ଅଯୋଗ୍ୟ ହାତେଇଛନ୍ତି, ଯୋଗ୍ୟ ବାଦ୍‌

ବାସୁଦେବପୁର, ୧୩।୩(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ୨୩ଟି ୱାର୍ଡରେ ଅଯୋଗ୍ୟମାନେ ଚଞ୍ଚକତା କରି ରାଶନ କାର୍ଡ ହାତେଇଥିବାରୁ ଯୋଗ୍ୟ ହିତାଧିକାରୀମାନେ ବାଦ୍‌ ପଡ଼ିଛନ୍ତି। ଏହି କାରଣରୁ ଆବଶ୍ୟକ ସଂଖ୍ୟକ ରାଶନ କାର୍ଡଠାରୁ ଅଧିକ ପ୍ରସ୍ତୁତ ହୋଇଥିବାରୁ ଦୀର୍ଘ ୨/୩ ବର୍ଷ ଧରି ନୂତନ କାର୍ଡ ହୋଇପାରୁ ନାହିଁ କି ନୂଆ ହିତାଧିକାରୀଙ୍କ ନାମ ଯୋଡ଼ାଯାଇ ପାରୁନାହିଁ। ବର୍ତ୍ତମାନ ସୁଦ୍ଧା ୨ ହଜାରରୁ ଊର୍ଦ୍ଧ୍ୱ ଯୋଗ୍ୟ ହିତାଧିକାରୀ ସେମାନଙ୍କ ନାମ ଯୋଡ଼ିବା ପାଇଁ ଅନ୍‌ଲାଇନ ଆବେଦନ କରି ଦୀର୍ଘବର୍ଷ ଧରି ଅପେକ୍ଷା କରିଥିବା ବେଳେ ୱେବ୍‌ ପୋର୍ଟାଲ ଖୋଲୁ ନ ଥିବାରୁ ଏଗୁଡ଼ିକ କାର୍ଯ୍ୟକାରୀ ହୋଇପାରୁ ନାହିଁ। ସେହିପରି ୧ ହଜାରରୁ ଊର୍ଦ୍ଧ୍ୱ ନୂତନ ହିତାଧିକାରୀ ରାଶନ କାର୍ଡ଼ ପାଇବାକୁ ଆବେଦନ କରି ଅପେକ୍ଷାରେ ରହିଛନ୍ତି। ପୌରପାଳିକାର ୨୩ ୱାର୍ଡରେ ଯୋଗ୍ୟ ହିତାଧିକାରୀଙ୍କ ସ୍ଥାନ ଅଯୋଗ୍ୟ ଦଖଲ କରିନେଇଥିବାରୁ ଯୋଗ୍ୟମାନେ ସରକାରୀ ଯୋଜନାରେ ଚାଉଳ କିମ୍ବା ସ୍ବାସ୍ଥ୍ୟକାର୍ଡ (ବିଜୁ ସ୍ବାସ୍ଥ୍ୟ କାର୍ଡ) ପାଇପାରୁ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି। ସହରାଞ୍ଚଳରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ନବୀନ ସ୍ବାସ୍ଥ୍ୟ କାର୍ଡର ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ ସହରାଞ୍ଚଳ ପାଇଁ ନ ଥିବାରୁ ଲୋକଙ୍କୁ ସ୍ବାସ୍ଥ୍ୟବୀମା ସୁବିଧା ମିଳିପାରୁ ନାହିଁ। ରାଜ୍ୟ ସରକାର ବ୍ଲକ ଅଞ୍ଚଳରେ ନବୀନ ସ୍ବାସ୍ଥ୍ୟ କାର୍ଡ ବ୍ୟବସ୍ଥା କରିଥିବା ବେଳେ ସହରାଞ୍ଚଳର ଲୋକଙ୍କୁ ସାମିଲ କରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।
ବର୍ତ୍ତମାନ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୧୩୬ଟି ରାଶନ କାର୍ଡରେ ୨୩୧ଜଣ ହିତାଧିକାରୀ, ଅନ୍ତଦ୍ୱୟ ଯୋଜନାରେ ୧୦୪୫ଟି ରାଶନ କାର୍ଡରେ ୨୮୭୭ଜଣ, ଏନ୍‌ଏଫ୍‌ଏସ୍‌ଏ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୬୩୭୮ ରାଶନ କାର୍ଡରେ ମୋଟ ୧୯,୫୦୧ ଜଣ ରାଶନ ସାମଗ୍ରୀ ପାଉଛନ୍ତି। ୨୦୨୦ରୁ ୨୦୨୪ ପର୍ଯ୍ୟନ୍ତ ୪ବର୍ଷ ମଧ୍ୟରେ ବାସୁଦେବପୁର ପୌରପାଳିକାରେ ନୂତନ ରାଶନ କାର୍ଡ ପ୍ରସ୍ତୁତ ହୋଇନାହିଁ କି କାର୍ଡରେ ହିତାଧିକାରୀଙ୍କ ନାମ ଯୋଡ଼ାଯାଇ ପାରିନାହିଁ। ଫଳରେ ଯୋଗ୍ୟ ହୋଇ ମଧ୍ୟ ଲୋକେ ସ୍ବାସ୍ଥ୍ୟଗତ ସମସ୍ୟା ବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ଉପକୃତ ହୋଇପାରୁ ନାହାନ୍ତି। ଏ ଦିଗରେ ଯୋଗାଣ ବିଭାଗ ଓ ପୌରପାଳିକା ସ୍ବତନ୍ତ୍ର ଦୃଷ୍ଟି ଦେଇ ଅଯୋଗ୍ୟଙ୍କୁ ଚିହ୍ନଟ କରି ସେମାନଙ୍କ କାର୍ଡକୁ ରଦ୍ଦ କରିବା ସହ ଯୋଗ୍ୟଙ୍କୁ ରାଶନ କାର୍ଡ ପ୍ରଦାନ ପାଇଁ ଦାବି ହେଉଛି।
ଏ ସମ୍ପର୍କରେ ପୌରପାଳିକା ଭାରପ୍ରାପ୍ତ ଯୋଗାଣ ଅଧିକାରୀ ଅନୁଜ କୁମାର ସାହୁ କହିଛନ୍ତି, ପୌରପାଳିକାର ଲୋକସଂଖ୍ୟା ଆଧାରରେ ୧ ହଜାରରୁ ଊର୍ଦ୍ଧ୍ୱ ରାଶନ କାର୍ଡ ପୂର୍ବରୁ ପ୍ରସ୍ତୁତ ହୋଇସାରି ଥିବାରୁ ଆଉ ନୂତନ କାର୍ଡ ପ୍ରସ୍ତୁତ ସମ୍ଭବ ହେଉ ନାହିଁ। ଫଳରେ ନୂତନ ହିତାଧିକାରୀଙ୍କ ନାମ ରାଶନ କାର୍ଡରେ ସଂଯୋଗ ହୋଇପାରୁନି କି ନୂଆ କାର୍ଡ ମଧ୍ୟ ହୋଇପାରୁ ନାହିଁ। ରାଜ୍ୟ ସରକାର ନବୀନ ସ୍ବାସ୍ଥ୍ୟ କାର୍ଡ କେବଳ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ କରିଥିବା ବେଳେ ସହରାଞ୍ଚଳରେ ଏହି ବ୍ୟବସ୍ଥା କରାଯାଇ ନାହିଁ। ସହରାଞ୍ଚଳରେ ନବୀନ ସ୍ବାସ୍ଥ୍ୟକାର୍ଡ ଲାଗୁ କରାଗଲେ ଯୋଗ୍ୟ ହିତାଧିକାରୀ ଏହା ମାଧ୍ୟମରେ ସ୍ବାସ୍ଥ୍ୟ ସେବା ପାଇପାରନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri