ବିଦେଶ ଯାତ୍ରାରେ ପ୍ରତିମାସରେ ୧୦୦ କୋଟି ଡଲାର ଖର୍ଚ୍ଚ କରୁଛନ୍ତି ଭାରତୀୟ: ଆରବିଆଇ…

ନୂଆଦିଲ୍ଲୀ,୨୧।୨ : ଭାରତୀୟମାନେ ପ୍ରତିମାସରେ ପ୍ରାୟ ୧୦୦ କୋଟି ଆମେରିକୀୟ ଡଲାର ବିଦେଶ ଯାତ୍ରାରେ ଖର୍ଚ୍ଚ କରୁଛନ୍ତି। ଯାହା କରୋନା ମହାମାରୀ ପୂର୍ବର ସ୍ତରଠାରୁ ବହୁତ ଅଧିକ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ରୁ ବାହାରୁଥିବା ଟଙ୍କା ପଠାଯାଇଥିବା (ରିମିଟାନ୍ସ) ତଥ୍ୟରୁ ଏହା ଜଣାପଡ଼ିଛି।

ଆରବିଆଇ ତଥ୍ୟ ଅନୁଯାୟୀ, ୨୦୨୨-୨୩ ଏପ୍ରିଲ-ଡିସେମ୍ବର ଅବଧି ମଧ୍ୟରେ ବିଦେଶ ଯାତ୍ରା ପାଇଁ ଲିବରାଲାଇଜଡ ରିମିଟାନ୍ସ ସ୍କିମ (ଏଲଆରଏସ) ଅଧୀନରେ ବିଦେଶକୁ ପଠାଯାଇଥିବା ଟଙ୍କା ୯.୯୫ ବିଲିୟନ ଡ଼ଲାରରେ ପହଞ୍ଚିଛି। ସେହି ସମୟରେ, ୨୦୨୧-୨୨ରେ ସମାନ ଖର୍ଚ୍ଚ ୭ ବିଲିୟନ ଡ଼ଲାର୍‌ ଥିଲା। କୋଭିଡ-୧୯ ପୂର୍ବରୁ ଏହି ଖର୍ଚ୍ଚ ୫.୪ ବିଲିୟନ ଡ଼ଲାର ଥିଲା।

ଭାରତୀୟମାନେ ନିଜ ପରିବାର କିମ୍ବା ସାଙ୍ଗମାନଙ୍କ ସହିତ ବିଶ୍ୱ ଭ୍ରମଣ କରୁଛନ୍ତି। ଭିଏତନାମ, ଥାଇଲାଣ୍ଡ, ୟୁରୋପ, ସଂଯୁକ୍ତ ଆରବ ଏମିରେଟ୍ସ (ଦୁବାଇ) ଏବଂ ଇଣ୍ଡୋନେସିଆ (ବାଲି) ଭାରତୀୟମାନେ ପସନ୍ଦ କରୁଥିବା କେତେକ ପ୍ରମୁଖ ଗନ୍ତବ୍ୟସ୍ଥଳ।

ସୁଲଭ ଯାତ୍ରା ଏବଂ ବୈଷୟିକ ପ୍ରଗତି ଯୋଗୁ ପର୍ଯ୍ୟଟନ ଶିଳ୍ପର ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳରେ ଏକ ବଡ଼ ଧରଣର ଅଭିବୃଦ୍ଧି ଘଟୁଛି। ୭୫ ପ୍ରତିଶତ ବର୍ତ୍ତମାନ ଅନ୍ତର୍ଜାତୀୟ ଯାତ୍ରା ପାଇଁ ଚୟନ କରୁଛନ୍ତି। ୟୁରୋପ, ବାଲି, ଭିଏତନାମ ଏବଂ ଦୁବାଇ ଭଳି ଗନ୍ତବ୍ୟସ୍ଥଳକୁ ଭାରତୀୟଙ୍କ ମଧ୍ୟରେ ଚାହିଦା ବୃଦ୍ଧି ପାଇବାରେ ଳାଗିଛି।

କେନ୍ଦ୍ର ବଜେଟରେ ଆସନ୍ତା ଆର୍ଥିକ ବର୍ଷ ତୁଳନାରେ ବିଦେଶ ଗସ୍ତକୁ ପାଞ୍ଚ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି। ବିଶେଷଜ୍ଞମାନଙ୍କ ଅନୁସାରେ ଏହି ପ୍ରସ୍ତାବ ଭାରତୀୟଙ୍କ ବିଦେଶ ଯାତ୍ରା ଉପରେ ପ୍ରଭାବ ପକାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ରେଟ୍‌ ଆଗକୁ ବଢିବ କି? ମୋଦି କହିଦେଲେ ସତକଥା…

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ। ପ୍ରତିଶୋଧ ସ୍ୱରୂପ, ଇରାନ ହର୍ମୁଜ…

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri