Inflation: ଭେଜ୍‌ ଥାଳିର ଦାମ ବଢ଼ିଛି ୫ ପ୍ରତିଶତ, ନନ୍‌ ଭେଜ୍‌ ଥାଳି କମିଛି ୧୩ ପ୍ରତିଶତ…

ନୂଆଦିଲ୍ଲୀ,୮।୨ : ଚାଉଳ, ଡାଲି, ପିଆଜ ଏବଂ ଟମାଟୋର ମୂଲ୍ୟ ବୃଦ୍ଧି ଯୋଗୁ ଜାନୁଆରୀରେ ଶାକାହାରୀ ଥାଳି(ଭେଜ୍‌ ଥାଳି) ପାଞ୍ଚ ପ୍ରତିଶତ ମହଙ୍ଗା ହୋଇଛି। ତେବେ ଚିକେନ ମୂଲ୍ୟରେ ହ୍ରାସ ଯୋଗୁ ଅଣ-ଶାକାହାରୀ(ନନ୍‌ ଭେଜ୍‌ ଥାଳି) ଥାଳିର ମୂଲ୍ୟ ୧୩ ପ୍ରତିଶତ ହ୍ରାସ ପାଇଛି। କ୍ରିସିଲ ରିପୋର୍ଟ ଅନୁଯାୟୀ, ବାର୍ଷିକ ପିଆଜ ମୂଲ୍ୟ ୩୫ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଟମାଟୋ ମୂଲ୍ୟ ୨୦ ପ୍ରତିଶତ ବୃଦ୍ଧି ପାଇଥିଲା। ଏହି କାରଣରୁ ଶାକାହାରୀ ଥାଳିର ମୂଲ୍ୟ ବୃଦ୍ଧି ପାଇଥିଲା। ଶାକାହାରୀ ଥାଳି ମୂଲ୍ୟରେ ଭାତ ୧୨ ପ୍ରତିଶତ ଏବଂ ଡାଲି ୯ ପ୍ରତିଶତ ଯୋଗଦାନ କରିଥାଏ। ବାର୍ଷିକ ଭିତ୍ତିରେ ଏସବୁର ମୂଲ୍ୟ ୧୪ ଏବଂ ୨୧ ପ୍ରତିଶତ ବୃଦ୍ଧି ପାଇଛି ।

ରିପୋର୍ଟ ଅନୁଯାୟୀ, ଯଦି ଡିସେମ୍ବର ୨୦୨୩ ତୁଳନାରେ ଶାକାହାରୀ ଥାଳିର ମୂଲ୍ୟ ଛଅ ପ୍ରତିଶତ ହ୍ରାସ ପାଇଛି। ଏଥି ସହିତ, ଅଣ-ଶାକାହାରୀ ଥାଳି ଆଠ ପ୍ରତିଶତ ଶସ୍ତା ହୋଇଛି। ଏକ ଅଣ ଶାକାହାରୀ ଥାଳିରେ ଚିକେନର ଅବଦାନ ୫୦ ପ୍ରତିଶତ ପାଖାପାଖି ରହିଛି। ଏହାର ମୂଲ୍ୟ ୮-୧୦ ପ୍ରତିଶତ ହ୍ରାସ ପାଇଛି। ଉତ୍ତର, ଦକ୍ଷିଣ, ପୂର୍ବ ଏବଂ ପଶ୍ଚିମ ଭାରତରେ ଥାଳି ପ୍ରସ୍ତୁତିର ମୂଲ୍ୟ ଉପରେ ଆଧାର କରି ଥାଳିର ହାରାହାରି ମୂଲ୍ୟ ହିସାବ କରାଯାଇଥାଏ।

Share