୧୪ ଦିନ ମଧ୍ୟରେ ଶୀର୍ଷ ଛୁଇଁବ ସଂକ୍ରମଣ…

ନୂଆଦିଲ୍ଲୀ, ୨୩।୧ : ଦେଶରେ କରୋନାର ତୃତୀୟ ଲହର ଜାରି ରହିଛି। ତୃତୀୟ ଲହର ଆଉ ୧୪ ଦିନ ମଧ୍ୟରେ ଶୀର୍ଷ ଛୁଇଁବାର ଆଶଙ୍କା ରହିଛି ବୋଲି ଆଇଆଇଟି ମାଡ୍ରାସ୍‌ର ଗବେଷକଙ୍କ ପ୍ରାଥମିକ ବିଶ୍ଳେଷଣରୁ ଏସମ୍ପର୍କରେ ସୂଚନା ମିଳିଛି। ଆସନ୍ତା ୨ ସପ୍ତାହ ମଧ୍ୟରେ ଫେବୃଆରୀ ୬ ସୁଦ୍ଧା ଦେଶରେ କରୋନା ସଂକ୍ରମଣ ଶୀର୍ଷରେ ପହଞ୍ଚିବ। ଏହା ପୂର୍ବରୁ ପୂର୍ବାନୁମାନ କରାଯାଇଥିଲା ଯେ ଫେବୃଆରୀ ୧ରୁ ଫେବୃଆରୀ ୧୫ ମଧ୍ୟରେ ତୃତୀୟ ଲହରର ଶୀର୍ଷସ୍ଥିତି ଆସିବ।

ତେବେ ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ଶୀର୍ଷ ଶୀଘ୍ର ଆସିବାର ଆଶଙ୍କା ଥିବା ଗବେଷକ ଦଳର ନେତୃତ୍ୱ ନେଉଥିବା ପ୍ରଫେସର ଡ. ଜୟନ୍ତ ଝା କହିଛନ୍ତି। ଆର୍‌-ଭାଲ୍ୟୁ ଜାନୁୟାରୀ ୧୪ ରୁ ଜାନୁୟାରୀ ୨୧ ମଧ୍ୟରେ ୧.୫୭ ପ୍ରତିଶତ କୁ ହ୍ରାସ ପାଇଛି। ଜଣେ ବ୍ୟକ୍ତି କେତେ ଲୋକଙ୍କୁ ସଂକ୍ରମିତ କରିପାରନ୍ତି ତାହାକୁ ଆର୍‌-ଭାଲ୍ୟୁ କୁହାଯାଇଥାଏ। ଯଦି ଏହି ହାର ୧ରୁ ତଳକୁ ଖସିଯାଏ, ତେବେ ମହାମାରୀ ସମାପ୍ତ ହୋଇଛି ବୋଲି ବିବେଚନା କରାଯାଏ।

ଆଇଆଇଟି ମାଡ୍ରାସ ସର୍ଭେ ରିପୋର୍ଟ ଅନୁସାରେ ଜାନୁଆରୀ ୧୪ରୁ ଜାନୁୟାରୀ ୨୧ମଧ୍ୟରେ ଏହା ୨.୨, ଜାନୁୟାରୀ ୭ ରୁ ୧୩ ମଧ୍ୟରେ ୨.୨, ଜାନୁଆରୀ ୧ ରୁ ୬ ମଧ୍ୟରେ ଏବଂ ଡିସେମ୍ବର ୨୫ ରୁ ୩୧ ମଧ୍ୟରେ ଏହା ୨.୯ ରହିଥିଲା। ଆଇଆଇଟି ମାଡ୍ରାସର ଗଣିତ ବିଭାଗ ଏବଂ ସେଣ୍ଟର ଅଫ ଏକ୍ସଲେନ୍ସ, ପ୍ରଫେସର ନୀଲେଶ ଏସ ଉପାଧ୍ୟାୟ ଏବଂ ପ୍ରଫେସର ଏସ ସୁନ୍ଦରଙ୍କ ନେତୃତ୍ୱରେ ଗଣନାକାରୀ ମଡେଲିଂ ମାଧ୍ୟମରେ ଶୀର୍ଷ କେବେ ଆସିବ ତାହାର ପ୍ରାଥମିକ ବିଶ୍ଳେଷଣ କରାଯାଇଛି। ମୁମ୍ବାଇ ଏବଂ କୋଲକାତାରେ ମହାମାରୀ ଶୀର୍ଷରେ ପହଞ୍ଚିସାରିଥିବା ରିପୋର୍ଟରେ ଦର୍ଶାଯାଇଛି।

ତଥ୍ୟ ଅନୁଯାୟୀ, ମୁମ୍ବାଇର ଆର୍‌-ଭାଲ୍ୟୁ ୦.୬୭ , ଦିଲ୍ଲୀର ୦.୯୮, ଚେନ୍ନାଇର ୧.୨ ଏବଂ କୋଲକାତାର ଆର୍‌-ଭାଲ୍ୟୁ ୦.୫୬ ରହିଛି। ମୁମ୍ବାଇ ଏବଂ କୋଲକାତାର ଆର୍‌-ଭାଲ୍ୟୁ ସୂଚାଇ ଦେଉଛି ଯେ ମହାମାରୀର ଶୀର୍ଷ ସେଠାରେ ଶେଷ ହୋଇଛି। ଯେତେବେଳେ କି ଦିଲ୍ଲୀ ଏବଂ ଚେନ୍ନାଇରେ ଏହା ପାଖାପାଖି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri