ସର୍ବନିମ୍ନସ୍ତରକୁ ଖସିଲା ଇନ୍ଦ୍ରାବତୀ ଜଳଭଣ୍ଡାର

ଭବାନୀପାଟଣା,୧୮ା୭(ଉତ୍ତମ କୁମାର ଦାଶ)ଚଳିତବର୍ଷ ପର୍ଯ୍ୟାପ୍ତ ପରିମାଣରେ ବର୍ଷା ନ ହେବା ଯୋଗୁ କଳାହାଣ୍ଡି ଜିଲାର ଲାଇଫ୍‌ଲାଇନ (ଜୀବନରେଖା) କୁହାଯାଉଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ଜଳସ୍ତର ସର୍ବନିମ୍ନ ସ୍ତରରେ ରହି ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଜିଲାରେ ଗତ ୨ଦିନରେ ସାମାନ୍ୟ ବର୍ଷା ହେବା ଫଳରେ ଜଳଭଣ୍ଡାରର ଜଳସ୍ତର ମାତ୍ର ୦.୩୧ ମିଟର ବୃଦ୍ଧି ହୋଇ ୬୨୭.୬୫ମିଟରରେ ପହଞ୍ଚତ୍ଛି। ପୂର୍ବବର୍ଷ ଏହି ସମୟରେ ଜଳସ୍ତର ୬୨୯.୮୬ମିଟର ରହିଥଲା। ନଦୀଗୁଡିକର ଉପରି ଭାଗରେ ପର୍ଯ୍ୟାପ୍ତ ପରିମାଣରେ ଜଙ୍ଗଲ ଅବକ୍ଷୟ ସାଙ୍ଗକୁ ଖଣି ଉତ୍ତୋଳନ ହେତୁ ବର୍ଷା ପରିମାଣ କମୁଛି। ଫଳରେ ଇନ୍ଦ୍ରାବତୀ, କାଣବିନ୍ଧା, ପେଟଫୁଲା ଭଳି ଚିରସ୍ରୋତା ନଦୀମାନଙ୍କରେ ଜଳ ପ୍ରବାହ କମିବାରେ ଲାଗିଛି।
ଇନ୍ଦ୍ରାବତୀ ଜଳଭଣ୍ଡାର ପରିଧି ୨୬୩୨ବର୍ଗ କି.ମି. ରହିଛି। ଏହି ଇଲାକାରେ ରହିଥିବା ଅନେକ ଝରଣା, ଛୋଟ ବଡ଼ ନଦୀ ଓ ଚାରି ପ୍ରମୁଖ ନଦୀ କପୁର, ମୁରାନ, ପୋଡ଼ା ଗଡ ଓ ଇନ୍ଦ୍ରାବତୀ ୧୧୦ବର୍ଗ କି.ମି. ପରିବ୍ୟାପ୍ତ ଜଳଭଣ୍ଡାରକୁ ପରିପୁଷ୍ଟ କରିଥାଏ। ଚଳିତ ଖରିଫ ଚାଷ ପାଇଁ ଇନ୍ଦ୍ରାବତୀ ପ୍ରକଳ୍ପରୁ ୧,୧୮,୦୪୧ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନର ସ୍ଥିତିକୁ ଅନୁଧ୍ୟାନକଲେ ମାତ୍ର ୦.୬୫ମିଟର ପାଣି ଜଳ ସେଚନରେ ଉପଯୋଗ ହୋଇପାରେ ବୋଲି ଜଣାପଡିଛି। ଇନ୍ଦ୍ରାବତୀର ଡେଡ୍‌ ଷ୍ଟୋରେଜ ଲେଭଲ ୬୨୫ମିଟର ରହିଥିବା ବେଳେ ମୁହାଣରେ ପଙ୍କ ଜମାଟ ବାନ୍ଧିଥିବାରୁ ୬୨୭ମିଟର ପହଞ୍ଚତ୍ଲା ବେଳକୁ ବିଦ୍ୟୁତ୍‌ ଉତ୍ପାଦନରେ ବାଧା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ରହିଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ପୂର୍ବ ଇତିହାସକୁ ଅନୁଧ୍ୟାନକଲେ ୨୦୧୫ ଜୁଲାଇ ୩୧ତାରିଖ ସୁଦ୍ଧା ଜଳସ୍ତର ୬୩୦.୪୩ ମିଟର, ୨୦୧୬ରେ ୬୩୨.୮୪ମିଟର, ୨୦୧୭ରେ ୬୩୨.୦୮ ମିଟର,୨୦୧୮ରେ ୬୩୪.୬୪ ମିଟର, ୨୦୧୯ରେ ୬୩୩.୫ ମିଟର, ୨୦୨୦ରେ ୬୩୦.୮୦ ମିଟର, ୨୦୨୧ରେ ୬୩୦.୧୦ ମିଟର, ୨୦୨୨ରେ ୬୩୩.୦୯ ମିଟର, ୨୦୨୩ରେ ୬୨୯.୮୬ ମିଟର ରହିଥିଲା। ଆଗାମୀ ଦିନରେ ପର୍ଯ୍ୟାପ୍ତ ପରିମାଣରେ ବର୍ଷା ନ ହେଲେ ଜଳସେଚନ ସହ ବିଜୁଳି ଉତ୍ପାଦନରେ ଅଗ୍ରଣୀ ଭୂମିକା ରଖିଆସିଥିବା କଳାହାଣ୍ଡିର ଜୀବନରେଖା ପାଇଁ ବିପଦର ଘଣ୍ଟି ବାଜିବା ପୂର୍ବରୁ ସରକାର ବିହିତ ପଦକ୍ଷେପ ନେବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri