ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦ୍‌‌ଘାଟନ ହେଲା ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର

ଭୁବନେଶ୍ୱର,୧୧।୧୨: ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ସୋମବାର ସନ୍ଧ୍ୟାରେ ଉଦ୍‌‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦ୍‌‌ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ମାଇଣ୍ଡ ଲ୍ୟାବ୍‌‌, ରିହାବିଲିଟେସନ୍‌‌ ଲ୍ୟାବ୍‌‌, ରିକଭରି ଲ୍ୟାବ, ଗେଟ୍‌‌ ଲ୍ୟାବ୍‌‌, ଫଙ୍କସନାଲ ଲ୍ୟାବ୍‌‌, ପୋଷ୍ଟୁରାଲ ଲ୍ୟାବ୍‌‌, ବାୟୋମେକାନିକ୍ସ ଲ୍ୟାବ୍‌‌, ଫିଜିଓଲୋଜି ଲ୍ୟାବ୍‌‌, ପାରା-ଆଥଲେଟ୍‌‌ ପର୍ଫମାନ୍ସ ଲ୍ୟାବ୍‌‌ ଆଦି ସୁବିଧା ମିଳିପାରିବ। କ୍ରୀଡ଼ା ଦୃଶ୍ୟପଟ୍ଟର ରୂପାନ୍ତରଣ ଓ କ୍ରୀଡ଼ାବିତ୍‌‌ଙ୍କ ସଶକ୍ତୀକରଣ ଦିଗରେ ଏହି ବିଶ୍ୱସ୍ତରୀୟ ଉପକରଣ ଥିବା କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ସହାୟକ ହେବ ବୋଲି କୁହାଯାଇଛି।