ଭାରତର ବଡ଼ କୂଟନୈତିକ ବିଜୟ: ଦିନେ ପାକିସ୍ତାନକୁ ସମର୍ଥନ ଦେଇଥିଲା ଏହି ଦେଶ, ଏବେ ନେଲା ୟୁ-ଟର୍ନ

ନୂଆଦିଲ୍ଲୀ,୩୧।୫: ଶଶି ଥରୁରଙ୍କ ନେତୃତ୍ୱରେ ଭାରତ ଦ୍ୱାରା ଅପରେସନ ସିନ୍ଦୂରରେ ପଠାଯାଇଥିବା ପ୍ରତିନିଧି ଦଳ ବଡ଼ ସଫଳତା ହାସଲ କରିଛି। କଲମ୍ବିଆ ଅପରେଶନ ସିନ୍ଦୁର ସମୟରେ ପାକିସ୍ତାନରେ ନିହତ ଆତଙ୍କବାଦୀଙ୍କ ପ୍ରତି ସମବେଦନା ପ୍ରକାଶ କରିଥିଲା, ଏବେ ଏହା ଆନୁଷ୍ଠାନିକ ଭାବରେ ତା’ର ବୟାନ ପ୍ରତ୍ୟାହାର କରିନେଇଛି।

ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ଶଶି ଥରୁର ଚିନ୍ତା ପ୍ରକାଶ କରି କହିଥିଲେ, ଆମେ (ଭାରତ) କଲମ୍ବିଆ ସରକାରଙ୍କ ପ୍ରତିକ୍ରିୟାରେ ଟିକେ ନିରାଶ। ଭାରତୀୟ ପ୍ରତିନିଧି ଦଳକୁ ଭେଟିବା ପରେ, କଲମ୍ବିଆର ଉପ-ବୈଦେଶିକ ମନ୍ତ୍ରୀ ୟୋଲାଣ୍ଡା ଭିଲାଭିସେନସିଓ କହିଛନ୍ତି, ଆଜି ଆମେ ପାଇଥିବା ସ୍ପଷ୍ଟୀକରଣ ଉପରେ ବିଶ୍ୱାସ କରୁ। କଶ୍ମୀରରେ କ’ଣ ଘଟିଛି ସେ ବିଷୟରେ ଆମ ପାଖରେ ଥିବା ବିସ୍ତୃତ ସୂଚନା ଆଧାରରେ, ଆମେ ଆଲୋଚନା ଜାରି ରଖିପାରିବୁ।

କଲମ୍ବିଆର ପୂର୍ବ ବିବୃତ୍ତି ପ୍ରତ୍ୟାହାର କରିବା ଉପରେ ଥରୁର କହିଛନ୍ତି, କଲମ୍ବିଆର ଉପ-ବୈଦେଶିକ ମନ୍ତ୍ରୀ ଆମକୁ ବହୁତ ବିନମ୍ରତାର ସହିତ କହିଛନ୍ତି, ସେମାନେ ଯେଉଁ ବିବୃତ୍ତି ଉପରେ ଆମେ ଚିନ୍ତା ପ୍ରକାଶ କରିଥିଲୁ ତାହା ପ୍ରତ୍ୟାହାର କରିନେଇଛନ୍ତି ଏବଂ ସେମାନେ ଏହି ପ୍ରସଙ୍ଗରେ ଆମର ସ୍ଥିତିକୁ ସମ୍ପୂର୍ଣ୍ଣ ଭାବରେ ବୁଝନ୍ତି, ଯାହା ଆମ ପାଇଁ ବହୁତ ମୂଲ୍ୟବାନ’

୨୨ ଏପ୍ରିଲରେ ପହଲଗାମ ଆକ୍ରମଣ ପରେ ଆତଙ୍କବାଦ ବିରୋଧରେ ଭାରତର ମତାମତ ଜଣାଇବା ପାଇଁ ଭାରତୀୟ ଏମ୍‌ପିମାନଙ୍କର ଏକ ସର୍ବଦଳୀୟ ପ୍ରତିନିଧି ଦଳ ବିଭିନ୍ନ ଦେଶ ଗସ୍ତ କରୁଛନ୍ତି। ସୀମାପାର ଆତଙ୍କବାଦ କାର୍ଯ୍ୟକଳାପ ପ୍ରତି ପାକିସ୍ତାନର ସମର୍ଥନ ଏବଂ ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ-ସହିଷ୍ଣୁତା ଆଭିମୁଖ୍ୟ ଜଣାଇବା ପାଇଁ ଥରୁର କଲମ୍ବିଆରେ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଉଛନ୍ତି। କଲମ୍ବିଆ ରାଜଧାନୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଥରୁର ଆତଙ୍କବାଦ ଉପରେ ଭାରତର ମତାମତ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ, ‘ଅପରେଶନ ସିନ୍ଦୂର’ ବିଷୟରେ କହିଥିଲେ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରତି କଲମ୍ବିଆର ପ୍ରତିକ୍ରିୟା ଉପରେ ନିରାଶା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri