Posted inଖେଳ

ଲକ୍ଷ୍ନୌ ବୋଲର ପ୍ରଭାବୀ

ଲକ୍ଷ୍ନୌ, ୧।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବୋଲରମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଫଳରେ ମୁମ୍ବାଇ ଇଣ୍ଡିଆନ ଇନିଂସ ୨୦ ଓଭରରେ ୧୪୪/୭ରେ ସୀମିତ ରହିଛି। ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ଲକ୍ଷ୍ନୌ ଦଳ ୧୩ ଓଭରରେ ୨ ଉଇକେଟ ହରାଇ ୯୯ ରନ ସଂଗ୍ରହ କରିଛି। ମୁମ୍ବାଇ ପରି ଲକ୍ଷ୍ନୌର ଆରମ୍ଭ ମଧ୍ୟ ଭଲ ରହି ନ ଥିଲା। ମୟଙ୍କ ଯାଦବଙ୍କ ସ୍ଥାନରେ ଇମ୍ପାକ୍ଟ ଖେଳାଳିଭାବେ ଆସିଥିବା ଅର୍ଶିନ କୁଲକର୍ନୀ ଖାତା ଖୋଲିବା ପୂର୍ବରୁ ଆଉଟ ହେବାରୁ ଲକ୍ଷ୍ନୌ ସ୍କୋର ୧/୧ ହୋଇ ଯାଇଥିଲା। ତାଙ୍କୁ ଆଉଟ କରିଥିଲେ ମୁମ୍ବାଇର ଇମ୍ପାକ୍ଟ ପ୍ଲେୟର ନୂଓ୍ବାନ ଥୁସାରା। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଆସି ଇମ୍ପାକ୍ଟ ଦେଖାଇଥିଲେ ଥୁସାରା। ଆଇପିଏଲ୍‌ରେ ଏହାଥିଲା ତାଙ୍କର ପ୍ରଥମ ଉଇକେଟ।
ଏହି ମ୍ୟାଚରେ ଅନେକ କିଛି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଯାଇଥିଲା। ଦଳ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା। ବ୍ୟାଟିଂ ମୁମ୍ବାଇର ମୁଖ୍ୟ ଶକ୍ତି ହୋଇଥିଲେ ହେଁ ପାଓ୍ବାରପ୍ଲେ ୬ ଓଭରରେ ମାତ୍ର ୨୮ ରନ ମଧ୍ୟରେ ଟପ୍‌ ଅର୍ଡରର ୪ଟି ଉଇକେଟ ହରାଇ ଦଳ ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା। ଏହା ମଧ୍ୟରେ ସାମିଲ ଥିଲେ ହିଟ୍‌ମ୍ୟାନ ରୋହିତ ଶର୍ମା (୪), ବିସ୍ଫୋରକ ବ୍ୟାଟର ସୂର୍ଯ୍ୟକୁମାର ଯାଦବ (୧୦), ଫର୍ମରେ ଥିବା ତିଲକ ବର୍ମା (୭) ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (୦)। ମହସିନ ଖାଁ, ମାର୍କୁସ ଷ୍ଟୋଇନିସ ଓ ନଭିନ ଉଲ୍‌ ହକ୍‌ ମୁମ୍ବାଇର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ତିଲକ ରନ୍‌ ଆଉଟ ହେବା ମଧ୍ୟ ମୁମ୍ବାଇ ପାଇଁ ଶକ୍ତ ଧକ୍କା ସଦୃଶ ଥିଲା। ସ୍ବାଭାବିକଭାବେ ଆକ୍ରମଣାତ୍ମକ ଆରମ୍ଭ କରୁଥିବା ଇଶାନ କିଶନ କିନ୍ତୁ ଏଠାରେ ଭିନ୍ନ ଅବତାରରେ ନଜରକୁ ଆସିଥିଲେ। ୮ ରନ କରିଥିବାବେଳେ ଜୀବନଦାନ ପାଇଥିବା ଇଶାନ ୩୬ଟି ବଲ୍‌ର ସମ୍ମୁଖୀନ ହୋଇଥିଲେ ହେଁ ୩୨ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ଷ୍ଟ୍ରାଇକ୍‌ ହାର ୯୦ରୁ କମ୍‌ ରହିଥିଲା। ନେହାଲ ଓ୍ବାଧେରାଙ୍କ ଦୃଢ଼ ବ୍ୟାଟିଂ ଯୋଗୁ ହିଁ ମୁମ୍ବାଇ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚତ୍ ପାରିଥିଲା। ସେ ୪୧ ବଲ୍‌ରୁ ୪ ଚୌକା ଓ ୨ ଛକା ସହ ୪୬ ରନ କରି ଇନିଂସ ସମ୍ଭାଳିଥିଲେ। ଏହି ଅବସରରେ ସେ କିଶନଙ୍କ ସହ ୫ମ ଉଇକେଟରେ ମୂଲ୍ୟବାନ ୫୩ ରନର ଭାଗୀଦାରି ଗଢ଼ିଥିଲେ। ଶେଷ ଭାଗରେ ସ୍ବାଭାବିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ଟିମ୍‌ ଡାଭିଡ। ସେ ୧୮ଟି ବଲ୍‌ର ସମ୍ମୁଖୀନ ହୋଇ ୩ ଚୌକା ଓ ୧ ଛକା ସହ ୩୫ ରନରେ ଅପରାଜିତ ରହିଥିଲେ। ଓ୍ବାଧେରା ଦଳ ପକ୍ଷରୁ ସର୍ବାଧିକ ୪୬ (୪୧ ବଲ, ୪ ଚୌକା, ୨ ଛକା) ରନର ଯୋଗଦାନ ଦେଇଥିଲେ। ଲକ୍ଷ୍ନୌ ବୋଲରଙ୍କ ମଧ୍ୟରେ ମହସିନ ଖାଁ ସର୍ବାଧିକ ୨ଟି ଉଇକେଟ ନେଇଥିଲେ। ମାର୍କୁସ ଷ୍ଟୋଇନିସ, ନଭିନ-ଉଲ୍‌-ହକ୍‌, ମୟଙ୍କ ଯାଦବ ଓ ରବି ବିଷ୍ଣୋଇ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୪୪/୭ (ନେହାଲ ଓ୍ବାଧେରା-୪୬, ଟିମ୍‌ ଡାଭିଡ-୩୫*, ଇଶାନ କିଶନ-୩୨, ମହସିନ ଖାଁ-୨/୩୬, ମାର୍କୁସ ଷ୍ଟୋଇନିସ-୧/୧୯, ନଭିନ ଉଲ୍‌ ହକ୍‌-୧/୧୫, ମୟଙ୍କ ଯାଦବ-୧/୩୧, ରବି ବିଷ୍ଣୋଇ-୧/୨୮)।


Enter your email to get our daily news in your inbox.

All Right Reserved By Dharitri.Com

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri