‘କରୋନା ସହ ଆସିଛି ସୂଚନା ମହାମାରୀ’

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ଆମେ ସମସ୍ତେ ଏକ ବୈଶ୍ୱିକ ସଙ୍କଟ ମଧ୍ୟଦେଇ ଗତି କରୁଛୁ। ବର୍ତ୍ତମାନ କରୋନା ମହାମାରୀ ସହ ତାଳଦେଇ ସୂଚନା ମହାମାରୀ (ଇନ୍‌ଫୋଡେମିକ) ମଧ୍ୟ ଦେଖାଦେଇଛି। ଗଣମାଧ୍ୟମ କେତେକ କ୍ଷେତ୍ରରେ ଅନିୟନ୍ତ୍ରିତ ହୋଇପଡ଼ିଛି, ଯାହା ଏହାର ଛବିକୁ ପ୍ରଭାବିତ କରିବା ସହିତ ବିଶ୍ୱସନୀୟତା ହରାଇବା ଭଳି ଦୃଶ୍ୟମାନ ହେଉଛି। ଏଭଳି ସମୟରେ ଗଣମାଧ୍ୟମ ଦାୟିତ୍ୱସମ୍ପନ୍ନ ହୋଇ ଖବର ପ୍ରସାରଣ କରିବା ଆବଶ୍ୟକ। ଅସମ୍ପୂର୍ଣ୍ଣ ତଥ୍ୟ ଉପରେ ଅତ୍ୟଧିକ ଖବର ପ୍ରସାରଣ ଦ୍ୱାରା ଜନସାଧାରଣଙ୍କ ଉପରେ ମାନସିକ ଚାପ ସୃଷ୍ଟି ହେବା ଆଶଙ୍କା ରହିଛି। ଗଣମାଧ୍ୟମରେ କେବଳ କୋଭିଡ୍‌-୧୯ ମହାମାରୀ ସମ୍ପର୍କରେ ଖବର ପ୍ରସାରଣ କରା ନ ଯାଇ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ମଧ୍ୟ ଜୋର୍‌ ଦିଆଯିବା ଆବଶ୍ୟକ ବୋଲି ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ କହିଛନ୍ତି।
ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ‘କୋଭିଡ୍‌-୧୯ ପରିଚାଳନାରେ ଗଣମାଧ୍ୟମ’ର ଭୂମିକାକୁ ନେଇ ଆୟୋଜିତ ୱେବିନାରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସତପଥୀ କହିଲେ, କରୋନା ସମ୍ପର୍କିତ ଖବର ନିଶ୍ଚିତ ଭାବେ ପ୍ରକାଶ ପାଉ। ମାତ୍ର ଏସବୁ ଖବର ଉପରେ ଅତ୍ୟଧିକ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ ବୋଲି ସେ କହିଥିଲେ।
ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଶୈଳେଶ କୁମାର ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଓ୍ବେବିନାରରେ ଓଡ଼ିଶା ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକମାନେ ଅଂଶଗ୍ରହଣ କରିଥିଲେ। ସ୍ବତନ୍ତ୍ର ଅତିଥିଭାବେ ଯୋଗଦେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର କହିଲେ, କରୋନା ମହାମାରୀ ସମୟରେ ଗଣମାଧ୍ୟମ ଏକ ପ୍ରଶଂସନୀୟ ଭୂମିକା ନିର୍ବାହ କରୁଛି। ବର୍ତ୍ତମାନର ଆହ୍ବାନପୂର୍ଣ୍ଣ ସମୟରେ ସରକାରୀ ବ୍ୟବସ୍ଥା ଚାପଗ୍ରସ୍ତ ରହିଛି। ଗଣମାଧ୍ୟମ ସୂଚନା ପ୍ରସାରଣ ମାଧ୍ୟମରେ ବ୍ୟବସ୍ଥାକୁ ସହଯୋଗ ଯୋଗାଇ ଦେଉଛି। ତେବେ ଗଣମାଧ୍ୟମ ନକାରାତ୍ମକ ନୁହେଁ, ବରଂ ସକାରାତ୍ମକ ଖବର ପ୍ରସାରଣ କଲେ ଖୁବଶୀଘ୍ର ମହାମାରୀର ସଙ୍କଟ ଦୂର ହେବ। ସରକାର ଓ ପ୍ରଶାସନ ଗଣମାଧ୍ୟମ ସହ ରହିଛି ବୋଲି ସେ କହିଥିଲେ। ଆଲୋଚକ ଭାବେ ଯୋଗଦେଇ ‘ସମ୍ବାଦ’ର ଫିଚର ସମ୍ପାଦକ ଗୌରହରି ଦାସ କହିଲେ, ଗଣମାଧ୍ୟମ ବିଶେଷକରି ଖବରକାଗଜ ସଂସ୍ଥାଗୁଡ଼ିକ ଏବେ ଗୁରୁତର ସଙ୍କଟ ଦେଇ ଗତି କରୁଛି। ତିଷ୍ଠି ରହିବା ଲାଗି ସଂଘର୍ଷ କରୁଛନ୍ତି। ଏଭଳି ସମୟରେ କେବଳ ନକାରାତ୍ମକ ଖବର ପ୍ରସାରଣ ନ କରି ସକାରାତ୍ମକ ସୂଚନା ଲୋକଙ୍କ ନିକଟରେ ପହଞ୍ଚାଇବା ଉଚିତ ବୋଲି ସେ କହିଥିଲେ। କରୋନାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସୂଚନା ପ୍ରସାରଣ ନିରପେକ୍ଷ ଏବଂ ବିଶ୍ୱସନୀୟ ହେବା ଜରୁରୀ ବୋଲି ବରିଷ୍ଠ ସାମ୍ବାଦିକ ତଥା ‘ଓଡ଼ିଶା ବାଇଟ୍ସ’ ଏବଂ ‘ଓଡ଼ିଶା ସମ୍ବାଦ’ର ଗ୍ରୁପ୍‌ ସମ୍ପାଦକ ସନ୍ଦୀପ ମିଶ୍ର ଏବଂ ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିର ଭଟ୍ଟ ମିଶ୍ର କହିଥିଲେ।
ଶେଷରେ ପ୍ରଶ୍ନୋତ୍ତର ଅଧିବେଶନରେ ଛାପା ଗଣମାଧ୍ୟମର ଭବିଷ୍ୟତ ସଂକ୍ରାନ୍ତରେ ସତପଥୀ କହିଥିଲେ, ଛାପା ଗଣମାଧ୍ୟମର ଏକ ସ୍ବତନ୍ତ୍ର ବିଶ୍ୱସନୀୟତା ରହିଛି। କିଛି ଲୋକ ଡିଜିଟାଲ ଗଣମାଧ୍ୟମ ମୁହଁା ହୋଇଥିଲେ ବି ଭାରତ ଭଳି ଦେଶରେ ସବୁ ଲୋକଙ୍କ ପାଖରେ ଇଣ୍ଟରନେଟ ସଂଯୋଗ, କମ୍ପ୍ୟୁଟର, ସ୍ମାର୍ଟଫୋନ ଭଳି ସମ୍ବଳ ନ ଥିବାରୁ ଛାପା ଗଣମାଧ୍ୟମର ଗୁରୁତ୍ୱ ଅତି କମ୍‌ରେ ଆହୁରି ଦୁଇ ଦଶନ୍ଧି ପର୍ଯ୍ୟନ୍ତ ରହିବ ବୋଲି ସତପଥୀ କହିଥିଲେ। ଭୁବନେଶ୍ୱର ପିଆଇବିର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ଅତିଥି ପରିଚୟ ଦେବାସହ ୱେବିନାରକୁ ପରିଚାଳନା କରିଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ରାଜ୍ୟର ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ଛାତ୍ରୀଛାତ୍ର, ଗବେଷକ ଓ ବୁଦ୍ଧିଜୀବୀ ଏଥିରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri