ଭାରତରେ ବିସ୍ଫୋରକ ହେବ ସଂକ୍ରମଣ

ନୂଆଦିଲ୍ଲୀ, ୩୦।୧୨: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଆସିବା ପରେ ଭାରତରେ ଗତ କିଛିଦିନ ହେଲା କୋଭିଡ୍‌ ସଂକ୍ରମଣ ବଢ଼ିଚାଲିଛି। ଆଗାମୀ ଦିନରେ ଏହା ଅତ୍ୟଧିକ ବୃଦ୍ଧି ପାଇବ। ତେବେ ଏହି ଲହର ଅଳ୍ପଦିନ ପାଇଁ ରହିବ ବୋଲି କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଅଧ୍ୟୟନରେ କୁହାଯାଇଛି। ଉକ୍ତ ବିଶ୍ୱବିଦ୍ୟାଳୟର ଜଜ୍‌ ବିଜ୍‌ନେସ୍‌ ସ୍କୁଲ୍‌ ପ୍ରଫେସର ପଲ୍‌ କଟ୍ଟୁମାନଙ୍କ କହିବା ଅନୁଯାୟୀ ଭାରତରେ କିଛି ଦିନ ମଧ୍ୟରେ ଦୈନିକ ସଂକ୍ରମଣରେ ବିସ୍ଫୋରକ ବୃଦ୍ଧି ଘଟିବାକୁ ଯାଉଛି। ସେ ଓ ତାଙ୍କ ଗବେଷକ ଟିମ୍‌ ପ୍ରସ୍ତୁତ କରିଥିବା କୋଭିଡ୍‌-୧୯ ଇଣ୍ଡିଆ ଟ୍ରାକରରୁ ଏହା ଜଣାପଡ଼ିଛି। ଚଳିତ ସପ୍ତାହରୁ ସମ୍ଭବତଃ ସଂକ୍ରମଣ ବଢ଼ିବ ଏବଂ ଏହା କେତେ ବୃଦ୍ଧି ହେବ ତାହା ପୂର୍ବାନୁମାନ କରିବା କଷ୍ଟକର ବୋଲି କଟ୍ଟୁମାନ କହିଛନ୍ତି। ଗତ ୨୪ ତାରିଖରେ ଭାରତର ୫ଟି ରାଜ୍ୟରେ ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ୨୬ ବେଳକୁ ଏହା ୧୧ଟି ରାଜ୍ୟକୁ ବ୍ୟାପିଥିବା ଟ୍ରାକରରେ ଦର୍ଶାଯାଇଛି। ବୁଧବାର ଭାରତରେ ୯,୧୯୫ ନୂଆ ମାମଲା ଚିହ୍ନଟହୋଇଛି ଯାହା କି ଗତ ୩ ସପ୍ତାହ ମଧ୍ୟରେ ସର୍ବାଧିକ। ଏହାକୁ ମିଶାଇ ଭାରତରେ ମୋଟ ସଂକ୍ରମଣ ୩.୪୮ କୋଟିରେ ପହଞ୍ଚତ୍ଛି। ସେହିପରି ଦେଶରେ କୋଭିଡ୍‌ ଜନିତ ମୃତ୍ୟୁସଂଖ୍ୟା ୪,୮୦,୫୯୨କୁ ବୃଦ୍ଧି ପାଇଛି। ଭାରତରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୭୮୧ରେ ପହଞ୍ଚତ୍ଲାଣି।
ସଂକ୍ରମଣ ବଢ଼ିବାରୁ ସରକାର ୧୫ରୁ ୧୮ ବର୍ଷର ପିଲାଙ୍କୁ କୋଭିଡ୍‌ ଟିକା ଦେବା ସହ ସ୍ବାସ୍ଥ୍ୟସେବା କର୍ମଚାରୀ, ସମ୍ମୁଖ ଯୋଦ୍ଧା ଏବଂ ବହୁବିଧ ରୋଗ ଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ବୁ୍‌ଷ୍ଟର ଡୋଜ୍‌ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ଆଉ ଦୁଇଟି ଟିକା ଏବଂ ଆଣ୍ଟି ଭାଇରାଲ ଔଷଧ ମୋଲନୁପିରାଭିର୍‌କୁ ବ୍ୟବହାରିକ ମଞ୍ଜୁରୀ ପ୍ରଦାନ କରାଯାଇଛି। ସଂକ୍ରମଣ ରୋକିବା ଲାଗି ବିଭିନ୍ନ ରାଜ୍ୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ଦିଲ୍ଲୀ ସରକାର ସିନେମା ହଲ୍‌, ସ୍କୁଲ୍‌, ଜିମ୍‌ ଆଦି ବନ୍ଦ ରଖିବା ସହ ଜନ ସମାବେଶ ଉପରେ କଟକଣା ଲଗାଇଛନ୍ତି। ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି।
ଗତ ଏପ୍ରିଲ୍‌-ମେ’ରେ ଭାରତରେ କୋଭିଡ୍‌ର ଦ୍ୱିତୀୟ ଲହର ଶୀର୍ଷ ଛୁଇଁଥିଲା। ଦୈନିକ ସଂକ୍ରମଣ ୪ ଲକ୍ଷ ଅତିକ୍ରମ କରିବା ସହ ବହୁ ଲୋକଙ୍କ ଜୀବନ ନେଇଥିଲା ମହାମାରୀ। ହସ୍ପିଟାଲରେ ରୋଗୀ ଚିକିତ୍ସା ପାଇଁ ବେଡ୍‌ ଅଭାବ ଦେଖାଯାଇଥିଲା। ଅକ୍ସିଜେନ୍‌ ଅଭାବରୁ ବହୁ ଲୋକଙ୍କ ଜୀବନ ଯାଇଥିଲା। ମେ’ ବେଳକୁ ଦ୍ୱିତୀୟ ଲହର ଶୀର୍ଷରେ ପହଞ୍ଚତ୍ବ ଏବଂ ଅଗଷ୍ଟରୁ କମିବା ଆରମ୍ଭ ହେବ ବୋଲି କେମ୍ବ୍ରିଜ୍‌ ଇଣ୍ଡିଆ ଟ୍ରାକର ପୂର୍ବାନୁମାନ କରିଥିଲା।

 

୧୧% ବଢ଼ିଛି କୋଭିଡ୍‌ ମାମଲା

ଗତ ସପ୍ତାହରେ ସାରା ବିଶ୍ୱରେ କୋଭିଡ୍‌ ସଂକ୍ରମଣ ୧୧ ପ୍ରତିଶତ ବୃଦ୍ଧି ପାଇଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି। ଆମେରିକାରେ ଦୈନିକ ସଂକ୍ରମଣ ସର୍ବାଧିକ ବଢ଼ିଛି। ଡିସେମ୍ବର ୨୦ରୁ ୨୬ ମଧ୍ୟରେ ବିଶ୍ୱରେ ୪୯.୯ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ କେବଳ ୟୁରୋପରେ ୨୮.୪ ଲକ୍ଷ ଆକ୍ରାନ୍ତ । ଡବ୍ଲ୍ୟୁଏଚ୍‌ଓ ରିପୋର୍ଟ ଅନୁଯାୟୀ ଆମେରିକାରେ ସଂକ୍ରମଣ ୩୯ ପ୍ରତିଶତ ବୃଦ୍ଧି ପାଇ ପ୍ରାୟ ୧୪.୮ ଲକ୍ଷରେ ପହଞ୍ଚତ୍ଛି। ସେହିପରି ଆଫ୍ରିକାରେ ସଂକ୍ରମଣ ୭ ପ୍ରତିଶତ ବୃଦ୍ଧି ପାଇ ଗତ ସପ୍ତାହରେ ୨,୭୫,୦୦୦ ହୋଇଛି। ଅନ୍ୟ ପକ୍ଷରେ ଗତ ସପ୍ତାହରେ କୋଭିଡ୍‌ ଜନିତ ମୃତ୍ୟୁ ୪ ପ୍ରତିଶତ ହ୍ରାସ ପାଇଥିବା ଡବ୍ଲ୍ୟୁଏଚ୍‌ଓ କହିଛି। ଓମିକ୍ରନ୍‌ ଭାରିଆଣ୍ଟ ଡେଲ୍ଟା ତୁଳନାରେ ଅଧିକ ଦ୍ରୁତ ବେଗରେ ସଂକ୍ରମିତ ହେଉଥିବାର ପ୍ରମାଣ ମିଳିଛି। ଏହି ଭାରିଆଣ୍ଟ ପ୍ରଥମେ ଚିହ୍ନଟ ହୋଇଥିବା ଦକ୍ଷିଣ ଆଫ୍ରିକାରେ ଏବେ ସଂକ୍ରମଣ ହ୍ରାସ ପାଇଛି। ବ୍ରିଟେନ୍‌ ଓ ଡେନ୍‌ମାର୍କରେ ଓମିକ୍ରନ୍‌ ସଂକ୍ରମଣ ବଢ଼ୁଥିଲେ ହେଁ କମ୍‌ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ତାଣ୍ଡବ ଜାରି: ୪୨ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୭।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଗତ ୨ ଦିନ ଧରି ଲଗାତାର...

ରାୟଗଡ଼ାରେ ଗୋଟିଏ ଗ୍ରାମରୁ ଚିହ୍ନଟ ହେଲେ ୭୪ ପଜିଟିଭ

ରାୟଗଡା ଅଫିସ, ୩।୭: ରାଜ୍ୟରେ ଶୁକ୍ରବାର ଗୋଟିଏ ଦିନରେ ୫୬୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ରାୟଗଡ଼ା ଜିଲାରୁ ୭୬ଜଣ ରହିଛନ୍ତି । ତେବେ...

ଆଜି ରାଜ୍ୟରୁ ୨୪୫ ପଜିଟିଭ୍‌ ଚିହ୍ନଟ, ଆଉ ୩ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୧ା୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୨୪୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୮୬୬ରେ ପହଞ୍ଚିଥିବା ରାଜ୍ୟ ସୂଚନା...

କରୋନା ସଙ୍କଟ ମଧ୍ୟରେ ଯୁବକଙ୍କ ନିଆରା ମାସ୍କ: ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୪।୫: କରୋନା ସଙ୍କଟରୁ ବର୍ତ୍ତିବା ପାଇଁ ମାସ୍କ ପରିଧାନକୁ ଗବେଷକମାନେ ଅଧିକ ଗୁରୁତ୍ୱ ଦେବା ସହ ଏହାକୁ ରାମବାଣ ବୋଲି କହୁଛନ୍ତି। ଆଉ ଏହି ନିୟମକୁ...

ପୃଥିବୀରେ ୩୦ ହଜାର ୮୭୩ ଲୋକଙ୍କ ଜୀବନ ନେଲାଣି କରୋନା: ୬ ଲକ୍ଷ ୬୩ ହଜାର ୫୪୧ ସଂକ୍ରମିତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୯।୩: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ଲୋକଙ୍କ ମୃତ୍ୟୁ ଘଟି ଚାଲିଛି। ଫଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ବହୁ...

ଚାଇନାକୁ ଫେରିଲା କରୋନା: ଶୁଲାନ ସହର ଲକ୍‌ଡାଉନ

ବେଜିଂ,୧୧।୫: ଚାଇନାକୁ ପୁଣି ଫେରିଛି କରୋନା। ରୁଷ ସୀମା ନିକଟରେ ଅବସ୍ଥିତ ଜିଲିନ ଅଞ୍ଚଳରେ ଥିବା ଶୁଲାନ ସହରରେ ୧୭ ଜଣ କରୋନାରେ ସଂକ୍ରମିତ ହୋଇଥିବା...

ଗାଡ଼ିରେ ଦିନିକିଆ ପାସ୍‌ ଲଗାଇଲା ପୋଲିସ

ଭୁବନେଶ୍ୱର,୨୭ା୩(ବ୍ୟୁରୋ)ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କୌଣସି ପାସ୍‌ ଆବଶ୍ୟକ ନାହିଁ। ସେମାନେ କେବଳ ଆଇକାର୍ଡ ଦେଖାଇ ଯାଇପାରିବେ ବୋଲି ପୋଲିସ ଡିଜି ଅଭୟ କହିଛନ୍ତି। ହେଲେ...

କରୋନା ସହାୟତା ବଣ୍ଟନ ସମୟରେ ସରପଞ୍ଚ ପ୍ରତିନିଧିଙ୍କୁ ହତ୍ୟା ଉଦ୍ୟମ: ଅଭିଯୁକ୍ତ ବାପ, ପୁଅଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୩।୪(ଡି.ଏନ୍‌.ଏ.): ଦିଗପହଣ୍ଡି ବ୍ଳକ ବୋମକେଇ ଗାଁରେ ରାସନ କାର୍ଡ ଓ ଲେବର କାର୍ଡ ହିତାଧିକାରୀଙ୍କୁ କରୋନା ଆର୍ଥିକ ସହାୟତା ବଣ୍ଟନ ସମୟରେ ସରପଞ୍ଚ ପ୍ରତିନିଧିଙ୍କୁ ହତ୍ୟା...

Advertisement
Archives

Model This Week