ବ୍ରାହ୍ମୀଲିପିର ପ୍ରଭାବ

ଜୈନ ପୁରାଣରେ ଏହି ଯୁଗର ପ୍ରଥମ ତୀର୍ଥଙ୍କର ଋଷଭଦେବ ତାଙ୍କ କନ୍ୟା ବ୍ରାହ୍ମୀଙ୍କୁ ଲେଖିବାର ଜ୍ଞାନ ପ୍ରଦାନ କରିଥିଲେ। ଏହାସହ ସେ ସଂଖ୍ୟାଜ୍ଞାନକୁ ତାଙ୍କ ଝିଅ ସୁନ୍ଦରୀଙ୍କୁ ଦେଇଥିଲେ। ସାହିତ୍ୟ ଓ ଗଣିତ ଏହି ଦୁଇ ଜୈନ ସନ୍ନ୍ୟାସିନୀଙ୍କଠାରୁ ସୃଷ୍ଟି ହୋଇଛି। ତୀର୍ଥଙ୍କରଙ୍କ ନୀତିଶିକ୍ଷାରୁ ସାମ୍ନାକୁ ଆସିଥିବା ବିଦ୍ୟା କିମ୍ବା ବିଷୟଗୁଡ଼ିକୁ ବିଭିନ୍ନ ଦେବୀ ଭାବେ ଜୈନମାନେ ଦେଖୁଥିଲେ। ତେବେ ବହୁ ପରେ କାବି୍ୟକଧାରା ଭାବେ ଏହିସବୁ କାହାଣୀ ସମ୍ଭବତଃ ଲେଖାର ଉତ୍ପତ୍ତି ସମ୍ପର୍କରେ ବୁଝାଇଆସିଛି। ପଣ୍ଡିତମାନେ ବିଶ୍ୱାସ କରନ୍ତି ଯେ, ଲିପିଗୁଡ଼ିକୁ ପ୍ରସାରିତ କରିବାରେ ଜୈନଧର୍ମ ଏକ ପ୍ରମୁଖ ଭୂମିକା ନେଇଥିଲା। ତାମିଲନାଡୁରେ ଜୈନ ସନ୍ନ୍ୟାସୀମାନେ ଉପବାସ ରହି ଦେହତ୍ୟାଗ କରିଥିବା କିମ୍ବା ଶିଳା ଶଯ୍ୟା ଥିବା ଜୈନସ୍ଥଳରୁ ତାମିଲ ବ୍ରାହ୍ମୀଲିପି ମିଳିଛି। ଏହି ଲିପି ଖ୍ରୀଷ୍ଟପୂର୍ବ ୨୭୦ର ଏବଂ ଏହା ଖ୍ରୀଷ୍ଟପୂର୍ବ ୨୫୦ର ଅଶୋକଙ୍କ ସମୟର ଲିପିଠାରୁ ପୁରୁଣା ହୋଇପାରେ। ଏଣୁ ଏହା ସ୍ପଷ୍ଟ ଯେ, ୨୩୦୦ ବର୍ଷ ପୂର୍ବେ ବଣିକ, ସନ୍ନ୍ୟାସୀ ଏବଂ ରାଜାମାନେ ଲେଖାକୁ ଭାରତର ବିଭିନ୍ନ ଭାଗରେ ପହଞ୍ଚାଇପାରିଥିଲେ।
ସମ୍ରାଟ୍‌ ଅଶୋକଙ୍କ ସମୟରେ ବ୍ୟବହାର କରାଯାଉଥିବା ଲିପିକୁ କାହିଁକି ବ୍ରାହ୍ମୀ ଲିପି କୁହାଯାଏ? ଏହା ମୌର୍ଯ୍ୟ ଶାସନକାଳରେ ଜଣାଥିଲା କି ନାହିଁ ତାହା ଆମେ ଜାଣୁନାହଁୁ। କିନ୍ତୁ ପ୍ରାଚୀନ ବିଦ୍ୱାନ୍‌ମାନେ ଏହାକୁ ‘ପିନ୍‌-ମ୍ୟାନ୍‌’ ଲିପି ବୋଲି କହୁଥିଲେ। ପରେ ତାହାକୁ ‘ଲାଟ’ ଲିପି,‘ଭାରତୀୟ ପାଲି’ ଏବଂ ‘ମୌର୍ଯ୍ୟ’ ଲିପି କୁହାଗଲା। ଅନେକ ଶତାବ୍ଦୀ ପରେ ସଂସ୍କୃତ କାବ୍ୟ ଲଳିତବିସ୍ତର ସୂତ୍ର(ଖ୍ରୀଷ୍ଟାବ୍ଦ ୩୦୦)ର ବୌଦ୍ଧ କାହାଣୀଗୁଡ଼ିରୁ ଆମେ ଜାଣିବାକୁପାଉ ଯେ, ଯୁବରାଜ ସିଦ୍ଧାର୍ଥ ଗୌତମ ଅନେକ ଭାଷାରେ ଲେଖିବାର ଶୈଳୀ ଶିକ୍ଷା କରିଥିଲେ। ଏହିସବୁ କାହାଣୀରେ ଲିପିଗୁଡ଼ିକର ଏକ ତାଲିକା ରହିଛି। ଏଥିରେ ପ୍ରଥମ ଲିପି ହେଉଛି ବ୍ରାହ୍ମୀ। ଏଣୁ ବିଦ୍ୱାନ୍‌ମାନେ ଅଶୋକଙ୍କ ସମୟରେ ବ୍ୟବହାର କରାଯାଉଥିବା ଲିପିକୁ ବ୍ରାହ୍ମୀଲିପି ଭାବେ ଘୋଷଣା କରିଥିଲେ। ଏହାର ବ୍ରହ୍ମ କିମ୍ବା ବ୍ରାହ୍ମଣଙ୍କ ସହିତ କୌଣସି ସମ୍ପର୍କ ନାହିଁ।
ଦକ୍ଷିଣ ଏସିଆରେ ଦେଖିବାକୁ ମିଳୁଥିବା ଅଧିକାଂଶ ଲିପି ବ୍ରାହ୍ମୀ ଲିପିରୁ ଉଦ୍‌ଭବ। ଏହା ବୌଦ୍ଧଧର୍ମ ସହ ବ୍ୟାପୀଥିଲା। ଏହା ଏକ ନିଆରା ଲିପି, ଯାହା ରୋମାନ୍‌ ବର୍ଣ୍ଣମାଳା ଏବଂ ଆରବୀ, ହିବ୍ରୁ ଲିପିଠାରୁ ଭିନ୍ନ। ରୋମାନ୍‌ ଲିପିରେ ବ୍ୟଞ୍ଜନବର୍ଣ୍ଣ ଓ ସ୍ବରବର୍ଣ୍ଣକୁ ପୃଥକ୍‌ ଭାବେ ଗୋଟିଏ ପରେ ଅନ୍ୟଟିକୁ ବ୍ୟବହାର କରାଯାଏ। ଏହା ବାମରୁ ଡାହାଣକୁ ଲେଖାଯାଇଥାଏ। ଆରବୀ କିମ୍ବା ହିବ୍ରୁ ଲିପି ଡାହାଣରୁ ବାମକୁ ଲେଖାଯାଇଥାଏ ଏବଂ ଏସବୁର କେବଳ ବ୍ୟଞ୍ଜନବର୍ଣ୍ଣ ଅଛି, ସ୍ବରବର୍ଣ୍ଣ ନାହିଁ। ହେଲେ ବ୍ରାହ୍ମୀ ବାମରୁ ଡାହାଣକୁ ଏକ ସମ୍ପୂର୍ଣ୍ଣ ଭିନ୍ନ ବୃତ୍ତାକାର ଉପାୟରେ ଲେଖାଯାଏ। ଏଥିରେ ଅକ୍ଷରଗୁଡ଼ିକ ମଝିରେ ରହେ ଏବଂ ଏହାର ଚାରିପାଖରେ ମାତ୍ରାଗୁଡ଼ିକ ଉପର-ତଳ, ବାମ-ଡାହାଣରେ ରହିଥାଏ। ବ୍ୟଞ୍ଜନବର୍ଣ୍ଣ ଓ ସ୍ବରବର୍ଣ୍ଣଗୁଡ଼ିକ ବୃତ୍ତର କେନ୍ଦ୍ରରେ ରହିଥାଏ।
ଏହିସବୁ ଲିପି ଭାରତୀୟ ସଂସ୍କୃତି ଏବଂ ବିଶ୍ୱରେ ଭାରତୀୟ ସଂସ୍କୃତିର ରହିଆସିଥିବା ପ୍ରଭାବକୁ ଦର୍ଶାଇଥାଏ। ଅଶୋକଙ୍କ ଶାସନକାଳରେ ଗାନ୍ଧାର ଅଞ୍ଚଳରେ ବ୍ୟଞ୍ଜନବର୍ଣ୍ଣ ଓ ସ୍ବରବର୍ଣ୍ଣକୁ ଏକାଠି ଲେଖାଯାଉଥିବା ଏକ ପ୍ରକାର ଲିପି ଖରୋସ୍ଥି ବ୍ୟବହାର କରାଯାଉଥିଲା। ଖରୋସ୍ଥି ଡାହାଣରୁ ବାମକୁ ଲେଖାଯାଉଥିଲା (ପାରସ୍ୟର ଆରବୀ ଓ ହିବ୍ରୁ ଲିପିର ପ୍ରଭାବକୁ ଦର୍ଶାଏ) ବେଳେ ବ୍ରାହ୍ମୀ ବାମରୁ ଡାହାଣକୁ ଲେଖାଯାଉଥିଲା(ଯାହା ସ୍ବତନ୍ତ୍ର ଭାବେ ସୃଷ୍ଟି ହୋଇଥିବା ସୂଚିତ କରେ)। ସମୟକ୍ରମେ ବ୍ରାହ୍ମୀ ଲିପିର ପ୍ରାଧାନ୍ୟ ବଢ଼ିବା ଯୋଗୁ ଖରୋସ୍ଥି ଲୋକପ୍ରିୟତା ହରାଇଲା।
ଚାଇନାର ଲିପି ହେଉଛି ପ୍ରତୀକାତ୍ମକ। ଏହାର ଅନେକ ପ୍ରକାର ଚିହ୍ନକୁ ମନେରଖିବା ବହୁତ କଷ୍ଟ। ଚାଇନାର ବିଭିନ୍ନ ଉପଭାଷା ମଧ୍ୟ ସମାନ ପ୍ରକାର ଚାଇନିଜ୍‌ ମୂଳ ଭାଷାକୁ ଉଚ୍ଚାରଣ କଲେ ମଧ୍ୟ ଶବ୍ଦଗୁଡ଼ିକର ସମାନ ଅର୍ଥ ରହିଥାଏ। ଏହା ଦେଶକୁ ଏକୀକୃତ କରେ ଏବଂ ଏଥିପାଇଁ ଏହି ଲିପି ବା ଭାଷାକୁ ପ୍ରାଥମିକତା ଦିଆଯାଏ। ଏପରିକି ଚାଇନାକୁ ବୌଦ୍ଧଧର୍ମ ପ୍ରସାରିତ ହୋଇଥିବାବେଳେ ବୌଦ୍ଧମନ୍ତ୍ରଗୁଡ଼ିକ ଚାଇନା ଲିପିରେ ଲେଖାଯାଇଥିଲା। ଜାପାନୀମାନଙ୍କର ଉଭୟ ପ୍ରତୀକାତ୍ମକ ଲିପିରେ ୫୦,୦୦୦ ଚିହ୍ନ ରହିଥିବାବେଳେ କାନା ଅକ୍ଷରମାଳାରେ ପାଖାପାଖି ୫୦ ଚିହ୍ନ ବା ଅକ୍ଷର ଅଛି। ବୌଦ୍ଧ ଗ୍ରନ୍ଥଗୁଡ଼ିକରେ ବ୍ୟବହୃତ ବ୍ରାହ୍ମୀ ଲିପି ଦ୍ୱାରା ପ୍ରଭାବିତ ହେବା ଯୋଗୁ ୧୦୦୦ ବର୍ଷ ପୂର୍ବେ ଏହାର ଉତ୍ପତ୍ତି ଘଟିଥିଲା। ବାସ୍ତବରେ ଜାପାନୀମାନେ ବୌଦ୍ଧମନ୍ତ୍ରରେ ପୂର୍ବ ଭାରତର ସିଦ୍ଧ ଲିପିକୁ ବ୍ୟବହାର କରନ୍ତି। ଚାଇନାର ପ୍ରତୀକାତ୍ମକ ଲିପିକୁ ମଧ୍ୟ କୋରିଆର ଉଚ୍ଚଶ୍ରେଣୀର ଲୋକେ ବ୍ୟବହାର କରୁଥିଲେ, ଯାହାକୁ ଶିଖିବା ଥିଲା କଷ୍ଟକର। ଏଣୁ ୫୦୦ ବର୍ଷ ପୂର୍ବେ କୋରିଆର ରାଜା ସାଧାରଣ ଲୋକଙ୍କୁ ଶିକ୍ଷିତ କରିବା ସକାଶେ ଏକ ନୂଆ ଲିପି ସୃଷ୍ଟି କରିଥିଲେ। ବ୍ରାହ୍ମୀରୁ କ୍ରମ ବିକଶିତ ତାମିଲ ଲିପି ଦ୍ୱାରା ରାଜାଙ୍କ ପାରିଷଦବର୍ଗ ପ୍ରଭାବିତ ହୋଇଥିଲେ। ଏହାସହ ତାମିଲ ଓ କୋରିଆନ୍‌ମାନଙ୍କର ବାଣିଜ୍ୟ ସମ୍ପର୍କକୁ ସୂଚିତ କରୁଥିବା ଅନେକ ସାଧାରଣ ଶବ୍ଦ ରହିଛି। ପାଖାପାଖି ୧୩୦୦ ଶତାବ୍ଦୀରେ ତାମିଲ ବ୍ୟବସାୟୀମାନେ ଚାଇନାର କ୍ୱାନ୍‌ଝୌରେ କୈୟୁଆନ ମନ୍ଦିର ନିର୍ମାଣ କରିଥିଲେ।
ବ୍ରାହ୍ମୀ ଲିପି ଚାରିପାଖରେ ଆକାର ଓ ମାତ୍ରା ରହିଛି। କୋରିଆର ହଙ୍ଗୁଲ ଲିପି ଏହି ପ୍ରକାର ନିୟମକୁ ଏହାର ନିଜସ୍ବ ତଥା ସ୍ବତନ୍ତ୍ର ଶୈଳୀରେ ଅନୁସରଣ କରେ। ଯଦିଓ ଏହା ବ୍ରାହ୍ମୀର ବ୍ୟଞ୍ଜନ ଓ ସ୍ବର ବର୍ଣ୍ଣ(ଅକ୍ଷର ଓ ମାତ୍ରା) ଲିପି ଦ୍ୱାରା ପ୍ରଭାବିତ, ତଥାପି ଏହାକୁ ପଢ଼ିବା ବହୁତ ସହଜ। ବ୍ରାହ୍ମୀ ଲିପି କୌଣସି ନିର୍ଦ୍ଦିଷ୍ଟ ଯୁକ୍ତିସଙ୍ଗତ ସିଦ୍ଧାନ୍ତ ନାହିଁ। କିନ୍ତୁ ହଙ୍ଗୁଲ ଲିପିର ଏକ ସ୍ପଷ୍ଟ ସିଦ୍ଧାନ୍ତ ରହିଛି ଏବଂ ସ୍ବରବର୍ଣ୍ଣ ଓ ବ୍ୟଞ୍ଜନବର୍ଣ୍ଣକୁ ଆମେ ଯେଉଁଭଳି ଉଚ୍ଚାରଣ କରୁଛେ, ଠିକ୍‌ ସେହିଭଳି ଏହାକୁ ଲେଖାଯାଏ। ହଙ୍ଗୁଲର ୧୫ଟି ବ୍ୟଞ୍ଜନବର୍ଣ୍ଣ ପାଇଁ ବିଭିନ୍ନ ଚିହ୍ନ ଏବଂ ୧୦ଟି ଅକ୍ଷର ଥିଲା। ଫଳରେ ଏହାକୁ ମନେରଖିବା ସହଜ। ମାତ୍ରାଗୁଡ଼ିକ ବ୍ୟଞ୍ଜନବର୍ଣ୍ଣର ଉଭୟ ଡାହାଣ କିମ୍ବା ନିମ୍ନରେ ରଖାଯାଇପାରୁଥିଲା। ଫଳରେ ଏହାକୁ ପଢ଼ିବା ବା ଶିଖିବା ସହଜ ହେଉଥିଲା। ଏହା ମଧ୍ୟ କୋରିଆନ୍‌ଙ୍କୁ ଶୀଘ୍ର ଶିକ୍ଷିତ କରାଇବାରେ ସକ୍ଷମ ହୋଇଥିଲା।
ଭାରତରେ ଦୀର୍ଘ ସମୟ ଧରି ଲେଖାକୁ ବିରୋଧ କରାଯାଇଆସିଛି। ଖ୍ରୀଷ୍ଟପୂର୍ବ ୩୦୦ରୁ ଖ୍ରୀଷ୍ଟାବ୍ଦ ୧୦୦ ମଧ୍ୟରେ ପ୍ରାକୃତ ଭାଷାରେ ଲେଖାଯାଉଥିଲା। ଏହାର ୪୦୦ ବର୍ଷ ପରେ ସଂସ୍କୃତରେ ଲେଖା ଆରମ୍ଭ ହୋଇଥିଲା। ପରେ ରାଜ ଦରବାରରେ ସଂସ୍କୃତ ଭାଷାର ପ୍ରାଧାନ୍ୟ ବଢ଼ିଥିଲା। ଏପରିକି ଆଫଗାନିସ୍ତାନରୁ ଆରମ୍ଭ କରି ଭିଏତ୍‌ନାମ ପର୍ଯ୍ୟନ୍ତ, ଖ୍ରୀଷ୍ଟାବ୍ଦ ୩୦୦ରୁ ୧୩୦୦ ମଧ୍ୟରେ ରାଜକୀୟ ଘୋଷଣାପତ୍ରରେ ଏହାକୁ ବ୍ୟବହାର କରାଯାଉଥିଲା। କିନ୍ତୁ ଇସ୍‌ଲାମର ଉତ୍‌ଥାନ ପରେ ଏହା ଶେଷହେବାକୁ ଲାଗିଲା। ସ୍ଥାନୀୟ ଭାରତୀୟ ଭାଷାଗୁଡ଼ିକ ପାଇଁ ନୂଆ ଆରବୀୟ ଓ ପାରସ୍ୟ ଲିପି ସହ ଭାରତର ସ୍ଥାନୀୟ ଲିପିଗୁଡ଼ିକ ମଧ୍ୟ ସୃଷ୍ଟିହେଲା।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?