ଭାରତର ଭବିଷ୍ୟତ ସେମିକଣ୍ଡକ୍ଟର

ଡ. ନରେନ୍ଦ୍ର ସେଠୀ

ପୂର୍ବରୁ କମ୍ପ୍ୟୁଟରଗୁଡ଼ିକ ଏତେ ବଡ଼ ହେଉଥିଲା ଯେ ଏହା ବଡ଼ ଘର ଆକାର ନେବା ସହିତ ଅନେକ ବିଜୁଳି ଖର୍ଚ୍ଚ କରୁଥିଲା। ଷଷ୍ଠ ଦଶକରେ ନାସା ମୁଖ୍ୟାଳୟର ଆନାରେଲୋଜି କମ୍ପ୍ୟୁଟର ୨କୋଠରି ବିଶିଷ୍ଠ ଆୟତନ ଅଧିକାର କରିଥିଲା। ସେମିକଣ୍ଡକ୍ଟର ବିଶ୍ୱରେ ପ୍ରଥମ କରି ଆମେରିକାର ବେଲ୍‌ ପ୍ରୟୋଗଶାଳାରେ ୧୯୪୮ରେ ତିଆରି ହୋଇଥିଲା ଓ ସେଇଠୁ ବୃହତ୍‌ ଭକ୍ୟୁମ ଡାଏଡ୍‌ ଯୁଗର ଅବସାନ ହେଲା। ଟ୍ରାଞ୍ଜିଷ୍ଟରର ଉଦ୍ଭାବନ ହେଲା ପରେ ସେମିକଣ୍ଡକ୍ଟର ନାମକ ଏକ ବିଚିତ୍ର ଜିନିଷ ସମଗ୍ର ବିଜ୍ଞାନକୁ ବଦଳେଇବାକୁ ଲାଗିଲା। ବଡ଼ ବଡ଼ ଭାକ୍ୟୁମ ଟ୍ୟୁବ୍‌ ଯାହା କରୁଥିଲେ ଏକ ଛୋଟ ମାଇକ୍ରୋଚିପ୍‌ ଭିତରେ ସବୁ ସମାହିତ ହୋଇଗଲା ଓ କମ୍ପ୍ୟୁଟର ଆକାର ଏକ ଘର ଆକାରରୁ କମିଯାଇ ଟେବୁଲ ଉପରେ ରହିପାରିଲା। ତେବେ ଏହି ସେମିକଣ୍ଡକ୍ଟର ଏହା ଭିତରେ ଅନେକ ଅଗ୍ରଗତି କରିଛି ଓ ସମଗ୍ର ବିଜ୍ଞାନକୁ ହାତମୁଠାରେ ନେଇ ସାରିଛି।
ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ପରୋକ୍ଷ ଭାବରେ ସେମିକଣ୍ଡକ୍ଟର ଦ୍ୱାରା ପରିଚାଳିତ ହେଉଛି।
ଆମ ଦୈନଦିନ ଜୀବନରେ ସେମିକଣ୍ଡକ୍ଟରଗୁଡ଼ିକ କିପରି ବ୍ୟବହୃତ ହୁଏ ଆସନ୍ତୁ, ନଜର ପକେଇବା।
ଏଭଳି ଏକ ଏତେ ଜରୁରୀ ଜିନିଷଟି କୋଉ ଷ୍ଟୋରରେ ବୈଦ୍ୟୁତିକ ଉପକରଣ ଭାବରେ ବିକ୍ରି ହୁଏ ନାହିଁ, ତେଣୁ ଏହାକୁ ଟିକେ ବୁଝିବା କଷ୍ଟକର ହୋଇପାରେ। କିନ୍ତୁ ବାସ୍ତବରେ ଏହା ପ୍ରତ୍ୟକ ବୈଦ୍ୟୁତିକ ଉପକରଣରେ ଭିତରେ ବ୍ୟବହୃତ ହେଇଥାଏ। ଉଦାହରଣ ସ୍ବରୂପ, ଏୟାର କଣ୍ଡିସନରରେ ବ୍ୟବହୃତ ତାପମାତ୍ରା ନିୟନ୍ତ୍ରକଗୁଡ଼ିକ ସେମିକଣ୍ଡକ୍ଟରେ ତିଆରି ହୋଇଥାଏ। ଆମ ଆଧୁନିକ ରୋଷେଇଘରେ ବୈଦ୍ୟୁତିକ ରାଇସ୍‌ କୁକର ଭାତକୁ ଠିକ୍‌ ଭାବରେ ରାନ୍ଧିପାରେ, କାରଣ ସେମିକଣ୍ଡକ୍ଟର ତାପମାତ୍ରାକୁ ଠିକ୍‌ ଭାବରେ ନିୟନ୍ତ୍ରଣ କରିଥାଏ। ସବୁ କମ୍ପ୍ୟୁଟରର ମୁଖ୍ୟ ଅଂଶ ସିପିୟୁଗୁଡ଼ିକ ମଧ୍ୟ ଅସଂଖ୍ୟ ସେମିକଣ୍ଡକ୍ଟରରେ ନିର୍ମିିତ I ଦୈନଦିନ ଜୀବନରେ ଅନେକ ଡିଜିଟାଲ ଉପକରଣ ଯେପରିକି ମୋବାଇଲ ଫୋନ୍‌, ସ୍ମାର୍ଟଫୋନ, ଡିଜିଟାଲ କ୍ୟାମେରା, ଟେଲିଭିଜନ, ୱାଶିଂ ମେଶିନ, ରେଫ୍ରିଜରେଟର ଏବଂ ଏଲ୍‌ଇଡି ବଲ୍‌ବ ମଧ୍ୟ ସେମିକଣ୍ଡକ୍ଟର ବ୍ୟବହାର କରନ୍ତି I ଇଲେକ୍ଟ୍ରୋନିକ୍ସ ଉପକରଣ ବ୍ୟତୀତ ସେମିକଣ୍ଡକ୍ଟରଗୁଡ଼ିକ ବ୍ୟାଙ୍କ ଏଟିଏମ୍‌, ଟ୍ରେନ୍‌, ଇଣ୍ଟରନେଟ, ଯୋଗାଯୋଗ ଏବଂ ସାମାଜିକ ଭିତ୍ତିଭୂମିର ଅନ୍ୟାନ୍ୟ ଅଂଶ ଯଥା ମେଡିକାଲ ନେଟ୍‌ୱାର୍କରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସେମିକଣ୍ଡକ୍ଟର କହିଲେ କିଛି ମୌଳିକ ପଦାର୍ଥ ଯାହା କମ୍‌ ପରିବାହୀ ହୋଇଥାଏ। ମାତ୍ର ଏକ ଉପଯୁକ୍ତ ଅନ୍ୟ ଏକ ମୌଳିକ ପଦାର୍ଥ ସହ ଏହାର ମିଶ୍ରଣ ହେଲେ ବିଦ୍ୟୁତ୍‌ ପରିବାହିତା ବହୁ ଗୁଣରେ ବଢ଼ିଯାଇଥାଏ।
ଏହିସବୁ ମୌଳିକ ପଦାର୍ଥ ହେଲା ସିଲିକନ୍‌, ଜର୍ମାନିୟମ, ଗ୍ୟାଲୁରିୟିମ ଇତ୍ୟାଦି I ଏହି ସିଲିକନ୍‌କୁ ଛୋଟ ମାଇକ୍ରୋଚିପ୍‌ ଭିତରେ ଖୁବ୍‌ ସତର୍କତାର ସହ କମ୍ପ୍ୟୁଟର ପ୍ରୋଗ୍ରାମ ସବୁକୁ ଛପାଯାଇଥାଏ।
ଅର୍ଥାତ୍‌ ଆମେ ଯେଉଁ ପ୍ରୋଗ୍ରାମ କରିବାକୁ କମ୍ପ୍ୟୁଟର ବା ମୋବାଇଲକୁ କହୁ ତାକୁ କରିବାର ସବୁ ନିର୍ଦ୍ଦେଶ ଏହି ଚିପ୍‌ ଭିତରେ ଲେଖା ସରିଥାଏ।
ସେମିକଣ୍ଡକ୍ଟରରେ ଧରି ନିଅନ୍ତୁ ଆମ ଘରୁ ଟିଭି, ମୋବାଇଲ, କମ୍ପ୍ୟୁଟର, ଭିଡିଓ ଗେମ ଇତ୍ୟାଦି ଯଦି କାଢ଼ି ନିଆଯାଏ ଆମ ଜୀବନ କେତେ ଦୁର୍ବିଷହ ହେଇପଡ଼ିବ। କିନ୍ତୁ ଆମେ ଜାଣିନେ ଏହିସବୁ ଉପକରଣକୁ ଗୋଟିଏ ଜିନିଷ ଚଳାଏ, ତାହା ହେଲା ମାଇକ୍ରୋଚିପ୍‌ ଓ ତା’ ଭିତରେ ଥିବା ସେମିକଣ୍ଡକ୍ଟର। ବର୍ତ୍ତମାନ ଏହା ମୋବାଇଲ, ଟିଭି, କମ୍ପ୍ୟୁଟର, ପ୍ରତିରକ୍ଷା ଉପକରଣ, ଗମନାଗମନ ଇତ୍ୟାଦି ପ୍ରତ୍ୟେକ ଜିନିଷର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି। ଅର୍ଥାତ୍‌ କୌଣସି ଦେଶର ଆର୍ଥିକ ଅଗ୍ରଗତି କରିବାକୁ ହେଲେ ନିଜର ସେମିକଣ୍ଡକ୍ଟର ଶିଳ୍ପକୁ ଅତ୍ୟଧିକ ପ୍ରାଧାନ୍ୟ ଦେବାକୁ ପଡ଼ିବ। ସୂଚନାଯୋଗ୍ୟ, ଆମେରିକାର ସେମିକଣ୍ଡକ୍ଟର ଶିଳ୍ପ ୩ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଦେବା ସହିତ ପରୋକ୍ଷ ଭାବରେ ୧୮ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେଇଛି। ବିଶ୍ୱ ସେମିକଣ୍ଡକ୍ଟର ଚାହିଦା ଖୁବ୍‌ ଶୀଘ୍ର ଏକ ଟ୍ରିଲିୟନ ଡଲାର ପାରକରିବାକୁ ଯାଉଛି। କିନ୍ତୁ ସବୁଠୁ ଜଟିଳ କାମ ହେଲା ଏହାକୁ ତିଆରି କରିବା ପାଇଁ ହେଉଥିବା କାରଖାନାର ପରିବେଶ। ଏହା ଏକ ଶୀତତାପ ନିୟନ୍ତ୍ରିତ କୋଠରିଠାରୁ ହଜାରେ ଗୁଣ ଅଧିକ ସଫା ହେବା ଆବଶ୍ୟକ। କାରଣ ସେମିକଣ୍ଡକ୍ଟର ଚିପ୍‌ଗୁଡିକ ଏତେ ଛୋଟ ଯେ ଏକ ସାମାନ୍ୟ ଧୂଳିକଣା ଏହାର ସବୁ କାମ ବିଗାଡ଼ିଦେଇପାରେ; ଯେଉଁଥିପାଇଁ ଅନେକ ସେମିକଣ୍ଡକ୍ଟର ପ୍ରସ୍ତୁତ କରିବାରେ ମାତ୍ର କେତୋଟି ହାତଗଣତି ଦେଶ ଅଛନ୍ତି। ସେଗୁଡିକ ମଧ୍ୟରେ ଆମେରିକା, ଜାପାନ, ତାଇୱାନ ଅନ୍ୟତମ। ନିକଟରେ ଭାରତ ସରକାର ଏହି ସେମିକଣ୍ଡକ୍ଟରର ଉପଯୋଗିତାକୁ ଲକ୍ଷ୍ୟ ରଖି ୬୭ ହଜାର କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି। ଏହାଦ୍ୱାରା ୩୫ ହଜାରରୁ ଅଧିକ ପ୍ରତ୍ୟକ୍ଷ କର୍ମନିଯୁକ୍ତି ମିଳିବା ସହିତ ପ୍ରାୟ ଲକ୍ଷେ ସତୁରି ହଜାର କୋଟି ଟଙ୍କାର ନିବେଶ ଆଣିଦେବ ବୋଲି କୁହାଯାଉଛି। ଏହା ଫଳରେ ଭାରତ ୨ ବିଲିୟନ ଆମେରିକୀୟ ଡଲାରର ପୁଞ୍ଜି ବିନିଯୋଗ ପ୍ରସ୍ତାବ ପାଇଛି। ମେକ୍‌ ଇନ୍‌ ଇଣ୍ଡିଆ ବ୍ୟାନର ତଳେ ଅନେକ ଶିଳ୍ପ କାରଖାନା ଆଗେଇ ଆସିଛନ୍ତି ସତ, କିନ୍ତୁ ସମସ୍ତେ ସେମିକଣ୍ଡକ୍ଟର ବିଦେଶରୁ ଆମଦାନୀ କରିଥାନ୍ତି। ୨୦୨୦ରେ ଭାରତ ୨ ବିଲିୟନ ଡଲାରର ସେମିକଣ୍ଡକ୍ଟର ଆମଦାନୀ କରିଥିଲା ଓ ଏହା ଆମ ଦେଶର ସବୁଠ ବେଶି ଆମଦାନୀ ହେଉଥିବା ଜିନିଷ ମଧ୍ୟରେ ଅନ୍ୟତମ। ବିଶ୍ୱରେ ଏବେ ଆମେରିକା ୫୪ ପ୍ରତିଶତ ମାର୍କେଟ ଶେୟାର ସହିତ ସେମିକଣ୍ଡକ୍ଟର ବଜାରରେ ଅପ୍ରତିଦ୍ବନ୍ଦ୍ୱୀ ହୋଇ ରହିଛି। ତା’ ପଛକୁ ଦକ୍ଷିଣ ତାଇୱାନ, କୋରିଆ, ଜାପାନ ଓ ଚାଇନା ପ୍ରଭୃତି ଦେଶ ଅଛନ୍ତି। ଭାରତକୁ ଏହି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ; ନ ହେଲେ ଭାରତର ଆର୍ଥିକ ଅଗ୍ରଗତି ପଛରେ ପଡ଼ିଯିବ।
ବୈଜ୍ଞାନିକ ଅଧିକାରୀ, ଭାବା ପରମାଣୁ ଗବେଷଣା କେନ୍ଦ୍ର,ଯଦୁଗୁଡ଼ା,ଝାଡ଼ଖଣ୍ଡ
ମୋ: ୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri