ଅଯୋଗ୍ୟକୁ ଯୋଗ୍ୟ

ଚଳିତ ବର୍ଷ ଜୁଲାଇ ୧୭ରେ ନ୍ୟାଶନାଲ ଟେଷ୍ଟିଙ୍ଗ୍‌ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ମେଡିକାଲ ପଢ଼ିବା ଲାଗି ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ଏନ୍‌ଇଇଟି ବା ନିଟ୍‌) ଅନୁଷ୍ଠିତ ହୋଇଥିଲା। ଏଥିରେ ପାଖାପାଖି ୧୮ ଲକ୍ଷ ୭୨ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ଗତ ବର୍ଷ ତୁଳନାରେ ଏହା ୨.୫ ଲକ୍ଷ ଅଧିକ ଓ ୨୦୧୩ରୁ ଆରମ୍ଭ ହୋଇଥିବା ନିଟ୍‌ ପରୀକ୍ଷାରେ ଏହା ଏକ ରେକର୍ଡ। ବିଦେଶର ୧୪ଟି ସହର ସମେତ ମୋଟ ୪୯୭ଟି ସହରରେ ୩,୫୭୦ଟି କେନ୍ଦ୍ରରେ ନିଟ୍‌ ପରୀକ୍ଷା କରାଯିବାର ଦିନଟିଏ ନ ଯାଉଣୁ ଏହାର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜୁଲାଇ ୧୭ ଅର୍ଥାତ୍‌ ପରୀକ୍ଷା ଦିନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଦିଲ୍ଲୀ ଓ ହରିୟାଣାର ଅନେକ କେନ୍ଦ୍ରରେ ନିଟ୍‌ ପରୀକ୍ଷାରେ ଅସଲ ପ୍ରାର୍ଥୀଙ୍କ ବଦଳରେ ବିପୁଳ ଟଙ୍କା ବିନିମୟରେ ଅନ୍ୟ ପ୍ରାର୍ଥୀ ପରୀକ୍ଷା ଦେଉଥିତ୍ବା କୌଣସି ସୂତ୍ରରୁ ଖବର ପାଇ ଏଫ୍‌ଆଇଆର୍‌ ଦାଏର କରିଥିଲା। ଜୁଲାଇ ୧୮ରେ ଦିଲ୍ଲୀ ଓ ହରିୟାଣାର ବହୁ କେନ୍ଦ୍ରରେ ଚଢ଼ାଉ କରି ସିବିଆଇ ଏହି ରାକେଟର ମାଷ୍ଟର୍‌ମାଇଣ୍ଡ ସୁଶୀଲ ରଞ୍ଜନଙ୍କ ସମେତ ୮ ଜଣଙ୍କୁ ଗରିଫ କରିିବା ସହ ମୋଟରେ ୧୧ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ସେମାନେ ଅସଲ ପରୀକ୍ଷାର୍ଥୀଙ୍କ ଆଇଡି ଏବଂ ପାସ୍‌ଓ୍ବାର୍ଡ ସଂଗ୍ରହ କରି ସେମାନଙ୍କ ଯୋଜନା ମୁତାବକ କେନ୍ଦ୍ର ପାଇବା ଲାଗି ସେଥିରେ ଆବଶ୍ୟକ ପରିବର୍ତ୍ତନ କରୁଥିଲେ। ଏପରିକି ଅସଲ ପ୍ରାର୍ଥୀଙ୍କ ବଦଳରେ ନକଲି ପ୍ରାର୍ଥୀ ପରୀକ୍ଷା ଦେବା ସକାଶେ ତାଙ୍କ ଫଟୋ ପରିବର୍ତ୍ତନ କରିବା ଲାଗି ମର୍ଫିଂ ପଦ୍ଧତି ଅବଲମ୍ବନ କରୁଥିଲେ ବୋଲି ଜଣେ ସିବିଆଇ ଅଧିକାରୀ କହିଛନ୍ତି। ପ୍ରାର୍ଥୀମାନଙ୍କ ଆଇଡେଣ୍ଟି କାର୍ଡ ସଂଗ୍ରହ କରି ନକଲି ଆଇଡି ବି କରାଯାଉଥିଲା। ପ୍ରତ୍ୟେକ ସିଟ୍‌ ଲାଗି ୨୦ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲା ଓ ସେଥିରୁ ୫ ଲକ୍ଷ ନକଲି ପ୍ରାର୍ଥୀ ଜଣଙ୍କୁ ଦିଆଯିବା ପରେ ବଳକାକୁ ମଧ୍ୟସ୍ଥ ଓ ଅନ୍ୟମାନେ ବାଣ୍ଟି ନେଉଥିବା ସିବିଆଇ ସୂତ୍ରରୁ ପ୍ରକାଶ। ଉଲ୍ଲେଖଯୋଗ୍ୟ ଯେ, ସିବିଆଇ ଗତବର୍ଷ ମଧ୍ୟ ସମାନ ପଦ୍ଧତି ଆପଣାଉଥିବା ପୁଣେର ଏକ ରାକେଟକୁ ଧରିଥିଲା।
ନିଟ୍‌ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ଲାଗି ପ୍ରାର୍ଥୀମାନଙ୍କ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଥିବା ସହ ପୋଷାକ ଏବଂ କେତେକ ଜିନିଷ ଉପରେ କଟକଣା ଲଗାଯାଇଛି। ଏପରିକି ଚଳିତ ବର୍ଷ କେରଳରେ ଛାତ୍ରୀମାନଙ୍କୁ ଅନ୍ତଃବସ୍ତ୍ର ଖୋଲିବାକୁ ବାଧ୍ୟ କରାଯାଇଛି। ଏଭଳି କଟକଣାରେ ପରୀକ୍ଷା ହେଉଥିବା ପ୍ରକାଶ ପାଉଥିଲେ ମଧ୍ୟ ଚଳିତ ବର୍ଷ ପୁନର୍ବାର ରାକେଟ ଠାବ ହେବା ମେଧାବୀ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଚିନ୍ତା ବଢ଼ାଇଦେଇଛି। ରାକେଟକୁ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ, ଅତି ମେଧାବୀ କିନ୍ତୁ ଅର୍ଥନୈତିକ ଦୃଷ୍ଟିକୋଣରୁ ଦୁର୍ବଳ ଥିବା ପିଲାଙ୍କୁ ଠାବ କରି ନିଟ୍‌ ପରୀକ୍ଷାରେ ବସାଯାଉଛି। ଯାହା ଅନୁମାନ କରାଯାଏ, ଏଭଳି ପିଲାଙ୍କୁ ନିଟ୍‌ ପାଇଁ ପ୍ରସ୍ତୁତ କରାଯାଉଥିବା ଟ୍ୟୁଟୋରିଆଲଗୁଡ଼ିକରୁ ଚୟନ କରାଯାଉଛି। ଏଠାରେ ମନେପଡ଼େ, ମଧ୍ୟପ୍ରଦେଶରେ ୨୦୧୩ରେ ବ୍ୟାପମ ଦୁର୍ନୀତି ଲୋକଲୋଚନକୁ ଆସିବା ଘଟଣା। ଏଥିରେ ମେଡିକାଲ, ରାଜ୍ୟ ପ୍ରଶାସନିକ ଓ ଶିକ୍ଷକ ଚୟନ ପରୀକ୍ଷା ସମେତ ବିଭିନ୍ନ ପ୍ରକାର ରାଜ୍ୟ ପ୍ରତିଯୋଗିତା ପାଇଁ ପରୀକ୍ଷା କରାଯାଇଥିଲା। ଏଥିରେ ମଧ୍ୟ ସମାନ ପ୍ରକାର ଶୈଳୀରେ ଠକାମୀ ଧରାପଡ଼ିଥିଲା।
ଏହିସବୁ ଦୁର୍ନୀତିର ମୂଳରେ ରହିଛି ମାତାପିତାଙ୍କର ଅତ୍ୟଧିକ ଲୋଭ। ଅଯୋଗ୍ୟ ସନ୍ତାନକୁ ଜୀବନରେ ଥଇଥାନ କରିବାକୁ ଯାଇ ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ହେଉଥିବା ଭାରତୀୟ ମାତାପିତା ଏହି ଦେଶର ଭବିଷ୍ୟତକୁ ଅନ୍ଧକାରମୟ କରିଦେବାରେ ମୁଖତଃ ଦାୟୀ। କଳେବଳେ କୌଶଳେ ନିଜ ସନ୍ତାନକୁ କୋଟିପତି କରିବାକୁ ଯାଇ ତାଙ୍କର ନାମ ପୂର୍ବରୁ ଡାକ୍ତର ଲେଖିବାର ଯୋଗ୍ୟତା ହାସଲ ହେଉ ନ ଥିଲେ ମଧ୍ୟ ସେହି ପଦବୀକୁ କିଣିବାରେ ସକ୍ଷମ ମାତାପିତା ଭବିଷ୍ୟତର ଅନେକ ରୋଗୀଙ୍କୁ ହତ୍ୟା କରିବାର ଉଦ୍ୟମ ଏବେଠାରୁ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri