ରାସ୍ତା କଡ଼ରେ ପଡ଼ିଛି ଗୁରୁତର ହେଟା ବାଘ

କୋକସରା,୧୮ା୧(ଡି.ଏନ.ଏ): କୋକସରା ବ୍ଲକ କାଉଡୋଲା ୨୬ ନଂ ଜାତୀୟ ରାଜପଥ ଡୁମେର ବନ୍ଦ ନିକଟରେ ମଙ୍ଗଳବାର ଏକ ହେଟା ବାଘ ଗୁରୁତର ହୋଇ ରାସ୍ତା କଡ଼ରେ ପଡ଼ିଥିବା ଦେଖିବାକୁ ମିଳଛି। ସୋମବାର ବିଳମ୍ବିତ ରାତିରେ ପଶୁଟି ରାସ୍ତା ପାର କରିବା ସମୟରେ କୌଣସି ଅଜଣା ଗାଡି ସହ ଧକ୍କା ହୋଇଥିବା ଅନୁମାନ କରାଯାଉଛି। ସେ ଗୁରୁତର ହୋଇ ରାସ୍ତା କଡରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ବନ କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଆମପାଣି ଫରେଷ୍ଟର ଜଗନ୍ନାଥ ନାଗ ଓ ଫରେଷ୍ଟ ଗାର୍ଡ କଳାକାହ୍ନୁ ରାଉତ ସମେତ ବନ କର୍ମଚାରୀମାନେ ପହଞ୍ଚି ଗୁରୁତର ହେଟା ବାଘକୁ ଉଦ୍ଧାର କରିଥିବା ଜଣାପଡିଛି।