ସାପ କାମୁଡ଼ିଲେ ମଲ

ଭାରତର ସୁପ୍ରିମ କୋର୍ଟ ବା ସର୍ବୋଚ୍ଚ ଅଦାଲତ ଦେଶରେ ବୃଦ୍ଧି ପାଉଥିବା ସାପକାମୁଡ଼ା ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି କ୍ରମରେ ସୁପ୍ରିମ କୋର୍ଟ ସାପକାମୁଡ଼ା ମୃତ୍ୟୁ ହ୍ରାସ କରିବା ପାଇଁ ଦେଶର ସବୁଆଡ଼େ ସରକାରୀ ହସ୍ପିଟାଲରେ ଉନ୍ନତ ଚିକିତ୍ସା ଉପଲବ୍ଧ କରାଇବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ବି.ଆର୍‌.ଗଭାଇ ଏବଂ ଜଷ୍ଟିସ୍‌ ଏସ୍‌.ଭି.ଏନ୍‌ .ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଶୈଳେନ୍ଦ୍ରମଣି ତ୍ରିପାଠୀଙ୍କ ଦ୍ୱାରା ଦାୟର ଜନସ୍ବାର୍ଥ ମାମଲାର ଶୁଣାଣିକରି ସୋମବାର ୨୭ ଜାନୁଆରୀରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଦେଶର ସବୁ ସରକାରୀ ଚିକିତ୍ସା କେନ୍ଦ୍ରରେ ମୁଖ୍ୟତଃ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପିଏଚ୍‌ସି),ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ଏବଂ ଜିଲା ହସ୍ପିଟାଲରେ ଆଣ୍ଟିି ଭେନମ୍‌ (ସାପ ବିଷ ନିରୋଧୀ ଓଷଧ) ଓ ଉନ୍ନତ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ଲାଗି ତ୍ରିପାଠୀ ଆବେଦନ କରିଥିଲେ। ଏହାସହ ସାପକାମୁଡ଼ା ମୃତ୍ୟୁ ହ୍ରାସ କରିବା ସକାଶେ ଏକ ସ୍ବାସ୍ଥ୍ୟ ମିଶନ ଓ ସଚେତନତା ଅଭିଯାନ ଆରମ୍ଭ କରିବାକୁ ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ। ଉଲ୍ଲେଖନୀୟ ଯେ, ସାପ କାମୁଡ଼ାର ଉନ୍ନତ ଚିକିତ୍ସା ସେବା ଅର୍ଥାତ୍‌ ଆଣ୍ଟି ଭେନମ୍‌ ସହିତ ଅଧିକାଂଶ ସମୟରେ ପୀଡ଼ିତଙ୍କୁ ଆଇସିୟୁ କିମ୍ବା ଭେଣ୍ଟିଲେଟରରେ ରଖି ହିମୋଲିସିସ୍‌ ଘଟଣାରେ ଡାଏଲିସିସ୍‌ କରିବାକୁ ପଡ଼େ। ଏହି ସୁବିଧାକୁ ଉନ୍ନତ ଚିକିତ୍ସା ବ୍ୟବସ୍ଥା ବୋଲି ସାଧାରଣରେ ବୁଝାଯାଏ। ତେବେ ଖଣ୍ଡପୀଠ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି ଯେ, ଆଣ୍ଟି ଭେନମ୍‌ ଓ ଉନ୍ନତ ଚିକିତ୍ସା ଅଭାବରୁ ଦେଶ ସାପକାମୁଡ଼ା ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛି। ସର୍ବୋଚ୍ଚ ଅଦାଲତଙ୍କ ଏହି ନିର୍ଦ୍ଦେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଭାରତ ଭଳି ଏକ ଜନବହୁଳ ତଥା କୃଷିପ୍ରଧାନ ଦେଶରେ ସାପକାମୁଡ଼ାରେ ବର୍ଷକୁ ପାଖାପାଖି ୫୮ ହଜାର ଲୋକଙ୍କର ମୃତ୍ୟୁ ଘଟୁଛି ବୋଲି ଇଣ୍ଡିଆନ କାଉନସିଲ ଫର୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ତଥ୍ୟରୁ ଜଣାପଡ଼େ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ତଥ୍ୟ ଅନୁଯାୟୀ, ବିଶ୍ୱରେ ବର୍ଷକୁ ପାଖାପାଖି ୧,୩୮,୦୦୦ ଲୋକଙ୍କ ମୃତ୍ୟୁ ଘଟୁଥିବାବେଳେ ସେଥିରେ ଭାରତର ମୃତ୍ୟୁ ସଂଖ୍ୟା ସବୁଠୁ ଅଧିକ।
ଭାରତରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ, ଅନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଗୁଜରାଟରେ ୭୦ ପ୍ରତିଶତ ସାପକାମୁଡାଜନିତ ମୃତ୍ୟୁ ଘଟୁଛି ବୋଲି ଆଇସିଏମ୍‌ଆର୍‌ ଦର୍ଶାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଘଟୁଥିବା ସାପକାମୁଡ଼ା ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ଭାବରେ ସରକାରୀ ସ୍ତରରେ ଘୋଷଣା କରାଯାଉନାହିଁ। ତେବେ ଜଣା ଯେ ଭାରତରେ ଏହା ଅନ୍ୟତମ ରାଜ୍ୟ ଯେଉଁଠାରେ ସାପକାମୁଡ଼ା ମୃତ୍ୟୁ ଅଧିକ। ଓଡ଼ିଶା ଷ୍ଟେଟ୍‌ ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟ ଅଥରିଟି (ଓଏସ୍‌ଡିଏମ୍‌ଏ) ତଥ୍ୟ ଅନୁଯାୟୀ ପ୍ରାୟ ୨ ହଜାରରୁ ଅଧିକ ଲୋକ ଏହି ରାଜ୍ୟରେ ୨୦୧୫ରୁ ୨୦୧୮ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି। ଅଣ ଆନୁଷ୍ଠାନିକ ଭାବେ ଏହି ସଂଖ୍ୟା ଓଏସ୍‌ଡିଏମ୍‌ଏ ଦେଇଥିବା ତଥ୍ୟଠାରୁ ଯଥେଷ୍ଟ ଅଧିକ ବୋଲି କୁହାଯାଉଛି। ସେହିଭଳି ଓଏସ୍‌ଡିଏମ୍‌ଏର ଅନ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି, ୨୦୧୮ରୁ ୨୦୨୩ ମଧ୍ୟରେ ସାପକାମୁଡାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି ଓ ଏହି ସମୟ ମଧ୍ୟରେ ୪,୮୭୦ ଜଣଙ୍କର ମୃତ୍ୟୁ ଘଟିଛି। ଦେଖିବାକୁ ଗଲେ ବିଭିନ୍ନ ରାଜ୍ୟରେ ୯୦ ପ୍ରତିଶତରୁ ଅଧିକ ମୃତ୍ୟୁ ଘଟୁଛି ଗ୍ରାମାଞ୍ଚଳରେ। କାରଣ ଗ୍ରାମାଞ୍ଚଳରେ ନାଗ, ଚିତି, ରଣା ଓ ବୋଡ଼ା ଆଦି ବିଷଧର ସାପ ସମ୍ପର୍କିତ ସୂଚନା,ସତର୍କତା ତଥା ଚିକିତ୍ସା ସଚେତନାତାର ଅଭାବ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ , ଅନେକ ସମୟରେ ସାପଟି ବିଷାକ୍ତ ହୋଇ ନ ଥିଲେ ମଧ୍ୟ ପୀଡ଼ିତଙ୍କ ମୃତ୍ୟୁ ଅଧିକ ଭୟ ଯୋଗୁ ଘଟିପାରେ। ଏହା ବ୍ୟତୀତ ବିଷଧର ସାପ କାମୁଡ଼ା ଘଟଣାରେ ମାତ୍ର ଏକତୃତୀୟାଂଶ ଲୋକ ଚିକିତ୍ସା ପାଇଁ ମେଡିକାଲ ଯାଉଛନ୍ତି ବୋଲି ଆଇସିଏମ୍‌ଆର୍‌ ତଥ୍ୟରୁ ଜଣାପଡ଼େ। ଅଧିକାଂଶ ପୀଡ଼ିତ ଅନ୍ଧବିଶ୍ୱାସ ଯୋଗୁ ତ୍ରୁଟିପୂର୍ଣ୍ଣ ଦେଶୀ ଚିକିତ୍ସା ଯଥା କ୍ୱାକ୍‌, ଝଡ଼ାଫୁଙ୍କା ଉପରେ ନିର୍ଭରକରୁଛନ୍ତି କିମ୍ବା ଦୈବୀ ଚିକିତ୍ସାକୁ ଆପଣାଉଛନ୍ତି। ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସେବା ପାଇବାର ସୀମିତ ସମୟ (ଗୋଲ୍ଡେନ ଆଓ୍ବାର) ଗଡ଼ିଯାଉଛି, ଯାହା ପୀଡ଼ିତଙ୍କ ମୃତ୍ୟୁର କାରଣ ପାଲଟୁଛି। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଏବେ ମଧ୍ୟ ରାଜ୍ୟର ପ୍ରାୟ ଅଧିକାଂଶ ସିଏଚ୍‌ସି( ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର) ଓ ପିଏଚ୍‌ସି (ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର)ରେ ସାପକାମୁଡ଼ା ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥାର ଅଭାବ ରହିଛି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟକେନ୍ଦ୍ରରେ ଅତି ବିଷଧର ସାପକାମୁଡାର ଚିକିତ୍ସା ପାଇଁ ଆଣ୍ଟି ସ୍ନେକ୍‌ ଭେନମ୍‌ (ସାପ ବିଷ ନିରୋଧୀ ଓଷଧ) ଅଭାବ ଥିବା ଅଭିଯୋଗ ହୁଏ। ଚିନ୍ତାର ବିଷୟ ହେଉଛି, ସାପକାମୁଡ଼ା ଘଟଣା ଗ୍ରାମାଞ୍ଚଳରେ ଅଧିକ ଘଟୁଥିଲେ ମଧ୍ୟ ଉନ୍ନତ ଚିକିତ୍ସା ବ୍ୟବସ୍ଥା ରହୁଛି ସୁଦୂର ସହରରେ। ଏଣୁ ଅତି ବିଷଧର ସାପ ଦଂଶନ କରିବା ପରେ ପୀଡ଼ିତଙ୍କୁ ସହରକୁ ପଠାଇ ଦିଆଯାଉଛି। ଫଳରେ ଚିକିତ୍ସାରେ ବିଳମ୍ବ ଯୋଗୁ ଲୋକଙ୍କ ମୃତ୍ୟୁ ହେଉଛି। ଏଣୁ ଗ୍ରାମାଞ୍ଚଳରେ କୌଣସି ବ୍ୟକ୍ତିକୁ ସାପ କାମୁଡ଼ିଲେ ବଞ୍ଚିବାର ଆଶା କ୍ଷୀଣ। ଏଭଳି ପ୍ରଚ୍ଛଦପଟ୍ଟରେ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ କେବଳ ଏକ ନିର୍ଦ୍ଦେଶ ଭାବେ ରହିଯିବାର ସବୁ ସମ୍ଭାବନା ଦେଖାଦେଉଛି। ସାପକାମୁଡ଼ା ସମ୍ପର୍କରେ ସଚେତନତା ସୃଷ୍ଟି ସହ ଗ୍ରାମାଞ୍ଚଳରେ ମୌଳିକ ସ୍ବାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ରାଜନୈତିକ କିମ୍ବା ପ୍ରଶାସନିକ ମନୋବଳର ଅଭାବ ଦେଖାଯାଉଛି। ସରକାରୀ ଡାକ୍ତରଖାନା ବ୍ୟତୀତ ଘରୋଇ ଡାକ୍ତରଙ୍କୁ ମଧ୍ୟ ଏହି ଦିଗରେ ସଚେତନ କରାଯାଇ ସହଯୋଗ ଲୋଡ଼ାଯାଇପାରନ୍ତା। କିନ୍ତୁ ଯେଉଁ ମନୋବଳ ଏଭଳି କାର୍ଯ୍ୟ ହାସଲ ପାଇଁ ଦରକାର ପଡ଼ୁଛି ତାହାର ଅଭାବ ପରିଲକ୍ଷିତ ହେଉଛି। କେବଳ ନକାରାତ୍ମକ ଚିନ୍ତା ଦେବାର ଉଦ୍ଦେଶ୍ୟ ନୁହେଁ, ସାପକାମୁଡ଼ା ଭଳି ସମସ୍ୟା ପାଇଁ ବେସରକାରୀ ସଂସ୍ଥା (ଏନ୍‌ଜିଓ)ମାନଙ୍କୁ ମଧ୍ୟ ସାମିଲ କରାଯାଇ ଓଡ଼ିଶାର ପୁରପଲ୍ଲୀରେ ପରିବର୍ତ୍ତନ ଅଣାଯାଇପାରନ୍ତା। ଅଭାବ ହେଉଛି କେବଳ ରାଜନୈତିକ ଇଚ୍ଛାଶକ୍ତିର।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ଶାନ୍ତି ଆଲୋଚନାରେ ଏହି ମୁଖ୍ୟ ପ୍ରସଙ୍ଗ ରଖିବ ଇରାନ, ବିଦେଶରେ ଅଟକି ଥିବା…

ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ତାମିଲନାଡୁରେ ବଡ଼ ଅଘଟଣ: ସି-ଫୁଡ୍ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ ଲିକ୍, ୨ ମୃତ ଓ ୪୬ ଗୁରୁତର

ଚେନ୍ନାଇ,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ୍ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ଏକ ବଡ଼ ଦୁର୍ଘଟଣା ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri