ଭାରତର ବଡ଼ କୂଟନୈତିକ ବିଜୟ: ଦିନେ ପାକିସ୍ତାନକୁ ସମର୍ଥନ ଦେଇଥିଲା ଏହି ଦେଶ, ଏବେ ନେଲା ୟୁ-ଟର୍ନ

ନୂଆଦିଲ୍ଲୀ,୩୧।୫: ଶଶି ଥରୁରଙ୍କ ନେତୃତ୍ୱରେ ଭାରତ ଦ୍ୱାରା ଅପରେସନ ସିନ୍ଦୂରରେ ପଠାଯାଇଥିବା ପ୍ରତିନିଧି ଦଳ ବଡ଼ ସଫଳତା ହାସଲ କରିଛି। କଲମ୍ବିଆ ଅପରେଶନ ସିନ୍ଦୁର ସମୟରେ ପାକିସ୍ତାନରେ ନିହତ ଆତଙ୍କବାଦୀଙ୍କ ପ୍ରତି ସମବେଦନା ପ୍ରକାଶ କରିଥିଲା, ଏବେ ଏହା ଆନୁଷ୍ଠାନିକ ଭାବରେ ତା’ର ବୟାନ ପ୍ରତ୍ୟାହାର କରିନେଇଛି।

ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ଶଶି ଥରୁର ଚିନ୍ତା ପ୍ରକାଶ କରି କହିଥିଲେ, ଆମେ (ଭାରତ) କଲମ୍ବିଆ ସରକାରଙ୍କ ପ୍ରତିକ୍ରିୟାରେ ଟିକେ ନିରାଶ। ଭାରତୀୟ ପ୍ରତିନିଧି ଦଳକୁ ଭେଟିବା ପରେ, କଲମ୍ବିଆର ଉପ-ବୈଦେଶିକ ମନ୍ତ୍ରୀ ୟୋଲାଣ୍ଡା ଭିଲାଭିସେନସିଓ କହିଛନ୍ତି, ଆଜି ଆମେ ପାଇଥିବା ସ୍ପଷ୍ଟୀକରଣ ଉପରେ ବିଶ୍ୱାସ କରୁ। କଶ୍ମୀରରେ କ’ଣ ଘଟିଛି ସେ ବିଷୟରେ ଆମ ପାଖରେ ଥିବା ବିସ୍ତୃତ ସୂଚନା ଆଧାରରେ, ଆମେ ଆଲୋଚନା ଜାରି ରଖିପାରିବୁ।

କଲମ୍ବିଆର ପୂର୍ବ ବିବୃତ୍ତି ପ୍ରତ୍ୟାହାର କରିବା ଉପରେ ଥରୁର କହିଛନ୍ତି, କଲମ୍ବିଆର ଉପ-ବୈଦେଶିକ ମନ୍ତ୍ରୀ ଆମକୁ ବହୁତ ବିନମ୍ରତାର ସହିତ କହିଛନ୍ତି, ସେମାନେ ଯେଉଁ ବିବୃତ୍ତି ଉପରେ ଆମେ ଚିନ୍ତା ପ୍ରକାଶ କରିଥିଲୁ ତାହା ପ୍ରତ୍ୟାହାର କରିନେଇଛନ୍ତି ଏବଂ ସେମାନେ ଏହି ପ୍ରସଙ୍ଗରେ ଆମର ସ୍ଥିତିକୁ ସମ୍ପୂର୍ଣ୍ଣ ଭାବରେ ବୁଝନ୍ତି, ଯାହା ଆମ ପାଇଁ ବହୁତ ମୂଲ୍ୟବାନ’

୨୨ ଏପ୍ରିଲରେ ପହଲଗାମ ଆକ୍ରମଣ ପରେ ଆତଙ୍କବାଦ ବିରୋଧରେ ଭାରତର ମତାମତ ଜଣାଇବା ପାଇଁ ଭାରତୀୟ ଏମ୍‌ପିମାନଙ୍କର ଏକ ସର୍ବଦଳୀୟ ପ୍ରତିନିଧି ଦଳ ବିଭିନ୍ନ ଦେଶ ଗସ୍ତ କରୁଛନ୍ତି। ସୀମାପାର ଆତଙ୍କବାଦ କାର୍ଯ୍ୟକଳାପ ପ୍ରତି ପାକିସ୍ତାନର ସମର୍ଥନ ଏବଂ ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ-ସହିଷ୍ଣୁତା ଆଭିମୁଖ୍ୟ ଜଣାଇବା ପାଇଁ ଥରୁର କଲମ୍ବିଆରେ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଉଛନ୍ତି। କଲମ୍ବିଆ ରାଜଧାନୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଥରୁର ଆତଙ୍କବାଦ ଉପରେ ଭାରତର ମତାମତ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ, ‘ଅପରେଶନ ସିନ୍ଦୂର’ ବିଷୟରେ କହିଥିଲେ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରତି କଲମ୍ବିଆର ପ୍ରତିକ୍ରିୟା ଉପରେ ନିରାଶା ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?