ଲୁହା ପଥର ଦର ହ୍ରାସ ଆଶାରେ ଶିଳ୍ପ ସମୂହ

ଯାଜପୁର ଅଫିସ,୧୭ା୬:କଳିଙ୍ଗନଗର ଶିଳ୍ପାଞ୍ଚଳରେ ନୂତନ ନିଯୁକ୍ତି ବଦଳରେ ପୁଣି କର୍ମଚାରୀ ଓ ଶ୍ରମିକ ଛଟେଇ ଆଶଙ୍କା ଦେଖାଦେଇଛି। ଆବଶ୍ୟକ କଞ୍ଚାମାଲ ଅଭାବ, ଲୁହାପଥର, କ୍ରୋମାଇଟ ମୂଲ୍ୟ ବଢ଼ିବା ସହ ତୈଳ ଦରବୃଦ୍ଧି କାରଣରୁ ଟ୍ରକ ମାଲିକମାନେ ପରିବହନ ଦର ବୃଦ୍ଧି କରିବା ପ୍ରମୁଖ କାରଣ ହୋଇଛି। ଶୁକ୍ରବାର ଭୁବନେଶ୍ୱର ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଥିବାରୁ ସେଥିରେ ଲୁହାପଥର ମୂଲ୍ୟ ହ୍ରାସ ପାଇଁ କଳିଙ୍ଗନଗର ଶିଳ୍ପସମୂହ ଚାତକ ପରି ଚାହିଁ ବସିଛନ୍ତି।
ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ନୀତି ଓ ଶିଳ୍ପସମୂହଙ୍କ ଆବଶ୍ୟକତା ଭିତରେ ତାଳ ମେଳ ନ ଥିଲା ପରି ମନେହେଉଛି। କେନ୍ଦ୍ର ସରକାର ଇସ୍ପାତ ଉତ୍ପାଦ ଉପରେ ରପ୍ତାନି ଶୁଳ୍କ ଲାଗୁ କରିଛନ୍ତି। ସେହିପରି ଭାରତର ସର୍ବବୃହତ୍‌ ଲୁହାପଥର ଉତ୍ପାଦନକାରୀ ସଂସ୍ଥା ନ୍ୟାଶନାଲ ମିନେରାଲ ଡେଭଲପ୍‌ମେଣ୍ଟ କର୍ପୋରେଶନ (ଏନ୍‌ଏମ୍‌ଡିସି) ଲୁହାପଥର ଦର ହ୍ରାସ କରିଛି। କିନ୍ତୁ ଓଏମ୍‌ସି ହାତବାନ୍ଧି ବସିଛି। ଏଭଳି ସ୍ଥିତିିରେ ରାଜ୍ୟ ସରକାର ଓ ଶିଳ୍ପସଂସ୍ଥା ମଝିରେ ସାଧାରଣ ଖଟିଖିଆ ଦିନ ମଜୁରିଆ ଓ ଶିଳ୍ପ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିର୍ଭରଶୀଳ କର୍ମଜୀବୀ ସତେ ଯେମିତି ପେଷି ହୋଇ ଢୋକେ ପିଇ ଦଣ୍ଡେ ଜିଇଛନ୍ତିି।
ଗତ ମାସରେ କେନ୍ଦ୍ର ସରକାର ଇସ୍ପାତ ଉତ୍ପାଦ ଉପରେ ୧୫ ପ୍ରତିଶତ, ପେଲେଟ ଉପରେ ୪୫ ପ୍ରତିଶତ ଓ ଲୁହାପଥର ଉପରେ ୫୦ ପ୍ରତିଶତ ରପ୍ତାନି ଶୁଳ୍କ ଲାଗୁ କରିଛନ୍ତି। ଏହାର ପ୍ରଭାବରେ ଭାରତରେ ଇସ୍ପାତ ମୂଲ୍ୟ ଟନ୍‌ ପିଛା ୭,୦୦୦ରୁ ୧୦,୦୦୦ ଟଙ୍କା ହ୍ରାସ ପାଇଛି। ସେହିଭଳି ଭାବରେ ସ୍ପଞ୍ଜ ଆଇରନ ଟନ୍‌ ପିଛା ମୂଲ୍ୟ ୩୬,୦୦୦ ଟଙ୍କାରୁ ଖସି ୩୦,୦୦୦ରେ ପହଞ୍ଚିଛି । ଏଭଳି ଭାବେ କ୍ରମାଗତ ଭାବରେ ଦର ନିମ୍ନଗାମୀ ହେଉଛି। ଭାରତୀୟ ବଜାରରେ ଇସ୍ପାତ ମୂଲ୍ୟ ଓ ଇସ୍ପାତ ଉତ୍ପାଦନ ପାଇଁ ଆବଶ୍ୟକ ପେଲେଟ, ସ୍ପଞ୍ଜ ଆଇରନ ମୂଲ୍ୟ ହ୍ରାସ ହେବା ଦେଖି ଏନ୍‌ଏମ୍‌ଡିସି ଲୁହା ପଥରର ଟନ ପିଛା ମୂଲ୍ୟ ଗତ ୨୫ା୫ା୨୦୨୨ରେ ୭୫୦ ଟଙ୍କା ଓ ୫ା୬ା୨୦୨୨ରେ ୧୩୨୦ ଟଙ୍କା ହ୍ରାସ କରିଛି। ଦେଖିବାକୁ ଗଲେ ଏନ୍‌ଏମ୍‌ଡିସି ଗତ ୧୦ଦିନ ମଧ୍ୟରେ ଲୁହାପଥର ମୂଲ୍ୟରେ ଟନ୍‌ ପିଛା ୨୦୦୦ ଟଙ୍କା ହ୍ରାସ କରିଛି। କିନ୍ତୁ ଓଡ଼ିଶା ଖଣି ନିଗମ ଲୁହାପଥର ମୂଲ୍ୟ ହ୍ରାସ କରିବାରେ ବିଳମ୍ବ କରିଚାଲିଛି ବୋଲି କଳିଙ୍ଗନଗର ଇଣ୍ଡଷ୍ଟ୍ରିଜ୍‌ ଆସୋସିଏଶନ ଓ ଆସୋସିଏଟେଡ୍‌ ଚ୍ୟାମ୍ବର ଅଫ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଜ୍‌ ଅଫ୍‌ ଇଣ୍ଡିଆ(ଆସୋଚାମ) ଅଭିଯୋଗ କରିଛନ୍ତି। ଏନେଇ ଏହି ଦୁଇ ସଂସ୍ଥା ଖଣି ନିଗମର ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତଥ୍ୟ ମୁତାବକ ଖଣି ନିଗମ ଅଧୀନରେ ଥିବା ଦୈତାରୀ ଲୁହା ପଥର ଖଣିରୁ ଉତ୍ପାଦିତ ଲୁହାପଥର ମୂଲ୍ୟରେ ଟନ୍‌ ପିଛା ଏଯାବତ୍‌ ମାତ୍ର ୫୫୦ ଟଙ୍କା ହ୍ରାସ କରାଯାଇଛି, ଯାହାକି ଯଥେଷ୍ଟ ନୁହେଁ। ପାଖାପାଖି ୨୦୦୦ ଟଙ୍କା ହ୍ରାସ ହେବା ଉଚିତ ବୋଲି ଆସୋସିଏଶନ ଦାବି କରିଛି। ଅନ୍ୟପକ୍ଷରେ ଗନ୍ଧମାର୍ଦ୍ଧନ, ଜିଲିଂ ଓ ଗୁଆଳି ଖଣିରୁ ଉତ୍ପାଦିତ ଲୁହାପଥର ମୂଲ୍ୟରେ ଟନ୍‌ ପିଛା ଯଥାକ୍ରମେ ୯୦୦ ଟଙ୍କା, ୧୩୦୦ ଟଙ୍କା ଓ ୧୪୭୫ ଟଙ୍କା ହ୍ରାସ କରାଯାଇଛି। ଫଳରେ ଦୈତାରୀ ଖଣି ଉପରେ ନିର୍ଭର କରି କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗଢ଼ି ଉଠିଥିବା କାରଖାନାଗୁଡ଼ିକ ବାରମ୍ବାର କ୍ଷତି ସହିବା ସହ ତାଲା ଝୁଲିବା ଆଶଙ୍କା ସୃଷ୍ଟି ହୋଇଛି। ଗତ ନିଲାମ ପ୍ରକ୍ରିୟାରେ ଖଣି ନିଗମ ଲୁହାପଥରର ପ୍ରାରମ୍ଭିକ ମୂଲ୍ୟ ଟନ୍‌ ପିଛା ୫୦୫୦ ରଖିଥିବାରୁ କୌଣସି ଶିଳ୍ପସଂସ୍ଥା ଏହି ମୂଲ୍ୟ ଦେଇ ଲୁହାପଥର କ୍ରୟ କରିବା ପାଇଁ ଆଗେଇ ଆସୁନାହାନ୍ତି। ଫଳରେ ଲକ୍ଷାଧିକ ଟନ୍‌ ଲୁହାପଥର ବିକ୍ରି ନ ହୋଇ ପଡ଼ି ରହିଛି । ଏଥିଯୋଗୁ ରାଜ୍ୟ ରାଜକୋଷକୁ ବିପୁଳ କ୍ଷତିହେବା ସହିତ ଖଣି ଅଞ୍ଚଳରେ ଟ୍ରକ ମାଲିକମାନେ ଭଡ଼ା ନ ପାଇ ହାତବାନ୍ଧି ବସିଛନ୍ତି। ସେହିପରି କାରଖାନାଗୁଡ଼ିକ କ୍ରମଶଃ ବନ୍ଦ ହେବାକୁ ଲାଗିଲାଣି। ଏଭଳି ସ୍ଥିତିରେ ସୁଧାର ଆଣିବା ପାଇଁ କଳିଙ୍ଗନଗର ଇଣ୍ଡଷ୍ଟ୍ରିଜ ଆସୋସିଏଶନ ଓ ଆସୋଚାମ ଖଣି ନିଗମର ବାରମ୍ବାର ଦୃଷ୍ଟି ଆକର୍ଷଣ କଲାପରେ ମଧ୍ୟ କିଛି ସୁଫଳ ମିଳୁନଥିବାରୁ କଳିଙ୍ଗନଗର ଶିଳ୍ପାଞ୍ଚଳର ଭବିଷ୍ୟତ ଅସ୍ପଷ୍ଟ ମନେହେଉଛି ବୋଲି ଅଭିଯୋଗ ହୋଇଛି। ଆସନ୍ତା ୨୧ା୬ା୨୦୨୨ରେ ଖଣି ନିଗମ ଦ୍ୱାରା ଆହୂତ ହେବାକୁ ଥିବା ଲୁହାପଥର ନିଲାମ ପ୍ରକ୍ରିୟା ପୂର୍ବରୁ ଶୁକ୍ରବାର ଏହି ମାମଲା ଉପରେ ଆଲୋଚନା ପାଇଁ ଖଣି ନିଗମର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବା ପାଇଁ ଧାର୍ଯ୍ୟ ହୋଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri