙ୍କ ବିଚାରାଳୟକୁ ଏବଂ ସେଠାରେ ଉପସ୍ଥିତ ଥିବା ଲୋକେ କିପରି ତାଙ୍କୁ ଅକଥ୍ୟ ଭାଷାରେ ଗାଳିଦେବା ସହିତ ଟେକାପଥର ମାଡ କରିଥିଲେ । ତାଙ୍କ ମତରେ ଏହା ଥିଲା ତାଙ୍କ ଜୀବନର ସବୁଠାରୁ ଦୁଃଖଦ ଏବଂ ଲଜ୍ଜାଜନକ ଘଟଣା। ପୁନଶ୍ଚ ଏଥିରେ ସେ ପୋଲିସ ପ୍ରଶାସନ ଏବଂ ଦେଶର ଜନସାଧାରଣଙ୍କ ଆଗରେ ଉପସ୍ଥାପନ କରିଥିଲେ କିଛି ପ୍ରଶ୍ନ (୧) ମୋତେ ଗିରଫ କଲା ସମୟରେ (୧୯୯୪ ମସିହା) ଭାରତରେ କ୍ରାଇଓଜେନିକ୍‌ ଟେକ୍ନୋଲୋଜିର ସ୍ଥିତି ପ୍ରାୟ କିଛି ନ ଥିଲା। ଅତଏବ ମୁଁ ତାହା ବିକ୍ରୟ କଲି କିପରି ? (୨) ଅନ୍ୟ କେତେକ ଦେଶରେ (ରୁଷିଆ ସମେତ) ଏହା ମୁକ୍ତଭାବେ ମିଳିପାରୁଥିଲାବେଳେ କୌଣସି ସଂସ୍ଥା ତାହା ଲାଭ କରିବା ପାଇଁ ମୋତେ ଗୁପ୍ତଚର ଭାବରେ ନିଯୁକ୍ତି ଦେବ କାହିଁକି?
ଏ ପ୍ରଶ୍ନର ଜବାବ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା କିମ୍ବା ତଦନ୍ତ କରୁଥିବା ସଂସ୍ଥା କାହାରି ପାଖରେ ନ ଥିଲା। ତଥାପି, ପ୍ରଶାସନର ନିର୍ଦ୍ଦେଶରେ ଏ ମାମଲାକୁ ପୁନର୍ବାର ତଦନ୍ତ କରିବାର ଭାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇକୁ ଦିଆଗଲା। କିନ୍ତୁ ପ୍ରମାଣ ଅଭାବରୁ ଏହା ୧୯୯୬ ମସିହାରେ ମାମଲାକୁ ବନ୍ଦ କରିଦେଲ। ପୁନଶ୍ଚ ଏଥିସହିତ ଦେଇଥିବା ରିପୋର୍ଟରେ ପୋଲିସର ନିନ୍ଦନୀୟ କାର୍ଯ୍ୟ ଏବଂ ଏସ୍‌ଆଇଟି ମନଗଢ଼ା ଅଭିଯୋଗକୁ ସତ୍ୟ ବୋଲି ପ୍ରମାଣ କରିବାର ଅପଚେଷ୍ଟା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଯାଇଥିଲା। ଏଣୁ ନାମ୍ବି ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେରଳ ସରକାରଙ୍କୁ ଅନୁରୋଧ କଲେ। କିନ୍ତୁ କେହି ତାଙ୍କ ପ୍ରତି କର୍ଣ୍ଣପାତ କଲେ ନାହିଁ। ବରଂ ମାମଲାଟିକୁ ପୁନର୍ବାର ଉନ୍ମୁକ୍ତ କରି ନୂତନ ଅନୁସନ୍ଧାନ ପାଇଁ ଉଦ୍ୟମ ଚାଲିଲା। ଅତଏବ ନାମ୍ବି ବାଧ୍ୟ ହୋଇ ଦେଶର ଉଚ୍ଚତମ ନ୍ୟାୟାଳୟର ଆଶ୍ରୟ ନେଲେ ଏବଂ ଏହା ସରକାରଙ୍କୁ ଏଥିରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଲେ।
ଏହା ପରେ ମାମଲାଟି ଚାଲିଲା ୨୪ବର୍ଷ ଧରି। ତା’ପରେ ସେ ଦୋଷମୁକ୍ତ ହେଲେ। ଉଚ୍ଚତମ ନ୍ୟାୟାଳୟ କେରଳ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ତାଙ୍କୁ କ୍ଷତିପୂରଣ ଦେବା ପାଇଁ। ତେଣୁ ତାଙ୍କୁ ସଙ୍ଗେ ସଙ୍ଗେ ଏ ବାବଦକୁ ୫୦ ଲକ୍ଷ ଟଙ୍କା ଦିଆଗଲା ମଧ୍ୟବର୍ତ୍ତିକାଳୀନ କିସ୍ତିରୂପେ ଏବଂ ଏବେ (୧୨ା୮ା୨୦୨୦) ଅବଶିଷ୍ଟ ୧.୩ କୋଟି ଟଙ୍କା ମିଳିଛି।
ମାମଲାଟି ଆରମ୍ଭ ହେଲାବେଳେ ନାମ୍ବିଙ୍କର ବସୟ ଥିଲା ମାତ୍ର ୫୦ ବର୍ଷ ଏବଂ ସେ ପାରଦର୍ଶିତା ଲାଭ କରିଥିବା କ୍ରାଇଓଜେନିକ୍‌ ପ୍ରଯୁକ୍ତି ବିଦ୍ୟା ଥିଲା ବିକାଶୋନ୍ମୁଖୀ। ଏଣୁ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାଟି ଘଟି ନ ଥିଲେ ସେ ହୁଏତ ବିଶ୍ୱସ୍ତରରେ ଜଣ ପ୍ରମୁଖ ବୈଜ୍ଞାନିକ ରୂପେ ଖ୍ୟାତି ଅର୍ଜନ କରିପାରିଥାନ୍ତେ। ଅନ୍ୟପକ୍ଷରେ ଆମ ମହାକାଶ ବିଜ୍ଞାନ ଖୁବ୍‌ଶୀଘ୍ର ଏକ ନୂତନ ଉଚ୍ଚତାରେ ପହଞ୍ଚି ପାରିଥାନ୍ତା। ଏବେ କୁହାଯାଉଛି ଯେ ନାମ୍ବିଙ୍କ ଅନୁପସ୍ଥିତି ‘ଇସ୍ରୋ’କୁ ଏ କ୍ଷେତ୍ରରେ ୧୫ ବର୍ଷ ପଛକୁ ଟାଣି ନେଲା। ଅତଏବ ଏହାଦ୍ୱାରା ତାଙ୍କର ବ୍ୟକ୍ତିଗତ ସଙ୍ଗେ ସଙ୍ଗେ ଦେଶର ମଧ୍ୟ ବିପୁଳ କ୍ଷତି ଘଟିଲା। ପୁନଶ୍ଚ ତାଙ୍କୁ କ୍ଷତିପୂରଣ ରୂପେ ପ୍ରଦାନ କରାଯାଇଥିବା ୨ କୋଟିରୁ ଅଧିକ ଟଙ୍କା ପ୍ରକୃତରେ ଜନସାଧାରଣଙ୍କର। ଏହାକୁ ଏକ ଅପବ୍ୟୟ ରୂପେ ବିଚାର ମଧ୍ୟ କରାଯାଇପାରେ। ଏପରିସ୍ଥଳେ, ଉଦ୍ଦେଶ୍ୟମୂଳକ ଭାବେ ଏହା ଘଟାଇଥିବା କର୍ମକର୍ତ୍ତା ଓ ବ୍ୟକ୍ତିବିଶେଷଙ୍କୁ ଏଥିପାଇଁ ଦାୟୀ ଏବଂ ଦଣ୍ଡିତ କରାଯିବା ଉଚିତ। ନଚେତ୍‌ ଏ ମହାନ୍‌ ବୈଜ୍ଞାନିକଙ୍କୁ ତଥା ଦେଶକୁ ମିଳିଥିବା ନ୍ୟାୟ ଅଧୁରା ରହିଯିବ।
ଉଷାନିବାସ, ୧୨୪/୨୪୪୫ ଖଣ୍ଡଗିରି ବିହାର
ଭୁବନେଶ୍ୱର, ମୋ- ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri