ଗାଁଠାରୁ ସହରରେ ସଂକ୍ରମଣ ଅଧିକ

କଟକ ଅଫିସ,୧୦।୮: କଟକ ଜିଲାରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଗତ ସପ୍ତାହରେ ଚିହ୍ନଟ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସହରାଞ୍ଚଳରୁ ଅଧିକ ରହିଛନ୍ତି। ଜିଲାରେ ବର୍ତ୍ତମାନ ସୁଦ୍ଧା ୪୪ ହଜାର ୫୯୬ ଜଣଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଛି। ସେଥିରୁ ଗ୍ରାମାଞ୍ଚଳରୁ ୧୩୬୪ (୪୬.୯%) ଓ କଟକ ସହରରୁ ୧୫୪୬ (୫୩.୧%) ଜଣ ଚିହ୍ନଟ ହୋଇଛନ୍ତି। ଗ୍ରାମାଞ୍ଚଳରେ ୨୧୬ ଓ କଟକ ସହରରେ ୭୭୩ ଜଣ ଚିକିତ୍ସିତ ହେଉଛନ୍ତି। ତେବେ ସହରର ଏହି ଚିକିତ୍ସିତଙ୍କ ମଧ୍ୟରୁ ଗତ ସପ୍ତାହରେ ହିଁ ୬୪୧ ଜଣ ଚିହ୍ନଟ ହୋଇଥିଲେ, ଯାହା କେବଳ କଟକ ମହାନଗର ନିଗମ ନୁହେଁ, ବରଂ ରାଜ୍ୟ ସରକାରଙ୍କ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି।
ସିଏମ୍‌ସି କମିଶନର ଅନନ୍ୟା ଦାସଙ୍କ ସୂଚନା ଅନୁଯାୟୀ, ଗତ ସପ୍ତାହରେ ୬୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ୨୯୮, ଗୃହ ସଙ୍ଗରୋଧରୁ ୨୧୧, ସରକାରୀ ସଙ୍ଗରୋଧରୁ ୪୫ ଓ ସ୍ଥାନୀୟ ଆକ୍ରାନ୍ତ ଭାବେ ୮୭ ଜଣଙ୍କୁ ଚିହ୍ନଟ କରାଯାଇଛି। ବେହେରାସାହିରୁ ଜୁଲାଇ ୨୩ରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସାହିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା ସହ ପ୍ରାୟ ୧୨ଶହ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ୬୮୯ଟି ନମୁନା ସଂଗ୍ରହ କରାଯାଇଥିଲା। ସେଥିରୁ ୨୮୦ଟି ପଜିଟିଭ୍‌ ବାହାରିଛି। ଏହି ଅଞ୍ଚଳରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବାରୁ ତେଲୁଗୁ ସାହି ଓ ଜଲୁଆ ସାହିକୁ ବଫର୍‌ ଜୋନ୍‌ କରାଯାଇ ସେଠାରେ ମଧ୍ୟ ପରୀକ୍ଷା ହେଲା। ତେଲୁଗୁ ସାହିରେ ୩୪୫ ଜଣଙ୍କ ସ୍କ୍ରିନ୍‌ ହୋଇ ସଂଗୃହୀତ ୨୧୨ ନମୁନାରୁ ୮୧ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଜଲୁଆ ସାହିରେ ୩୪୯ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ୬୨ଟି ନମୁନା ସଂଗ୍ରହ ହୋଇଥିବା ବେଳେ ସେଥିରୁ ୪୩ଟି ପଜିଟିଭ୍‌ ବାହାରିଥିଲା। ଅନ୍ୟପକ୍ଷରେ ବେହେରାସାହିରେ ସ୍ଥିତି ଧୀରେଧୀରେ ସୁଧୁରୁଛି। ଜୁଲାଇ ୨୩ରେ ମୋଟ ପରୀକ୍ଷାରୁ ଶତ ପ୍ରତିଶତ ରିପୋର୍ଟ ପଜିଟିଭ୍‌ ଆସିଥିଲା। କିନ୍ତୁ ୨୮ ତାରିଖରେ ୬୧ ପ୍ରତିଶତ, ୩୦ ତାରିଖରେ ୫୬, ୩୧ ତାରିଖରେ ୫୫.୮୧, ଅଗଷ୍ଟ ୧ରେ ୪୪.୦୬, ୨ ତାରିଖରେ ୫୭, ୩ ତାରିଖରେ ୫୬.୫୬, ୫ ତାରିଖରେ ୨୯.୪୫, ୬ ତାରିଖରେ ୨୯.୧୧ ଓ ୭ ତାରିଖରେ ୧୦.୭୧ ପ୍ରତିଶତ ରିପୋର୍ଟ ପଜିଟିଭ୍‌ ଆସିଛି। ତେବେ ଶନିବାର ସବୁ ରିପୋର୍ଟ ନେଗେଟିଭ୍‌ ଥିବା କମିଶନର ଦାସ ସୂଚନା ଦେଇଛନ୍ତି। ଅପରପକ୍ଷେ ଲକ୍ଷଣବିହୀନ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୮ଟି କୋଭିଡ୍‌ କେୟାର ସେଣ୍ଟରରେ ୧୨୩୫ଟି ବେଡ୍‌ ବ୍ୟବସ୍ଥା କରାଯାଇଛି। ୯୭ ଜଣ ଆକ୍ରାନ୍ତ ହୋମ୍‌ ଆଇସୋଲେଶନରେ ରହିଥିବା କମିଶନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri