Posted inଜାତୀୟ

ଭାରତର ଜନସଂଖ୍ୟା ୧୪୬ କୋଟି

ନୂଆଦିଲ୍ଲୀ,୧୧ା୬(ପି.ଟି.): ଭାରତର ଜନସଂଖ୍ୟା ୨୦୨୫ରେ ୧୪୬ କୋଟିରେ ପହଞ୍ଚତ୍ବାକୁ ଯାଉଥିବା ଆକଳନ କରାଯାଇଛି, ଯାହାକି ବିଶ୍ୱରେ ସର୍ବାଧିକ। ଜାତିସଂଘ ଜନସଂଖ୍ୟା ରିପୋର୍ଟରୁ ଏହା ଜଣାପଡ଼ିଛି। ଅନ୍ୟପକ୍ଷରେ ଦେଶର ମୋଟ ପ୍ରଜନନ ହାର ପ୍ରତିସ୍ଥାପନ ହାର (ଅର୍ଥାତ୍‌ ଜନସଂଖ୍ୟା ବଜାୟ ରଖିବା ପାଇଁ ଆବଶ୍ୟକ ପ୍ରଜନନ ସ୍ତର) ଠାରୁ କମ୍‌ ରହିଛି। ୟୁଏନ୍‌ଏଫ୍‌ପିଏର ଚଳିତ ବର୍ଷର ଷ୍ଟେଟ୍‌ ଅଫ୍‌ ଓ୍ବାଲର୍‌ଡ ପପୁଲେଶନ (ଏସ୍‌ଓଡବ୍ଲ୍ୟୁପି) ରିପୋର୍ଟ, ଦି ରିଅଲ ଫର୍ଟିଲିଟି କ୍ରାଇସିସ୍‌ର ତଥ୍ୟ ଅନୁଯାୟୀ, ବିଭିନ୍ନ ଦେଶରେ ପ୍ରଜନନ ହାର ଭୟଙ୍କର ଭାବେ ହ୍ରାସ ପାଉଛି, ଯାହା ପ୍ରଜନନ ଲକ୍ଷ୍ୟ ପୂରଣ ପାଇଁ ସମର୍ଥ ନୁହେଁ। ଅନେକ ଲକ୍ଷ ଲୋକ ସେମାନଙ୍କ ବାସ୍ତବ ପ୍ରଜନନ ଲକ୍ଷ୍ୟ ବୁଝିବାକୁ ଅସମର୍ଥ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଜାତିସଂଘ ରିପୋର୍ଟ ଅନୁଯାୟୀ ଭାରତରେ ମହିଳାଙ୍କ ମୋଟ ପ୍ରଜନନ ହାର ୧.୯କୁ ହ୍ରାସ ପାଇଛି। ଜନସଂଖ୍ୟା ସ୍ତରକୁ ବଜାୟ ରଖିବାକୁ ହେଲେ ପ୍ରଜନନ ହାର ୨.୧ ଆବଶ୍ୟକ ଥିବାବେଳେ ବର୍ତ୍ତମାନ ତାହା ହ୍ରାସ ପାଇ ୧.୯ରେ ପହଞ୍ଚତ୍ଛି। ଜନ୍ମ ହାର ହ୍ରାସ ସତ୍ତ୍ୱେ ଭାରତରେ ଯୁବ ଜନସଂଖ୍ୟା ବେଶ୍‌ ଭଲ ରହିଛି। ୦ରୁ ୧୪ ବର୍ଷ ବୟସ ବର୍ଗର ପିଲାଙ୍କ ହାର ୨୪% ହୋଇଥିବାବେଳେ ୧୦ରୁ ୧୯ ବର୍ଷ ବର୍ଗର ପିଲାଙ୍କ ହାର ୧୭% ଏବଂ ୧୦ରୁ ୨୪ ବର୍ଷ ପିଲାଙ୍କ ହାର ୨୬% ରହିଛି। କାର୍ଯ୍ୟକ୍ଷମ ବୟସ (୧୫ରୁ ୬୪ ବର୍ଷ)ର ଲୋକଙ୍କ ହାର ୬୮ ପ୍ରତିଶତ ରହିଥିବା ରିପୋର୍ଟରୁ ଜଣାପଡ଼ିଛି। ୬୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ଲୋକଙ୍କ ସଂଖ୍ୟା ୭ ପ୍ରତିଶତକୁ ହ୍ରାସ ପାଇଛି। ଆୟୁଷ ବଢ଼ିବା ସହ ଆଗାମୀ ଦିନରେ ବୟସ୍କ ଜନସଂଖ୍ୟା ବଢ଼ିବା ଆଶା କରାଯାଉଛି। ବର୍ତ୍ତମାନ ସମୟରେ ପ୍ରତ୍ୟାଶିତ ଆୟୁଷ ପୁରୁଷଙ୍କ ପାଇଁ ୭୧ ବର୍ଷ ଓ ମହିଳାଙ୍କ ପାଇଁ ୭୪ ବର୍ଷ ରହିଛି। ଜାତିସଂଘ ଆକଳନ ଅନୁଯାୟୀ ଭାରତର ବର୍ତ୍ତମାନର ଜନସଂଖ୍ୟା ୧୪୬.୩୯ କୋଟି ହୋଇଥିବାବେଳେ ଏହା ହ୍ରାସ ପାଇବା ଆରମ୍ଭ ହେବା ପୂର୍ବରୁ ଆଗାମୀ ୪୦ ବର୍ଷ ମଧ୍ୟରେ ୧୭୦ କୋଟିରେ ପହଞ୍ଚତ୍ବ ବୋଲି ରିପୋର୍ଟରେ ଆଶାବ୍ୟକ୍ତ କରାଯାଇଛି।
ଜାତିସଂଘ ଅଧ୍ୟୟନ ଅନୁଯାୟୀ, ଭାରତରେ ସନ୍ତାନ ଜନ୍ମ ସ୍ବାଧୀନତାରେ ଆର୍ଥତ୍କ ସୀମିତତା ବଡ଼ ପ୍ରତିବନ୍ଧକ ବୋଲି ୩୮ ପ୍ରତିଶତ ମତ ଦେଇଛନ୍ତି। ଭାରତ ସମେତ ୧୪ ଦେଶର ୧୪ ହଜାର ଲୋକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଆୟ ସୀମିତ ହୋଇଥିବାରୁ ପରିବାର ବଢ଼ାଇବାକୁ ଚାହୁଁ ନ ଥିବା ଭାରତର ୩୮ ପ୍ରତିଶତ ମତ ଦେଇଥିଲେ। ସେହିପରି ଚାକିରିରେ ସୁରକ୍ଷା ନ ଥିବା କାରଣରୁ ୨୧%, ଘର ସମସ୍ୟା ପାଇଁ ୨୨% ଏବଂ ବିଶ୍ୱସ୍ତ ଶିଶୁଯତ୍ନ ଅଭାବ ପାଇଁ ୧୮ ପ୍ରତିଶତ ପିଲା ଜନ୍ମ କରିବାକୁ ଚାହୁଁ ନ ଥିବା ରିପୋର୍ଟରେ କୁହାଯାଇଛି। ଏହା ବ୍ୟତୀତ ଅସୁସ୍ଥତା, ବନ୍ଧ୍ୟାତ୍ୱ, ଗର୍ଭାବସ୍ଥା ସମୟର ଯତ୍ନର ଅଭାବ ଆଦି ଅନ୍ୟ କାରଣ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri