ଭାରତର ପାକ୍‌ ନୀତି

ଦୁଇ ପକ୍ଷ ମଧ୍ୟରେ ସମସ୍ୟାଗୁଡ଼ିକ ତିନୋଟି ଉପାୟ ମଧ୍ୟରୁ ଯେକୌଣସି ଗୋଟିକରେ ସମାଧାନ ହୋଇପାରିବ। ପ୍ରଥମେ ଦୁଇ ପକ୍ଷ ମଧ୍ୟରେ ବୁଝାମଣା ମାଧ୍ୟମରେ ଏହା ହୋଇପାରିବ। ଦ୍ୱିତୀୟରେ, ତୃତୀୟ ପକ୍ଷର ମଧ୍ୟସ୍ଥତା ଯୋଗୁ ଏହା ହେବ। ତୃତୀୟରେ ଗୋଟିଏ ପକ୍ଷ ଯାହା ଚାହଁୁଛି ତାହା ଅନ୍ୟପକ୍ଷକୁ କରିବା ଲାଗି ବାଧ୍ୟକରି ସମାଧାନ କରାଯାଇପାରିବ। ଦୁଇ ପକ୍ଷ ବ୍ୟକ୍ତିବିଶେଷ ହୁଅନ୍ତୁ ବା ଗୋଷ୍ଠୀ, କର୍ପୋରେଶନ କିମ୍ବା ଦେଶ, ସେମାନଙ୍କ ମଧ୍ୟରେ ଥିବା ସମସ୍ୟାର ସମାଧାନ କେବଳ ଏହି ତିନି ଉପାୟରେ ହୋଇପାରିବ। କିନ୍ତୁ ଦେଖାଯାଏ ଭାରତୀୟ ପିଲାମାନେ ଏକ ଚତୁର୍ଥ ଉପାୟ ପ୍ରୟୋଗ କରିଥାନ୍ତି ଏବଂ ତାହା ହେଉଛି କଟି। ଅନ୍ୟପକ୍ଷର ଉପସ୍ଥିତିକୁ ସୂଚିତ ନ କରିବା ପାଇଁ ଏହା ହେଉଛି ଏକ ଛଳନାତ୍ମକ ଉପାୟ। ଏହି ଉପାୟରେ ସମସ୍ୟା ସମାଧାନ ହୁଏ ନାହିଁ, କିନ୍ତୁ ଏହା ପିଲାଟିକୁ ଏକ ପ୍ରକାର କ୍ଷଣିକ ସନ୍ତୋଷ ଦେଇଥାଏ। ତେବେ ଭାରତ ପରିପ୍ରେକ୍ଷୀରେ ଏଭଳି କଟିର ଛଳନାକୁ ଦେଖିବା। ଅଗଷ୍ଟ ୨୧ରେ, ଆମ ଗଣମାଧ୍ୟମରେ ପ୍ରକାଶିତ ଏକ ଖବରର ଶିରୋନାମାରେ କ୍ରୀଡ଼ାମନ୍ତ୍ରୀ କହିଥିଲେ, ପାକିସ୍ତାନ ସହ କୌଣସି ଦ୍ୱିପାକ୍ଷିକ କାର୍ଯ୍ୟକ୍ରମ ନାହିଁ କିନ୍ତୁ ଭାରତୀୟ କ୍ରିକେଟ ଟିମ୍‌ ଏସିଆ କପ୍‌ରେ ଖେଳିବ। ତେବେ ନିମ୍ନ ପ୍ରଦତ୍ତ କେଉଁ ସବୁ ବିବୃତି ମୋଦି ସରକାରଙ୍କର ଔପଚାରିକ ପାକିସ୍ତାନ ନୀତିର ଏକ ଅଂଶ ଥିଲା? ୧) ପାକିସ୍ତାନ ସହ ଭାରତ ଆଲୋଚନା କରିବ। ୨) ପାକିସ୍ତାନ ସହ ଭାରତ ଆଲୋଚନା କରିବ ନାହିଁ। ୩) ଯେପର୍ଯ୍ୟନ୍ତ ଏଲ୍‌ଓସିରେ ପାକିସ୍ତାନ ଗୁଳିଚାଳନା କରୁଥିବ ସେଯାଏ ପାକିସ୍ତାନ ସହ ଭାରତ ଆଲୋଚନା କରିବ ନାହିଁ। ୪)ଆତଙ୍କବାଦ ଅନୁପ୍ରବେଶ ବନ୍ଦ କରିବା ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ଆଲୋଚନା ହେବ। ୫) ପାକିସ୍ତାନ ଯଦି କଶ୍ମୀରବାସୀଙ୍କ ସହିତ ଆଲୋଚନା କରେ ତେବେ ତାହା ସହ ଭାରତ ଆଲୋଚନା କରିବ ନାହିଁ। ୬) କଶ୍ମୀର ପ୍ରସଙ୍ଗରେ ନୁହେଁ, ବରଂ କେବଳ ପାକିସ୍ତାନ ଅଧିକୃତ କଶ୍ମୀର ଉପରେ ପାକିସ୍ତାନ ସହ ଭାରତ ଆଲୋଚନା କରିବ। ୭) କଶ୍ମୀର ପ୍ରସଙ୍ଗରେ ନୁହେଁ, କେବଳ ଆତଙ୍କବାଦ ସମ୍ପର୍କରେ ପାକିସ୍ତାନ ସହ ଭାରତ କଥା ହେବ। ୮) ସ୍ବାଧୀନତା ଦିବସରେ ଭାରତ ଓ ପାକିସ୍ତାନ ମଧ୍ୟରେ ମିଠାଇ ଦିଆନିଆ ହେବ। ୯) ସ୍ବାଧୀନତା ଦିସବରେ ଭାରତ-ପାକିସ୍ତାନ ମିଠାଇ ଆଦାନପ୍ରଦାନ କରିବେ ନାହିଁ। ୧୦) ସାଧାରଣତନ୍ତ୍ର ଦିବସରେ ଭାରତ ଓ ପାକିସ୍ତାନ ମଧ୍ୟରେ ମିଠାଇ ଦିଆନିଆ ହେବ। ୧୧) ଭାରତ ଓ ପାକିସ୍ତାନ ମଧ୍ୟରେ ସାଧାରଣତନ୍ତ୍ର ଦିବସରେ ମିଠାଇ ଦିଆନିଆ ହେବ ନାହିଁ। ୧୨) ଭାରତ ଓ ପାକିସ୍ତାନ ମଧ୍ୟରେ ଇଦ୍‌ରେ ମିଠାଇ ଆଦାନପ୍ରଦାନ ହେବ। ୧୩) ଇଦ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମିଠାଇ ଆଦାନପ୍ରଦାନ ହେବ ନାହିଁ। ୧୪)ପାକିସ୍ତାନ ସହ ଭାରତ କ୍ରିକେଟ କୂଟନୀତି ଅର୍ଥାତ୍‌ କ୍ରିକେଟ ପରିପ୍ରେକ୍ଷୀରେ ଦ୍ୱାପାକ୍ଷିକ ସମ୍ପର୍କ ରଖିବ। ୧୫) କ୍ରିକେଟକୁ ନେଇ ପାକିସ୍ତାନ ସହ ଭାରତ ଦ୍ୱିପାକ୍ଷିକ ସମ୍ପର୍କ ରଖିବ ନାହିଁ। ୧୬) ଯୁଦ୍ଧ ଏକମାତ୍ର ବିକଳ୍ପ ନ ଥିବାରୁ ପାକିସ୍ତାନ ସହ ଭାରତ ଆଲୋଚନା କରିବ। ୧୭) ଗୋଟିଏ ସପ୍ତାହରେ ପାକିସ୍ତାନକୁ ଭାରତ ପରାସ୍ତ କରିପାରିବ। ୧୮) ପାକିସ୍ତାନ ସହ ଭାରତ ବାଣିଜି୍ୟକ ସମ୍ପର୍କ ରକ୍ଷା କରିବ। ୧୯) ପାକିସ୍ତାନ ସହ ଭାରତ ବାଣିଜି୍ୟକ ସମ୍ପର୍କ ରଖିବ ନାହିଁ। ବାସ୍ତବରେ ଏଗୁଡ଼ିକ ଥିଲା ମୋଦି ସରକାରଙ୍କ ଔପଚାରିକ ନୀତି।
ଏହିସବୁ ବିବୃତି ସହ ନିମ୍ନ ପ୍ରଦତ୍ତ ଶୀର୍ଷକଗୁଡ଼ିକର ସମ୍ପର୍କ ରହିଛି। ୧) ଲାହୋରରେ ନଓ୍ବାଜ ଶରିଫଙ୍କ ସହ ନରେନ୍ଦ୍ର ମୋଦି ବିନା ଯୋଜନାରେ ଅଚାନକ ଆଲୋଚନା କରିଛନ୍ତି, ୨୫ ଡିସେମ୍ବର ୨୦୧୫। ୨) ପାକିସ୍ତାନ ସହ ଭାରତ ଆଲୋଚନା କରିପାରେ, କିନ୍ତୁ ଆତଙ୍କୀସ୍ତାନ ସହିତ ନୁହେଁ-ଏସ୍‌. ଜୟଶଙ୍କର, ୨୫ ସେପ୍ଟେମ୍ବର ୨୦୧୯। ୩) ପାକିସ୍ତାନ ଯଦି ହୁରିୟାତ ସହ ବୈଠକ କରେ ତେବେ ତା’ସହ କୌଣସି ଆଲୋଚନା ହେବ ନାହିଁ-ସୁଷମା ସ୍ବରାଜ, ୨୨ ଅଗଷ୍ଟ ୨୦୧୫। ୪) ଦ୍ୱିପାକ୍ଷିକ ପ୍ରକ୍ରିୟା ମଧ୍ୟରେ ଜମ୍ମୁ-କଶ୍ମୀର ଉପରେ ପାକିସ୍ତାନ ସହ ଭାରତ ଆଲୋଚନା ପାଇଁ ପ୍ରସ୍ତୁତ, ୨୮ ଅଗଷ୍ଟ ୨୦୧୪। ୫) ଜମ୍ମୁ-କଶ୍ମୀର ଉପରେ ନୁହେଁ, ଆଗକୁ ପାକିସ୍ତାନ ସହ ଯଦି କୌଣସି ଆଲୋଚନା ହୁଏ ତାହା ପାକ୍‌ ଅଧିକୃତ କଶ୍ମୀର ସମ୍ପର୍କରେ ହିଁ ହେବ- ରାଜନାଥ ସିଂ, ୨୨ ସେପ୍ଟେମ୍ବର, ୨୦୧୯। ୬) ସ୍ବାଧୀନତା ଦିବସରେ ଭାରତ-ପାକିସ୍ତାନ ସୁରକ୍ଷା ବଳ ମଧ୍ୟରେ ମିଠାଇ ଆଦାନପ୍ରଦାନ, ୧୫ ଅଗଷ୍ଟ ୨୦୧୮। ୭) ୭୩ତମ ସ୍ବାଧୀନତା ଦିବସରେ ଆଟାରି ଓ୍ବାଘା ସୀମାରେ ମିଠାଇ ଦିଆନିଆ ବନ୍ଦ, ୧୫ ଅଗଷ୍ଟ ୨୦୧୯। ୮) ସାଧାରଣତନ୍ତ୍ର ଦିବସରେ ଭାରତ-ପାକିସ୍ତାନ ସୈନ୍ୟଙ୍କ ମଧ୍ୟରେ ଏଲ୍‌ଓସିରେ ମିଠାଇ ଆଦାନପ୍ରଦାନ, ୨୬ ଜାନୁଆରୀ ୨୦୧୭। ୯) ବିଏସ୍‌ଏଫ୍‌ ଓ ପାକ୍‌ ରେଞ୍ଜର୍ସଙ୍କ ମଧ୍ୟରେ ଏଲ୍‌ଓସିରେ ମିଠା ବିନିମୟ ହେବ ନାହିଁ, ୧୫ ଜାନୁଆରୀ ୨୦୨୦। ୧୦) ଇଦ୍‌-ଉଲ୍‌-ଫିତର ଅବସରରେ ଭାରତ-ପାକିସ୍ତାନ ସେନା ମଧ୍ୟରେ ମିଠାଇ ଦିଆନିଆ, ୫ ଜୁନ୍‌ ୨୦୧୯। ୧୧) ଇଦ୍‌ ଅବସରରେ ଓ୍ବାଘା ସୀମାରେ ବିଏସ୍‌ଏଫ୍‌ ଓ ପାକିସ୍ତାନ ରେଞ୍ଜର୍ସଙ୍କ ମଧ୍ୟରେ ମିଠାଇ ଆଦାନପ୍ରଦାନ ବନ୍ଦ, ୨୫ ମାର୍ଚ୍ଚ ୨୦୨୦। ୧୨) ମୋଦିଙ୍କ କ୍ରିକେଟ କୂଟନୀତି- ପାକିସ୍ତାନ ସହ ରାଜନୈତିକ ସମ୍ପର୍କର ନବୀକରଣ କରୁଛି, ୧୩ ଫେବୃଆରୀ ୨୦୧୫। ୧୩) ଅମିତ ଶାହା ଭାରତ-ପାକିସ୍ତାନ ଦ୍ୱିପାକ୍ଷିତ କ୍ରିକେଟ ସିରିଜ ରଦ୍ଦ କରିଛନ୍ତି,୧୮ ଜୁନ୍‌ ୨୦୧୭। ୧୪) ପାକିସ୍ତାନ ସହ ଯୁଦ୍ଧ ଏକ ବିକଳ୍ପ ନୁହେଁ, ଭାରତ ଆଲୋଚନା ଜାରି ରଖିବ- ସ୍ବରାଜ, ୧୬ ଡିସେମ୍ବର ୨୦୧୫। ୧୫) ଭାରତ ୭-୧୦ ଦିନ ମଧ୍ୟରେ ପାକିସ୍ତାନକୁ ପରାସ୍ତ କରିପାରେ- ନରେନ୍ଦ୍ର ମୋଦି, ୨୯ ଜାନୁଆରୀ ୨୦୨୦। ୧୬) ମୋଦି ପାକିସ୍ତାନ ସହ ସ୍ବାଭାବିକ ଭାବେ ସମ୍ପୂର୍ଣ୍ଣ ବାଣିଜି୍ୟକ ସମ୍ପର୍କ ଚାହାନ୍ତି, ୨୪ ନଭେମ୍ବର ୨୦୧୭।
ଏଭଳି ସବୁ ଖବର ଶିରୋନାମା କେବଳ ଏହି ସରକାରଙ୍କ ପ୍ରଥମ ୫ ବର୍ଷ ଭିତରେ ସାମ୍ନାକୁ ଆସିଛି। ତେବେ ଶବ୍ଦକୋଷ ନୀତି ଶବ୍ଦର ଅର୍ଥ ନିର୍ଦ୍ଧାରଣ କରିଛି। ଅନେକ ବିକଳ୍ପ ମଧ୍ୟରୁ ଚୟନ କରାଯାଇଥିବା ପଦକ୍ଷେପର ଏକ ନିର୍ଦ୍ଦିଷ୍ଟ ଉପାୟ ବା ପଦ୍ଧତି ଭାବେ ନୀତିକୁ ଦର୍ଶାଯାଇଛି। ଏହା ପରିସ୍ଥିତିକୁ ଦେଖି ଏବକାର ତଥା ଭବିଷ୍ୟତର ନିଷ୍ପତ୍ତିକୁ ନିଶ୍ଚିତ କରିବା ସହ ତାହାକୁ ମାର୍ଗଦର୍ଶନ କରେ ବୋଲି କୁହାଯାଇଛି। ଏହା ସହ ନୀତି ହେଉଛି ଏକ ଉଚ୍ଚସ୍ତରୀୟ ସାମଗ୍ରିକ ଯୋଜନା, ଯାହା ମୁଖ୍ୟତଃ ଗୋଟିଏ ସରକାରୀ ସଂସ୍ଥାର ସାଧାରଣ ଲକ୍ଷ୍ୟ ଓ ଗ୍ରହଣୀୟ ପ୍ରକ୍ରିୟାଗୁଡ଼ିକୁ ସମର୍ଥନ କରେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତର ପାକ୍‌ ବା ପାକିସ୍ତାନ ନୀତିକୁ ଶବ୍ଦକୋଷ କିଭଳି ବର୍ଣ୍ଣନା କରିବ?


Enter your email to get our daily news in your inbox.

All Right Reserved By Dharitri.Com

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

ସୁଯୋଗରୁ ଫାଇଦା

ନଭେମ୍ୱର ୪, ୨୦୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୧୨୦ରୁ ଅଧିକ ଭାରତୀୟ ଦୂତାବାସର ମୁଖ୍ୟମାନଙ୍କ ସହ କଥା ହୋଇ ତାଙ୍କ ବୈଦେଶିକ ନୀତିକୁ ସ୍ପଷ୍ଟ କରୁଥିବା…

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri