ଦୁବାଇର ସବୁଠୁ ଦାମୀ ମହଲ କିଣିବା ଦୌଡ଼ରେ ଭାରତୀୟ…

ଦୁବାଇ,୧୫।୬ : ଦୁବାଇରେ ଭର୍ସେଲର ମହଲ ମହଙ୍ଗା ମୂଲ୍ୟରେ ବିକ୍ରି ହେବାକୁ ପ୍ରସ୍ତୁତ। ଏହାକୁ ମାର୍ବଲ ପ୍ୟାଲେସ ନାମରେ ନାମିତ କରାଯାଇଛି। କୁହାଯାଉଛି ଏହି ମହଲ ବର୍ତ୍ତମାନ ପର୍ଯ୍ୟନ୍ତ ଇତିହାସର ସବୁଠାରୁ ମହଙ୍ଗା ମୂଲ୍ୟରେ ବିକ୍ରି ହେବାକୁ ଯାଉଛି। ଲକ୍ସହାବିଟାଟ ସୋଥେଙ୍କ ଇଣ୍ଟରନ୍ୟାଶନାଲ ରିଅଲିଟି ଏହି ମହଲ ବିକ୍ରୟ କରିବ। ମାର୍ବଲ ପ୍ୟାଲେସ ୭୫୦ ନିୟୁତ ଦିରହମରେ ବିକ୍ରି ହେବ। ଆଧୁନିକ ଭାବରେ ପରିକଳ୍ପିତ ଏହି ମହଲ ଦୁବାଇରେ ସବୁଠାରୁ ମହଙ୍ଗା ବିକ୍ରୟ ଭାବରେ ଏକ ନୂତନ ରେକର୍ଡ ସୃଷ୍ଟି କରିବ। ତେବେ କିଏ ଏହି ମହଲ କିଣିବାକୁ ଯାଉଛି ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କୁହାଯାଉଛି ଏହା ଭାରତୀୟ କ୍ରେତାଙ୍କ ପସନ୍ଦ ପାଲଟିଛି। ତେଣୁ ବହୁ ଭାରତୀୟ ଏହାକୁ କିଣିବା ପାଇଁ ଦୌଡ଼ରେ ସାମିଲ ହୋଇଛନ୍ତି।

ଲକ୍ସହାବିଟେଟ ସୋଥେଙ୍କ ଅନୁଯାୟୀ, ଏହି ମହଲ ଇତିହାସରେ ବିକ୍ରି ହୋଇଥିବା ସବୁଠୁ ଦାମୀ ମହଲ ମଧ୍ୟରେ ରହିବ । ବ୍ଲୁମବର୍ଗ ଅନୁଯାୟୀ, ଏମିରେଟ୍ସ ହିଲ୍ସ ପଡ଼ିଆରେ ଏହି ମହଲଟି ୬୦ ହଜାର ବର୍ଗଫୁଟରେ ନିର୍ମିତ। ଏଥିରେ କେବଳ ପାଞ୍ଚଟି ଶୟନ କକ୍ଷ, ୧୯ ବାଥରୁମ, ଏକ ଜିମ, ସିନେମା, ଜାକୁଜି ଏବଂ ଏକ ବେସମେଣ୍ଟ ପାର୍କିଂ ସ୍ଥାନ ଅଛି। ୧୫ ଟି ଯାନ ଏକାସାଙ୍ଗରେ ଏଠାରେ ପାର୍କ କରିପାରିବେ।

ଏହି ଘର ନିର୍ମାଣ ପାଇଁ ପ୍ରାୟ ୧୨ ବର୍ଷ ସମୟ ଲାଗିଥିଲା ଏବଂ ସମ୍ପତ୍ତି ବିକ୍ରୟ କରୁଥିବା ଲକ୍ସହାବିଟାଟ ସୋଥେବି ଇଣ୍ଟରନ୍ୟାଶନାଲ ରିଅଲିଟି ଅନୁଯାୟୀ ୨୦୧୮ ରେ ଏହା ସମ୍ପୂର୍ଣ୍ଣ ହୋଇଥିଲା। ଘରଟି ସମ୍ପ୍ରତି ମାଲିକଙ୍କ ବ୍ୟକ୍ତିଗତ କଳା ସଂଗ୍ରହରୁ ପ୍ରାୟ ୪୦୦ ଖଣ୍ଡ ସହିତ ସଜାଯାଇଛି, ମୁଖ୍ୟତ ଉନବିଂଶ ଶତାବ୍ଦୀ ଏବଂ ବିଂଶ ଶତାବ୍ଦୀର ମୂର୍ତ୍ତି ଏବଂ ଚିତ୍ରଗୁଡ଼ିକ ଏଥିରେ ରହିଛି। ଏହାର ମାଲିକ, ଜଣେ ସ୍ଥାନୀୟ ସମ୍ପତ୍ତି ବିକାଶକାରୀ।

ଲକ୍ସହାବିଟାଟ ସୋଥେଙ୍କ ବ୍ରୋକର କୁନାଲ ସିଂ କହିଛନ୍ତି ଏହି ଘର ବହୁତ ବିଳାସପୂର୍ଣ୍ଣ ଅଟେ। କିନ୍ତୁ ତଥାପି ସମସ୍ତଙ୍କ ପସନ୍ଦ ହୋଇପାରିବ ନାହିଁ। ତେଣୁ ଆମେ ଭଲ ଭାବରେ ଜାଣିଛୁ କ୍ରେତାମାନେ ଏହାକୁ ଭଲ ପାଇବେ କିମ୍ବା ଘୃଣା କରିବେବେ।

ସିଂ ଆକଳନ କରିଛନ୍ତି ଦୁନିଆରେ କେବଳ ପାଞ୍ଚରୁ ୧୦ ଜଣ ଲୋକ ଅଛନ୍ତି ଯେଉଁମାନେ ଏହି ମହଲ କିଣି ପାରିବେ। ଗତ ତିନି ସପ୍ତାହ ମଧ୍ୟରେ ଦୁଇ ଜଣ ଲୋକ ଘର ଦେଖିଛନ୍ତି। ସମ୍ପତ୍ତି ଦେଖୁଥିବା ଜଣେ ରୁଷୀୟ ଥିବାବେଳେ ଅନ୍ୟ ଜଣେ ଭାରତୀୟ ଗ୍ରାହକ ରହିଛନ୍ତି। ଭାରତୀୟ ଗ୍ରାହକଙ୍କର ପୂର୍ବରୁ ଏମିରେଟ୍ସ ହିଲ୍ସରେ ତିନୋଟି ସମ୍ପତ୍ତି ରହିଛି।

ଦୁନିଆର ଦଶମ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ ମୁକେଶ ଅମ୍ବାନୀ ମଧ୍ୟ ଦୁବାଇରେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି।
ପାମ ଜୁମିରା  ବେଳାଭୂମିରେ ଥିବା ଏହି ଘରଟି ମନୁଷ୍ୟ ନିର୍ମିତ ଦ୍ୱୀପପୁଞ୍ଜର ଉତ୍ତର ଭାଗରେ ଅଛି ଏବଂ ଏହାର ମୂଲ୍ୟ ପ୍ରାୟ ୬୪୦ କୋଟି (୮୦ ମିଲିୟନ ଡଲାର୍‌)। ଏଥିରେ ୧୦ ଟି ଶୟନ କକ୍ଷ, ଏକ ଘରୋଇ ସ୍ପା ଏବଂ ଇନଡୋର ଏବଂ ଆଉଟଡୋର ପୁଲ ଅଛି। ସେ ତାଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ପାଇଁ ଏହି ଘର କିଣିଥିଲେ।

ମହଲ ମାର୍ବଲ ପ୍ୟାଲେସରେ ଘରୋଇ ସିନେମା, ବୋଲିଂ ଆଲି, ଜିମ, ହାମମ, ଅସୀମ ପୁଲ, ଜାକୁଜି, ଗେମ ରୁମ, ଟେରାସ ବସିବା ସ୍ଥାନ ଇତ୍ୟାଦି ଅନେକ ସୁବିଧା ରହିଛି। ଏହି ମହଲ ଦୁବାଇର ବିଳାସପୂର୍ଣ୍ଣ ସମ୍ପତ୍ତି ବଜାରରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ ।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri