ବିଦେଶ ଯାତ୍ରାରେ ପ୍ରତିମାସରେ ୧୦୦ କୋଟି ଡଲାର ଖର୍ଚ୍ଚ କରୁଛନ୍ତି ଭାରତୀୟ: ଆରବିଆଇ…

ନୂଆଦିଲ୍ଲୀ,୨୧।୨ : ଭାରତୀୟମାନେ ପ୍ରତିମାସରେ ପ୍ରାୟ ୧୦୦ କୋଟି ଆମେରିକୀୟ ଡଲାର ବିଦେଶ ଯାତ୍ରାରେ ଖର୍ଚ୍ଚ କରୁଛନ୍ତି। ଯାହା କରୋନା ମହାମାରୀ ପୂର୍ବର ସ୍ତରଠାରୁ ବହୁତ ଅଧିକ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ରୁ ବାହାରୁଥିବା ଟଙ୍କା ପଠାଯାଇଥିବା (ରିମିଟାନ୍ସ) ତଥ୍ୟରୁ ଏହା ଜଣାପଡ଼ିଛି।

ଆରବିଆଇ ତଥ୍ୟ ଅନୁଯାୟୀ, ୨୦୨୨-୨୩ ଏପ୍ରିଲ-ଡିସେମ୍ବର ଅବଧି ମଧ୍ୟରେ ବିଦେଶ ଯାତ୍ରା ପାଇଁ ଲିବରାଲାଇଜଡ ରିମିଟାନ୍ସ ସ୍କିମ (ଏଲଆରଏସ) ଅଧୀନରେ ବିଦେଶକୁ ପଠାଯାଇଥିବା ଟଙ୍କା ୯.୯୫ ବିଲିୟନ ଡ଼ଲାରରେ ପହଞ୍ଚିଛି। ସେହି ସମୟରେ, ୨୦୨୧-୨୨ରେ ସମାନ ଖର୍ଚ୍ଚ ୭ ବିଲିୟନ ଡ଼ଲାର୍‌ ଥିଲା। କୋଭିଡ-୧୯ ପୂର୍ବରୁ ଏହି ଖର୍ଚ୍ଚ ୫.୪ ବିଲିୟନ ଡ଼ଲାର ଥିଲା।

ଭାରତୀୟମାନେ ନିଜ ପରିବାର କିମ୍ବା ସାଙ୍ଗମାନଙ୍କ ସହିତ ବିଶ୍ୱ ଭ୍ରମଣ କରୁଛନ୍ତି। ଭିଏତନାମ, ଥାଇଲାଣ୍ଡ, ୟୁରୋପ, ସଂଯୁକ୍ତ ଆରବ ଏମିରେଟ୍ସ (ଦୁବାଇ) ଏବଂ ଇଣ୍ଡୋନେସିଆ (ବାଲି) ଭାରତୀୟମାନେ ପସନ୍ଦ କରୁଥିବା କେତେକ ପ୍ରମୁଖ ଗନ୍ତବ୍ୟସ୍ଥଳ।

ସୁଲଭ ଯାତ୍ରା ଏବଂ ବୈଷୟିକ ପ୍ରଗତି ଯୋଗୁ ପର୍ଯ୍ୟଟନ ଶିଳ୍ପର ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳରେ ଏକ ବଡ଼ ଧରଣର ଅଭିବୃଦ୍ଧି ଘଟୁଛି। ୭୫ ପ୍ରତିଶତ ବର୍ତ୍ତମାନ ଅନ୍ତର୍ଜାତୀୟ ଯାତ୍ରା ପାଇଁ ଚୟନ କରୁଛନ୍ତି। ୟୁରୋପ, ବାଲି, ଭିଏତନାମ ଏବଂ ଦୁବାଇ ଭଳି ଗନ୍ତବ୍ୟସ୍ଥଳକୁ ଭାରତୀୟଙ୍କ ମଧ୍ୟରେ ଚାହିଦା ବୃଦ୍ଧି ପାଇବାରେ ଳାଗିଛି।

କେନ୍ଦ୍ର ବଜେଟରେ ଆସନ୍ତା ଆର୍ଥିକ ବର୍ଷ ତୁଳନାରେ ବିଦେଶ ଗସ୍ତକୁ ପାଞ୍ଚ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି। ବିଶେଷଜ୍ଞମାନଙ୍କ ଅନୁସାରେ ଏହି ପ୍ରସ୍ତାବ ଭାରତୀୟଙ୍କ ବିଦେଶ ଯାତ୍ରା ଉପରେ ପ୍ରଭାବ ପକାଇପାରେ।

Share