ଭାରତର ପାକ୍‌ ନୀତି

ଦୁଇ ପକ୍ଷ ମଧ୍ୟରେ ସମସ୍ୟାଗୁଡ଼ିକ ତିନୋଟି ଉପାୟ ମଧ୍ୟରୁ ଯେକୌଣସି ଗୋଟିକରେ ସମାଧାନ ହୋଇପାରିବ। ପ୍ରଥମେ ଦୁଇ ପକ୍ଷ ମଧ୍ୟରେ ବୁଝାମଣା ମାଧ୍ୟମରେ ଏହା ହୋଇପାରିବ। ଦ୍ୱିତୀୟରେ, ତୃତୀୟ ପକ୍ଷର ମଧ୍ୟସ୍ଥତା ଯୋଗୁ ଏହା ହେବ। ତୃତୀୟରେ ଗୋଟିଏ ପକ୍ଷ ଯାହା ଚାହଁୁଛି ତାହା ଅନ୍ୟପକ୍ଷକୁ କରିବା ଲାଗି ବାଧ୍ୟକରି ସମାଧାନ କରାଯାଇପାରିବ। ଦୁଇ ପକ୍ଷ ବ୍ୟକ୍ତିବିଶେଷ ହୁଅନ୍ତୁ ବା ଗୋଷ୍ଠୀ, କର୍ପୋରେଶନ କିମ୍ବା ଦେଶ, ସେମାନଙ୍କ ମଧ୍ୟରେ ଥିବା ସମସ୍ୟାର ସମାଧାନ କେବଳ ଏହି ତିନି ଉପାୟରେ ହୋଇପାରିବ। କିନ୍ତୁ ଦେଖାଯାଏ ଭାରତୀୟ ପିଲାମାନେ ଏକ ଚତୁର୍ଥ ଉପାୟ ପ୍ରୟୋଗ କରିଥାନ୍ତି ଏବଂ ତାହା ହେଉଛି କଟି। ଅନ୍ୟପକ୍ଷର ଉପସ୍ଥିତିକୁ ସୂଚିତ ନ କରିବା ପାଇଁ ଏହା ହେଉଛି ଏକ ଛଳନାତ୍ମକ ଉପାୟ। ଏହି ଉପାୟରେ ସମସ୍ୟା ସମାଧାନ ହୁଏ ନାହିଁ, କିନ୍ତୁ ଏହା ପିଲାଟିକୁ ଏକ ପ୍ରକାର କ୍ଷଣିକ ସନ୍ତୋଷ ଦେଇଥାଏ। ତେବେ ଭାରତ ପରିପ୍ରେକ୍ଷୀରେ ଏଭଳି କଟିର ଛଳନାକୁ ଦେଖିବା। ଅଗଷ୍ଟ ୨୧ରେ, ଆମ ଗଣମାଧ୍ୟମରେ ପ୍ରକାଶିତ ଏକ ଖବରର ଶିରୋନାମାରେ କ୍ରୀଡ଼ାମନ୍ତ୍ରୀ କହିଥିଲେ, ପାକିସ୍ତାନ ସହ କୌଣସି ଦ୍ୱିପାକ୍ଷିକ କାର୍ଯ୍ୟକ୍ରମ ନାହିଁ କିନ୍ତୁ ଭାରତୀୟ କ୍ରିକେଟ ଟିମ୍‌ ଏସିଆ କପ୍‌ରେ ଖେଳିବ। ତେବେ ନିମ୍ନ ପ୍ରଦତ୍ତ କେଉଁ ସବୁ ବିବୃତି ମୋଦି ସରକାରଙ୍କର ଔପଚାରିକ ପାକିସ୍ତାନ ନୀତିର ଏକ ଅଂଶ ଥିଲା? ୧) ପାକିସ୍ତାନ ସହ ଭାରତ ଆଲୋଚନା କରିବ। ୨) ପାକିସ୍ତାନ ସହ ଭାରତ ଆଲୋଚନା କରିବ ନାହିଁ। ୩) ଯେପର୍ଯ୍ୟନ୍ତ ଏଲ୍‌ଓସିରେ ପାକିସ୍ତାନ ଗୁଳିଚାଳନା କରୁଥିବ ସେଯାଏ ପାକିସ୍ତାନ ସହ ଭାରତ ଆଲୋଚନା କରିବ ନାହିଁ। ୪)ଆତଙ୍କବାଦ ଅନୁପ୍ରବେଶ ବନ୍ଦ କରିବା ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ଆଲୋଚନା ହେବ। ୫) ପାକିସ୍ତାନ ଯଦି କଶ୍ମୀରବାସୀଙ୍କ ସହିତ ଆଲୋଚନା କରେ ତେବେ ତାହା ସହ ଭାରତ ଆଲୋଚନା କରିବ ନାହିଁ। ୬) କଶ୍ମୀର ପ୍ରସଙ୍ଗରେ ନୁହେଁ, ବରଂ କେବଳ ପାକିସ୍ତାନ ଅଧିକୃତ କଶ୍ମୀର ଉପରେ ପାକିସ୍ତାନ ସହ ଭାରତ ଆଲୋଚନା କରିବ। ୭) କଶ୍ମୀର ପ୍ରସଙ୍ଗରେ ନୁହେଁ, କେବଳ ଆତଙ୍କବାଦ ସମ୍ପର୍କରେ ପାକିସ୍ତାନ ସହ ଭାରତ କଥା ହେବ। ୮) ସ୍ବାଧୀନତା ଦିବସରେ ଭାରତ ଓ ପାକିସ୍ତାନ ମଧ୍ୟରେ ମିଠାଇ ଦିଆନିଆ ହେବ। ୯) ସ୍ବାଧୀନତା ଦିସବରେ ଭାରତ-ପାକିସ୍ତାନ ମିଠାଇ ଆଦାନପ୍ରଦାନ କରିବେ ନାହିଁ। ୧୦) ସାଧାରଣତନ୍ତ୍ର ଦିବସରେ ଭାରତ ଓ ପାକିସ୍ତାନ ମଧ୍ୟରେ ମିଠାଇ ଦିଆନିଆ ହେବ। ୧୧) ଭାରତ ଓ ପାକିସ୍ତାନ ମଧ୍ୟରେ ସାଧାରଣତନ୍ତ୍ର ଦିବସରେ ମିଠାଇ ଦିଆନିଆ ହେବ ନାହିଁ। ୧୨) ଭାରତ ଓ ପାକିସ୍ତାନ ମଧ୍ୟରେ ଇଦ୍‌ରେ ମିଠାଇ ଆଦାନପ୍ରଦାନ ହେବ। ୧୩) ଇଦ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମିଠାଇ ଆଦାନପ୍ରଦାନ ହେବ ନାହିଁ। ୧୪)ପାକିସ୍ତାନ ସହ ଭାରତ କ୍ରିକେଟ କୂଟନୀତି ଅର୍ଥାତ୍‌ କ୍ରିକେଟ ପରିପ୍ରେକ୍ଷୀରେ ଦ୍ୱାପାକ୍ଷିକ ସମ୍ପର୍କ ରଖିବ। ୧୫) କ୍ରିକେଟକୁ ନେଇ ପାକିସ୍ତାନ ସହ ଭାରତ ଦ୍ୱିପାକ୍ଷିକ ସମ୍ପର୍କ ରଖିବ ନାହିଁ। ୧୬) ଯୁଦ୍ଧ ଏକମାତ୍ର ବିକଳ୍ପ ନ ଥିବାରୁ ପାକିସ୍ତାନ ସହ ଭାରତ ଆଲୋଚନା କରିବ। ୧୭) ଗୋଟିଏ ସପ୍ତାହରେ ପାକିସ୍ତାନକୁ ଭାରତ ପରାସ୍ତ କରିପାରିବ। ୧୮) ପାକିସ୍ତାନ ସହ ଭାରତ ବାଣିଜି୍ୟକ ସମ୍ପର୍କ ରକ୍ଷା କରିବ। ୧୯) ପାକିସ୍ତାନ ସହ ଭାରତ ବାଣିଜି୍ୟକ ସମ୍ପର୍କ ରଖିବ ନାହିଁ। ବାସ୍ତବରେ ଏଗୁଡ଼ିକ ଥିଲା ମୋଦି ସରକାରଙ୍କ ଔପଚାରିକ ନୀତି।
ଏହିସବୁ ବିବୃତି ସହ ନିମ୍ନ ପ୍ରଦତ୍ତ ଶୀର୍ଷକଗୁଡ଼ିକର ସମ୍ପର୍କ ରହିଛି। ୧) ଲାହୋରରେ ନଓ୍ବାଜ ଶରିଫଙ୍କ ସହ ନରେନ୍ଦ୍ର ମୋଦି ବିନା ଯୋଜନାରେ ଅଚାନକ ଆଲୋଚନା କରିଛନ୍ତି, ୨୫ ଡିସେମ୍ବର ୨୦୧୫। ୨) ପାକିସ୍ତାନ ସହ ଭାରତ ଆଲୋଚନା କରିପାରେ, କିନ୍ତୁ ଆତଙ୍କୀସ୍ତାନ ସହିତ ନୁହେଁ-ଏସ୍‌. ଜୟଶଙ୍କର, ୨୫ ସେପ୍ଟେମ୍ବର ୨୦୧୯। ୩) ପାକିସ୍ତାନ ଯଦି ହୁରିୟାତ ସହ ବୈଠକ କରେ ତେବେ ତା’ସହ କୌଣସି ଆଲୋଚନା ହେବ ନାହିଁ-ସୁଷମା ସ୍ବରାଜ, ୨୨ ଅଗଷ୍ଟ ୨୦୧୫। ୪) ଦ୍ୱିପାକ୍ଷିକ ପ୍ରକ୍ରିୟା ମଧ୍ୟରେ ଜମ୍ମୁ-କଶ୍ମୀର ଉପରେ ପାକିସ୍ତାନ ସହ ଭାରତ ଆଲୋଚନା ପାଇଁ ପ୍ରସ୍ତୁତ, ୨୮ ଅଗଷ୍ଟ ୨୦୧୪। ୫) ଜମ୍ମୁ-କଶ୍ମୀର ଉପରେ ନୁହେଁ, ଆଗକୁ ପାକିସ୍ତାନ ସହ ଯଦି କୌଣସି ଆଲୋଚନା ହୁଏ ତାହା ପାକ୍‌ ଅଧିକୃତ କଶ୍ମୀର ସମ୍ପର୍କରେ ହିଁ ହେବ- ରାଜନାଥ ସିଂ, ୨୨ ସେପ୍ଟେମ୍ବର, ୨୦୧୯। ୬) ସ୍ବାଧୀନତା ଦିବସରେ ଭାରତ-ପାକିସ୍ତାନ ସୁରକ୍ଷା ବଳ ମଧ୍ୟରେ ମିଠାଇ ଆଦାନପ୍ରଦାନ, ୧୫ ଅଗଷ୍ଟ ୨୦୧୮। ୭) ୭୩ତମ ସ୍ବାଧୀନତା ଦିବସରେ ଆଟାରି ଓ୍ବାଘା ସୀମାରେ ମିଠାଇ ଦିଆନିଆ ବନ୍ଦ, ୧୫ ଅଗଷ୍ଟ ୨୦୧୯। ୮) ସାଧାରଣତନ୍ତ୍ର ଦିବସରେ ଭାରତ-ପାକିସ୍ତାନ ସୈନ୍ୟଙ୍କ ମଧ୍ୟରେ ଏଲ୍‌ଓସିରେ ମିଠାଇ ଆଦାନପ୍ରଦାନ, ୨୬ ଜାନୁଆରୀ ୨୦୧୭। ୯) ବିଏସ୍‌ଏଫ୍‌ ଓ ପାକ୍‌ ରେଞ୍ଜର୍ସଙ୍କ ମଧ୍ୟରେ ଏଲ୍‌ଓସିରେ ମିଠା ବିନିମୟ ହେବ ନାହିଁ, ୧୫ ଜାନୁଆରୀ ୨୦୨୦। ୧୦) ଇଦ୍‌-ଉଲ୍‌-ଫିତର ଅବସରରେ ଭାରତ-ପାକିସ୍ତାନ ସେନା ମଧ୍ୟରେ ମିଠାଇ ଦିଆନିଆ, ୫ ଜୁନ୍‌ ୨୦୧୯। ୧୧) ଇଦ୍‌ ଅବସରରେ ଓ୍ବାଘା ସୀମାରେ ବିଏସ୍‌ଏଫ୍‌ ଓ ପାକିସ୍ତାନ ରେଞ୍ଜର୍ସଙ୍କ ମଧ୍ୟରେ ମିଠାଇ ଆଦାନପ୍ରଦାନ ବନ୍ଦ, ୨୫ ମାର୍ଚ୍ଚ ୨୦୨୦। ୧୨) ମୋଦିଙ୍କ କ୍ରିକେଟ କୂଟନୀତି- ପାକିସ୍ତାନ ସହ ରାଜନୈତିକ ସମ୍ପର୍କର ନବୀକରଣ କରୁଛି, ୧୩ ଫେବୃଆରୀ ୨୦୧୫। ୧୩) ଅମିତ ଶାହା ଭାରତ-ପାକିସ୍ତାନ ଦ୍ୱିପାକ୍ଷିତ କ୍ରିକେଟ ସିରିଜ ରଦ୍ଦ କରିଛନ୍ତି,୧୮ ଜୁନ୍‌ ୨୦୧୭। ୧୪) ପାକିସ୍ତାନ ସହ ଯୁଦ୍ଧ ଏକ ବିକଳ୍ପ ନୁହେଁ, ଭାରତ ଆଲୋଚନା ଜାରି ରଖିବ- ସ୍ବରାଜ, ୧୬ ଡିସେମ୍ବର ୨୦୧୫। ୧୫) ଭାରତ ୭-୧୦ ଦିନ ମଧ୍ୟରେ ପାକିସ୍ତାନକୁ ପରାସ୍ତ କରିପାରେ- ନରେନ୍ଦ୍ର ମୋଦି, ୨୯ ଜାନୁଆରୀ ୨୦୨୦। ୧୬) ମୋଦି ପାକିସ୍ତାନ ସହ ସ୍ବାଭାବିକ ଭାବେ ସମ୍ପୂର୍ଣ୍ଣ ବାଣିଜି୍ୟକ ସମ୍ପର୍କ ଚାହାନ୍ତି, ୨୪ ନଭେମ୍ବର ୨୦୧୭।
ଏଭଳି ସବୁ ଖବର ଶିରୋନାମା କେବଳ ଏହି ସରକାରଙ୍କ ପ୍ରଥମ ୫ ବର୍ଷ ଭିତରେ ସାମ୍ନାକୁ ଆସିଛି। ତେବେ ଶବ୍ଦକୋଷ ନୀତି ଶବ୍ଦର ଅର୍ଥ ନିର୍ଦ୍ଧାରଣ କରିଛି। ଅନେକ ବିକଳ୍ପ ମଧ୍ୟରୁ ଚୟନ କରାଯାଇଥିବା ପଦକ୍ଷେପର ଏକ ନିର୍ଦ୍ଦିଷ୍ଟ ଉପାୟ ବା ପଦ୍ଧତି ଭାବେ ନୀତିକୁ ଦର୍ଶାଯାଇଛି। ଏହା ପରିସ୍ଥିତିକୁ ଦେଖି ଏବକାର ତଥା ଭବିଷ୍ୟତର ନିଷ୍ପତ୍ତିକୁ ନିଶ୍ଚିତ କରିବା ସହ ତାହାକୁ ମାର୍ଗଦର୍ଶନ କରେ ବୋଲି କୁହାଯାଇଛି। ଏହା ସହ ନୀତି ହେଉଛି ଏକ ଉଚ୍ଚସ୍ତରୀୟ ସାମଗ୍ରିକ ଯୋଜନା, ଯାହା ମୁଖ୍ୟତଃ ଗୋଟିଏ ସରକାରୀ ସଂସ୍ଥାର ସାଧାରଣ ଲକ୍ଷ୍ୟ ଓ ଗ୍ରହଣୀୟ ପ୍ରକ୍ରିୟାଗୁଡ଼ିକୁ ସମର୍ଥନ କରେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଭାରତର ପାକ୍‌ ବା ପାକିସ୍ତାନ ନୀତିକୁ ଶବ୍ଦକୋଷ କିଭଳି ବର୍ଣ୍ଣନା କରିବ?


Enter your email to get our daily news in your inbox.

All Right Reserved By Dharitri.Com

ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

କେଉଁଠି ରହିଲା ଭାରତ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀରେ ଶାନ୍ତି ସ୍ଥାପନ ନିମନ୍ତେ ଜାତିସଂଘ ଗଠନ କରାଯାଇଥିଲା। ହେଲେ ବିଭିନ୍ନ ଦେଶ ଭିତରେ ବାରମ୍ବାର ଯୁଦ୍ଧ, ସଂଘର୍ଷ ଦେଖାଦେଉଥିଲେ ମଧ୍ୟ ଜାତିସଂଘ…

ସମଭାବରେ ବିରୋଧ ହେଉ

ଭାରତ ବାହାରେ ବିଭିନ୍ନ ସ୍ଥାନରେ ଇସ୍କନ ଅନୁଗାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଅଦିନିଆ ରଥଯାତ୍ରାକୁ ବିରୋଧକରି ପୁରୀ ଗଜପତି ଏକ ଧାର୍ମିକ ସମ୍ମିଳନୀରେ…

ସମ୍ବିଧାନରେ ଶ୍ରେଷ୍ଠ ସମନ୍ବୟ

ଭାରତୀୟ ସମ୍ବିଧାନର ମୌଳିକ ଅଧିକାର ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଉପଭୋଗ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଇଛି। ସମ୍ବିଧାନର ଅନୁଚ୍ଛେଦ ୧୬(୧) ଓ ୧୬(୨)ରେ ନାଗରିକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri