ବଢୁଛି ସଂକ୍ରମଣ, ଚିନ୍ତାରେ ଅଭିଭାବକ

ଭୁବନେଶ୍ୱର,୯।୯(ବ୍ୟୁରୋ) ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ହଜାରେ ତଳକୁ ରହୁଥିବା ବେଳେ, ପିଲାଙ୍କ ସଂକ୍ରମଣ ଚିନ୍ତା ବଢାଇବାରେ ଲାଗିଛି। ଦୈନିକ ଶହେରୁ ଊର୍ଦ୍ଧ୍ୱ ଶିଶୁ ଓ କିଶୋର ଚିହ୍ନଟ ହେଉଛନ୍ତି। ବୁଧବାର ରାଜ୍ୟରୁ ୧୮ବର୍ଷରୁ କମ୍‌ ୧୦୨ଜଣ ସଂକ୍ରମିତ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ଏହି ସଂକ୍ରମଣ ବୃଦ୍ଧି ପାଇଁ ୧୧୭ରେ ପହଞ୍ଚତ୍ଛି। ତୃତୀୟ ଲହର ନ ଆସୁଣୁ ପିଲାମାନଙ୍କ ସଂକ୍ରମଣ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି। ଅପରପକ୍ଷେ ୨୪ଘଣ୍ଟାରେ ରାଜ୍ୟରୁ ୭୭୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୭ଜଣ ୧୮ବର୍ଷରୁ କମ୍‌ ବୟସର ଥିବା ବେଳେ, ୪୪୮ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଓ ୩୨୩ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୩୨୭ ଜଣ ଆକ୍ରାନ୍ତ ହୋଇଛନ୍ତି।