ସୁଇସ ବ୍ୟାଙ୍କରୁ ତଥ୍ୟ ମଗାଗଲା

ନୂଆଦିଲ୍ଲୀ: ସୁଇସ୍‌ ବ୍ୟାଙ୍କରେ ଭାରତୀୟଙ୍କ ଜମା ବଢିଥିବା ଏକ ରିପୋର୍ଟ ନିକଟରେ ଆସିଥିଲା। ଭାରତୀୟଙ୍କ କଳାଧନ ବଢିଥିବା ଏହି ରିପୋର୍ଟକୁ ଆଧାର କରି ସାରା ଦେଶରେ ଚର୍ଚ୍ଚା ଜୋର ଧରିଥିଲା। ରବିବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଏକ ସ୍ପଷ୍ଟୀକରଣ ଜାରି କରାଯାଇଛି। କଳାଧନ ବଢିଥିବା ରିପୋର୍ଟ ଭୁଲ୍‌ ବୋଲି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ସୁଇସ କର୍ତ୍ତୃପକ୍ଷ କହିଥିଲେ, ଭାରତୀୟଙ୍କ ଜମା ଗୋଟିଏ ବର୍ଷରେ ପ୍ରାୟ ୩ ଗୁଣ ବଢିଛି। କୋଭିଡ୍‌ ସମୟରେ ଜମାରେ ଏଭଳି ବୃଦ୍ଧି ହୋଇଥିବା କୁହାଯାଇଛି। ସୁଇସ୍‌ ବ୍ୟାଙ୍କ କର୍ତ୍ତୃପପକ୍ଷଙ୍କ ରିପୋର୍ଟ ମୁତାବକ, ୨୦୨୦ ଶେଷ ଯାଏ ଭାରତୀୟଙ୍କ ଜମା ବୃଦ୍ଧି ହୋଇ ୨୦,୭୦୦ କୋଟି ଟଙ୍କା ଛୁଇଁଛି। ୨୦୧୯ ଶେଷ ଯାଏ ଏହା ୬୬୨୫ କୋଟି ଟଙ୍କା ରହିଥିଲା।
୨୦୨୦ ଶେଷ ଯାଏ ଜମାର ହାର ୧୩ ବର୍ଷର ରେକର୍ଡ ଭାଙ୍ଗିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ସୁଇସ ନ୍ୟାଶନାଲ ବ୍ୟାଙ୍କ ପକ୍ଷରୁ ଏଭଳି ତଥ୍ୟ ଜାରି କରାଯାଇଥିବା ବେଳେ ଭାରତୀୟମାନେ ସେଠାରେ କେତେ କଳାଟଙ୍କା ଲୁଚାଇ ରଖିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଭାରତ ସରକାର କହିଛନ୍ତି ଯେ, ଭାରତୀୟ ନାଗରିକ, ପ୍ରବାସୀ ଭାରତୀୟ କିମ୍ବା ଅନ୍ୟ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ବିଭିନ୍ନ ଦେଶରେ ଚାଲୁଥିବା ସଂସ୍ଥା ଦ୍ୱାରା କରିଥିବା ଜମା ସମ୍ପର୍କରେ କିଛି ସୂଚନା ସୁଇସ କର୍ତ୍ତୃପକ୍ଷ ଦେଇନାହାନ୍ତି। ଅର୍ଥ ମନ୍ତ୍ରଣାଳୟ ମୁତାବକ, ଭାରତୀୟଙ୍କ ଜମା ୨୦୧୯ରେ ନିମ୍ନ ସ୍ତରକୁ ଆସିଥିଲା। ସେହିଭଳି ଟ୍ରଷ୍ଟଗୁଡିକର ଜମା ମଧ୍ୟ ଅନେକ ପରିମାଣରେ ଖସିଛି। ବଣ୍ଡ, ସିକ୍ୟୁରିଟିଜ ଏବଂ ଅନ୍ୟ ଫାଇନାନ୍ସିଆଲ ଇନଷ୍ଟ୍ରୁମେଣ୍ଟରେ ଲୋକମାନେ ଅଧିକ ନିବେଶ କରିଛନ୍ତି। ଭାରତ ସରକାର ଏ ସଂକ୍ରାନ୍ତ ରିପୋର୍ଟ ଉପରେ ବିସ୍ତୃତ ତଥ୍ୟ ବର୍ତ୍ତମାନ ମାଗିଛନ୍ତି। ବିଭିନ୍ନ ଦିଗକୁ ସରକାର ତର୍ଜମା କରିବେ ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଟିକସ ମାମଲା ସଂକ୍ରାନ୍ତ ତଥ୍ୟ ଆଦାନ ପ୍ରଦାନ ଲାଗି ଭାରତ ଏବଂ ସୁଇଜରଲାଣ୍ଡ ଚୁକ୍ତିରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୬୧ ଟଙ୍କାରେ ଇନ୍‌ସୁରାନ୍ସ, ଫୋନ ଚୋରି ହୋଇଗଲେ ମିଳିବ ୨୫,୦୦୦ ଟଙ୍କା…

ଯଦି ଆପଣଙ୍କ ସ୍ମାର୍ଟଫୋନ ଚୋରି ହୋଇଯାଏ ନଚେତ କେଉଁଠି ହଜି ଯାଏ, ତେବେ କ୍ଷତି ସହିବାକୁ ଏବେ ପଡ଼ିବ ନାହିଁ। VI ଭାରତରେ ପ୍ରଥମ ଥର...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri