ଉଦ୍‌ଘାଟନ ସରିଛି, କାର୍ଯ୍ୟକାରୀ ହେଉନି

ସମ୍ବଲପୁର,୩ା୧୨ (ଭବାନୀ ଶଙ୍କର ଭୋଇ)ରାସ୍ତାଘାଟରେ ବଜାର ବସିବା କାରଣରୁ ସମ୍ବଲପୁରର ସର୍ବପୁରାତନ ଗୋଳବଜାର ସଙ୍କୁଚିତ ହୋଇଯାଇଛି। ଏଥିପାଇଁ ଟ୍ରାଫିକ ସମସ୍ୟା ଏଠାକାର ନିତିଦିନିଆ ସମସ୍ୟା ଭାବେ ଉଭା ହୋଇଥାଏ। ଏହାକୁ ଦୃଷ୍ଟିରେ ରଖି ମହାନଗର ନିଗମ ପକ୍ଷରୁ ପୁରୁଣା ଗୋଲବଜାର ଭିତରେ ଉଦ୍ୟୋଗ ବିହାର ନାମରେ ନୂତନ କୋଠା ନିର୍ମାଣ କରାଯାଇଛି। ଗତ ଗଣେଶ ପୂଜା ଅବସରରେ ଏହାକୁ ଉଦ୍‌ଘାଟନ ମଧ୍ୟ କରାଯାଇଛି। ଏହି କୋଠାର ପ୍ରଥମ ମହଲାରେ ମୋଟ ୨୫ଟି ଦୋକାନ ଘର ତିଆରି ହୋଇଛି। କୋଠା ସାମ୍‌ନାରେ ବସୁଥିବା ୮ଜଣ ଦୋକାନୀଙ୍କୁ ପ୍ରଥମେ ନୂଆ କୋଠାକୁ ସ୍ଥାନାନ୍ତର କରାଯିବାର ଯୋଜନା ରହିଛି। ହେଲେ ଏହି କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇପାରି ନାହିଁ।
ଉଦ୍‌ଘାଟନ ସମୟରେ ମହାନଗର ନିଗମ କୋଠା ସାମ୍‌ନାରେ ଥିବା ୮ ଦୋକାନକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ହେଲେ ସେ ସମୟରେ ଦୋକାନୀମାନେ ଦଶହରା ସମୟରେ ଦୋକାନ ପରିବର୍ତ୍ତନ କଲେ ବିକ୍ରିରେ ପ୍ରଭାବ ପଡିବ ବୋଲି କହି ୧୫ଦିନ ସମୟ ମାଗିଥିଲେ। ଏହି ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଦୋକାନୀମାନେ ନବ ନିର୍ମିତ ଉଦ୍ୟୋଗ ବିହାର କୋଠାକୁ ଦୋକାନ ସ୍ଥାନାନ୍ତର କରି ଯାଇନାହାନ୍ତି। ଏ ନେଇ ଦୋକାନୀ ସଂଘ ଅଧ୍ୟକ୍ଷ ରମାକାନ୍ତ ମେହେର କହନ୍ତି, ନବନିର୍ମିତ କୋଠା ନିର୍ମାଣ କାମ ସରିଥିବା ନେଇ ମହାନଗର ନିଗମ ପକ୍ଷରୁ ଆମକୁ ସୂଚନା ଦିଆଯିବା ସହ ଯଥାଶୀଘ୍ର ଦୋକାନ ସ୍ଥାନାନ୍ତର କରିବାକୁ କୁହାଯାଇଛି। ହେଲେ ତଳମହଲା ପାର୍କିଂ ଏରିଆରେ ଏବେ ବି ଆଣ୍ଠୁଏ ପାଣି ଜମୁଛି। ପ୍ରଥମ ମହଲା କାମ ସରିଥିବା ବେଳେ ଉପର ପଟେ ଖୋଲା ରହିଛି। ଏହାଦ୍ୱାରା ଚୋର ପଶି ଚୋରି କରିବା ଆଶଙ୍କା ରହିଛି। ଏହାଛଡା ସ୍ବତନ୍ତ୍ର ଶୌଚାଳୟ ଆଦିର ବ୍ୟବସ୍ଥା କରାଯାଇ ନ ଥିବାରୁ ଦୋକାନୀମାନେ ହଇରାଣ ହେବା ଆଶଙ୍କା ରହିଛି। ଏସବୁ ସମସ୍ୟା ସମାଧାନ ନ ହେଲେ ଦୋକାନୀମାନେ କିଭଳି ଦୋକାନ ସ୍ଥାନାନ୍ତର କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ସମ୍ବଲପୁର ମହାନଗର ନିଗମ କମିଶନର ବେଦଭୁଷଣଙ୍କୁ ପଚାରିବାରୁ ସେ କହିଛନ୍ତି, ତଳ ମହଲାରେ ପାଣି ଜମିଥିବା ଦେଖିଛି। ହେଲେ ସାମ୍‌ନାରେ ଥିବା ପୁରୁଣା ଦୋକାନ ଘର ଭଙ୍ଗା ନ ଗଲେ ଡ୍ରେନ ନିର୍ମାଣ କରାଯାଇ ପାରିବ ନାହିଁ। ସେଥିପାଇଁ ସାମ୍‌ନାରେ ଥିବା ଦୋକାନୀମାନଙ୍କ ସହ ଆଲୋଚନା କରାଯାଇ ସେମାନଙ୍କୁ ନୂଆ କୋଠାକୁ ଦେକାନ ସ୍ଥାନାନ୍ତର କରିବାକୁ ବୁଝାଯାଇଛି। ଦୋକାନୀମାନେ ସ୍ଥାନାନ୍ତର କରିବା ପରେ ଖୁବ୍‌ଶୀଘ୍ର ଡ୍ରେନ୍‌ ନିର୍ମାଣ କରାଯିବ ଓ ତଳ ମହଲାର ପାଣି ସୁବିଧାରେ ନିଷ୍କାସନ ହୋଇପାରିବ। ଏହାଛଡା ସେମାନେ ଜଣାଇଥିବା ଅନ୍ୟାନ୍ୟ ସମସ୍ୟା ସମାଧାନ ପାଇଁ ମହାନଗର ନିଗମ ଚିନ୍ତା କରୁଛି। ଦୋକାନ ସ୍ଥାନାନ୍ତର ହେବା ପରେ ବାକି ଦୋକାନ ବଣ୍ଟନ କରାଯିବ ବୋଲି କମିଶନର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri