ବଢୁଛି ଅନୁପ୍ରବେଶ, ପ୍ରଶାସନ ନୀରବ

କେନ୍ଦ୍ରାପଡ଼ା ଅଫିସ,୨୪ା୧:ଅମିତ ରାୟ(୩୦)। ଆଶାଲତା ଓ ବିଧାନ ରାୟଙ୍କ ପୁଅ ଅମିତଙ୍କ ବାଂଲାଦେଶର ଠିକଣା ଅନୁଯାୟୀ ବଜରହାଟ ଜିଲା ଛତଲମାରି ଥାନା ଆରୁଲିଏ ଗଁାରେ ରୁହନ୍ତି। ଢାକାର ବାଂଲାଦେଶ ଟେକ୍ନିକାଲ ଏଡୁକେଶନ ବୋର୍ଡ ଅଧୀନରେ ୨୦୦୯ ମସିହାରେ ସେକେଣ୍ଡାରି ସ୍କୁଲ ପାସ୍‌ ସହ ବରିସାଲର ପିଙ୍କି କମ୍ପ୍ୟୁଟର ଟ୍ରେନିଂ ସେଣ୍ଟରରୁ ୨୦୧୧ ମସିହାରେ ସାର୍ଟିଫିକେଟ ହାସଲ କରିଛନ୍ତି। ତେବେ ତାଙ୍କର ଅନ୍ୟତମ ଠିକଣା ହେଉଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକୋଳିଖଳା। ସ୍ଥାନୀୟ ଅଞ୍ଚଳରେ ୩ ବର୍ଷ ଧରି ସୁଭଦ୍ରା ଓ ବିକାଶ ରାୟଙ୍କ ପୁଅ ଭାବେ ପରିଚିତ ହେଉଛନ୍ତି। ସ୍ଥାନୀୟ ରାମନଗରସ୍ଥ ସରସ୍ବତୀ ଶିଶୁ ମନ୍ଦିରରୁ ୨୦୦୨ରୁ ୨୦୧୦ ପର୍ଯ୍ୟନ୍ତ ପାଠ ପଢ଼ିଥିବା ସାର୍ଟିଫିକେଟ ପାଇଛନ୍ତି। ଏପରି କି ଏହି ସାର୍ଟିଫିକେଟ ବଳରେ ଭୋଟର ପରିଚୟପତ୍ରଠାରୁ ଆରମ୍ଭକରି ବିଭିନ୍ନ ସରକାରୀ ପ୍ରମାଣପତ୍ର ତାଙ୍କ ନାମରେ ଅଛି। ଏ ନେଇ ବରକୋଳିଖଳା ଗଁାର ସୁଭଦ୍ରାଙ୍କ ପ୍ରଶାସନିକ ଅଭିଯୋଗ ପରେ ୨୦୧୮ରେ ତାଙ୍କର ସମସ୍ତ ପ୍ରମାଣପତ୍ର ରଦ୍ଦ କରାଯାଇଥିଲା। ତତ୍କାଳୀନ ଜିଲାପାଳ ଦାଶରଥି ଶତପଥୀ ବାଂଲାଦେଶକୁ ଫେରିଯିବା ପାଇଁ ଅମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଅମିତ ଏବେ ବାଂଲାଦେଶକୁ ଯିବା ପରିବର୍ତ୍ତେ କୋଲକାତା ଓ କେନ୍ଦ୍ରାପଡ଼ା ଜିଲାରେ ରହୁଛନ୍ତି। କେନ୍ଦ୍ରାପଡ଼ା ଜିଲାକୁ ବାଂଲାଦେଶୀ ଅନୁପ୍ରବେଶ କ୍ଷେତ୍ରରେ ଅମିତ ଏକ ଉଦାହରଣ। ଏହା ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ଅନୁପ୍ରବେଶକାରୀଙ୍କ ଚିହ୍ନଟୀକରଣ ସହ ୨୦୦୫ ମସିହାରେ ଦେଶାନ୍ତର ପାଇଁ ନୋଟିସ ଦେଇଛନ୍ତି। ମାତ୍ର ଜଣେ ହେଲେ ଅନୁପ୍ରବେଶକାରୀଙ୍କୁ ସ୍ଥାନାନ୍ତର କରାଯାଇପାରିନାହିଁ। ସେହିପରି ୨୦୧୯ ମସିହାରେ ୧୩୭ଜଣଙ୍କୁ ଚିହ୍ନଟ କରାଯାଇ ଭୋଟର ତାଲିକାରୁ ନାମ ହଟାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ନୋଟିସ ହୋଇଛି। ଅପରପକ୍ଷରେ ଉପାନ୍ତ ଅଞ୍ଚଳରେ ମାତ୍ରାଧିକ ଅନୁପ୍ରବେଶକାରୀଙ୍କୁ ଦେଖିବାକୁ ମିଳୁଥିବା ବେଳେ ସମଗ୍ର ଜିଲାରେ ଏମାନେ କାର୍ଯ୍ୟ ବିସ୍ତାର କରିଥିବା ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି। ଜଙ୍ଗଲ ଜମି ଜବରଦଖଲଠାରୁ ଆରମ୍ଭକରି ନିଶା କାରବାରରେ ଏମାନଙ୍କ ହାତ ରହୁଥିବା ସେମାନେ ପ୍ରକାଶ କରିବା ସହ ତୁରନ୍ତ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଉ ବୋଲି ଦାବି କରିଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ସୁନୀଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ, ପ୍ରଭାତ ଦାସ, ଅଶେଷ ଖଟୁଆ, ଡ. ପି.ଏନ୍‌. ଗୌରାଙ୍ଗ ପ୍ରମୁଖ କହିଛନ୍ତି, ଜିଲା ତଥା ଦେଶ ପାଇଁ ଅନୁପ୍ରବେଶକାରୀମାନେ ବିପଦ ସାଜିଛନ୍ତି। ବଙ୍ଗଭଙ୍ଗ ସମୟରେ ଜିଲାରେ ମାତ୍ର ୧୨୩୭ ଜଣ ବଙ୍ଗ ଶରଣାର୍ଥୀଙ୍କୁ ଥଇଥାନ କରାଯାଇଥିଲା। ମହାକାଳପଡ଼ା ବ୍ଲକ ରାମନଗରର ସୀମିତ ଅଞ୍ଚଳରେ ଏମାନେ ରହୁଥିଲେ। ସାମ୍ପ୍ରତିକ ସମୟରେ ବାଂଲାଦେଶୀମାନେ ସମୁଦ୍ର ତଥା ବିଭିନ୍ନ ସଡ଼କପଥ ଦେଇ କେନ୍ଦ୍ରାପଡ଼ା ଜିଲାରେ ପହଞ୍ଚୁଛନ୍ତି। ୨୦୨୦ ମାର୍ଚ୍ଚରେ ୬ ଜଣ ବାଂଲାଦେଶୀଙ୍କୁ ସ୍ଥାନୀୟ ଜମ୍ମୁ ପୋଲିସ ଧରିବା ପରେ ଛାଡ଼ି ଦେଇଥିଲା। ଏମାନେ ପ୍ରଥମେ ଏଠାରେ ସ୍ଥାନୀୟ ଅଧିବାସୀଙ୍କ ଜରିଆରେ ନିଜର ପରିଚୟପତ୍ର ଯୋଗାଡ଼କରିବା ପରେ ଜଙ୍ଗଲ ଜମିକୁ ମୁଖ୍ୟ ଟାର୍ଗେଟ କରି ବସତି ସ୍ଥାପନ କରୁଛନ୍ତି। ଏହାର ପରିଣାମ ସ୍ବରୂପ ୧୯୬୦ରୁ ଅଦ୍ୟାବଧି ଜିଲାରେ ୪୨ଟି ବଙ୍ଗଭାଷୀ ଅଧ୍ୟୁଷିତ ରାଜସ୍ବ ଗ୍ରାମ ସୃଷ୍ଟି ହୋଇସାରିଲାଣି। ଏହାଦ୍ୱାରା ଜାତୀୟ ଉଦ୍ୟାନ ଭିତରକନିକା ବିପଦରେ ପଡ଼ିଛି। ଅନୁପ୍ରବେଶକାରୀମାନେ ଜାତୀୟ ଉଦ୍ୟାନ ସଂରକ୍ଷିତ ଅଞ୍ଚଳ ହୋଇଥିଲେ ମଧ୍ୟ ଜୀବଜନ୍ତୁ ଶିକାର, ଚିଙ୍ଗୁଡ଼ି ଘେରି ନିର୍ମାଣ, ଗଛ କାଟିବା ଆଦି କାର୍ଯ୍ୟ ସହ ଚୋରା ନିଶା କାରବାରରେ ଲିପ୍ତ ରହୁଛନ୍ତି। ଏ ନେଇ ବହୁ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଜିଲାର ୩ ସାମୁଦ୍ରିକ ଥାନାର ଭିତ୍ତିଭୂମି ସୁଦୃଢ ସହ ଅନୁପ୍ରବେଶକାରୀଙ୍କ ଚିହ୍ନଟୀକରଣ ଏବେ ଜରୁରୀ ହୋଇଥିବା ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଅମିତଙ୍କ ଭାରତୀୟ ବାପା ବିକାଶଙ୍କୁ ୯୦୭୮୮୦୩୯୮୧ରେ ବହୁବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ଅମିତଙ୍କର ସମସ୍ତ ଭାରତୀୟ ପ୍ରମାଣପତ୍ର ରଦ୍ଦ ହୋଇଛି। ତେବେ ଅମିତ ରହୁଥିବା ନେଇ ଅନୁସନ୍ଧାନ ହେବ। ଅନୁପ୍ରବେଶକୁ ନେଇ କୌଣସି ଲିଖିତ ଅଭିଯୋଗପତ୍ର ନ ଥିବାରୁ ସାମୂହିକ ଭାବେ ଚିହ୍ନଟ କରିବା ଏବେ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri