Posted inଖେଳ

ଅଷ୍ଟ୍ରେଲିଆ ଦଳରେ ବଢ଼ୁଛି ଆହତ ସମସ୍ୟା

ସିଡ୍‌ନୀ, ୧୫।୧୨(ପି.ଟି.): ଭାରତ ବିପକ୍ଷ ଦିବାରାତ୍ର ପ୍ରଥମ କ୍ରିକେଟ ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଦଳରେ ଆହତ ସମସ୍ୟା ବଢ଼ିବାରେ ଲାଗିଛି। ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଦ୍ରୁତ ବୋଲର ସିଅନ ଆବୋଟ। ଦ୍ୱିତୀୟ ଓ୍ବାର୍ମଅପ୍‌ ଗେମ୍‌ ଅବସରରେ ଗୋଡ଼ ପୁଟିଆ ମାଂସପେଶୀ ଟାଣି ଧରିବା ଯୋଗୁ ସେ ପ୍ରଥମ ଟେଷ୍ଟରୁ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ଅଲରାଉଣ୍ଡର ମୋଇସେସ ହେନରିକ୍ସଙ୍କୁ ସୋମବାର ଦଳରେ ସାମିଲ କରାଯାଇଥିବା କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ସୂଚନା ଦିଆଯାଇଛି। ହାମ୍‌ଷ୍ଟ୍ରିଙ୍ଗ ଇଞ୍ଜୁରି ଯୋଗୁ ଦ୍ୱିତୀୟ ଓ୍ବାର୍ମଅପ୍‌ ମ୍ୟାଚରେ ଖେଳିପାରି ନ ଥିବା ହେନରିକ୍ସ ଏବେ ଫିଟ୍‌ନେସ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦୀର୍ଘ ୪ ବର୍ଷ ବ୍ୟବଧାନରେ ସେ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି। ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ଚଳିତ ମାସ ୧୭ ତାରିଖରୁ ଆଡିଲେଡରେ ଆରମ୍ଭ ହେବ। ଡିସେମ୍ବର ୨୬ରୁ ଆରମ୍ଭ ହେବାକୁଥିବା ଦ୍ୱିତୀୟ ଟେଷ୍ଟ ବେଳକୁ ଆବୋଟ ଫିଟ୍‌ ହୋଇଥିବେ ବୋଲି ଆଶା ରଖାଯାଇଛି। ହେନରିକ୍ସ ଶେଷ ଥରପାଇଁ ୪ ବର୍ଷ ପୂର୍ବେ ଶ୍ରୀଲଙ୍କାରେ ଟେଷ୍ଟ ମ୍ୟାଚ ଖେଳିଥିଲେ। ଏହାର ୩ ବର୍ଷ ପରେ ସେ ଜାତୀୟ ଦଳକୁ ଫେରି ଭାରତ ବିପକ୍ଷରେ ସୀମିତ ଓଭର କ୍ରିକେଟ ସିରିଜ ଖେଳିଥିଲେ। ମାର୍କୁସ ହାରିସଙ୍କ ପରେ ଦ୍ୱିତୀୟ ଖେଳାଳିଭାବେ ହେନରିକ୍ସ ବିଳମ୍ବରେ ଅଷ୍ଟ୍ରେଲିଆ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି। ଡେଭିଡ ଓ୍ବାର୍ନର ଓ ଓ୍ବିଲ୍‌ ପୁକୋଭସ୍କି ଆହତ ହେବାପରେ ହାରିସଙ୍କୁ ଓପନିଂ ସ୍ଲଟ୍‌ ପାଇଁ ଟେଷ୍ଟ ଦଳରେ ନିଆ ଯାଇଛି। ସେହିପରି କାମେରନ ଗ୍ରୀନ୍‌ ଓ ହ୍ୟାରୀ କନ୍‌ଓ୍ବେ କନକସନ(ମୁଣ୍ଡରେ ବଲ୍‌ ବାଜିବା)ରେ ପୀଡ଼ିତ ଅଛନ୍ତି। ଜ୍ୟାକସନ ବାର୍ଡ ମଧ୍ୟ ଆହତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମାର୍କୁସ ଷ୍ଟୋଇନ୍ସ, ଆଷ୍ଟନ ଅଗର ମଧ୍ୟ ଏହି ତାଲିକାରେ ଅଛନ୍ତି। ମିଚେଲ ଷ୍ଟାର୍କ ଓ ଜୋଶ୍‌ ହାଜେଲ୍‌ଉଡ ସାମାନ୍ୟ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri