ବ୍ରାହ୍ମୀଲିପିର ପ୍ରଭାବ

ଜୈନ ପୁରାଣରେ ଏହି ଯୁଗର ପ୍ରଥମ ତୀର୍ଥଙ୍କର ଋଷଭଦେବ ତାଙ୍କ କନ୍ୟା ବ୍ରାହ୍ମୀଙ୍କୁ ଲେଖିବାର ଜ୍ଞାନ ପ୍ରଦାନ କରିଥିଲେ। ଏହାସହ ସେ ସଂଖ୍ୟାଜ୍ଞାନକୁ ତାଙ୍କ ଝିଅ ସୁନ୍ଦରୀଙ୍କୁ ଦେଇଥିଲେ। ସାହିତ୍ୟ ଓ ଗଣିତ ଏହି ଦୁଇ ଜୈନ ସନ୍ନ୍ୟାସିନୀଙ୍କଠାରୁ ସୃଷ୍ଟି ହୋଇଛି। ତୀର୍ଥଙ୍କରଙ୍କ ନୀତିଶିକ୍ଷାରୁ ସାମ୍ନାକୁ ଆସିଥିବା ବିଦ୍ୟା କିମ୍ବା ବିଷୟଗୁଡ଼ିକୁ ବିଭିନ୍ନ ଦେବୀ ଭାବେ ଜୈନମାନେ ଦେଖୁଥିଲେ। ତେବେ ବହୁ ପରେ କାବି୍ୟକଧାରା ଭାବେ ଏହିସବୁ କାହାଣୀ ସମ୍ଭବତଃ ଲେଖାର ଉତ୍ପତ୍ତି ସମ୍ପର୍କରେ ବୁଝାଇଆସିଛି। ପଣ୍ଡିତମାନେ ବିଶ୍ୱାସ କରନ୍ତି ଯେ, ଲିପିଗୁଡ଼ିକୁ ପ୍ରସାରିତ କରିବାରେ ଜୈନଧର୍ମ ଏକ ପ୍ରମୁଖ ଭୂମିକା ନେଇଥିଲା। ତାମିଲନାଡୁରେ ଜୈନ ସନ୍ନ୍ୟାସୀମାନେ ଉପବାସ ରହି ଦେହତ୍ୟାଗ କରିଥିବା କିମ୍ବା ଶିଳା ଶଯ୍ୟା ଥିବା ଜୈନସ୍ଥଳରୁ ତାମିଲ ବ୍ରାହ୍ମୀଲିପି ମିଳିଛି। ଏହି ଲିପି ଖ୍ରୀଷ୍ଟପୂର୍ବ ୨୭୦ର ଏବଂ ଏହା ଖ୍ରୀଷ୍ଟପୂର୍ବ ୨୫୦ର ଅଶୋକଙ୍କ ସମୟର ଲିପିଠାରୁ ପୁରୁଣା ହୋଇପାରେ। ଏଣୁ ଏହା ସ୍ପଷ୍ଟ ଯେ, ୨୩୦୦ ବର୍ଷ ପୂର୍ବେ ବଣିକ, ସନ୍ନ୍ୟାସୀ ଏବଂ ରାଜାମାନେ ଲେଖାକୁ ଭାରତର ବିଭିନ୍ନ ଭାଗରେ ପହଞ୍ଚାଇପାରିଥିଲେ।
ସମ୍ରାଟ୍‌ ଅଶୋକଙ୍କ ସମୟରେ ବ୍ୟବହାର କରାଯାଉଥିବା ଲିପିକୁ କାହିଁକି ବ୍ରାହ୍ମୀ ଲିପି କୁହାଯାଏ? ଏହା ମୌର୍ଯ୍ୟ ଶାସନକାଳରେ ଜଣାଥିଲା କି ନାହିଁ ତାହା ଆମେ ଜାଣୁନାହଁୁ। କିନ୍ତୁ ପ୍ରାଚୀନ ବିଦ୍ୱାନ୍‌ମାନେ ଏହାକୁ ‘ପିନ୍‌-ମ୍ୟାନ୍‌’ ଲିପି ବୋଲି କହୁଥିଲେ। ପରେ ତାହାକୁ ‘ଲାଟ’ ଲିପି,‘ଭାରତୀୟ ପାଲି’ ଏବଂ ‘ମୌର୍ଯ୍ୟ’ ଲିପି କୁହାଗଲା। ଅନେକ ଶତାବ୍ଦୀ ପରେ ସଂସ୍କୃତ କାବ୍ୟ ଲଳିତବିସ୍ତର ସୂତ୍ର(ଖ୍ରୀଷ୍ଟାବ୍ଦ ୩୦୦)ର ବୌଦ୍ଧ କାହାଣୀଗୁଡ଼ିରୁ ଆମେ ଜାଣିବାକୁପାଉ ଯେ, ଯୁବରାଜ ସିଦ୍ଧାର୍ଥ ଗୌତମ ଅନେକ ଭାଷାରେ ଲେଖିବାର ଶୈଳୀ ଶିକ୍ଷା କରିଥିଲେ। ଏହିସବୁ କାହାଣୀରେ ଲିପିଗୁଡ଼ିକର ଏକ ତାଲିକା ରହିଛି। ଏଥିରେ ପ୍ରଥମ ଲିପି ହେଉଛି ବ୍ରାହ୍ମୀ। ଏଣୁ ବିଦ୍ୱାନ୍‌ମାନେ ଅଶୋକଙ୍କ ସମୟରେ ବ୍ୟବହାର କରାଯାଉଥିବା ଲିପିକୁ ବ୍ରାହ୍ମୀଲିପି ଭାବେ ଘୋଷଣା କରିଥିଲେ। ଏହାର ବ୍ରହ୍ମ କିମ୍ବା ବ୍ରାହ୍ମଣଙ୍କ ସହିତ କୌଣସି ସମ୍ପର୍କ ନାହିଁ।
ଦକ୍ଷିଣ ଏସିଆରେ ଦେଖିବାକୁ ମିଳୁଥିବା ଅଧିକାଂଶ ଲିପି ବ୍ରାହ୍ମୀ ଲିପିରୁ ଉଦ୍‌ଭବ। ଏହା ବୌଦ୍ଧଧର୍ମ ସହ ବ୍ୟାପୀଥିଲା। ଏହା ଏକ ନିଆରା ଲିପି, ଯାହା ରୋମାନ୍‌ ବର୍ଣ୍ଣମାଳା ଏବଂ ଆରବୀ, ହିବ୍ରୁ ଲିପିଠାରୁ ଭିନ୍ନ। ରୋମାନ୍‌ ଲିପିରେ ବ୍ୟଞ୍ଜନବର୍ଣ୍ଣ ଓ ସ୍ବରବର୍ଣ୍ଣକୁ ପୃଥକ୍‌ ଭାବେ ଗୋଟିଏ ପରେ ଅନ୍ୟଟିକୁ ବ୍ୟବହାର କରାଯାଏ। ଏହା ବାମରୁ ଡାହାଣକୁ ଲେଖାଯାଇଥାଏ। ଆରବୀ କିମ୍ବା ହିବ୍ରୁ ଲିପି ଡାହାଣରୁ ବାମକୁ ଲେଖାଯାଇଥାଏ ଏବଂ ଏସବୁର କେବଳ ବ୍ୟଞ୍ଜନବର୍ଣ୍ଣ ଅଛି, ସ୍ବରବର୍ଣ୍ଣ ନାହିଁ। ହେଲେ ବ୍ରାହ୍ମୀ ବାମରୁ ଡାହାଣକୁ ଏକ ସମ୍ପୂର୍ଣ୍ଣ ଭିନ୍ନ ବୃତ୍ତାକାର ଉପାୟରେ ଲେଖାଯାଏ। ଏଥିରେ ଅକ୍ଷରଗୁଡ଼ିକ ମଝିରେ ରହେ ଏବଂ ଏହାର ଚାରିପାଖରେ ମାତ୍ରାଗୁଡ଼ିକ ଉପର-ତଳ, ବାମ-ଡାହାଣରେ ରହିଥାଏ। ବ୍ୟଞ୍ଜନବର୍ଣ୍ଣ ଓ ସ୍ବରବର୍ଣ୍ଣଗୁଡ଼ିକ ବୃତ୍ତର କେନ୍ଦ୍ରରେ ରହିଥାଏ।
ଏହିସବୁ ଲିପି ଭାରତୀୟ ସଂସ୍କୃତି ଏବଂ ବିଶ୍ୱରେ ଭାରତୀୟ ସଂସ୍କୃତିର ରହିଆସିଥିବା ପ୍ରଭାବକୁ ଦର୍ଶାଇଥାଏ। ଅଶୋକଙ୍କ ଶାସନକାଳରେ ଗାନ୍ଧାର ଅଞ୍ଚଳରେ ବ୍ୟଞ୍ଜନବର୍ଣ୍ଣ ଓ ସ୍ବରବର୍ଣ୍ଣକୁ ଏକାଠି ଲେଖାଯାଉଥିବା ଏକ ପ୍ରକାର ଲିପି ଖରୋସ୍ଥି ବ୍ୟବହାର କରାଯାଉଥିଲା। ଖରୋସ୍ଥି ଡାହାଣରୁ ବାମକୁ ଲେଖାଯାଉଥିଲା (ପାରସ୍ୟର ଆରବୀ ଓ ହିବ୍ରୁ ଲିପିର ପ୍ରଭାବକୁ ଦର୍ଶାଏ) ବେଳେ ବ୍ରାହ୍ମୀ ବାମରୁ ଡାହାଣକୁ ଲେଖାଯାଉଥିଲା(ଯାହା ସ୍ବତନ୍ତ୍ର ଭାବେ ସୃଷ୍ଟି ହୋଇଥିବା ସୂଚିତ କରେ)। ସମୟକ୍ରମେ ବ୍ରାହ୍ମୀ ଲିପିର ପ୍ରାଧାନ୍ୟ ବଢ଼ିବା ଯୋଗୁ ଖରୋସ୍ଥି ଲୋକପ୍ରିୟତା ହରାଇଲା।
ଚାଇନାର ଲିପି ହେଉଛି ପ୍ରତୀକାତ୍ମକ। ଏହାର ଅନେକ ପ୍ରକାର ଚିହ୍ନକୁ ମନେରଖିବା ବହୁତ କଷ୍ଟ। ଚାଇନାର ବିଭିନ୍ନ ଉପଭାଷା ମଧ୍ୟ ସମାନ ପ୍ରକାର ଚାଇନିଜ୍‌ ମୂଳ ଭାଷାକୁ ଉଚ୍ଚାରଣ କଲେ ମଧ୍ୟ ଶବ୍ଦଗୁଡ଼ିକର ସମାନ ଅର୍ଥ ରହିଥାଏ। ଏହା ଦେଶକୁ ଏକୀକୃତ କରେ ଏବଂ ଏଥିପାଇଁ ଏହି ଲିପି ବା ଭାଷାକୁ ପ୍ରାଥମିକତା ଦିଆଯାଏ। ଏପରିକି ଚାଇନାକୁ ବୌଦ୍ଧଧର୍ମ ପ୍ରସାରିତ ହୋଇଥିବାବେଳେ ବୌଦ୍ଧମନ୍ତ୍ରଗୁଡ଼ିକ ଚାଇନା ଲିପିରେ ଲେଖାଯାଇଥିଲା। ଜାପାନୀମାନଙ୍କର ଉଭୟ ପ୍ରତୀକାତ୍ମକ ଲିପିରେ ୫୦,୦୦୦ ଚିହ୍ନ ରହିଥିବାବେଳେ କାନା ଅକ୍ଷରମାଳାରେ ପାଖାପାଖି ୫୦ ଚିହ୍ନ ବା ଅକ୍ଷର ଅଛି। ବୌଦ୍ଧ ଗ୍ରନ୍ଥଗୁଡ଼ିକରେ ବ୍ୟବହୃତ ବ୍ରାହ୍ମୀ ଲିପି ଦ୍ୱାରା ପ୍ରଭାବିତ ହେବା ଯୋଗୁ ୧୦୦୦ ବର୍ଷ ପୂର୍ବେ ଏହାର ଉତ୍ପତ୍ତି ଘଟିଥିଲା। ବାସ୍ତବରେ ଜାପାନୀମାନେ ବୌଦ୍ଧମନ୍ତ୍ରରେ ପୂର୍ବ ଭାରତର ସିଦ୍ଧ ଲିପିକୁ ବ୍ୟବହାର କରନ୍ତି। ଚାଇନାର ପ୍ରତୀକାତ୍ମକ ଲିପିକୁ ମଧ୍ୟ କୋରିଆର ଉଚ୍ଚଶ୍ରେଣୀର ଲୋକେ ବ୍ୟବହାର କରୁଥିଲେ, ଯାହାକୁ ଶିଖିବା ଥିଲା କଷ୍ଟକର। ଏଣୁ ୫୦୦ ବର୍ଷ ପୂର୍ବେ କୋରିଆର ରାଜା ସାଧାରଣ ଲୋକଙ୍କୁ ଶିକ୍ଷିତ କରିବା ସକାଶେ ଏକ ନୂଆ ଲିପି ସୃଷ୍ଟି କରିଥିଲେ। ବ୍ରାହ୍ମୀରୁ କ୍ରମ ବିକଶିତ ତାମିଲ ଲିପି ଦ୍ୱାରା ରାଜାଙ୍କ ପାରିଷଦବର୍ଗ ପ୍ରଭାବିତ ହୋଇଥିଲେ। ଏହାସହ ତାମିଲ ଓ କୋରିଆନ୍‌ମାନଙ୍କର ବାଣିଜ୍ୟ ସମ୍ପର୍କକୁ ସୂଚିତ କରୁଥିବା ଅନେକ ସାଧାରଣ ଶବ୍ଦ ରହିଛି। ପାଖାପାଖି ୧୩୦୦ ଶତାବ୍ଦୀରେ ତାମିଲ ବ୍ୟବସାୟୀମାନେ ଚାଇନାର କ୍ୱାନ୍‌ଝୌରେ କୈୟୁଆନ ମନ୍ଦିର ନିର୍ମାଣ କରିଥିଲେ।
ବ୍ରାହ୍ମୀ ଲିପି ଚାରିପାଖରେ ଆକାର ଓ ମାତ୍ରା ରହିଛି। କୋରିଆର ହଙ୍ଗୁଲ ଲିପି ଏହି ପ୍ରକାର ନିୟମକୁ ଏହାର ନିଜସ୍ବ ତଥା ସ୍ବତନ୍ତ୍ର ଶୈଳୀରେ ଅନୁସରଣ କରେ। ଯଦିଓ ଏହା ବ୍ରାହ୍ମୀର ବ୍ୟଞ୍ଜନ ଓ ସ୍ବର ବର୍ଣ୍ଣ(ଅକ୍ଷର ଓ ମାତ୍ରା) ଲିପି ଦ୍ୱାରା ପ୍ରଭାବିତ, ତଥାପି ଏହାକୁ ପଢ଼ିବା ବହୁତ ସହଜ। ବ୍ରାହ୍ମୀ ଲିପି କୌଣସି ନିର୍ଦ୍ଦିଷ୍ଟ ଯୁକ୍ତିସଙ୍ଗତ ସିଦ୍ଧାନ୍ତ ନାହିଁ। କିନ୍ତୁ ହଙ୍ଗୁଲ ଲିପିର ଏକ ସ୍ପଷ୍ଟ ସିଦ୍ଧାନ୍ତ ରହିଛି ଏବଂ ସ୍ବରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣକୁ ଆମେ ଯେଉଁଭଳି ଉଚ୍ଚାରଣ କରୁଛେ, ଠିକ୍‌ ସେହିଭଳି ଏହାକୁ ଲେଖାଯାଏ। ହଙ୍ଗୁଲର ୧୫ଟି ବ୍ୟଞ୍ଜନବର୍ଣ୍ଣ ପାଇଁ ବିଭିନ୍ନ ଚିହ୍ନ ଏବଂ ୧୦ଟି ଅକ୍ଷର ଥିଲା। ଫଳରେ ଏହାକୁ ମନେରଖିବା ସହଜ। ମାତ୍ରାଗୁଡ଼ିକ ବ୍ୟଞ୍ଜନବର୍ଣ୍ଣର ଉଭୟ ଡାହାଣ କିମ୍ବା ନିମ୍ନରେ ରଖାଯାଇପାରୁଥିଲା। ଫଳରେ ଏହାକୁ ପଢ଼ିବା ବା ଶିଖିବା ସହଜ ହେଉଥିଲା। ଏହା ମଧ୍ୟ କୋରିଆନ୍‌ଙ୍କୁ ଶୀଘ୍ର ଶିକ୍ଷିତ କରାଇବାରେ ସକ୍ଷମ ହୋଇଥିଲା।
ଭାରତରେ ଦୀର୍ଘ ସମୟ ଧରି ଲେଖାକୁ ବିରୋଧ କରାଯାଇଆସିଛି। ଖ୍ରୀଷ୍ଟପୂର୍ବ ୩୦୦ରୁ ଖ୍ରୀଷ୍ଟାବ୍ଦ ୧୦୦ ମଧ୍ୟରେ ପ୍ରାକୃତ ଭାଷାରେ ଲେଖାଯାଉଥିଲା। ଏହାର ୪୦୦ ବର୍ଷ ପରେ ସଂସ୍କୃତରେ ଲେଖା ଆରମ୍ଭ ହୋଇଥିଲା। ପରେ ରାଜ ଦରବାରରେ ସଂସ୍କୃତ ଭାଷାର ପ୍ରାଧାନ୍ୟ ବଢ଼ିଥିଲା। ଏପରିକି ଆଫଗାନିସ୍ତାନରୁ ଆରମ୍ଭ କରି ଭିଏତ୍‌ନାମ ପର୍ଯ୍ୟନ୍ତ, ଖ୍ରୀଷ୍ଟାବ୍ଦ ୩୦୦ରୁ ୧୩୦୦ ମଧ୍ୟରେ ରାଜକୀୟ ଘୋଷଣାପତ୍ରରେ ଏହାକୁ ବ୍ୟବହାର କରାଯାଉଥିଲା। କିନ୍ତୁ ଇସ୍‌ଲାମର ଉତ୍‌ଥାନ ପରେ ଏହା ଶେଷହେବାକୁ ଲାଗିଲା। ସ୍ଥାନୀୟ ଭାରତୀୟ ଭାଷାଗୁଡ଼ିକ ପାଇଁ ନୂଆ ଆରବୀୟ ଓ ପାରସ୍ୟ ଲିପି ସହ ଭାରତର ସ୍ଥାନୀୟ ଲିପିଗୁଡ଼ିକ ମଧ୍ୟ ସୃଷ୍ଟିହେଲା।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

ବଡ଼ଲୋକଙ୍କ ଚେରକଟା ନୀତି

ମଣିଷର ଚରିତ୍ର ପଦପଦବୀ ବା ସମ୍ପତ୍ତି ଦ୍ୱାରା ନିର୍ଦ୍ଧାରିତ ହୁଏନାହିଁ। ଅନେକ ସମୟରେ ଆମେ ଭାବୁ ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତି ମାନସିକ ସ୍ତରରେ ଖୁବ୍‌ ଶାନ୍ତ ଓ…

ପିତୃତ୍ୱ: ଏକ ଆହ୍ବାନ

ପୁତ୍ରକନ୍ୟାମାନଙ୍କ ପାଇଁ ପିତା ହେଉଛନ୍ତି ଦେବତା। ଏଣୁ ତୈତ୍ତିରୀୟ ଉପନିଷଦରେ କୁହାଯାଇଛି ‘ପିତୃଦେବୋ ଭବଃ’।  ମନୁ ସଂହିତାରେ ଉଲ୍ଲେଖ ଅଛି ‘ଉପାଧ୍ୟାୟାତ୍‌ ଦଶାଚାର୍ଯ୍ୟଃ ଆଚାର୍ଯ୍ୟାଣାଂ ଶତଂ ପିତା’…

ତତଲା କଡ଼େଇ

ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ ବିଶ୍ୱର ସବୁଠାରୁ ୧୦୦ ଉତ୍ତପ୍ତ ସହର ମଧ୍ୟରୁ ୯୫ ଭାରତରେ ଅଛି। ଦିଲ୍ଲୀ, ଲକ୍ଷ୍ନୌ, ଜୟପୁର, ନାଗପୁର, ପ୍ରୟାଗରାଜ…

ଓଡ଼ିଶାର ପ୍ରଥମ ରାଜନୈତିକ ପୁରୁଷ ମଧୁବାବୁ

ଉତ୍କଳଗୌରବ ମଧୁସୂଦନ ଦାସ ହେଉଛନ୍ତି ଓଡ଼ିଶାର ସର୍ବପ୍ରଥମ ଓଡ଼ିଆ ରାଜନୈତିକ ପୁରୁଷ। ତାଙ୍କଠାରୁ ପ୍ରଥମେ ଓଡ଼ିଆଙ୍କୁ ମିଳିଥିଲା ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାରେ ମୁକ୍ତ ଅଧିକାର। ମଧୁବାବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri