ବିଜ୍‌ନେସରେ ଅସମାନତା

ଆମେ ଏକ ଅଧିକ କ୍ଷତିପ୍ରବଣ ବିଶ୍ୱରେ ରହୁଛେ ବୋଲି ନିକଟରେ ଅନ୍ତର୍ରାଷ୍ଟ୍ରୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ା ପରିଚାଳନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜର୍ଜିଭା କହିଥିଲେ। ସମ୍ଭାବ୍ୟ କ୍ଷତି ବା ସମସ୍ୟାକୁ ସାମ୍ନା କରିବା ପାଇଁ ସମ୍ମିଳିତ ଶକ୍ତି ଦରକାର ବୋଲି ସେ ପ୍ରକାଶ କରିଥିଲେ। ବାସ୍ତବରେ ସେ ଠିକ୍‌ କଥା କହିଛନ୍ତି। ରୁଷିଆର ୟୁକ୍ର୍ରେନ୍‌ ଆକ୍ରମଣର କିଛି ସପ୍ତାହ ମଧ୍ୟରେ ଭୂରାଜନୈତିକ ପ୍ରସଙ୍ଗ ଅର୍ଥାତ୍‌ ରାଜନୈତିକ ଓ ଅନ୍ତର୍ଜାତୀୟ ସମ୍ପର୍କ ବଦଳିଯାଇଛି। ଏହି ଯୁଦ୍ଧ ବିଶ୍ୱକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେବା ସହ ଏକ ନୂଆ କୂଟନୈତିକ ମତଭେଦ ସୃଷ୍ଟି କରିଛି। ଖାଦ୍ୟ, ଶକ୍ତି ଭଳି ମୌଳିକ ବିଷୟ, ଡିଜିଟାଲ ସୁରକ୍ଷା ଏବଂ ବିଶ୍ୱ ବାଣିଜି୍ୟକ ସଂସ୍ଥାଗୁଡ଼ିକୁ ପ୍ରଭାବିତ କରୁଥିବା ବିଶ୍ୱର ନୂଆ ଗତିଶୀଳତାର ମୂଲ୍ୟାଙ୍କନ କରିବା ପାଇଁ ସରକାରଗୁଡ଼ିକୁ ସେମାନଙ୍କ ବିକଳ୍ପଗୁଡ଼ିକ ଉପରେ ପୁନର୍ବିଚାର କରିବାକୁ ହେବ। ନିକଟରେ ଜଗତୀକରଣର ଅନ୍ତ ହେବାର ସମ୍ଭାବାନା ନଥିବାବେଳେ ଏହା ଯୋଗୁ ନିର୍ଦ୍ଦିଷ୍ଟ ଭାବେ ଭୀଷଣ କ୍ଷତି ହେବା ଭଳି ସ୍ଥିତି ଦେଖାଯାଇଛି। ବିଜ୍‌ନେସର ଢାଞ୍ଚାଗତ ପରିବର୍ତ୍ତନ ହୋଇସାରିଲାଣି। ଏଭଳି ଏକ ଆହ୍ବାନପୂର୍ଣ୍ଣ ପରିବେଶରେ ସାମଗ୍ରିକ ସାମର୍ଥ୍ୟ ସୃଷ୍ଟି କରିବାର ଗୁରୁତ୍ୱ ଯଥେଷ୍ଟ ରହିଛି। କିନ୍ତୁ ଏହା ଲାଗି ସବୁସ୍ତରରେ ଅର୍ଥାତ୍‌ ଅନ୍ତର୍ରାଷ୍ଟ୍ରୀୟ (ବିଶେଷକରି ୟୁରୋପରେ), ରାଷ୍ଟ୍ରୀୟ, ବିଜ୍‌ନେସ, ସରକାରୀ ସଂସ୍ଥା ଏବଂ ନାଗରିକ ସମାଜଗୁଡ଼ିକ ମଧ୍ୟରେ ଏକତା ଓ ରାଜନୈତିକ ସହଯୋଗ ଆବଶ୍ୟକ। ଶକ୍ତି ଓ ଖାଦ୍ୟ ସୁରକ୍ଷା ଦିଗରେ ସଫଳତା ହାସଲ କରିବା କେବଳ ଆମ ସାମର୍ଥ୍ୟ ଉପରେ ନୁହେଁ, ବରଂ ଏହା ସମାନତା ଏବଂ ନୀତି ନିର୍ଦ୍ଧାରଣର ସ୍ବଚ୍ଛତା ଉପରେ ନିର୍ଭର କରିବ। କିନ୍ତୁ ବିଜନେସରେ ଏବକାର ଅସମାନତା ତୀବ୍ର ହେବାରେ ଲାଗିଛି ଏବଂ ସମ୍ମିଳିତ କାର୍ଯ୍ୟର ସାମର୍ଥ୍ୟକୁ କ୍ଷତି ପହଞ୍ଚାଇଛି। ଆମେ ଜଗତୀକରଣର ସପକ୍ଷ ଓ ବିରୋଧ ସମ୍ପର୍କିତ ବିତର୍କକୁ ବାଦ ଦେଇ ଏକ ଅଧିକ ସ୍ଥାୟୀ ଏବଂ ସମାବେଶୀ ଅର୍ଥ ବ୍ୟବସ୍ଥା ଦିଗରେ କାର୍ଯ୍ୟ କରିବା ଆବଶ୍ୟକ।
ଜଗତୀକରଣରେ ଘଟିଥିବା ଘଟଣାଗୁଡ଼ିକୁ ବିଚାର କଲେ ସ୍ପଷ୍ଟ ହୁଏ ଯେ, ୨୦୦୧ରେ ବିଶ୍ୱ ବାଣିଜ୍ୟ ସଂସ୍ଥା (ଡବ୍ଲ୍ୟୁଟିଓ)ରେ ଚାଇନା ପ୍ରବେଶ କରିଥିଲା। ଆଞ୍ଚଳିକ ପରିଧିରୁ ବାହାରି ଲାଭ ପାଇଁ ବିଦେଶରେ କମ୍ପାନୀ ଆରମ୍ଭ କରି ଏବଂ ପାଶ୍ଚାତ୍ୟର ଶିଳ୍ପ କ୍ଷମତା ହ୍ରାସ କରି ଚାଇନା ବୈଶ୍ୱିକ ଅସନ୍ତୁଳନତା ବୃଦ୍ଧି କରିଥିଲା। ଏହାଯୋଗୁ ଘଟିଥିବା ମୂଲ୍ୟ ହ୍ରାସକୁ ଉପଭୋକ୍ତାମାନେ ସ୍ବାଗତ କରିଥିଲେ ମଧ୍ୟ ତାହା ମଧ୍ୟବିତ୍ତ ବର୍ଗଙ୍କ କ୍ରୟ କ୍ଷମତାରେ ହୋଇଥିତ୍ବା କ୍ଷତିକୁ ପୂରଣ କରିବାକୁ ପର୍ଯ୍ୟାପ୍ତ ହୋଇ ନ ଥିଲା। କେବଳ ଏତିକି ନୁହେଁ, ଶିଳ୍ପ ଆଧାରରେ ହୋଇଥିବା କ୍ଷତିକୁ ନେଇ ଦେଶଗୁଡ଼ିକରେ ବଢୁଥିବା ଅସୁରକ୍ଷା ଭାବ ଦୂର କରିବାକୁ ସକ୍ଷମ ହୋଇ ନ ଥିଲା। ପରିଣାମସ୍ବରୂପ, ଜଗତୀକରଣ ସାମାଜିକ ଏକତା ଏବଂ ବର୍ଦ୍ଧିତ ଲୋକପ୍ରିତାକୁ ହ୍ରାସ କରିଛି। ପାଶ୍ଚାତ୍ୟରେ ନିଯୁକ୍ତିଦାତାଙ୍କ ଶସ୍ତାରେ ଶ୍ରମିକ ପାଇବାର ପ୍ରଚେଷ୍ଟା ଯୋଗୁ କର୍ମଚାରୀମାନେ ଅସୁବିଧାରେ ପଡ଼ିଥିଲେ। ସେମାନଙ୍କର ଆବଶ୍ୟକ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇ ନ ଥିଲା। କିନ୍ତୁ ସରକାରୀ ବ୍ୟୟ ଏବଂ ପୁନଃ ବିତରଣ କାର୍ଯ୍ୟକ୍ରମଗୁଡ଼ିକ ଆଂଶିକ ଭାବେ ଆର୍ଥିକ ଅସମାନତା କମ୍‌ କରିଥିଲା। ଏବେ କିନ୍ତୁ ଏହି ସମସ୍ୟା ଦୃଢ ହୋଇଛି । ଏହାକୁ ଦୂର କରିବା ଲାଗି କୌଣସି ଗୋଟିଏ ଦେଶର କାର୍ଯ୍ୟ ବା ପଦକ୍ଷେପ ଉପରେ ଆମେ ଆଉ ବେଶି ଦିନ ଭରସା କରି ପାରିବା ନାହିଁ। ଘରୋଇ କ୍ଷେତ୍ର ମଧ୍ୟ ଏଥିପାଇଁ ଆଗକୁ ଆସି ସାମାଜିକ ଚୁକ୍ତିକୁ ସମର୍ଥନ କର ମଜଭୁତ କରିବା ଉଚିତ। କେତେକ କମ୍ପାନୀର ପ୍ରଶିକ୍ଷଣ, ନିଯୁକ୍ତି ଏବଂ ବିବିଧ ନୀତି ରହିଛ ଓ ଏହାକୁ ସହଯୋଗ କରିବାକୁ ହେବ। ଏ ସଂକ୍ରାନ୍ତରେ ସିଭିଲ ସୋସାଇଟିର ପ୍ରୟାସକୁ ସମର୍ଥନ ଏବଂ ପ୍ରାୟୋଜନକୁ ନିଶ୍ଚିତ କରିବାକୁ ପଡ଼ିବ। କିନ୍ତୁ ବିଜ୍‌ନେସର ସ୍ଥାୟିତ୍ୱରେ ଅସମାନତା ଏକ ପ୍ରସଙ୍ଗ ବୋଲି ନିବେଶକ ଏବଂ କମ୍ପାନୀ ପରିଚାଳକମାନେ ବିଚାର କରିବା ଦରକାର।
ବିଶେଷକରି ବ୍ୟାଙ୍କ ଏବଂ ବିତ୍ତୀୟ ସଂସ୍ଥାଗୁଡ଼ିକ ଅସମାନତା ଦୂର କରିବା ଲାଗି ଭଲ ସ୍ଥିତିରେ ରହିଛନ୍ତି। ସେମାନେ ଏହାକୁ ତିନୋଟି ଉପାୟରେ କରିପାରିବେ। ପ୍ରଥମରେ, ସେମାନେ ସାମାଜିକ, ଡିଜିଟାଲ ଏବଂ ଆର୍ଥିକ ସ୍ତରରେ ବଞ୍ଚିତ ଲୋକଙ୍କ ନିକଟରେ ପହଞ୍ଚିବା ଲାଗି ଅଧିକ କିଛି କରିପାରିବେ। ଆର୍ଥିକ ସମସ୍ୟାରେ ଥିବା ଲକ୍ଷ ଲକ୍ଷ ଲୋକଙ୍କୁ ବ୍ୟାଙ୍କଗୁଡ଼ିକ ସେବା ଯୋଗାଉଛନ୍ତି। ଏଣୁ ଲୋକଙ୍କ ନିତିଦିନିଆ ସମସ୍ୟାଗୁଡ଼ିକର ସମାଧାନ କରିବା ଲାଗି ଆହୁରି ଅଧିକ ସେବା ଯୋଗାଇଦେବାକୁ ବ୍ୟାଙ୍କଗୁଡ଼ିକ ନିର୍ଦ୍ଦିଷ୍ଟ ଭାବେ ଯୋଜନା କରିବାକୁ ହେବ। ତେବେ ବହୁ ସମୟରେ ଆର୍ଥିକ ପରିଣାମ ପ୍ରାୟତଃ ଲୋକଙ୍କ ଆବଶ୍ୟକତାଗୁଡ଼ିକ ପାଇଁ ପ୍ରାସଙ୍ଗିକ ହୋଇ ନ ଥାଏ। କୋଭିଡ୍‌-୧୯ ସଙ୍କଟ ପ୍ରକାଶ ପାଇବା ପରେ ସାମାଜିକ ସଂଘରୋଧ ଏବଂ ଡିଜିଟାଲ ପୃଥକୀକରଣଠାରୁ ଆରମ୍ଭ କରି ଖାଦ୍ୟ ସୁରକ୍ଷା ଏବଂ ରହିବା ଲାଗି ଘର ଅଭାବ ଭଳି ସମସ୍ୟା ପ୍ରକାଶ ପାଇଥିଲା ଓ ଏହା ବୃଦ୍ଧି ପାଇଥିଲା। ଏହିସବୁ ସମସ୍ୟା ସାମାଜିକ ଓ ରାଜନୈତିକ ଦିଗରୁ ଚିନ୍ତାଜନକ। ଏହା ମଧ୍ୟ ଅସମାନତା ସୃଷ୍ଟି କରିଛି। ଏହା ଉପରେ ବିଚାର କରିବା ଉଚିତ।
ଦ୍ୱିତୀୟରେ ବ୍ୟାଙ୍କ ଏବଂ ବିତ୍ତୀୟ ସଂସ୍ଥାଗୁଡ଼ିକ ଉଭୟ ସରକାରୀ ଏବଂ ଘରୋଇ ହିତାଧିକାରୀଙ୍କ ଉପରେ ଧ୍ୟାନ ଦେବା ଉଚିିତ। କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଯଦି ଆର୍ଥିକ କାର୍ଯ୍ୟ କଳାପ ଏବଂ ପୁଞ୍ଜିକୁ କେନ୍ଦ୍ରୀଭୁତ କରାଯାଏ, ତେବେ ବ୍ୟାପକ ସମୃଦ୍ଧି ସମ୍ଭବ ହେବ ନାହିଁ। ସେଭଳି ଅଞ୍ଚଳରେ ବ୍ୟାଙ୍କଗୁଡ଼ିକ ଉତ୍ତମ ସର୍ତ୍ତ ସହିତ ନିବେଶ ପାଇଁ ସୁବିଧା ଦେଇ ସାହାଯ୍ୟ କରି ପାରିବେ। ଏକ ଦୀର୍ଘମିଆଦୀ ସାମାଜିକ ଏକତା ଏବଂ ଭାଗୀଦାରି ସମୃଦ୍ଧି ଶକ୍ତିଶାଳୀ ସ୍ଥାନୀୟ ସମାଜ ଉପରେ ନିର୍ଭର କରେ। ସ୍ଥାନୀୟ ସମାଜ ମଧ୍ୟ ଉଚ୍ଚଗୁଣବତ୍ତା ଭିତ୍ତିଭୂମି ଏବଂ ଏଣ୍ଟରପ୍ରିନ୍ୟୁୟରଶିପ୍‌ ଉପରେ ନିର୍ଭର କରେ। ଶେଷରେ ବ୍ୟାଙ୍କ ଏବଂ ବିତ୍ତୀୟ ସଂସ୍ଥାଗୁଡ଼ିକ କାର୍ବନ ନିର୍ଗମନ ହ୍ରାସ କରିବାରେ ସହଯୋଗ କରିପାରିବେ। ଏହା ଦ୍ୱାରା ଅନେକ ଶିଳ୍ପରେ କାର୍ବନ ନିର୍ଗମନ ହାର ହ୍ରାସ କରିବା ଧାରରେ ପରିବର୍ତ୍ତନ ଆସିବା ସହ ଏହା ଶୀଘ୍ର ହୋଇପାରିବ ଏବଂ ଅଧିକ ଚାକିରି ଯିବବା ସମ୍ଭାବନା ରହିବ। ଯଦି ଲାଭ ଓ କ୍ଷତିକୁ କମ୍ପାନୀ, ମାଲିକ, ଅଂଶୀଦାର, ସରକାର ଏବଂ ସେହି ଅଞ୍ଚଳରେ ଶେୟାର କରାଯିବ ତେବେ ଶୂନ କାର୍ବନ ନିର୍ଗମନର ସମ୍ମିଳିତ କାର୍ଯ୍ୟ ରାଜନୈତିକ ଦୃଷ୍ଟିରୁ ସନ୍ତୋଷଜନକ ହୋଇପାରିବ। ପରିଶେଷରେ ପରିବେଶଗତ ଓ ସାମାଜିକ ଦୃଷ୍ଟିକୋଣରୁ ବିଜ୍‌ନେସ କାର୍ଯ୍ୟକୁ ସଞ୍ଚାଳନ କରୁଥିବା ବୃତ୍ତିଗତ ଲୋକଙ୍କୁ ବ୍ୟାଙ୍କ ସାହାଯ୍ୟ କରିପାରିବ। ଏହାଯୋଗୁ ଶୂନ କାର୍ବନ ନିର୍ଗମନ ସ୍ତର ହାସଲ କରିବାକୁ ଆବଶ୍ୟକ ନିବେଶ ଓ ବିତ୍ତୀୟ ପରିବର୍ତ୍ତନ କରିବାର ଆବଶ୍ୟକ ତଥ୍ୟ ସେମାନେ ପାଇପାରିବେ। ଏକ ‘ତତ୍‌କ୍ଷଣାତ ପରିବର୍ତ୍ତନ’ ନିଶ୍ଚିତ କରିବାକୁ ଏହି ସବୁ ମାପଦଣ୍ଡଗୁଡ଼ିକୁ ସିଧାସଳଖ ସବୁ ନୀତି ନିର୍ଦ୍ଧାରଣରେ ବିଚାର କରିବା ଦରକାର।
ବୈଶ୍ୱିକ ସମବେତରେ ଜଣେ ବାରମ୍ବାର ଶୁଣିବାକୁ ପାଇବ ଯେ, ଅସମାନତା ଆର୍ଥିକ ବିକାଶ ପ୍ରତି କ୍ଷତିକାରକ। ଏହାମଧ୍ୟ ଶୁଣିିବାକୁ ମିଳିବ ଯେ, ବୃଦ୍ଧିପାଉଥିବା ସହଯୋଗ ଭିତ୍ତିକ ମାର୍କେଟ ଏବଂ ବିକଶିତ ପଥରେ ଥିବା ଅର୍ଥ ବ୍ୟବସ୍ଥାଗୁଡ଼ିକ ବ୍ୟକ୍ତି ଓ ବିଜ୍‌ନେସ ଉଭୟଙ୍କ ପାଇଁ ଭଲ। ଏବକାର ବିଜ୍‌ନେସ ଲିଡରମାନେ ଯଦି ଏହା ବୁଝିବେ, ସେମାନେ ଆହୁରି ଆଗକୁ ଯିବାର ଆବଶ୍ୟକତା ଉପଲବ୍ଧି କରିବେ ଓ ଆଗକୁ ବଧ୍ୟ ବଢିପାରିବେ। ବିନା ପୁନଃ ବିତରଣରେ ଦୀର୍ଘମିଆଦୀ ମୂଲ୍ୟ ସୃଷ୍ଟି କରାଯାଇପାରି ନାହଁ ବୋଲି ସ୍ବୀକର କରିପାରବ ନାହିଁ ବୋଳଇ ଗ୍ରହଣ କରିବାକୁ ହେବ। ଏହା ବ୍ୟତୀତ ଆମ ବିଜ୍‌ନେସ ମଡେଲରେ ଅସମାନତା ଏକ ମୁଖ୍ୟ ସ୍ଥାନ ଦଖଲ କରିଛି ବୋଲି ସ୍ବୀକାର କରି କାର୍ଯ୍ୟ କରିବାକୁ ପଡ଼ିବ। ଦେଶଗୁଡ଼ିକର ଆଧାର କୁହାଯାଉଥିବା ଆର୍ଥିକ ବିକାଶ ଠାରୁ ଆଉ କିଛି ଅଧିକ ଦାବି ହୋଇପାରିବ ନାହିଁ। ଏଣୁ କେହି ବି ବିଜ୍‌ନେସରେ ଥିବା ସମସ୍ୟା ଓ ଅସମାନତାକୁ ଅଣଦେଖା କରିବା ଉଚିତ ନୁହେଁ। ସାମାଜିକ ମୂଲ୍ୟବୋଧ ସହ ସମାନ ଭାବେ ରହି ନ ଥିବା ବିଜ୍‌ନେସ୍‌ ଏବେ ବିପଦରେ ଗତିକରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri