ଭାରତର କଡ଼ା ଜବାବ୍‌, ପ୍ରଥମେ ଖାଲି କର ପିଓକେ…

ଜେନେଭା,୨୫।୯: ଜାତିସଂଘ ସାଧାରଣ ସଭା ବୈଠକରେ ପାକିସ୍ତାନ ପୁଣି ଥରେ କାଶ୍ମୀର ପାଇଁ କୁମ୍ଭୀର କାନ୍ଦଣା କାନ୍ଦିଛି। ଏହି ବୈଠକରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କାଶ୍ମୀର ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ ଭୁଲ ତଥ୍ୟ ରଖି ଭାରତ ସରକାରଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ଆଫଗାନିସ୍ତାନ ପ୍ରସଙ୍ଗରେ ମଧ୍ୟ ବାସ୍ତବତାକୁ ଅଣଦେଖା କରି ଇମ୍ରାନ ଖାଁ ନିଜକୁ ପୀଡ଼ିତ ହୋଇଥିବା ଦର୍ଶାଇଛନ୍ତି।

ଇମ୍ରାନଙ୍କ ମିଥ୍ୟା ଅଭିଯୋଗର ଜବାବ ଦେଇ ଭାରତ କହିଛି ଯେ ଆତଙ୍କବାଦର ଶିକାର ହୋଇଥିବା କହି ପାକିସ୍ତାନ ଅଭିନୟ କରୁଛି। ଭାରତ ପକ୍ଷରୁ ପ୍ରଥମ ସଚିବ ସ୍ନେହା ଦୁବେ ପକ୍ଷ ରଖିଥିଲେ।

ଜାତିସଂଘ ଫୋରମରେ ଭାରତ କହିଛି ଯେ ପାକିସ୍ତାନ ମିଥ୍ୟା ତଥା ପ୍ରତାରଣା ପ୍ରଚାର ପାଇଁ ବିଶ୍ୱ ପ୍ଲାଟଫର୍ମ ବ୍ୟବହାର କରୁଛି। ପାକିସ୍ତାନ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ ପାଲଟିଛି। ଯେଉଁ ଦେଶରେ ମିଳିତ ଜାତିସଂଘ ଦ୍ୱାରା ଘୋଷିତ ଆତଙ୍କବାଦୀଙ୍କ ସଂଖ୍ୟା ସର୍ବାଧିକ, ଓସାମା ବିନ ଲାଡେନକୁ ଶହୀଦ ମାନ୍ୟତା ପ୍ରଦାନ କରୁଥିବା ଦେଶ, ସେହି ଦେଶ ନିଜକୁ ଆତଙ୍କବାଦର ଶିକାର ବୋଲି କହିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସ୍ନେହା ଦୁବେ କହିଛନ୍ତି।

ଭାରତୀୟ କୂଟନୀତିଜ୍ଞ ସ୍ନେହା ଦୁବେ କହିଛନ୍ତି ଯେ ଏହା ପ୍ରଥମ ଘଟଣା ନୁହେଁ ଯେ ପାକିସ୍ତାନର ନେତା ଭାରତ ବିରୁଦ୍ଧରେ ମିଥ୍ୟା ଏବଂ ଭିତ୍ତିହୀନ ଅଭିଯୋଗ ଆଣିବା ପାଇଁ ମିଳିତ ଜାତିସଂଘର ଫୋରମର ଅପବ୍ୟବହାର କରିଛନ୍ତି। ପାକିସ୍ତାନ ନିଜକୁ ଆତଙ୍କବାଦର ଶିକାର ବୋଲି ବର୍ଣ୍ଣନା କରୁଛି କିନ୍ତୁ ଆତଙ୍କବାଦୀମାନେ ସେଠାରେ ଖୁସିରେ ବାସ କରୁଛନ୍ତି ଏବଂ ସାଧାରଣ ଲୋକ ଏବଂ ବିଶେଷକରି ଅଳ୍ପସଂଖ୍ୟକ ସମ୍ପ୍ରଦାୟର ଜୀବନ ଅତ୍ୟନ୍ତ ଦୁଃଖଦାୟକ ହୋଇପଡ଼ିଛି। ଆତଙ୍କବାଦର ଏପରି ପ୍ରତିରକ୍ଷା ଆଧୁନିକ ଦୁନିଆରେ ଗ୍ରହଣୀୟ ନୁହେଁ।

ଜାଣିଶୁଣି ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ) ଉପରେ ଅବୈଧ କବ୍‌ଜା କରାଯାଇଛି। ଶୀଘ୍ର ଏହାକୁ ଖାଲି କରିବା ଲାଗି ଭାରତ ପାକିସ୍ତାନ ଉଦ୍ଦେଶ୍ୟରେ କହିଛି। ବାସ୍ତବରେ, ପାକିସ୍ତାନ କାଶ୍ମୀର ଏବଂ ଆଫଗାନିସ୍ତାନ ପ୍ରସଙ୍ଗକୁ ବିଶ୍ୱ ସ୍ତରରେ ଉଠାଇ ନିଜର ଭୁଲ ଲୁଚାଇବାକୁ ଚେଷ୍ଟା କରୁଛି।

ୱାଶିଂଟନରେ ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ବାଲୁଚ ଅଞ୍ଚଳର ଲୋକମାନେ ପାକିସ୍ତାନ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ଏେକ୍ଷେତ୍ରରେ ମାନବିକ ଅଧିକାରର ଉଲ୍ଲଂଘନ ପ୍ରସଙ୍ଗରେ ପାକିସ୍ତାନ ପାଇଁ ଉତ୍ତର ଦେବା କଷ୍ଟକର ହୋଇପଡୁଛି ବୋଲି ଭାରତ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri