୬୨ଠୁ ଟପିବ ଭାରତର କ୍ଷତି

ବେଜିଂ,୨ା୯: ଭାରତର ସୁବିଧାବାଦୀ ପଦକ୍ଷେପକୁ ଚାଇନା ଦୃଢ଼ହସ୍ତରେ ଦମନ କରିବା ଜରୁରୀ। ଚାଇନା-ଭାରତ ସୀମା ବିବାଦର ସମାଧାନ ଦୁଇଦେଶ ମଧ୍ୟରେ ହେବା ଆବଶ୍ୟକ। ଏହି କ୍ଷେତ୍ରରେ ଆମେରିକାର ସମର୍ଥନ ମିଳିବ ବୋଲି ଭାରତ ଭୁଲ୍‌ ଧାରଣାରେ ରହିବା ଅନୁଚିତ। ଓ୍ବାଶିଂଟନ ଭାରତକୁ କେବଳ ମୌଖିକ ଭାବେ ସମର୍ଥନ କରିପାରିବ। ଚାଇନାର ଭୂଖଣ୍ଡ ହଡ଼ପ କରିବାରେ ଏହା ଭାରତକୁ କିପରି ସାହାଯ୍ୟ କରିପାରିବ ବୋଲି ମଙ୍ଗଳବାର ‘ଗ୍ଲୋବାଲ୍‌ ଟାଇମ୍ସ’ର ସମ୍ପାଦକୀୟ ପୃଷ୍ଠାରେ ପ୍ରଶ୍ନ କରାଯାଇଛି। ବାସ୍ତବରେ ନୂଆଦିଲ୍ଲୀକୁ ବେଜିଂ ବିରୋଧରେ ଏକ ଅସ୍ତ୍ର ଭାବେ ବ୍ୟବହାର କରିବା ହେଉଛି ଆମେରିକାର ଉଦ୍ଦେଶ୍ୟ। ନୂଆଦିଲ୍ଲୀ ଏହାକୁ ନ ବୁଝି ଆକ୍ରମଣାମତ୍କ ମନୋଭାବ ପୋଷଣ କଲେ ଚାଇନା ଏପରି ଜବାବ ଦେବ ଯେ ଭାରତର କ୍ଷତି ୧୯୬୨ ଯୁଦ୍ଧକୁ ବଳିଯିବ ବୋଲି ଚାଇନାର ସରକାରୀ ଗଣମାଧ୍ୟମ ଗ୍ଲୋବାଲ୍‌ ଟାଇମ୍ସ ଚେତାବନୀ ଦେଇଛି।
ଚାଇନାର ଓ୍ବେଷ୍ଟର୍ନ ଥିଏଟର କମାଣ୍ଡ କହିଛି ଯେ, ଭାରତୀୟ ଯବାନମାନେ ପୁଣିଥରେ ବେଆଇନ ଭାବେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ଅତିକ୍ରମ କରିଥିଲେ। ସେମାନେ ସୋମବାର ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳ ଓ ରେକିନ୍‌ ମାଉଣ୍ଟେନ୍‌ ପାସ୍‌ରେ ଚାଇନାର କ୍ଷେତ୍ରୀୟ ସାର୍ବଭୌମତ୍ୱରେ ହସ୍ତକ୍ଷେପ କରି ଚାଇନା-ଭାରତ ସୀମାରେ ଶାନ୍ତି ଓ ସ୍ଥିରତାରେ ବାଧାସୃଷ୍ଟି କରିଥିଲେ। ଚାଇନା ବିରୋଧରେ ଉତ୍ତେଜନାମୂଳକ ସାମରିକ କାର୍ଯ୍ୟକଳାପର ଅଭିଯୋଗ ଆଣିଥିବା ଭାରତ ହିଁ ପ୍ରଥମେ ଏଥିପାଇଁ ବାଧ୍ୟ କରିଥିଲା। ଭାରତୀୟ ଯବାନମାନେ ପ୍ରଥମେ ବିଧ୍ୱଂସକ କାର୍ଯ୍ୟକଳାପ ଜରିଆରେ ମୁହଁାମୁହିଁ ସ୍ଥିତି ସୃଷ୍ଟି କରିଥିଲେ ବୋଲି ଏଥିରେ କୁହାଯାଇଛି।
ଜୁନ୍‌ ୧୫ରେ ଗଲଓ୍ବାନ ଉପତ୍ୟକାରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ବେଳେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଏହାର ପରବର୍ତ୍ତୀ ୨ ମାସରେ ଭାରତରେ ଚାଇନା ବିରୋଧୀ ମନୋଭାବ ବଢ଼ିଚାଲିଥିଲା। ଚାଇନା ସାମଗ୍ରୀ ବର୍ଜନ କରି ଏହାର ଅର୍ଥନୀତି ଉପରେ କଟକଣା ଲଗାଇବା ପାଇଁ ଭାରତ ଉଦ୍ୟମ କରିଛି। ଏହାସହ ଚାଇନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଆମେରିକାର ସହାୟତା ଲୋଡ଼ିଛି। ଓ୍ବାଶିଂଟନ ଖୋଲାଖୋଲି ଭାବେ ନୂଆଦିଲ୍ଲୀକୁ ସମର୍ଥନ କରିବା ଫଳରେ ଭାରତ ଉତ୍ସାହିତ ହୋଇଯାଇଛି। ପାଙ୍ଗୋଙ୍ଗ ଲେକ୍‌ର ଯେଉଁ ସ୍ଥାନରେ ସଦ୍ୟ ବିବାଦ ହୋଇଛି ତାହା ଚାଇନା ନିୟନ୍ତ୍ରଣରେ ରହିଛି। ଭାରତ ଏହାକୁ ଏକ ନୂଆ ବିବାଦୀୟ ଅଞ୍ଚଳରେ ପରିଣତ କରିବାକୁ ଉଦ୍ୟମ ଚଳାଇଛି। ସମ୍ପୃକ୍ତ କ୍ଷେତ୍ରରେ ଭାରତ ସ୍ଥିରତା ବଜାୟ ରଖିବା ପରିବର୍ତ୍ତେ ସୀମା ବିବାଦରେ ଆକ୍ରମଣାମତ୍କ ଭୂମିକା ନେଉଛି।
ଭାରତ ବର୍ତ୍ତମାନ କେତେକ ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ଘାଣ୍ଟି ହେଉଛି। ବିଶେଷକରି କରୋନା ଭାଇରସ୍‌ ସ୍ଥିତି ଭାରତରେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ସେହିପରି ଭାରତର ଅର୍ଥନୀତି ଦୟନୀୟ ଅବସ୍ଥାରେ ପହଞ୍ଚତ୍ଛି। ଏହିସବୁ ବିଫଳତାରୁ ଲୋକଙ୍କ ଧ୍ୟାନ ହଟାଇବା ହେଉଛି ସୀମାରେ ଉତ୍ତେଜନା ସୃଷ୍ଟି କରିବା ପଛର ଉଦ୍ଦେଶ୍ୟ, ଯାହାକି ବାହ୍ୟ ଦୃଷ୍ଟିରୁ ଏକ ଗୁଣ୍ଡା ବ୍ୟବହାର ଓ ଆଭ୍ୟନ୍ତରୀଣ ଭାବେ ରାଜନୈତିକ ମିଛ ଗପ। କିନ୍ତୁ ଏଠାରେ ମନେରଖିବାକୁ ପଡ଼ିବ ଯେ, ନୂଆଦିଲ୍ଲୀ ଶକ୍ତିଶାଳୀ ଚାଇନାକୁ ସାମ୍ନା କରୁଛି। ନିଜର ପ୍ରତ୍ୟେକ ଇଞ୍ଜ ଜମିକୁ ସୁରକ୍ଷା ଦେବାପାଇଁ ପିପୁଲ୍ସ ଲବରେଶନ ଆର୍ମି (ପିଏଲ୍‌ଏ) ପାଖରେ ପର୍ଯ୍ୟାପ୍ତ ବଳ ରହିଛି। ଚାଇନାର ଲୋକମାନେ ଭାରତ ସହ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ନ କରିବାକୁ ସରକାରଙ୍କୁ ସମର୍ଥନ କରିଛନ୍ତି। ଏହାର ଅର୍ଥ ନୁହେଁ ଯେ, ଚାଇନାର ଭୂଖଣ୍ଡକୁ ଭାରତ ଦଖଲ କରିବ। ଦକ୍ଷିଣ ପଶ୍ଚିମ ସୀମାରେ ଚାଇନା ରଣନୈତିକ ଭାବେ ଦୃଢ଼ ଓ କୌଣସି ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ରହିଛି। ଭାରତ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଚାହୁଁଥିଲେ ଚାଇନା ତାକୁ ସ୍ବାଗତ କରିବ। ଭାରତ ଯଦି ପ୍ରତିଦ୍ୱନ୍ଦ୍ୱିତାମୂଳକ କାର୍ଯ୍ୟକଳାପରେ ଲିପ୍ତ ରହିବାକୁ ଚାହେଁ ତେବେ ଚାଇନା ପାଖରେ ଏହା ତୁଳନାରେ ଅଧିକ ସରଞ୍ଜାମ ଓ ଦକ୍ଷତା ରହିଛି। ଭାରତ ମିଲିଟାରି ଶଟ୍‌ଡାଉନ୍‌ ଚାହିଁଲେ ପିଏଲ୍‌ଏ ଏପରି କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବ, ଯଦ୍ଦ୍ବାରା ଭାରତୀୟ ସେନାର କ୍ଷତି ୧୯୬୨ ଯୁଦ୍ଧଠାରୁ ବଳିଯିବ ବୋଲି ଗ୍ଲୋବାଲ୍‌ ଟାଇମ୍ସ ଚେତାବନୀ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ପାଇଁ ବନ୍ଦ ହେଲା ଶିଖରଚଣ୍ଡୀ, ପୁଣି ଏହି ଦିନ ଖୋଲିବ

ଭୁବନେଶ୍ବର, ୨୭।୧୨: ବନ୍ଦ ରହିଲା ଶିଖରଚଣ୍ଡୀ ପୀଠ । ଶିଖରଚଣ୍ଡୀ ମନ୍ଦିର ପ୍ରବେଶ ଗେଟ୍‌ରେ ତାଲା ପକାଇଲା ବନ ବିଭାଗ । ହାତୀ ପାଇଁ ଏଭଳି...

ଭୟଙ୍କର ଦୁର୍ଘଟଣା: ପଛକୁ ପଛ ପିଟିହେଲା ୫୦ ଗାଡ଼ି, ଲାଗିଲା ନିଆଁ

ନୂଆବର୍ଷ,୨୭।୧୨: ବର୍ଷ ଶେଷ ହେବା ଏବଂ ନୂତନ ବର୍ଷର ଛୁଟି ଆରମ୍ଭ ହେବା ମାତ୍ରେ ଜାପାନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବରଫ...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Salman Khan Birthday: ସଲମାନଙ୍କୁ 60 ବର୍ଷ…କ୍ୟାମେରା ସାମ୍ନାରେ କାଟିଲେ କେକ୍, ଜାଣନ୍ତୁ ଗେଷ୍ଟ ଲିଷ୍ଟ

ନୂଆଦିଲ୍ଲୀ,୨୭ା୧୨ : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଜି ଜନ୍ମଦିନ ।  ୬୦ତମ ଜନ୍ମଦିନକୁ ବହୁତ ଉତ୍ସାହ ଏବଂ ହୃଦୟସ୍ପର୍ଶୀ ଶୈଳୀରେ ପାଳନ କରିଥିଲେ। ଅଭିନେତା...

ବାଲ ଧନୁଯାତ୍ରାରେ ରଙ୍ଗସଭା: କମାଲ କଲେ ସତ୍ୟଜିତ

ମଥୁରା ନଗରୀ,୨୭।୧୨:ବରଗଡ଼ ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଚାଲିଥିବା ବାଲ ଧନୁଯାତ୍ରାର ଦ୍ବିତୀୟ ଦିବସରେ ମହାରାଜ କଂସଙ୍କ ଦରବାରରେ ରଙ୍ଗସଭା ଅନୁଷ୍ଠିତ ହୋଇଥିଲା। ଏହି...

ଭୁବନେଶ୍ବରରେ ପହଞ୍ଚିଲେ ମୁଖ୍ୟ ନିର୍ବାଚନ କମିଶନର, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି କୋଣାର୍କ ଯିବେ

ଭୁବନେଶ୍ବର,୨୭/୧୨: ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ରହିଥିବା ବେଳେ ସେ ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି । ଆଜି ପୁରୀରେ...

କ୍ରିକେଟ୍‌ ଖେଳୁଥିଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ, ହଠାତ୍‌ ଟଳିପଡ଼ିଲେ: ଆଉ ତା’ପରେ…

ଟିଟିଲାଗଡ଼,୨୮ା୧୨(ଶରତ ମିଶ୍ର):ଟିଟିଲାଗଡ଼ ଖେଳପଡିଆରେ ଶୁକ୍ରବାର କ୍ରିକେଟ୍‌ ଖେଳୁଥିବା ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଅଧୀନ ହାଇସ୍କୁଲପଡା...

୪ ଦିନ ପରେ ବଢ଼ିବ ତାପମାତ୍ରା: କୋରାପୁଟ ସବୁଠୁ ଥଣ୍ଡା

ଭୁବନେଶ୍ୱର,୨୭ା୧୨(ବନ୍ଦନା ସେଠୀ):ରାଜ୍ୟରେ ଲଗାତର ଭାବେ ଥଣ୍ଡାର ପ୍ରକୋପ ଜାରି ରହିଛି। ଏହା ସାଙ୍ଗକୁ ବିଭିନ୍ନ ଜିଲାରେ ଘନ କୁହୁଡି ଯାତାୟାତରେ ସମସ୍ୟା ଉପୁଜାଉଛି। ରାଜ୍ୟରେ ମୁଖ୍ୟତଃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri