ଇକୋ ଭିଲେଜ ସତ୍ତ୍ୱେ ହେଉନି ଭିତ୍ତିଭୂମିର ବିକାଶ -ମୁଦୁଲିଗାଡ଼ିଆକୁ ଯିବାକୁ ମୁହଁ ମୋଡୁଛନ୍ତି ପର୍ଯ୍ୟଟକ

ନୟାଗଡ଼ ଅଫିସ,୨୫।୧୦: ନୟାଗଡ଼ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତର ମୁଦୁଲିଗାଡିଆ ଇକୋ ଭିଲେଜ ମାନ୍ୟତା ପାଇବାର ୨ବର୍ଷ ବିତିଯାଇଛି। ହେଲେ ଏଠାରେ ଲାଗିରହିଥିବା ସମସ୍ୟା ସମାଧାନ ହେଉ ନ ଥିବାରୁ ପର୍ଯ୍ୟଟକଙ୍କୁ ଏହି ଗଁ। ଆକର୍ଷିତ କରିପାରୁନି। ମହାନଦୀ ପାଖରେ ଥାଇ ବି ପାନୀୟଜଳ ସମସ୍ୟା ଦୂର ହୋଇପାରିନି। ବନ୍ୟା ଆସିଲେ ଗଁ। ବିଚ୍ଛିନ୍ନ ହେଉଥିଲେ ହେଁ ମାଳବନ୍ଧ ନିର୍ମାଣ ପ୍ରତି ଗୁରୁତ୍ୱ ଦିଆଯାଉନି। ତେବେ ଗାଁର ବିକାଶ ହେଉ ନ ଥିବାବେଳେ ମଙ୍ଗାନାସିସ୍ଥିତ ବରମୂଳ ସାତକୋଶିଆ ପରିବେଶ ପର୍ଯ୍ୟଟନ କେନ୍ଦ୍ରକୁ ଗ୍ରାମବାସୀ ପରିଚାଳନା କରି ଲୋକପ୍ରିୟତା ହାସଲ କରିପାରିଛନ୍ତି। ଏହି ପର୍ଯ୍ୟଟନ କେନ୍ଦ୍ର ଯୋଗୁ କେବଳ ପର୍ଯ୍ୟଟକ ମୁଦୁଲିଗାଡିଆ ଆସୁଥିବା କୁହାଯାଉଛି।
ମୁଦୁଲିଗାଡିଆରେ ୨୫ ପରିବାରର ୨୫୦ ଲୋକ ବାସ କରନ୍ତି। ଏଠାକାର ବାସିନ୍ଦାଙ୍କର ଜୀବନଜୀବିକା ଉନ୍ନତ ନୁହେଁ। ମହାନଦୀ ପାଖରେ ଥାଇ ବି ଜଳସେଚନର ସୁବିଧା ନାହିଁ। ପୁଣି ପାନୀୟଜଳ ସମସ୍ୟା ଲାଗିରହିଛି। ୧୦ବର୍ଷ ତଳେ ଏଠାରେ ଏକ ବୋର୍‌ ପଏଣ୍ଟ କରାଯାଇଥିଲା। ତେବେ ଠିକାଦାର ବିଲ୍‌ ନେଇ କାମ ଅଧାପନ୍ତରିଆ କରି ଛାଡିଗଲେ। ଏହା ପରଠାରୁ ଏହି ସମସ୍ୟା ସମାଧାନ ନେଇ କେହି ଅଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ ଗଁ। ଲୋକେ ବର୍ଷତମାମ ପାନୀୟ ଜଳ ପାଇଁ ହଇରାଣ ହୋଇଆସୁଛନ୍ତି। ସେହିଭଳି ଗଁାରେ ଅଙ୍ଗନୱାଡି କେନ୍ଦ୍ର, ପ୍ରାଥମିକ ବିଦ୍ୟାଳୟ ନାହିଁ। ଏଠାର ପିଲାମାନେ ଦେଢ଼କିମି ଦୂର ବେଠିଆସାହିକୁ ପଢିବା ପାଇଁ ଯାଉଛନ୍ତି। ୨୦୧୮ରେ ଏହି ଗଁ। ଇକୋ ଭିଲେଜ ମାନ୍ୟତା ପାଇବା ପରେ ସ୍ଥାନୀୟ ଲୋକେ ଆଶା କରିଥିଲେ ଗଁ।ର ବିକାଶ ହେବ। ହେଲେ ଦୁଇବର୍ଷ ପରେ ବି କିଛି ପରିବର୍ତ୍ତନ ଘଟି ନାହିଁ। କେବଳ ରଙ୍ଗ ଲଗାଯାଇଥିବାରୁ ଗଁ। ଲୋକଙ୍କ ଘରଗୁଡିକ ସୁନ୍ଦର ଦେଖାଯାଉଛି। ଅନ୍ୟପକ୍ଷେ ସାତକୋଶିଆ ପରିବେଶ ପର୍ଯ୍ୟଟନ କେନ୍ଦ୍ରକୁ ଏହି ଗଁ।ର ଲୋକମାନେ ପରିଚାଳନା କରୁଛନ୍ତି। ଗୋଷ୍ଠୀଗତ ଭାବେ ପରିଚାଳନା କରି ଗ୍ରାମବାସୀ ୧ କୋଟିରୁ ଊର୍ଦ୍ଧ୍ୱ ବ୍ୟବସାୟ କରିଛନ୍ତି। ହେଲେ କରୋନା କଟକଣା ଯୋଗୁ ପର୍ଯ୍ୟଟନ କେନ୍ଦ୍ର ବନ୍ଦ ରହିଥିଲା। ଏବେ କିଛିଦିନ ହେଲା ଖୋଲିଥିବାରୁ ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପର୍ଯ୍ୟଟନ କେନ୍ଦ୍ର ପରିଚାଳନା କମିଟି ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ କୁହନ୍ତି, ମୁଦୁଲିଗାଡିଆରେ ପାନୀୟ ଜଳ, ଶିକ୍ଷା, ମାଳବନ୍ଧ ପରି ସମସ୍ୟା ଲାଗିରହିଥିବାରୁ ଏହାର ସମାଧାନ ହେବା ଦରକାର। ଅନ୍ୟପକ୍ଷେ ବରମୂଳ ପର୍ଯ୍ୟଟନ କେନ୍ଦ୍ର ଯୋଗୁ ଆଜି ମୁଦୁଲିଗାଡିଆ ପରିଚିତ ହୋଇ ପାରିଛି। ଲୋକଙ୍କ ଜୀବନଜୀବିକାରେ ଉନ୍ନତି ଘଟିଛି। ଏଣୁ ଗଁ।ର ବିକାଶକୁ ଅଣଦେଖା କରିବା ଅନୁଚିତ। ଜିଲା ଟୁରିଷ୍ଟ ଅଫିସର ଦେବଦତ୍ତ ରଥ କୁହନ୍ତି, ମୁଦୁଲିଗାଡିଆର ସମସ୍ୟାକୁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ଚେଷ୍ଟା କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri