ଅଯୋଗ୍ୟ ହାତେଇଛନ୍ତି, ଯୋଗ୍ୟ ବାଦ୍‌

ବାସୁଦେବପୁର, ୧୩।୩(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ୨୩ଟି ୱାର୍ଡରେ ଅଯୋଗ୍ୟମାନେ ଚଞ୍ଚକତା କରି ରାଶନ କାର୍ଡ ହାତେଇଥିବାରୁ ଯୋଗ୍ୟ ହିତାଧିକାରୀମାନେ ବାଦ୍‌ ପଡ଼ିଛନ୍ତି। ଏହି କାରଣରୁ ଆବଶ୍ୟକ ସଂଖ୍ୟକ ରାଶନ କାର୍ଡଠାରୁ ଅଧିକ ପ୍ରସ୍ତୁତ ହୋଇଥିବାରୁ ଦୀର୍ଘ ୨/୩ ବର୍ଷ ଧରି ନୂତନ କାର୍ଡ ହୋଇପାରୁ ନାହିଁ କି ନୂଆ ହିତାଧିକାରୀଙ୍କ ନାମ ଯୋଡ଼ାଯାଇ ପାରୁନାହିଁ। ବର୍ତ୍ତମାନ ସୁଦ୍ଧା ୨ ହଜାରରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀ ସେମାନଙ୍କ ନାମ ଯୋଡ଼ିବା ପାଇଁ ଅନ୍‌ଲାଇନ ଆବେଦନ କରି ଦୀର୍ଘବର୍ଷ ଧରି ଅପେକ୍ଷା କରିଥିବା ବେଳେ ୱେବ୍‌ ପୋର୍ଟାଲ ଖୋଲୁ ନ ଥିବାରୁ ଏଗୁଡ଼ିକ କାର୍ଯ୍ୟକାରୀ ହୋଇପାରୁ ନାହିଁ। ସେହିପରି ୧ ହଜାରରୁ ଊର୍ଦ୍ଧ୍ୱ ନୂତନ ହିତାଧିକାରୀ ରାଶନ କାର୍ଡ଼ ପାଇବାକୁ ଆବେଦନ କରି ଅପେକ୍ଷାରେ ରହିଛନ୍ତି। ପୌରପାଳିକାର ୨୩ ୱାର୍ଡରେ ଯୋଗ୍ୟ ହିତାଧିକାରୀଙ୍କ ସ୍ଥାନ ଅଯୋଗ୍ୟ ଦଖଲ କରିନେଇଥିବାରୁ ଯୋଗ୍ୟମାନେ ସରକାରୀ ଯୋଜନାରେ ଚାଉଳ କିମ୍ବା ସ୍ବାସ୍ଥ୍ୟକାର୍ଡ (ବିଜୁ ସ୍ବାସ୍ଥ୍ୟ କାର୍ଡ) ପାଇପାରୁ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ସହରାଞ୍ଚଳରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ନବୀନ ସ୍ବାସ୍ଥ୍ୟ କାର୍ଡର ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳ ପାଇଁ ନ ଥିବାରୁ ଲୋକଙ୍କୁ ସ୍ବାସ୍ଥ୍ୟବୀମା ସୁବିଧା ମିଳିପାରୁ ନାହିଁ। ରାଜ୍ୟ ସରକାର ବ୍ଲକ ଅଞ୍ଚଳରେ ନବୀନ ସ୍ବାସ୍ଥ୍ୟ କାର୍ଡ ବ୍ୟବସ୍ଥା କରିଥିବା ବେଳେ ସହରାଞ୍ଚଳର ଲୋକଙ୍କୁ ସାମିଲ କରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।
ବର୍ତ୍ତମାନ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୩୬ଟି ରାଶନ କାର୍ଡରେ ୨୩୧ଜଣ ହିତାଧିକାରୀ, ଅନ୍ତଦ୍ୱୟ ଯୋଜନାରେ ୧୦୪୫ଟି ରାଶନ କାର୍ଡରେ ୨୮୭୭ଜଣ, ଏନ୍‌ଏଫ୍‌ଏସ୍‌ଏ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୬୩୭୮ ରାଶନ କାର୍ଡରେ ମୋଟ ୧୯,୫୦୧ ଜଣ ରାଶନ ସାମଗ୍ରୀ ପାଉଛନ୍ତି। ୨୦୨୦ରୁ ୨୦୨୪ ପର୍ଯ୍ୟନ୍ତ ୪ବର୍ଷ ମଧ୍ୟରେ ବାସୁଦେବପୁର ପୌରପାଳିକାରେ ନୂତନ ରାଶନ କାର୍ଡ ପ୍ରସ୍ତୁତ ହୋଇନାହିଁ କି କାର୍ଡରେ ହିତାଧିକାରୀଙ୍କ ନାମ ଯୋଡ଼ାଯାଇ ପାରିନାହିଁ। ଫଳରେ ଯୋଗ୍ୟ ହୋଇ ମଧ୍ୟ ଲୋକେ ସ୍ବାସ୍ଥ୍ୟଗତ ସମସ୍ୟା ବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ଉପକୃତ ହୋଇପାରୁ ନାହାନ୍ତି। ଏ ଦିଗରେ ଯୋଗାଣ ବିଭାଗ ଓ ପୌରପାଳିକା ସ୍ବତନ୍ତ୍ର ଦୃଷ୍ଟି ଦେଇ ଅଯୋଗ୍ୟଙ୍କୁ ଚିହ୍ନଟ କରି ସେମାନଙ୍କ କାର୍ଡକୁ ରଦ୍ଦ କରିବା ସହ ଯୋଗ୍ୟଙ୍କୁ ରାଶନ କାର୍ଡ ପ୍ରଦାନ ପାଇଁ ଦାବି ହେଉଛି।
ଏ ସମ୍ପର୍କରେ ପୌରପାଳିକା ଭାରପ୍ରାପ୍ତ ଯୋଗାଣ ଅଧିକାରୀ ଅନୁଜ କୁମାର ସାହୁ କହିଛନ୍ତି, ପୌରପାଳିକାର ଲୋକସଂଖ୍ୟା ଆଧାରରେ ୧ ହଜାରରୁ ଊର୍ଦ୍ଧ୍ୱ ରାଶନ କାର୍ଡ ପୂର୍ବରୁ ପ୍ରସ୍ତୁତ ହୋଇସାରି ଥିବାରୁ ଆଉ ନୂତନ କାର୍ଡ ପ୍ରସ୍ତୁତ ସମ୍ଭବ ହେଉ ନାହିଁ। ଫଳରେ ନୂତନ ହିତାଧିକାରୀଙ୍କ ନାମ ରାଶନ କାର୍ଡରେ ସଂଯୋଗ ହୋଇପାରୁନି କି ନୂଆ କାର୍ଡ ମଧ୍ୟ ହୋଇପାରୁ ନାହିଁ। ରାଜ୍ୟ ସରକାର ନବୀନ ସ୍ବାସ୍ଥ୍ୟ କାର୍ଡ କେବଳ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ କରିଥିବା ବେଳେ ସହରାଞ୍ଚଳରେ ଏହି ବ୍ୟବସ୍ଥା କରାଯାଇ ନାହିଁ। ସହରାଞ୍ଚଳରେ ନବୀନ ସ୍ବାସ୍ଥ୍ୟକାର୍ଡ ଲାଗୁ କରାଗଲେ ଯୋଗ୍ୟ ହିତାଧିକାରୀ ଏହା ମାଧ୍ୟମରେ ସ୍ବାସ୍ଥ୍ୟ ସେବା ପାଇପାରନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri