Posted inଫୁରସତ

ପ୍ରଥମେ ପୁରୁଷ ପିନ୍ଧୁଥିଲେ କାନଫୁଲ

ନାରୀ ଶୃଙ୍ଗାରର ଏକ ମୁଖ୍ୟ ଅଂଶ ହେଉଛି କାନର ଝୁମୁକା ବା କାନଫୁଲ।ହେଲେ ପ୍ରଥମେ ଏହା ନାରୀଙ୍କ ଶୃଙ୍ଗାର ନ ଥିଲା ବରଂ ପୁରୁଷଙ୍କର ଥିଲା ବୋଲି ଇତିହାସ କହେ। ପ୍ରାୟ ୫୦୦୦ ବର୍ଷ ପୂର୍ବେ କାନ ଫୋଡାଇବା ଆରମ୍ଭ ହୋଇଥିବା କୁହାଯାଏ। ୟୁରୋପର ସର୍ବପୁରାତନ ମମି ଓଟ୍‌ଜି, ଯାହାକି ଅଷ୍ଟ୍ରିଆ ଓ ଇଟାଲୀର ସୀମାରୁ ଉଦ୍ଧାର ହୋଇଥିଲା ତା’ର କାନ ଫୋଡାଯାଇଥିବା ଦେଖିବାକୁ ମିଳିଥିଲା। ଫାରୋ ତୁତନଖାମନ୍‌ ବି କାନଫୋଡାଇଥିବା ତାଙ୍କ ମମିକୁ ଦେଖି ଜାଣିବାକୁ ମିଳିଥିଲା। ହେଲେ ତାଙ୍କ କାନରେ କାନଫୁଲ ନ ଥିଲା। ସେହିପରି ତାଙ୍କ ଡେଥ୍‌ ମାସ୍କର କାନରେ ବି କଣା ଥିଲା। ଆଉ ସେହି କଣାକୁ ଏକ ଡିସ୍କ ଘୋଡେଇ ରଖିଥିଲା। ଯାହା ଦର୍ଶାଏ କି ଇଜିପ୍ଟରେ କେବଳ ଛୋଟ ପିଲା କାନଫୁଲ ଲଗାଉଥିଲେ। ବଡ ହେଲେ ଲଗାଉ ନ ଥିଲେ। ଷୋଡଶ ଶତାବ୍ଦିରେ କାନ ଫୁଲ ଲଗାଇବା ପଶ୍ଚିମ ୟୁରୋପରେ ପରମ୍ପରା ପାଲଟିଯାଇଥିଲା। ଏହି ସମୟରେ କାନଫୁଲ ନାବିକମାନେ ଅଧିକ ପିନ୍ଧୁଥିଲେ। ଆଉ ଏହାର ଦୁଇଟି କାରଣ ଥିଲା। ପ୍ରଥମତଃ ସାରା ପୃଥିବୀ ତଥା ଇକ୍ୱେଟରକୁ ସଫଳତାର ସହ ପାର କରିଥିବା ନାବିକଙ୍କର ଏହା ପ୍ରତିକ ଥିଲା। ଦ୍ୱିତୀୟରେ କାନ ଫୋଡାଇବା ଦ୍ୱାରା ଦୃଷ୍ଟିଶକ୍ତି ବଢିଥାଏ ବୋଲି ମଧ୍ୟ ବିଶ୍ୱାସ କରାଯାଉଥିଲା। ସେତେବେଳେ କାନଫୋଡାଇ ସୁନା, ରତ୍ନ ପଥର, ମୋତିର କାନଫୁଲ ଲଗାଇବା ପୁରୁଷଙ୍କର ଫ୍ୟାଶନ ସହ ଷ୍ଟାଟସର ପ୍ରତିକ ପାଲଟିଥିଲା। ଜାପାନର ଆଇନୁ ସମ୍ପ୍ରଦାୟର ଉଭୟ ପୁରୁଷ ଓ ସ୍ତ୍ରୀ ନାକଫୁଲ ପିନ୍ଧିବା ପରମ୍ପରା ଥିଲା। ହେଲେ ଉନବିଂଶ ଶତାବ୍ଦିବେଳକୁ ଜାପାନ ସରକାର ପୁରୁଷମାନେ କାନଫୁଲ ଲଗାଇବା ଉପରେ ନିଷେଦ୍ଧାଦେଶ ଜାରିକରିଥିଲେ। ଫଳରେ କ୍ଲିପ ଅନ ଇୟରିଂ ଟ୍ରେଣ୍ଡ ଆରମ୍ଭ ହୋଇଥିଲା। ୧୯୫୦ ପରେ ଅର୍ଥନୀତିରେ ଉନ୍ନତି ଘଟିଥିଲା। ଆଉ ମହିଳାମାନେ କାନଫୁଲ ଲଗାଇବା ଆରମ୍ଭ ହେଲା। ଏହି ଟ୍ରେଣ୍ଡ ଏତେ ଲୋକପ୍ରିୟ ହେଇଗଲା ଯେ, ୧୯୭୦ ବେଳକୁ କାନଫୋଡାଇବା ପାର୍ଟିର ଆୟୋଜନ ହେଲା। ଯେଉଁଥିରେ ସାଙ୍ଗମାନେ ପରସ୍ପରର କାନକୁ ଛୁଞ୍ଚତ୍ରେ ଫୋଡାଉଥିଲେ। ଭାରତରେ ବି କାନ ଫୋଡି ସୁନ୍ଦର କାନ ଫୁଲ ପିନ୍ଧିବା ବହୁ ପୁରାତନ ସମୟରୁ ଆଜିଯାଏ ଅଛି।

ସ୍ବାସ୍ଥ୍ୟ ପାଇଁ ଉପକାରୀ: କାନଫୁଲ କେବଳ ନାରୀର ସୌନ୍ଦର୍ଯ୍ୟ ବଢାଏ ତା’ ନୁହେଁ, ଏହା ସ୍ବାସ୍ଥ୍ୟ ପାଇଁ ବି ଉପକାରୀ। କେବଳ ଆୟୁର୍ବେଦ ନୁହେଁ ପ୍ରାୟ ସବୁ ପୁରାତନ ଚିକିତ୍ସା ପଦ୍ଧତିରେ କାନ ଫୋଡି କାନଫୁଲ ଲଗାଇବାକୁ ସ୍ବାସ୍ଥ୍ୟ ପ୍ରତି ହିତକର ବୋଲି କୁହାଯାଇଛି। କାନ ଫୋଡାଇ ସୁନା କାନଫୁଲ ଲଗାଇବାଦ୍ୱାରା ନାରୀଙ୍କ ପ୍ରଜନନ କ୍ଷମତା ବୃଦ୍ଧି ହେବା ସହ ମାସିକ ଧର୍ମରେ ବି ଏହା ସହାୟକ ହୁଏ ବୋଲି କୁହାଯାଇଛି। ଅକ୍ୟୁପ୍ରେସର୍‌ ପଦ୍ଧତି କହେ କାନଫଳିରେ ଏମିତି କିଛି ପଏଣ୍ଟ ଅଛି ଯାହା ମସ୍ତିସ୍କ, କାନ, ନାକ ଓ ଗଳା ସହ ସଂଯୁକ୍ତ। ତେଣୁ କାନ ଫୋଡାଇଲେ ଏସବୁ ଅଙ୍ଗର ବିକାଶ ଘଟେ। ପ୍ରାକୃତିକ ଚାଇନାର ଚିକିତ୍ସା ପଦ୍ଧତିରେ କାନ ଫୋଡାଇବା ପରେ ସୁନାର କାନଫୁଲ ଲଗାଇଲେ ଶରୀରରେ ଉର୍ଜା ଶକ୍ତି ବଢେ ଓ ରୁପା କାନଫୁଲ ଉର୍ଜାକୁ ନିୟନ୍ତ୍ରିତ କରିବାର ସାହାଯ୍ୟ କରେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri