ସାପ କାମୁଡ଼ିଲେ ମଲ

ଭାରତର ସୁପ୍ରିମ କୋର୍ଟ ବା ସର୍ବୋଚ୍ଚ ଅଦାଲତ ଦେଶରେ ବୃଦ୍ଧି ପାଉଥିବା ସାପକାମୁଡ଼ା ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି କ୍ରମରେ ସୁପ୍ରିମ କୋର୍ଟ ସାପକାମୁଡ଼ା ମୃତ୍ୟୁ ହ୍ରାସ କରିବା ପାଇଁ ଦେଶର ସବୁଆଡ଼େ ସରକାରୀ ହସ୍ପିଟାଲରେ ଉନ୍ନତ ଚିକିତ୍ସା ଉପଲବ୍ଧ କରାଇବା ଲାଗି କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ବି.ଆର୍‌.ଗଭାଇ ଏବଂ ଜଷ୍ଟିସ୍‌ ଏସ୍‌.ଭି.ଏନ୍‌ .ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଶୈଳେନ୍ଦ୍ରମଣି ତ୍ରିପାଠୀଙ୍କ ଦ୍ୱାରା ଦାୟର ଜନସ୍ବାର୍ଥ ମାମଲାର ଶୁଣାଣିକରି ସୋମବାର ୨୭ ଜାନୁଆରୀରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଦେଶର ସବୁ ସରକାରୀ ଚିକିତ୍ସା କେନ୍ଦ୍ରରେ ମୁଖ୍ୟତଃ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ପିଏଚ୍‌ସି),ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ଏବଂ ଜିଲା ହସ୍ପିଟାଲରେ ଆଣ୍ଟିି ଭେନମ୍‌ (ସାପ ବିଷ ନିରୋଧୀ ଓଷଧ) ଓ ଉନ୍ନତ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ଲାଗି ତ୍ରିପାଠୀ ଆବେଦନ କରିଥିଲେ। ଏହାସହ ସାପକାମୁଡ଼ା ମୃତ୍ୟୁ ହ୍ରାସ କରିବା ସକାଶେ ଏକ ସ୍ବାସ୍ଥ୍ୟ ମିଶନ ଓ ସଚେତନତା ଅଭିଯାନ ଆରମ୍ଭ କରିବାକୁ ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ। ଉଲ୍ଲେଖନୀୟ ଯେ, ସାପ କାମୁଡ଼ାର ଉନ୍ନତ ଚିକିତ୍ସା ସେବା ଅର୍ଥାତ୍‌ ଆଣ୍ଟି ଭେନମ୍‌ ସହିତ ଅଧିକାଂଶ ସମୟରେ ପୀଡ଼ିତଙ୍କୁ ଆଇସିୟୁ କିମ୍ବା ଭେଣ୍ଟିଲେଟରରେ ରଖି ହିମୋଲିସିସ୍‌ ଘଟଣାରେ ଡାଏଲିସିସ୍‌ କରିବାକୁ ପଡ଼େ। ଏହି ସୁବିଧାକୁ ଉନ୍ନତ ଚିକିତ୍ସା ବ୍ୟବସ୍ଥା ବୋଲି ସାଧାରଣରେ ବୁଝାଯାଏ। ତେବେ ଖଣ୍ଡପୀଠ ତାଙ୍କ ନିର୍ଦ୍ଦେଶରେ ଦର୍ଶାଇଛନ୍ତି ଯେ, ଆଣ୍ଟି ଭେନମ୍‌ ଓ ଉନ୍ନତ ଚିକିତ୍ସା ଅଭାବରୁ ଦେଶ ସାପକାମୁଡ଼ା ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛି। ସର୍ବୋଚ୍ଚ ଅଦାଲତଙ୍କ ଏହି ନିର୍ଦ୍ଦେଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଭାରତ ଭଳି ଏକ ଜନବହୁଳ ତଥା କୃଷିପ୍ରଧାନ ଦେଶରେ ସାପକାମୁଡ଼ାରେ ବର୍ଷକୁ ପାଖାପାଖି ୫୮ ହଜାର ଲୋକଙ୍କର ମୃତ୍ୟୁ ଘଟୁଛି ବୋଲି ଇଣ୍ଡିଆନ କାଉନସିଲ ଫର୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ତଥ୍ୟରୁ ଜଣାପଡ଼େ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ତଥ୍ୟ ଅନୁଯାୟୀ, ବିଶ୍ୱରେ ବର୍ଷକୁ ପାଖାପାଖି ୧,୩୮,୦୦୦ ଲୋକଙ୍କ ମୃତ୍ୟୁ ଘଟୁଥିବାବେଳେ ସେଥିରେ ଭାରତର ମୃତ୍ୟୁ ସଂଖ୍ୟା ସବୁଠୁ ଅଧିକ।
ଭାରତରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାର, ଝାଡ଼ଖଣ୍ଡ, ଅନ୍ଧ୍ରପ୍ରଦେଶ, ଓଡ଼ିଶା ଓ ଗୁଜରାଟରେ ୭୦ ପ୍ରତିଶତ ସାପକାମୁଡାଜନିତ ମୃତ୍ୟୁ ଘଟୁଛି ବୋଲି ଆଇସିଏମ୍‌ଆର୍‌ ଦର୍ଶାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଘଟୁଥିବା ସାପକାମୁଡ଼ା ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ଭାବରେ ସରକାରୀ ସ୍ତରରେ ଘୋଷଣା କରାଯାଉନାହିଁ। ତେବେ ଜଣା ଯେ ଭାରତରେ ଏହା ଅନ୍ୟତମ ରାଜ୍ୟ ଯେଉଁଠାରେ ସାପକାମୁଡ଼ା ମୃତ୍ୟୁ ଅଧିକ। ଓଡ଼ିଶା ଷ୍ଟେଟ୍‌ ଡିଜାଷ୍ଟର ମ୍ୟାନେଜ୍‌ମେଣ୍ଟ ଅଥରିଟି (ଓଏସ୍‌ଡିଏମ୍‌ଏ) ତଥ୍ୟ ଅନୁଯାୟୀ ପ୍ରାୟ ୨ ହଜାରରୁ ଅଧିକ ଲୋକ ଏହି ରାଜ୍ୟରେ ୨୦୧୫ରୁ ୨୦୧୮ ମଧ୍ୟରେ ମୃତ୍ୟୁବରଣ କରିଛନ୍ତି। ଅଣ ଆନୁଷ୍ଠାନିକ ଭାବେ ଏହି ସଂଖ୍ୟା ଓଏସ୍‌ଡିଏମ୍‌ଏ ଦେଇଥିବା ତଥ୍ୟଠାରୁ ଯଥେଷ୍ଟ ଅଧିକ ବୋଲି କୁହାଯାଉଛି। ସେହିଭଳି ଓଏସ୍‌ଡିଏମ୍‌ଏର ଅନ୍ୟ ଏକ ରିପୋର୍ଟରୁ ଜଣାପଡ଼ିଛି, ୨୦୧୮ରୁ ୨୦୨୩ ମଧ୍ୟରେ ସାପକାମୁଡାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି ଓ ଏହି ସମୟ ମଧ୍ୟରେ ୪,୮୭୦ ଜଣଙ୍କର ମୃତ୍ୟୁ ଘଟିଛି। ଦେଖିବାକୁ ଗଲେ ବିଭିନ୍ନ ରାଜ୍ୟରେ ୯୦ ପ୍ରତିଶତରୁ ଅଧିକ ମୃତ୍ୟୁ ଘଟୁଛି ଗ୍ରାମାଞ୍ଚଳରେ। କାରଣ ଗ୍ରାମାଞ୍ଚଳରେ ନାଗ, ଚିତି, ରଣା ଓ ବୋଡ଼ା ଆଦି ବିଷଧର ସାପ ସମ୍ପର୍କିତ ସୂଚନା,ସତର୍କତା ତଥା ଚିକିତ୍ସା ସଚେତନାତାର ଅଭାବ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ , ଅନେକ ସମୟରେ ସାପଟି ବିଷାକ୍ତ ହୋଇ ନ ଥିଲେ ମଧ୍ୟ ପୀଡ଼ିତଙ୍କ ମୃତ୍ୟୁ ଅଧିକ ଭୟ ଯୋଗୁ ଘଟିପାରେ। ଏହା ବ୍ୟତୀତ ବିଷଧର ସାପ କାମୁଡ଼ା ଘଟଣାରେ ମାତ୍ର ଏକତୃତୀୟାଂଶ ଲୋକ ଚିକିତ୍ସା ପାଇଁ ମେଡିକାଲ ଯାଉଛନ୍ତି ବୋଲି ଆଇସିଏମ୍‌ଆର୍‌ ତଥ୍ୟରୁ ଜଣାପଡ଼େ। ଅଧିକାଂଶ ପୀଡ଼ିତ ଅନ୍ଧବିଶ୍ୱାସ ଯୋଗୁ ତ୍ରୁଟିପୂର୍ଣ୍ଣ ଦେଶୀ ଚିକିତ୍ସା ଯଥା କ୍ୱାକ୍‌, ଝଡ଼ାଫୁଙ୍କା ଉପରେ ନିର୍ଭରକରୁଛନ୍ତି କିମ୍ବା ଦୈବୀ ଚିକିତ୍ସାକୁ ଆପଣାଉଛନ୍ତି। ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସେବା ପାଇବାର ସୀମିତ ସମୟ (ଗୋଲ୍ଡେନ ଆଓ୍ବାର) ଗଡ଼ିଯାଉଛି, ଯାହା ପୀଡ଼ିତଙ୍କ ମୃତ୍ୟୁର କାରଣ ପାଲଟୁଛି। ଓଡ଼ିଶା ପରିପ୍ରେକ୍ଷୀରେ ଦେଖିବାକୁ ଗଲେ ଏବେ ମଧ୍ୟ ରାଜ୍ୟର ପ୍ରାୟ ଅଧିକାଂଶ ସିଏଚ୍‌ସି( ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର) ଓ ପିଏଚ୍‌ସି (ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର)ରେ ସାପକାମୁଡ଼ା ପାଇଁ ଉନ୍ନତ ଚିକିତ୍ସା ବ୍ୟବସ୍ଥାର ଅଭାବ ରହିଛି। ଅନ୍ୟପକ୍ଷରେ ସ୍ବାସ୍ଥ୍ୟକେନ୍ଦ୍ରରେ ଅତି ବିଷଧର ସାପକାମୁଡାର ଚିକିତ୍ସା ପାଇଁ ଆଣ୍ଟି ସ୍ନେକ୍‌ ଭେନମ୍‌ (ସାପ ବିଷ ନିରୋଧୀ ଓଷଧ) ଅଭାବ ଥିବା ଅଭିଯୋଗ ହୁଏ। ଚିନ୍ତାର ବିଷୟ ହେଉଛି, ସାପକାମୁଡ଼ା ଘଟଣା ଗ୍ରାମାଞ୍ଚଳରେ ଅଧିକ ଘଟୁଥିଲେ ମଧ୍ୟ ଉନ୍ନତ ଚିକିତ୍ସା ବ୍ୟବସ୍ଥା ରହୁଛି ସୁଦୂର ସହରରେ। ଏଣୁ ଅତି ବିଷଧର ସାପ ଦଂଶନ କରିବା ପରେ ପୀଡ଼ିତଙ୍କୁ ସହରକୁ ପଠାଇ ଦିଆଯାଉଛି। ଫଳରେ ଚିକିତ୍ସାରେ ବିଳମ୍ବ ଯୋଗୁ ଲୋକଙ୍କ ମୃତ୍ୟୁ ହେଉଛି। ଏଣୁ ଗ୍ରାମାଞ୍ଚଳରେ କୌଣସି ବ୍ୟକ୍ତିକୁ ସାପ କାମୁଡ଼ିଲେ ବଞ୍ଚିବାର ଆଶା କ୍ଷୀଣ। ଏଭଳି ପ୍ରଚ୍ଛଦପଟ୍ଟରେ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ କେବଳ ଏକ ନିର୍ଦ୍ଦେଶ ଭାବେ ରହିଯିବାର ସବୁ ସମ୍ଭାବନା ଦେଖାଦେଉଛି। ସାପକାମୁଡ଼ା ସମ୍ପର୍କରେ ସଚେତନତା ସୃଷ୍ଟି ସହ ଗ୍ରାମାଞ୍ଚଳରେ ମୌଳିକ ସ୍ବାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ରାଜନୈତିକ କିମ୍ବା ପ୍ରଶାସନିକ ମନୋବଳର ଅଭାବ ଦେଖାଯାଉଛି। ସରକାରୀ ଡାକ୍ତରଖାନା ବ୍ୟତୀତ ଘରୋଇ ଡାକ୍ତରଙ୍କୁ ମଧ୍ୟ ଏହି ଦିଗରେ ସଚେତନ କରାଯାଇ ସହଯୋଗ ଲୋଡ଼ାଯାଇପାରନ୍ତା। କିନ୍ତୁ ଯେଉଁ ମନୋବଳ ଏଭଳି କାର୍ଯ୍ୟ ହାସଲ ପାଇଁ ଦରକାର ପଡ଼ୁଛି ତାହାର ଅଭାବ ପରିଲକ୍ଷିତ ହେଉଛି। କେବଳ ନକାରାତ୍ମକ ଚିନ୍ତା ଦେବାର ଉଦ୍ଦେଶ୍ୟ ନୁହେଁ, ସାପକାମୁଡ଼ା ଭଳି ସମସ୍ୟା ପାଇଁ ବେସରକାରୀ ସଂସ୍ଥା (ଏନ୍‌ଜିଓ)ମାନଙ୍କୁ ମଧ୍ୟ ସାମିଲ କରାଯାଇ ଓଡ଼ିଶାର ପୁରପଲ୍ଲୀରେ ପରିବର୍ତ୍ତନ ଅଣାଯାଇପାରନ୍ତା। ଅଭାବ ହେଉଛି କେବଳ ରାଜନୈତିକ ଇଚ୍ଛାଶକ୍ତିର।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?