ଭାରତରେ କୋଭିଡ୍‌ ମୃତ୍ୟୁ ୪୦ ଲକ୍ଷ

ନୂଆଦିଲ୍ଲୀ,୧୮।୪ : ବିଶ୍ୱବ୍ୟାପୀ କୋଭିଡ୍‌ ମହାମାରୀଜନିତ ମୃତ୍ୟୁସଂଖ୍ୟାକୁ ସାର୍ବଜନିନ କରିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଉଦ୍ୟମ କରୁଥିବାବେଳେ ଏହାକୁ ଭାରତ ଅଟକାଇଥିବା ଖବର ପ୍ରକାଶ ପାଇଛି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଡବ୍ଲ୍ୟୁଏଚ୍‌ଓର କୋଭିଡ୍‌ ମୃତ୍ୟୁ ଆକଳନ ପଦ୍ଧତି ଉପରେ ଭାରତ ସରକାର ପ୍ରଶ୍ନ ଉଠାଇଛନ୍ତି। ଏଭଳି ଆକଳନ ତ୍ରୁଟିପୂର୍ଣ୍ଣ। ଏହି ପ୍ରକ୍ରିୟାରେ ନା କାହାର ସହଯୋଗ ନିଆଯାଇଛି ନା ପର୍ଯ୍ୟାପ୍ତ ପ୍ରତିନିଧିତ୍ୱ ହୋଇଛି ବୋଲି ଭାରତ ସରକାର ଫେବୃୟାରୀରେ ଜାତିସଂଘର ପରିସଂଖ୍ୟାନ ଆୟୋଗଙ୍କୁ ଜଣାଇଥିଲେ। ଏହା ବ୍ୟତୀତ ଉକ୍ତ ପ୍ରକ୍ରିୟା ବିଜ୍ଞାନସମ୍ମତ ନୁହେଁ ବୋଲି ନୂଆଦିଲ୍ଲୀ ଯୁକ୍ତି ଦର୍ଶାଇଛି।
୨୦୨୧ ଶେଷ ସୁଦ୍ଧା କୋଭିଡ୍‌ରେ ମୋଟ ୬୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା ବିଭିନ୍ନ ଦେଶର ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ତେବେ ପ୍ରକୃତ ମୃତ୍ୟୁସଂଖ୍ୟା ଏହାର ଦୁଇଗୁଣରୁ ଅଧିକ। ପ୍ରାୟ ୧.୫ କୋଟି ଲୋକ ଏହି ସମୟ ମଧ୍ୟରେ ପ୍ରାଣ ହରାଇଥିବା ଡବ୍ଲ୍ୟୁଏଚ୍‌ଓ ରିପୋର୍ଟରେ କୁହାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଏହି ରିପୋର୍ଟ ସର୍ବସାଧାରଣରେ ପ୍ରକାଶ ପାଇବାକୁ ଥିବାବେଳେ ଭାରତର ଆପତ୍ତି ଯୋଗୁ କିଛି ମାସ ହେଲା ଏହା ଅଟକି ରହିଛି।
ଭାରତ ସରକାର କୋଭିଡ୍‌ ମୃତ୍ୟୁସଂଖ୍ୟା ପାଖାପାଖି ୫,୨୦,୦୦୦ ଦର୍ଶାଇଆସୁଛନ୍ତି। ତେବେ ଡବ୍ଲ୍ୟୁଏଚ୍‌ଓ ଦର୍ଶାଉଥିବା ଅଧିକ ୯୦ ଲକ୍ଷ ମୃତ୍ୟୁସଂଖ୍ୟାର ଏକ-ତୃତୀୟାଂଶରୁ ଅଧିକ ଭାରତରେ ବୋଲି ଆକଳନ କରାଯାଇଛି। ଡବ୍ଲ୍ୟୁଏଚ୍‌ଓ ହିସାବ ଅନୁଯାୟୀ ଭାରତରେ କରୋନା ମହାମାରୀଜନିତ ମୃତ୍ୟୁସଂଖ୍ୟା ଅନୂ୍ୟନ ୪୦ ଲକ୍ଷ ବୋଲି ଏହି ସଂସ୍ଥା ସହ ଜଡ଼ିତ ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି। ଏହି ରିପୋର୍ଟ ପ୍ରକାଶ ପାଇଲେ ସାରା ବିଶ୍ୱରେ କୋଭିଡ୍‌ ମୃତ୍ୟୁରେ ଭାରତ ଶୀର୍ଷରେ ରହିବ। କୋଭିଡ୍‌ ମୃତ୍ୟୁଜନିତ ଜାତୀୟ ତଥ୍ୟ, ସ୍ଥାନୀୟ ଅଞ୍ଚଳର ସୂଚନା, ପରିବାର ସର୍ଭେ ଏବଂ ପରିସଂଖ୍ୟାନ ମଡେଲ ସହାୟତାରେ ଡବ୍ଲ୍ୟୁଏଚ୍‌ଓ ଏହି ରିପୋର୍ଟ ପ୍ରକାଶ କରିଛି।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପ୍ରସ୍ତୁତ ରିପୋର୍ଟରେ ହିସାବ ବାହାରେ ରହିଯାଇଥିବା କୋଭିଡ୍‌ ରୋଗୀଙ୍କ ମୃତ୍ୟୁକୁ ସାମିଲ କରାଯାଇଛି। ଏହା ବ୍ୟତୀତ ପରୋକ୍ଷ ମୃତ୍ୟୁ ଅର୍ଥାତ୍‌ ମହାମାରୀ ଯୋଗୁ ଉପଯୁକ୍ତ ଚିକିତ୍ସା ସୁବିଧା ପାଇ ନ ପାରି ପ୍ରାଣ ହରାଇଥିବା ଅନ୍ୟ ରୋଗୀଙ୍କୁ ମଧ୍ୟ ହିସାବକୁ ନିଆଯାଇଛି। ମହାମାରୀ ସାରା ବିଶ୍ୱକୁ କେତେ ପରିମାଣରେ ପ୍ରଭାବିତ କରିଥିଲା ଏବଂ ଭବିଷ୍ୟତରେ ଏଭଳି ସଙ୍କଟରୁ କିପରି ମୁକୁଳିହେବ, ତାହା ଜାଣିବା ପାଇଁ ଉକ୍ତ ରିପୋର୍ଟ ପ୍ରକାଶ ପାଇବା ଆବଶ୍ୟକ। ରିପୋର୍ଟ ଅନୁଯାୟୀ ଭାରତ ଡବ୍ଲ୍ୟୁଏଚ୍‌ଓକୁ ଗତ ୨ ବର୍ଷର ମୋଟ ମୃତ୍ୟୁସଂଖ୍ୟା ତଥ୍ୟ ପ୍ରଦାନ କରିନାହିଁ। ଏହି ସଂଗଠନର ଗବେଷକମାନେ ଅନୂ୍ୟନ ୧୨ ଜିଲାରୁ କୋଭିଡ୍‌ ଜନିତ ମୃତ୍ୟୁ ତଥ୍ୟ ସଂଗ୍ରହ କରିଛନ୍ତି। ଗତବର୍ଷ ଡିସେମ୍ବର ସୁଦ୍ଧା ଡବ୍ଲ୍ୟୁଏଚ୍‌ଓ ରିପୋର୍ଟ ପ୍ରସ୍ତୁତ କରିସାରିଥିଲେ ହେଁ ଭାରତ ଏଥିରେ ଅସନ୍ତୋଷ ପ୍ରକାଶ କରିବାରୁ ପୁନର୍ବାର ତଥ୍ୟ ଅନୁଧ୍ୟାନ କରାଯାଇଥିଲା ବୋଲି ମୃତ୍ୟୁସଂଖ୍ୟା ହିସାବ ଆକଳନ ମଡେଲ ପ୍ରସ୍ତୁତ କରିଥିବା ଓ୍ବାଶିଂଟନ ୟୁନିଭର୍ସିଟିର ଷ୍ଟାଟିଷ୍ଟିକ୍ସ ଓ ବାୟୋଷ୍ଟାଟିଷ୍ଟିକ୍ସ ପ୍ରଫେସର କହିଛନ୍ତି।

 

ସରକାରୀ ଅବହେଳା ଦାୟୀ


ସରକାରଙ୍କ ଅବହେଳାରୁ କୋଭିଡ୍‌-୧୯ ମହାମାରୀରେ ଦେଶର ୪୦ ଲକ୍ଷ ଲୋକ ପ୍ରାଣ ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର କହିଛନ୍ତି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଯୋଗାଇଦେବା ଲାଗି ସେ ପୁନର୍ବାର ଦାବି କରିଛନ୍ତି। ବିଶ୍ୱରେ କୋଭିଡ୍‌ ଜନିତ ମୃତ୍ୟୁସଂଖ୍ୟାକୁ ସର୍ବଜନୀନ କରିବା ଲାଗି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଚାହୁଁଥିବାବେଳେ ଭାରତ ଏହାକୁ ଅଟକାଇଥିବା ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ପ୍ରକାଶ ପାଇଥିଲା। ରାହୁଲ ଉକ୍ତ ରିପୋର୍ଟର ସ୍କ୍ରିନ୍‌ଶଟ୍‌କୁ ଟୁଇଟରରେ ଶେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନା ସତ କହୁଛନ୍ତି, ନା କାହାକୁ କହିବାକୁ ଦେଉଛନ୍ତି। ଅକ୍ସିଜେନ୍‌ ଅଭାବ ଯୋଗୁ କେହି ମରି ନ ଥିବା ସେ ଏବେ ବି କହୁଥିବା ରାହୁଲ ଅଭିଯୋଗ କରିଛନ୍ତି। କୋଭିଡ୍‌ ସମୟରେ ସରକାରଙ୍କ ଅବହେଳା ପାଇଁ ୫ ଲକ୍ଷ ନୁହେଁ, ୪୦ ଲକ୍ଷ ଭାରତୀୟଙ୍କ ଜୀବନ ଯାଇଥିବା ପୂର୍ବରୁ ମଧ୍ୟ ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri