ରାଜ୍ୟରେ ବଢୁଛି ସଂକ୍ରମଣ: ଟେଷ୍ଟ, ଟ୍ରାକ୍‌, ଟିକାକରଣକୁ ଗୁରୁତ୍ୱ

ଭୁବନେଶ୍ୱର,୫।୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବା ଯୋଗୁ ଚିନ୍ତା ବଢାଉଛି। ତେବେ କୋଭିଡ୍‌ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ର୍ରିୟା ରଖିଛନ୍ତି। ଓଡ଼ିଶାରେ ଏବେ ଯେପରି ବଢୁଛି ପୂର୍ବରୁ ବି ଅନ୍ୟ ରାଜ୍ୟରେ ଏପରି ବଢୁଥିଲା। ରାଜ୍ୟରେ ଏବେ ସଂକ୍ରମଣ ହାର ଅଧିକ ରହୁଛି। ବର୍ତ୍ତମାନ ଯେପରି ବଢୁଛି ଦିଲ୍ଲୀ ପରି ବଢିବ ବୋଲି ଆଶଙ୍କା ରହିଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଏହାକୁ ରୋକିବା ପାଇଁ ଉଦ୍ୟମ ମଧ୍ୟ କରାଯାଉଛି। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ପରେ ଚିକିତ୍ସା ଭିତ୍ତିଭୂମି ବଢା ଯାଉଛି। ଟେଷ୍ଟ, ଟ୍ରାକ୍‌, ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ଦୈନିକ ୬୦ରୁ ୭୦ ହଜାର ଟେଷ୍ଟ କରାଯାଉଛି। ୨ୟ ଲହର ପିକ୍‌ ସମୟରେ ଯେତିକି ବେଡ ଥିଲା, ସେତିକି ପ୍ରସ୍ତୁତ କରୁଛୁ ବୋଲି ସେ କହିଛନ୍ତି।