ସଂକ୍ରାମକ ରୋଗ ଓ ଆଣ୍ଟିବାୟୋଟିକ୍‌

ଡା. କାନ୍ତୀ ନାୟକ

ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ଭାରତରେ ଟିକାଦାନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ତେବେ ଏହି ସମୟରେ ସଂକ୍ରମିତ ରୋଗରୁ ଆରୋଗ୍ୟ ପାଇଁ ଆଣ୍ଟିବାୟୋଟିକ୍‌ ଔଷଧର ଆବଶ୍ୟକତା ଉପରେ ଏକ ପ୍ରକାର ଚର୍ଚ୍ଚା ଆରମ୍ଭ ହେଲାଣି। କରୋନା ସଂକ୍ରମଣବେଳେ ମଣିଷ ଶରୀର ପାଇଁ ରୋଗ ପ୍ରତିରୋଧକ ଶକ୍ତି କିଭଳି ଶତ୍ରୁ ପାଲଟିଯାଏ ସେ ସମ୍ପର୍କୀତ ଏକ ରିପୋର୍ଟ ‘ଲାନ୍‌ସେଟ୍‌’ ପତ୍ରିକାରେ ପ୍ରକାଶ ପାଇଛି। ମଣିଷର ରୋଗ ପ୍ରତିରୋଧକ ଶକ୍ତି ସୁଦୃଢ଼ ଥିଲେ ବାହାରର କୌଣସି ରୋଗ ସୃଷ୍ଟିକାରୀ ଅଣୁଜୀବ ବା ଆଣ୍ଟିଜେନ୍‌ ଶରୀରରେ କିଛି କ୍ଷତି କରିପାରିନଥାଏ। କିନ୍ତୁ ବେଳେବେଳେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଆଣ୍ଟିବଡି ବାହାରର ଅଣୁଜୀବ ସହିତ ଲଢ଼େଇ ନ କରି ନିଜ ଶରୀର ବିରୋଧରେ ଲଢ଼ିଥାଏ। କରୋନା ସଂକ୍ରମଣ କ୍ଷେତ୍ରରେ ଏଭଳି ସ୍ଥିତି ସୃଷ୍ଟି ହୋଇଥାଏ। ଏଥିରେ ଆଣ୍ଟିବଡି ଆଣ୍ଟିଜେନ୍‌ ସହିତ ମିଶି ଶରୀର ବରୋଧରେ ଲଢ଼ିଥାଏ। ସଂପ୍ରତି ବିଶ୍ୱରେ ଆଣ୍ଟିବାୟୋଟିକ୍‌ ଔଷଧଗୁଡ଼ିକ ଅନେକ କ୍ଷେତ୍ରରେ କାମ ଦେଉନଥିବାରୁ ଅଧିକାଂଶ ରୋଗ ବିଶେଷତଃ ସଂକ୍ରମିତ ରୋଗର ଚିକିତ୍ସା କିପରି କରାଯିବ, ତାହା ଉଭୟ ଡାକ୍ତର ତଥା ଔଷଧ କମ୍ପାନୀଗୁଡ଼ିକ ଲାଗି ଚିନ୍ତାର ବିଷୟ ହୋଇଛି। ତେବେ ଭାରତ ଅନେକ ଏଲୋପାଥିକ ଔଷଧ ବିକ୍ରି ବନ୍ଦ କରିଦେବା ପଛରେ ଏହି କାରଣ ବି ରହିଛି। ଚିକିତ୍ସା ଜଗତ ଯେଉଁ ନୂଆ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ସେଥିରେ ଆଶଙ୍କା ସୃଷ୍ଟି ହୋଇଛି ଯେ ସଂକ୍ରମିତ ରୋଗର ଉପଯୁକ୍ତ ଚିକିତ୍ସା ହେବାର ଯୁଗ ବୋଧହୁଏ ସରିଗଲାଣି। କାରଣ ପେନ୍‌ସିଲିନ୍‌ଠାରୁ ଆରମ୍ଭ କରି ଅନେକ ଜୀବନରକ୍ଷାକାରୀ ଔଷଧ ସହ ଉଭୟ ଚିକିତ୍ସକ ଓ ସାଧାରଣ ଲୋକେ ଅଭ୍ୟସ୍ତ ହୋଇଆସିଛନ୍ତି। ଏବେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତାହା ନୂଆ କଥା ନୁହେଁ। ଗତ କିଛି ବର୍ଷ ଧରି ବୈଜ୍ଞାନିକମାନେ କହିଆସୁଥିଲେ ଯେ ଆବଶ୍ୟକ ପଦକ୍ଷେପ ଯଥାଶୀଘ୍ର ନ ନିଆଗଲେ, ଜୀବନହାନିକାରୀ ସଂକ୍ରମଣ ମଣିଷ ପାଇଁ ପୁଣି ବଡ଼ ବିପଦ ଭାବେ ଦେଖାଦେବ; ଯାହାର ଚିକିତ୍ସା କରାଯାଇପାରିବ ନାହିଁ। ଆଣ୍ଟିବାୟୋଟିକ୍‌ ଉଦ୍ଭାବନ ପରଠାରୁ ଯେଉଁ ଜୀବାଣୁ ବା ବ୍ୟାକ୍ଟେରିଆ ରୋଗର କାରଣ ହେଉଥିଲା, ତାକୁ ମୁକାବିଲା କରିବାର ସାମର୍ଥ୍ୟ ଡାକ୍ତରମାନେ ହାସଲ କରିଥିଲେ। ୧୯୩୦-୪୦ ମସିହାରେ ଜଣାପଡ଼ିଲା ଯେ, ବ୍ୟାକ୍ଟେରିଆଗୁଡ଼ିକ ମଧ୍ୟ ଔଷଧର ଜୀବାଣୁ ଧ୍ୱଂସକାରୀ ସାମର୍ଥ୍ୟକୁ ପ୍ରତିରୋଧ କରିପାରିବେ। ଚୋର ଓ ପୋଲିସ ମଧ୍ୟରେ ଛକାପଞ୍ଝା ପରି ବ୍ୟାକ୍ଟେରିଆ ଓ ଔଷଧ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦଶନ୍ଧି ଦଶନ୍ଧି ଧରି ଚାଲିଆସିଛି। ଗୋଟିଏ ନୂଆ ଔଷଧ କୌଣସି ବ୍ୟାକ୍ଟେରିଆକୁ ଜବତ କରିପାରିଲେ ପରବର୍ତ୍ତୀ ସମୟରେ ଜେନେଟିକ୍‌ ପରିବର୍ତ୍ତନ ଦ୍ୱାରା ବ୍ୟାକ୍ଟେରିଆ ନୂଆ ସଂକ୍ରମଣକାରୀ ଶକ୍ତି ହାସଲ କରିଆସିଛି। ଫଳରେ ପ୍ରଚଳିତ ଆଣ୍ଟିବାୟୋଟିକ୍‌ ଔଷଧ ବିଫଳ ହେଉଛି।
ଗତ କେଇ ଦଶନ୍ଧି ମଧ୍ୟରେ ସମଗ୍ର ବିଶ୍ୱରେ ଡାକ୍ତରମାନେ ସାମ୍ନା କରୁଥିବା ଏହି ସମସ୍ୟାକୁ ସମ୍ପୃକ୍ତ ସମସ୍ତଙ୍କ ଦୃଷ୍ଟିକୁ ଆଣିବା ପରେ ଭୟ ସୃଷ୍ଟି ହୋଇଯାଇଛି ଯେ ଆଉ ଆଣ୍ଟିବାୟୋଟିକ୍‌ ଔଷଧ ମୋଟେ କାମଦେବ ନାହିଁ। ଯଦିଓ ଡାକ୍ତରମାନେ ଅନେକ କ୍ଷେତ୍ରରେ ସେହି ଔଷଧକୁ ପ୍ରେସ୍‌କ୍ୟୁସନରେ ଲେଖୁଛନ୍ତି, ତଥାପି ତାହା ରୋଗ ଭଲ କରୁନାହିଁ। ଏଣୁ ଅନେକ ଔଷଧକୁ ମାର୍କେଟ୍‌କୁ ନିଷେଧ କରାଯିବା ଦରକାର। କିନ୍ତୁ ତଦ୍ଦ୍ବାରା ମୂଳ ସମସ୍ୟାର ସମାଧାନ ହେବନାହିଁ। ଅର୍ଥାତ୍‌ ରୋଗର ଚିକିତ୍ସା ପାଇଁ ନୂଆ ଔଷଧ ବାହାର କରିବାକୁ ହେବ। ଏଣୁ ନୂଆ ଶକ୍ତିଶାଳୀ ଆଣ୍ଟିବାୟୋଟିକ୍‌ କିପରି ଉଦ୍ଭାବନ କରାଯାଇପାରିବ ତାହା ବୈଜ୍ଞାନିକ, ଡାକ୍ତର, ଔଷଧ କମ୍ପାନୀ ଓ ବିଭିନ୍ନ ଦେଶର ସରକାରଙ୍କ ଆଗରେ ଏକ ଚ୍ୟାଲେଞ୍ଜ। ଅବଶ୍ୟ ଆଣ୍ଟିବାୟୋଟିକ୍‌ର ବ୍ୟବହାରରେ ସତର୍କ ମଧ୍ୟ ଲୋଡ଼ା। ଏ କ୍ଷେତ୍ରରେ ଉଭୟ ଡାକ୍ତର ଓ ସାଧାରଣ ଲୋକଙ୍କର ଦାୟିତ୍ୱ ରହିଛି। ମନଇଚ୍ଛା ଆଣ୍ଟିବାୟୋଟିକ୍‌ ଔଷଧ ଖାଇବାକୁ ରୋଗୀଙ୍କୁ କହିବା ଅନୁଚିତ। ଯେଉଁ ସଂକ୍ରମଣ ଆଣ୍ଟିବାୟୋଟିକ୍‌ ଦ୍ୱାରା ଭଲ ହେବନାହିଁ, ତାକୁ ରୋଗୀ ଖାଇଲେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହୋଇପାରେ। ବରଂ ସଂକ୍ରମଣ ରୋକିବା ଲାଗି କେତେକ ପ୍ରତିଷେଧମୂଳକ ବ୍ୟବସ୍ଥା ସଚେତନତା ଜରିଆରେ ପ୍ରବର୍ତ୍ତନ କରାଯାଇପାରିବ। କମ୍‌ ଔଷଧରେ ରୋଗୀକୁ ଭଲ କରିବାକୁ ଚେଷ୍ଟା କରନ୍ତୁ। ଏବେକାର ଆଣ୍ଟିବାୟୋଟିକ୍‌ ସମସ୍ୟା ଓ ଔଷଧ ଶିଳ୍ପର ବ୍ୟବସାୟିକ ଲକ୍ଷ୍ୟ ମଧ୍ୟରେ ସନ୍ତୁଳନ ଦରକାର। ଆଣ୍ଟିବାୟୋଟିକ୍‌ର ବିଶ୍ୱ ସମସ୍ୟାକୁ କେବଳ ଯେ ସବୁ ଦେଶ ସମେତ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ବୁଝୁଛନ୍ତି, ଏଥିପାଇଁ ବିଶ୍ୱସ୍ତରରେ କୌଶଳ ଆବଶ୍ୟକ।
ଅଧୀକ୍ଷକ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଅର୍ବାନ୍‌ ସିଏଚ୍‌ସି, ସିଡିଏ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri