Posted inଫୁରସତ

ଯୁଦ୍ଧବନ୍ଦୀଙ୍କୁ ଅମାନବୀୟ ପ୍ରୟୋଗ

ବିଂଶଶତାବ୍ଦୀରେ ଭୟଙ୍କର ପରମାଣୁ ବୋମାର ବାରୁଦଗଦାରେ ବସିଛି ସାରା ବିଶ୍ୱ। କୌଣସି କାରଣରୁ ଯୁ୍‌ଦ୍ଧ ହେଲେ ନିମିଷକ ମଧ୍ୟରେ ସବୁକିଛି ଶେଷ ହୋଇଯିବ। ମନୁଷ୍ୟକୃତ ଅସ୍ତ୍ରର ପ୍ରୟୋଗରେ ପୃଥିବୀ ପାଲଟିଯିବ ଶ୍ମଶାନ। ଯଦିଓ ଯୁଦ୍ଧର ଭୟଙ୍କର ପରିସ୍ଥିତି ସହ ବିକଶିତ ଏବଂ ବିକାଶଶୀଳ ରାଷ୍ଟ୍ର ସମୂହ ବେଶ୍‌ ପରଚିତ, ତଥାପି ସେମାନଙ୍କ ମଧ୍ୟରୁ ଅନେକେ ଜୈବିକ ଯୁଦ୍ଧାସ୍ତ୍ରର ଗୁପ୍ତ ପରୀକ୍ଷଣ ଜାରି ରଖିଛନ୍ତି, ଯାହା ୪୦ ଦଶକର ‘ମାନବୀୟ ଏକ୍ସପେରିମେଣ୍ଟ’ର ସ୍ମୃତି ଉଜାଗର କରୁଛି।

ଯୁଦ୍ଧବନ୍ଦୀଙ୍କ ନିର୍ଯାତନାର କଥା ଲେଖିବସିଲେ ଇତିହାସ ହେବ। ପରାଜୟ କଷ୍ଟରେ ଜର୍ଜରିତ ମଣିଷକୁ ବଳିଯାଉଥିଲା ବନ୍ଦୀଗୃହରେ ନିର୍ମମ ଅତ୍ୟାଚାର। ବର୍ଷ ବର୍ଷ ଧରି ଶାରୀରିକ, ମାନସିକସ୍ତରରେ ଶୋଷଣର ଶିକାର ହେବାପରେ ବି ସେମାନଙ୍କ ପ୍ରତି ନ ଥିଲା କାହାରି ସାମାନ୍ୟତମ ଦରଦ। ଓଲଟି କଏଦୀଙ୍କ ଶରୀର ପାଲଟୁଥିଲା ପରୀକ୍ଷଣର ମାଧ୍ୟମ। ଜିଅନ୍ତା ମଣିଷ ଦେହରେ କ୍ଷତିକାରକ ପଦାର୍ଥ ଜବରଦସ୍ତି ଭର୍ତ୍ତି କରିଦେଇ ଠେଲି ଦିଆଯାଉଥିଲା ମୃତ୍ୟୁମୁହଁକୁ। କେବଳ ଏତିକି ନୁହେଁ, ବିନା ଅନାସ୍ଥେସିଆରେ କାଟି ଦିଆଯାଉଥିଲା ହାତଗୋଡ଼। ବାହାର କରି ଦିଆଯାଉଥିଲା କିଡ୍‌ନୀ, ହୃଦ୍‌ପିଣ୍ଡ, ବୃକକ୍‌ ଭଳି ଆଭ୍ୟନ୍ତରୀଣ ଅଙ୍ଗ। ଅତୀତରେ ଘଟିଥିବା ମାନବୀୟ ପରୀକ୍ଷଣର ଏପରି ବୀଭତ୍ସ ଘଟଣାବଳୀ ଆଜି ବି କଳଙ୍କିତ ଇତିହାସ ହୋଇରହିଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଗୋଟିଏପଟେ ଭୟ ଆତଙ୍କରେ ପୃଥିବୀ ଥରହର ହେଉଥିବାବେଳେ ଅନ୍ୟପଟେ ଚିକିତ୍ସା ବିଜ୍ଞାନରେ ଚାଲିଥିଲା ପରୀକ୍ଷାନିରୀକ୍ଷା। ବିଶେଷ କରି ଯୁଦ୍ଧବନ୍ଦୀଙ୍କ ଶରୀରକୁ ନେଇ କରାଯାଉଥିଲା ଭଳିକି ଭଳି ଏକ୍ସପେରିମେଣ୍ଟ। ବିଯୁକ୍ତ ତାପମାତ୍ରାରେ ସୈନିକମାନଙ୍କ ଦକ୍ଷତା ବଢ଼ାଇବା, ପ୍ରତିକୂଳ ପରିବେଶରେ କାମ କରିବାର ଶକ୍ତି ହାସଲ କରିବା, ଜେନେଟିକ୍‌ ପରିବର୍ତ୍ତନ, ସଂକ୍ରାମକ ରୋଗରୁ ରକ୍ଷା, ଅଙ୍ଗ ପ୍ରତିରୋପଣ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବା ଏବଂ ଅପ୍ରାକୃତିକ ଭାବେ ଶରୀରରେ ଶକ୍ତି ବୃଦ୍ଧି କରିବାକୁ ଏପରି ଅନେକ ପ୍ରୟୋଗ କରାଯାଉଥିଲା। ତେବେ ଏପରି ପରୀକ୍ଷଣ ଅଧିକାଂଶ କ୍ଷେତ୍ରରେ ଏହା ବିଫଳ ହେଉଥିଲା ଏବଂ ଚାଲିଯାଉଥିଲା ହଜାର ହଜାର ନିରୀହ ବନ୍ଦୀଙ୍କ ଜୀବନ।
ଗ୍ୟାସ୍‌ ଚାମ୍ବରରେ କଏଦୀ
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସୋଭିଏଟ ରୁଷର ସବୁଠାରୁ ଶକ୍ତିଶାଳୀ ଶାସକ ଥିଲେ ଜୋଶେଫ୍‌ ଷ୍ଟାଲିନ୍‌। ତାଙ୍କ ପ୍ରରୋଚନାରେ ସେନାର ବୈଜ୍ଞାନିକମାନେ ନିଦ ଉପରେ ନୂତନ ପ୍ରୟୋଗ କରିବାକୁ ଚିନ୍ତା କରିଥିଲେ। ଏଥିପାଇଁ ଚିହ୍ନଟ କରାଯାଇଥିଲା ଲେବର କ୍ୟାମ୍ପ, ଯାହାକୁ ‘ଗୁଲାଗ୍‌’ କୁହାଯାଉଥିଲା। ଏହି ସ୍ଥାନରୁ ୫ଜଣ କଏଦୀଙ୍କୁ ବଛାଯାଇଥିଲା। ସମ୍ପୃକ୍ତ ବନ୍ଦୀମାନେ ଥିଲେ ବେଶ୍‌ ସୁସ୍ଥସବଳ। ସେମାନଙ୍କ ନିକଟରେ ଅଜବ ସର୍ତ୍ତ ରଖାଗଲା। ତଦନୁଯାୟୀ ସେମାନେ ଏହି ପ୍ରୟୋଗରେ ସାମିଲ ହେବେ ଏବଂ ୩୦ ଦିନ ପରେ ସେମାନଙ୍କୁ ବନ୍ଦୀ ଜୀବନରୁ ମୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଗଲା। କ୍ୟାମ୍ପରେ ନିର୍ଯାତନାରେ ଅତିଷ୍ଠ ହୋଇଯାଇଥିବା କଏଦୀମାନେ ଏଥିଲାଗି ତୁରନ୍ତ ରାଜି ହୋଇଗଲେ। ସେମାନଙ୍କୁ ଲାବ୍‌କୁ ଅଣାଯାଇ ଏକ ଏୟାର ଟାଇଟ୍‌ ଚାମ୍ବରରେ ଛାଡ଼ି ଦିଆଗଲା। ଏଥିପୂର୍ବରୁ କଏଦୀଙ୍କୁ ନିଦ ନ ଆସିବା ଲାଗି ଚାମ୍ବରରେ ଭରି ଦିଆଗଲା ମାଇକ୍ରୋଟ୍ରପିକ୍‌ ଗ୍ୟାସ୍‌। ଏହି ସମୟ ଭିତରେ ସେମାନଙ୍କୁ ଆବଶ୍ୟକ ଖାଦ୍ୟପେୟ ଦିଆଯାଉଥିଲା। ହେଲେ ପ୍ରୟୋଗର ୫ଦିନ ପରେ ଭୟଙ୍କର ପରିଣାମ ସାମ୍ନାକୁ ଆସିବାରେ ଲାଗିଲା। ଚ୍ୟାମ୍ବର ଭିତରେ କଏଦୀମାନେ ଚିତ୍କାର କରିବା ସହ କାନ୍ଦିବାକୁ ଲାଗିଲେ। କିଛିଦିନ ପରେ ସେମାନେ ଚୁପ୍‌ ହୋଇଗଲେ। ଏପରି କି ପରସ୍ପର ଭିତରେ କଥାବାର୍ତ୍ତା ମଧ୍ୟ ବନ୍ଦ କରିଦେଲେ। ୧୧ତମ ଦିନରେ ଜଣେ କଏଦୀ ଏତେ ଜୋର୍‌ରେ ଚିତ୍କାର କଲେ ଯେ, ତାଙ୍କର ବେକର ଶିରା ଫାଟିଗଲା। ହେଲେ ତାଙ୍କର ଯନ୍ତ୍ରଣା ଶୁଣି ଅନ୍ୟ ଏକଦୀମାନେ ସାମାନ୍ୟ ପ୍ରତିକ୍ରିୟା ଦେଖାଇ ନ ଥିଲେ। ପରିସ୍ଥିତି ବିଗିଡ଼ିବା ପରେ ୧୫ତମ ଦିନରେ ବୈଜ୍ଞାନିକମାନେ ଏହି ପ୍ରୟୋଗ ରୋକିବାକୁ ନିଷ୍ପତ୍ତି ନେଲେ। ସ୍ଥିତି ପରଖିବାକୁ ଚ୍ୟାମ୍ବର ପାଖକୁ ଯାଇଥିବା ବୈଜ୍ଞାନିକମାନେ ଯେଉଁ ଦୃଶ୍ୟ ଦେଖିଲେ, ତାହା ଥିଲା ଛାତି ଥରାଇ ଦେବା ଭଳି। ୧୫ଦିନ ଯାଏ ଆଖି ପଲକ ପକାଇ ନ ଥିବା କଏଦୀମାନେ ନିଜେ ନିଜ ଶରୀରର ମାଂସ ଖାଇଯାଇଥିଲେ। ଅନେକଙ୍କ ହାତ, ଗୋଡ଼ରେ ମାଂସ ନ ଥିଲା। ବାହାରକୁ କେବଳ ହାଡ଼ ଦେଖାଯାଉଥିଲା। ଏପରି ଭୟଙ୍କର ଦୃଶ୍ୟ ଦେଖି ଜଣେ ବୈଜ୍ଞାନିକ ସମସ୍ତଙ୍କୁ ହତ୍ୟା କରିଦେଇଥିଲେ। ଏହାପରେ ଗବେଷଣା ସହିତ ଜଡ଼ିତ ସମସ୍ତ ତଥ୍ୟ ଗାଏବ କରି ଦିଆଗଲା।


ଆଜି ବି ତୁଟିନି ଦ୍ୱନ୍ଦ୍ୱ
ରୁଷିଆର ସ୍ଲିପ୍‌ ଏକ୍ପପେରିମେଣ୍ଟକୁ ନେଇ ଆଜି ବି ଦ୍ୱନ୍ଦ୍ୱ ତୁଟିନି। ଅନେକେ ଏହି ଘଟଣାକୁ ମନଗଢ଼ା କାହାଣୀ ବୋଲି କୁହନ୍ତି। ଆଜିଯାଏ ଏପରି କୌଣସି ଗ୍ୟାସ୍‌ ନାହିଁ; ଯାହା ମଣିଷର ପ୍ରାକୃତିକ ନିଦକୁ ରୋକିପାରିବ ବୋଲି ସେମାନେ ଯୁକ୍ତି ବାଢ଼ନ୍ତି। ହେଲେ ଆଉ ଗୋଟିଏ ବର୍ଗ ଏହି ଘଟଣାକୁ ସତ୍ୟ ବୋଲି ମାନନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପରାଜିତ ହୋଇଥିବା ଦେଶର ସେନା ସହ ବିଜୟୀ ଦେଶର ଶାସକ ନିଷ୍ଠୁର ବ୍ୟବହାର କରୁଥିଲେ। ଏପରି କି ସେହି ସମୟରେ ଅନେକ ଅମାନବୀୟ ପ୍ରୟୋଗ ମଧ୍ୟ କରାଯାଇଥିଲା। ଏପରି ଅନେକ ଉଦାହରଣ ରହିଛି ବୋଲି ସେମାନେ ନିଜ ଯୁକ୍ତିରେ କୁହନ୍ତି।

ଜାପାନର ମାନବୀୟ ପ୍ରୟୋଗଶାଳା ‘ୟୁନିଟ୍‌-୭୩୧’
ଜାପାନର ମାନବୀୟ ପ୍ରୟୋଗଶାଳା ହେଉଛି ‘ୟୁନିଟ୍‌-୭୩୧’। ୧୯୩୦ରୁ ୧୯୪୫ ଯାଏ ‘ଇମ୍ପାରିଏଲ ଜାପାନିଜ ଆର୍ମି’ ଚାଇନାର ପିଙ୍ଗ୍‌ଫାଙ୍ଗ୍‌ ପ୍ରଦେଶରେ ନିଜର ପ୍ରୟୋଗଶାଳା କରିଥିଲା। ଚାଇନାର ହସ୍ତକ୍ଷେପ ନ ଥିବା ଏହି ସ୍ଥାନରେ ଚାଇନିଜ୍‌ ଯୁଦ୍ଧବନ୍ଦୀ, ସେନା ଅଧିକାରୀ, ସୈନିକଙ୍କ ଶରୀରରେ ବହୁ ଜଟିଳ ପରୀକ୍ଷା କରାଯାଉଥିଲା। ଦୀର୍ଘ ଦଶନ୍ଧି ପରେ ଏଭଳି ନିର୍ମମ ଘଟଣାବଳୀର ଅଧାଅଧୁରା ଦସ୍ତାବିଜ୍‌ ପଦାକୁ ଆସିଥିଲା, ଯାହା ବ୍ୟଥିତ କରିଥିଲା ବିଶ୍ୱବାସୀଙ୍କୁ। ଉକ୍ତ ଦସ୍ତାବିଜ୍‌ ୧୦୦୦ରୁ ଊର୍ଦ୍ଧ୍ୱ ଡାକ୍ତର, ନର୍ସ, ସର୍ଜନ, ବୈଜ୍ଞାନିକ, ଇଞ୍ଜିନିୟରଙ୍କ କଳାକାରନାମାକୁ ପଦାରେ ପକାଇଥିଲା।

78805804

ହଲିଉଡ୍‌ରେ ପ୍ରତିଫଳନ
ହ୍ୟୁମାନ ଏକ୍ସପେରିମେଣ୍ଟକୁ ନେଇ ହଲିଉଡ୍‌ରେ ଅନେକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ସେଥିରୁ କେତେକ ସତ୍ୟଘଟଣାବଳୀ ଏବଂ ଆଉ କେତେକ ସାଇନ୍ସ ଫକ୍ସନ ଉପରେ ଆଧାରିତ। ହ୍ୟୁମାନ ଏକ୍ସପେରିମେଣ୍ଟ ଚଳଚ୍ଚିତ୍ର ଭିତରେ ଦି ଅନବର୍ନ, ହ୍ୟୁମାନ ସେଣ୍ଟିପେଡ୍‌, ରୋବୋକପ୍‌, ଇନ୍‌କ୍ରେଡିବଲ ହଲ୍କ, ହୋଲୋମ୍ୟାନ୍‌, କ୍ୟାପ୍‌ଟେନ ଆମେରିକା, ଦି ଜର୍ମାନ ଡକ୍ଟର, ଶକ୍‌ ଓ୍ବେଭ, ଦି ବିଏଷ୍ଟ ଇନ୍‌ ହିଟ୍‌, ଜାଟ୍‌, ଓ୍ବାର ଅଫ୍‌ ଡେଡ୍‌ ଅନ୍ୟତମ।

ଏଞ୍ଜେଲ ଅଫ୍‌ ଡେଥ୍‌ ‘ଜୋଶେଫ୍‌ ମାଙ୍ଗେଲେ’

ଡାକ୍ତରଙ୍କୁ କୁହାଯାଏ ଦ୍ୱିତୀୟ ଈଶ୍ୱର। ହେଲେ ଜର୍ମାନୀର ଏକଚ୍ଛତ୍ରବାଦୀ ଶାସକ ହିଟ୍‌ଲରଙ୍କ ବିଶ୍ୱସ୍ତ ଜୋଶେଫ ମାଙ୍ଗେଲେ ଥିଲେ ଡାକ୍ତର ନାମରେ ଜଣେ କଳଙ୍କିତ ବ୍ୟକ୍ତିତ୍ୱ। ଏକଦା ନାଜି ସେନାର ଓ୍ବାର ହିରୋ ଭାବେ ସୁନାମ ଅର୍ଜିଥିଲେ ଜୋଶେଫ। ସେନାରୁ ଅବସର ପରେ ତାଙ୍କୁ ଯୁଦ୍ଧବନ୍ଦୀଙ୍କ କ୍ୟାମ୍ପରେ ମେଡିକାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇଥିଲା। ଏହାପରେ ନିର୍ଦ୍ଦୟତାର ସୀମା ଟପିଯାଇଥିଲେ ମାଙ୍ଗେଲେ। ଦକ୍ଷତାର ଦୁରୁପଯୋଗ କରି ସେ ଆରମ୍ଭ କରିଥିଲେ ଇହୁଦୀ ଏବଂ ରୋମାନୀଙ୍କ ଉପରେ ଅକଥନୀୟ ଅତ୍ୟାଚାର। ଜେନେଟିକ୍‌ ସାଇନ୍ସରେ ପିଏଚ୍‌ଡି କରିଥିବା ମାଙ୍ଗେଲେ ଟପିଯାଇଥିଲେ ନିର୍ଦ୍ଦୟତାର ସମସ୍ତ ସୀମା। କ୍ୟାମ୍ପରେ ଗର୍ଭବତୀ, ଶିଶୁ, ଯମଜ ସନ୍ତାନ, ଦିବ୍ୟାଙ୍ଗଙ୍କ ଶରୀରରେ ଭୟଙ୍କର ଏକ୍ସପେରିମେଣ୍ଟ କରୁଥିଲେ। ବିନା ଆନାସ୍ଥେସିଆରେ ହାଡ଼, ମାଂସପେଶୀ ବାହାର କରି ଅନ୍ୟତ୍ର ପ୍ରତିରୋପଣ, ଯମଜ ସନ୍ତାନଙ୍କ ମୁଣ୍ଡ ଯୋଡ଼ିବା ଭଳି ବିଫଳ ପ୍ରୟାସ କରୁଥିଲେ। ଶିଶୁ ଏବଂ ଦିବ୍ୟାଙ୍ଗଙ୍କ ଶରୀରରେ ମ୍ୟାଲେରିଆ, ଟାଇଫଏଡ୍‌ ଭଳି ପ୍ରାଣଘାତୀ ଭୂତାଣୁ, ମାତ୍ରାଧିକ କ୍ଲୋରୋଫର୍ମ ପ୍ରୟୋଗ କରି ଏହାର କ୍ରିୟା ଏବଂ ପ୍ରତିକ୍ରିୟା ସମ୍ପର୍କିତ ତଥ୍ୟ ହାସଲ କରୁଥିଲେ। ଜେନେଟିକ୍‌ ଚିକିତ୍ସା ବିଜ୍ଞାନରେ ପିଏଚ୍‌ଡି କରିଥିବା ମାଙ୍ଗେଲେଙ୍କ ଏକ୍ସପେରିମେଣ୍ଟର ପ୍ରଥମ ପସନ୍ଦ ଥିଲେ ଜମଜ ଶିଶୁ। ସେମାନଙ୍କ ଭିତରେ ଥିବା ସମାନତା ଏବଂ ଭିନ୍ନତାକୁ ଜାଣିବା ଲାଗି ସେ ଜାରି ରଖିଥିଲେ ଜେନେଟିକ୍‌ ଷ୍ଟଡି। ବିନା ସୁରକ୍ଷା ପଦ୍ଧତିରେ କରାଯାଉଥିବା ଏପରି ପରୀକ୍ଷାରେ ଲକ୍ଷାଧିକ ଇହୁଦୀ, ରୋମାନୀଙ୍କ ମୃତ୍ୟୁ ଘଟିଥିଲା। ୧୯୪୫ରେ ନାଜିସେନାର ପରାଜୟ ପରେ ମାଙ୍ଗେଲେ ଛଦ୍ମବେଶରେ ଫେରାର ହୋଇଯିବାକୁ ଉଦ୍ୟମ କରୁଥିବାବେଳେ ଆମେରିକା ସେନା ହାତରେ ଧରାପଡ଼ିଥିଲେ। ତେବେ ଆବଶ୍ୟକ ପ୍ରମାଣ ଅଭାବରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲାନାହିଁ। ଯୁଦ୍ଧ ଇତିହାସରେ ମୃତ୍ୟୁର ସୌଦାଗର ଭାବେ ପରିଚିତ ଜୋଶେଫ ମାଙ୍ଗେଲେଙ୍କ ମୃତ୍ୟୁ ଘଟିଥିଲା ୧୯୭୯ରେ। ମାଙ୍ଗେଲେଙ୍କ ଜୀବନୀକୁ ନେଇ ଅନେକ ପୁସ୍ତକ ରଚନା କରାଯାଇଛି। ଏଥିରେ ତାଙ୍କୁ ରାକ୍ଷସ, ନିର୍ଦ୍ଦୟୀ ଭାବେ ଚିତ୍ରଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri